Thursday, June 25, 2026 03:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଭଦ୍ରାମୀର ସୀମା ଟପିଲେ ବିଜେପି ନେତା ସଜ୍ଜନ ଶର୍ମା!

ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ତୀବ୍ର ପ୍ରତିକ୍ରିୟା

by Our Correspondent
09 Feb, 2024- 08:35 AM
in Latest News, News
1 min read
0
ଅଭଦ୍ରାମୀର ସୀମା ଟପିଲେ ବିଜେପି ନେତା ସଜ୍ଜନ ଶର୍ମା!

ଭୁବନେଶ୍ୱର: ଓଡ଼ିଶା ବିଜେପିର ଜଣେ ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ଏକ ଫେସବୁକ୍ ପୋଷ୍ଟକୁ ନେଇ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହି ପୋଷ୍ଟରେ ସେ ନାଁ ଉଲ୍ଲେଖ ନ କରି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି । ଆକ୍ଷେପମୂଳକ ପ୍ରଶ୍ନ ସହ ଏହି ନେତା ଏକ ସ୍କ୍ରିନସଟ୍ ଫଟୋ ବ୍ୟବହାର କରିଛନ୍ତି । ଯାହା କେବଳ ଏକ ଗର୍ହିତ ଅପରାଧ ନୁହେଁ, ବରଂ ଅଭଦ୍ରାମୀର ସୀମା ପାର୍ ବୋଲି କୁହାଯାଉଛି । କପାଳରେ ସଦାସର୍ବଦା ଚନ୍ଦନ ଟିପା ମାରି ଜୟ ଶ୍ରୀରାମ ନାମ ଜପ କରୁଥିବା ଏହି ବୟୋଜ୍ୟୋଷ୍ଠ ନେତାଙ୍କ ଏଭଳି ହୀନ ମାନସିକତାକୁ ସମସ୍ତେ ଛିଛାକର କରିଛନ୍ତି ।

ଏହି ନେତା ପୋଷ୍ଟ କରିଥିବା ଫଟୋର ତର୍ଜମା କରି ତାଙ୍କର ଅପରାଧକୁ ଦୋହରାଇବାକୁ ଆମେ ଉଚିତ ମନେ କରୁନାହୁଁ । କେବଳ ଯାହା ଲେଖିଛନ୍ତି, ଆମେ ଏଠାରେ ଉଲ୍ଲେଖ କରୁଛୁ । ସେ ଲେଖିଛନ୍ତି- ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢ଼ାଇବାର ଜ୍ଞାନ ବାଣ୍ଟୁଥିବା ବାବୁ ନିଜ ପିଲାମାନଙ୍କୁ ଇଂରାଜୀ ବେସରକାରୀ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି । ଏଭଳି ଏକ ତଥ୍ୟ ଆମ ପାଖକୁ ଆସିଛି । ସରକାରୀ ବିଭାଗ ଅନୁସନ୍ଧାନ କରି, ସତ୍ୟାସତ୍ୟ ଆମକୁ ଅବଗତ କରାଇବେ କି?

ତାଙ୍କର ଏହି ଲେଖାରୁ କେବଳ ଏତିକି କହିହେବ ଯେ ଶ୍ରୀ ପାଣ୍ଡିଆନଙ୍କ ପିଲା ଇଂରାଜୀ ବେସରକାରୀ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି ବୋଲି ସେ ସମସ୍ତଙ୍କୁ ଜଣାଇବାକୁ ଚାହିଁଛନ୍ତି ଏବଂ ତାଙ୍କୁ ସେଥିପାଇଁ ନିନ୍ଦିତ କରିବାକୁ ଚେଷ୍ଟା କରିଛନ୍ତି ।

ଏଠାରେ ଉଲ୍ଲେଖ ଥାଉକି, ବିଜେପିର ଏହି ବୟୋଜ୍ୟୋଷ୍ଠ ନେତା ଉଠାଇଥିବା ପ୍ରସଙ୍ଗଟି ଆଦୌ ନୂଆ ନୁହେଁ । ଏହା ଅସମାଧିତ ଅତି ପୁରୁଣା ପ୍ରସଙ୍ଗ । ଅତୀତରେ ଏହା ଉପରେ ବହୁ ତର୍କ ବିତର୍କ ହୋଇସାରିଛି । ତେଣୁ ସେଥିପାଇଁ ତାଙ୍କୁ କେହି ସମାଲୋଚନା କରିନାହାନ୍ତି । ମାତ୍ର ସେ ଯେଉଁ ଫଟୋଟିକୁ ବ୍ୟବହାର କରିଛନ୍ତି ତାହା ହିଁ ତାଙ୍କର ହୀନ ଚରିତ୍ରକୁ ପଦାରେ ପକାଇଛି ।

