ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହ ରାଓ ଏବଂ କୃଷି ବିଜ୍ଞାନୀ ଏମଏସ୍ ସ୍ୱାମୀନାଥନଙ୍କୁ ମିଳିବ ଭାରତ ରତ୍ନ । ଭାରତ ପ୍ରତି ସେମାନଙ୍କର ଅବଦାନ ନିମନ୍ତେ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ ପାଇଁ କେନ୍ଦ୍ର ସରକାର ସେମାନଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ସୋସିଆଲ୍ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ।
ସ୍ୱର୍ଗତଃ ଚୌଧୁରୀ ଚରଣ ସିଂହ ଥିଲେ ଦେଶର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ । ୧୯୭୯ ମସିହା ଜୁନ୍ ୨୧ରୁ ୧୭୦ ଦିନ ପାଇଁ ଥିଲେ ଦେଶର ପ୍ରଧାନମନ୍ତ୍ରୀ । ସେହିଭଳି ସ୍ୱର୍ଗତଃ ପି.ଭି.ନରସିଂହ ରାଓ ୧୯୯୧ ମସିହା ଜୁନ୍ ୨୧ରୁ ୧୯୯୬ ମସିହା ମେ ୧୬ ରୁ ଥିଲେ ପ୍ରଧାନମନ୍ତ୍ରୀ । ଭାରତର ଉଦାରୀକରଣ ଅର୍ଥନୀତିର ସେ ଥିଲେ ଜନକ । ବିଶିଷ୍ଟ କୃଷି ବିଜ୍ଞାନୀ ସ୍ୱର୍ଗତଃ ଏମଏସ ସ୍ୱାମୀନାଥନ୍ ଙ୍କୁ ଭାରତର ସବୁଜ ବିପ୍ଲବର ଜନକ କୁହାଯାଏ ।
କିଛି ଦିନ ପୂର୍ବରୁ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜସେବୀ କପୂରୀ ଠାକୁର ଏବଂ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବର୍ଷୀୟାନ୍ ନେତା ଲାଲାକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ମିଳିବା ନେଇ ଘୋଷଣା କରାଯାଇଥିଲା ।