ନିଜକୁ ବଡ଼ ବୁଦ୍ଧିଜୀବୀ ଓ ଅଭିଜ୍ଞ ମନେ କରୁଥିବା ଏହି ନେତାଙ୍କ ଏଭଳି ଆଚରଣ ତାଙ୍କର ଖାସ୍ ସମର୍ଥକଙ୍କୁ ବି ବିଚଳିତ କରିଛି । ସୋସିଆଲ୍ ମିଡିଆରେ ଏହି ଫଟୋ ପୋଷ୍ଟ କରିବା ବେଳେ ତାଙ୍କର ବିବେକ ତାଙ୍କୁ କେମିତି ବାଧା ଦେଲାନି ବୋଲି ପ୍ରଶ୍ନ କରାଯାଇଛି । ତାଙ୍କ ନିଜ ଘରର ପିଲାଙ୍କ ଫଟୋ ସହ ଓଡ଼ିଆ ନୀତି ଆଦର୍ଶର କଥା ସମସ୍ତଙ୍କୁ ଆଗ ଜଣାଇଥିଲେ ବୋଧହୁଏ ତାଙ୍କର ସମ୍ମାନ ବଢ଼ିଥାନ୍ତା!!

ଯେମିତି କି ତାଙ୍କ ପରିବାରର କେହି ଇଂରାଜୀ ବେସରକାରୀ ସ୍କୁଲରେ ପଢ଼ନ୍ତି ନା ନାହିଁ? ତାଙ୍କ ଦଳର ନେତା କି ବନ୍ଧୁବାନ୍ଧବ, ଚିହ୍ନା ପରିଚିତ ଲୋକଙ୍କ ପିଲାମାନେ କେଉଁ ସ୍କୁଲରେ ପାଠ ପଢ଼ନ୍ତି? ତାଙ୍କ ଭଳି ଅର୍ଥବଳୀ, କ୍ଷମତାଶାଳୀ କେଉଁ ବ୍ୟକ୍ତିମାନେ ସେମାନଙ୍କ ପିଲାଙ୍କୁ ଇଂରାଜୀ ବେସରକାରୀ ସ୍କୁଲରେ ପାଠ ପଢ଼ାନ୍ତିନି ଫଟୋ ସହ ନାଁ?

ଆମର ପରାମର୍ଶ ଯେ ତାଙ୍କର ସତସାହାସ ଥିଲେ ଏହି ପ୍ରସଙ୍ଗରେ ସମାଜର ସବୁବର୍ଗର ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀଙ୍କୁ ଡାକି ଭୁବନେଶ୍ୱରରେ ଗୋଟିଏ ଆଲୋଚନାଚକ୍ରର ଆୟୋଜନ କରନ୍ତୁ । ସେଥିରେ ଦଳମତ, ବଡ଼ସାନ ନିର୍ବିଶେଷରେ ସବୁ ବର୍ଗର ଲୋକଙ୍କ ସମସ୍ତଙ୍କ ପିଲାମାନଙ୍କର ବିଦ୍ୟାଳୟ ପାଠପଢ଼ାର ବିବରଣୀ ସଂଗ୍ରହ କରାଯାଉ । ଶର୍ମା ବାବୁ ଏହା ସୋସିଆଲ୍ ମିଡ଼ିଆରେ ପ୍ରକାଶ କରନ୍ତୁ । ଏହା ତାଙ୍କର ସମ୍ମାନ ବଢ଼ାଇବ ।

ତେବେ ସେ ଯାହା ହେଉ, ସଜ୍ଜନ ଶର୍ମାଙ୍କ ଏହି ପୋଷ୍ଟକୁ ଅଧିକାଂଶ ଭର୍ତ୍ସନା କରିଛନ୍ତି । ସେଥିରୁ ଏଠାରେ କିଛି ଉଲ୍ଲେଖ କରୁଛୁ ।

ପିଲାଟିର ପ୍ରତିଭା ପ୍ରତି ଆକ୍ଷେପ ନ କରି ଆଶୀର୍ବାଦ କରନ୍ତୁ-ଅସିତ ମହାପାତ୍ର

ଆପଣଙ୍କ ଭଳି ବ୍ୟକ୍ତିଙ୍କ ପାଖରୁ ଏଭଳି ଆଶା କରାଯାଏନି । ଆପଣ ଏଥିପାଇଁ ନିଜକୁ କ୍ଷମା କରିପାରିବେନି । ବାପାମାଆଙ୍କୁ ଟାର୍ଗେଟ୍ କରିବାକୁ ଯାଇ ତାଙ୍କ ପିଲାଙ୍କୁ ସୋସିଆଲ୍ ମିଡିଆକୁ ଟାଣିବା ଆପଣଙ୍କ ପାଇଁ ବୁମେରାଂ ହେବ-ମଞ୍ଜୁ ନାୟକ

ସମ୍ପର୍କରେ ଆପଣଙ୍କର ସେ ନାତୁଣୀ । ଆପଣଙ୍କ ପ୍ରତି ସାମାଜିକ ଗଣମାଧ୍ୟମରେ ଯଥେଷ୍ଟ ସମ୍ମାନ ଅଛି । ଦୟାକରି ପୋଷ୍ଟଟିକୁ ଡିଲିଟ୍ କରିଦିଅନ୍ତୁ– ପ୍ରକାଶ ଭୂୟାଁ

କୌଣସି ସାମାଜିକ ବା ଶୈକ୍ଷିକ ସମସ୍ୟା ଉପରେ ଆଲୋଚନା କଲାବେଳେ ଛୋଟ ପିଲାମାନଙ୍କୁ ଆଲୋଚନା ପରିସରକୁ ଆଣିବା ଅସମୀଚିନ ମନେ ହୁଏବ । ବିଶେଷ କରି ସେମାନଙ୍କ ଫଟୋକୁ ବ୍ୟବହାର କରିବା ଏକ ଅତ୍ୟନ୍ତ ସମ୍ବେଦନଶଈଳ ଘଟଣା । ଆପଣ ଉଠାଇଥିବା ପ୍ରାସଙ୍ଗିକ ପ୍ରଶ୍ନଟିକୁ ନୀତିଗତ ଭାବରେ ଆଲୋଚନା କରାଯାଇପାରେ– ରୀନା ରାଉତରାୟ

ଆପଣଙ୍କ ମାନସିକ ବିକୃତି ରହିଛି । ଡାକ୍ତରଙ୍କୁ ସମ୍ପର୍କ କରନ୍ତୁ । ଛୋଟ ଛୁଆଙ୍କୁ ଏଭଳି ରାଜନୀତିକ ବୟାନ ବାଜିକୁ ଆଣିବା ଲଜ୍ଜାଜନକ-ଶୋଭନ ରଥ

ଛୁଆର ବାପାମାଆ ହାଇ ପ୍ରୋଫାଇଲ ଲୋକ ଏବଂ ତମ ଭଳି ତାଙ୍କା ଶତ୍ରୁ ଅଧିକ । କାଲି ଏ ଫଟୋ ନେଇ ଯଦି କିଛି ଅପରାଧ ଘଟିଲା ତମେ ଦାୟୀ ରହିବ ତ? ପାଗଳାମି ଓ ଅସଭ୍ୟତାର ଶେଷସ୍ତରକୁ ଖସିଗଲଣି ତମେ-ମୃତ୍ୟୁଞ୍ଜୟ ମହାପାତ୍ର

ନିଜ ସମ୍ମାନ ନିଜେ ରଖ । ଏତେ ନୀଚ୍ଚ ସ୍ତରର ଆଲୋଚନା କରନାହିଁ । ସେ ପିଲାର ଫଟୋ ପୋଷ୍ଟ କରିବା ଏକ ଅପରାଧ । ବୟସ ଅନୁସାରେ ଆପଣଙ୍କ ମସ୍ତିଷ୍କ ର ଆବଶ୍ୟକୀୟ ବିକାଶ ହୋଇପାରିନି । ଭଗବାନ ଆପଣଙ୍କୁ କ୍ଷମା କରନ୍ତୁ– ରଂଜନ କୁମାର ରାଉତ

ଆଉ କେତେ ତଳକୁ ଖସିବ ଗୋଟେ ଛୋଟ ପିଲାର ଫଟୋ ଆଉ ନାଁ ଦେବାକୁ ଆପଣଙ୍କୁ କିଏ ପରମିସନ୍ ଦେଲା? -ଆଶୁତୋଷ ଶତପଥୀ

ଛୁଆଟିର ଫଟୋ ଓ ନାଁ ପ୍ରକାଶ ନ କରି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରିଥାନ୍ତା-ସିତୁ ଆଚାର୍ଯ୍ୟ

ୟୁୁ ଆର ଏ ନନସେନସ୍ ପଲିଟିସିଆନ୍– ସ୍ୱସ୍ତିକ କୁମାର ଦାଶ

Previous Post

୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ୍

Next Post

ଚୌଧୁରୀ ଚରଣ ସିଂହ, ନରସିଂହ ରାଓ, ସ୍ୱାମୀନାଥନଙ୍କୁ ଭାରତ ରତ୍ନ

Next Post
ଚୌଧୁରୀ ଚରଣ ସିଂହ, ନରସିଂହ ରାଓ, ସ୍ୱାମୀନାଥନଙ୍କୁ ଭାରତ ରତ୍ନ

ଚୌଧୁରୀ ଚରଣ ସିଂହ, ନରସିଂହ ରାଓ, ସ୍ୱାମୀନାଥନଙ୍କୁ ଭାରତ ରତ୍ନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA