Monday, November 23, 2026 10:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିରେ ମିଶିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜେଡିର ବହିଷ୍କୃତ ହୋଇଥିଲେ, ଠକେଇ ଅଭିଯୋଗରେ ଜେଲ୍ ଯାଇଥିଲେ

by Our Correspondent
21 Feb, 2024- 09:51 PM
in Latest News, News, Politics
1 min read
0
ବିଜେପିରେ ମିଶିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ବିଜେପିରେ ମିଶିଛନ୍ତି । ଭୁବନେଶ୍ୱର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ସେ ବିଜେପିରେ ମିଶିବେ ବୋଲି ବହୁ ଦିନ ହେଲା ଚର୍ଚ୍ଚା ହେଉଥିଲା । ମିଶିବାର କେତେ କେତେ ତାରିଖ ବି ପଦାରେ ବୁଲୁଥିଲା । ଫେବ୍ରୁଆରୀ ୨୨ରେ ମିଶିବେ ବୋଲି ନିକଟରେ ଶୁଣିବାକୁ ମିଳିଥିଲା । ମାତ୍ର ଆଜି ତାଙ୍କର ବିଜେପିର ମିଶିବା ନେଇ ଗଣମାଧ୍ୟମ ପାଖରେ କୌଣସି ପୂର୍ବ ସୂଚନା ନ ଥିଲେ ମଧ୍ୟ ଅଚାନକ ଦଳୀୟ କାର୍ଯ୍ୟାଳୟରେ ତାଙ୍କ ପାଇଁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

କେନ୍ଦ୍ରୀୟ ନେତୃତ୍ୱଙ୍କ ଅନୁମୋଦନକ୍ରମେ ସେ ବିଜେପିରେ ଯୋଗଦେଲେ ବୋଲି ମିଶ୍ରଣ ପର୍ବ ପରେ ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ଦ୍ରୁତ ବିକାଶ ହେଉଛି । ଓଡ଼ିଶାରେ ଏହି ଧାରା ଆଣିବା ପାଇଁ ପରିବର୍ତ୍ତନର ସମୟ ଆସିଯାଇଛି ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ପାଣିଗ୍ରାହୀଙ୍କ ଯୋଗଦାନ ଗଞ୍ଜାମ ଜିଲ୍ଲାରେ ବିଜେପିକୁ ମଜବୁତ କରିବ ବୋଲି ସଭାପତି ଶ୍ରୀ ସାମଲ କହିଥିଲେ ।

ସୂଚନାଥାଉକି, ଶ୍ରୀ ପାଣିଗ୍ରାହୀ ୨୦୦୯, ୨୦୧୪ ଏବଂ ୨୦୧୯ ରେ ବିଜେଡି ଟିକେଟରେ ଗୋପାଳପୁରରୁ ବିଧାୟକ ହୋଇଥିଲେ । ୨୦୧୪ ସରକାରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଉଚ୍ଚଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ଦେଇଥିଲେ । ତେବେ କ୍ଷମତା ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦର ଫାଇଦା ନେଇ ବିଭିନ୍ନ କେଳେଙ୍କାରୀରେ ସଂପୃକ୍ତ ହୋଇଥିବାର ଅଭିଯୋଗମାନ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଥିଲା । ଏପରିକି ଗତ ନିର୍ବାଚନରେ ସେ ଦଳବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିଲେ ଏବଂ ଦଳୀୟ ପାଣ୍ଠି ହଡ଼ପ କରିଥିବାର ଅଭିଯୋଗ ଆସିଥିଲା ।

ତେବେ ପୂର୍ବତନ ଆଇଏଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପରିବାର ସହ ତାଙ୍କର ସମ୍ପର୍କ ଏବଂ କଳା କାରନାମାର ଗୁମର ଭିଜିଲାନସ୍ ହାତରେ ଲାଗିବା ପରେ ତାଙ୍କ ପାଇଁ ଭୀଷଣ ବିପଦ ଆଣିଥିଲା । ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହଯୋଗରେ ଗୋପାଳପୁରର ବେକାର ଯୁବଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଇ ବିପୁଳ ଅର୍ଥ ଠକିଥିବାର କ୍ରାଇମବ୍ରାଞ୍ଚ ପାଖରେ ଛଅ ଛଅଟି ଅଭିଯୋଗ ତାଙ୍କୁ ନାୟକରୁ ଖଳନାୟକ କରିଦେଇଥିଲା । ବିଧାୟକଙ୍କ ଏହି କାର୍ଯ୍ୟକୁ ଜନବିରୋଧୀ ଆଖ୍ୟା ଦେଇ ୨୦୨୦ ନଭେମ୍ବର ୨୯ ରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲ୍ ଯାଇଥିଲେ ।

ଖାଲି ସେତିକି ନୁହେଁ, ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଛି । ଗତ ଜାନୁଆରୀ ୩୧ରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଛି । ବିଧାୟକଙ୍କ ପତ୍ନୀଙ୍କ ନାଁ ମଧ୍ୟ ଚାର୍ଜଫ୍ରେମ୍ ହୋଇଛି । ଏହି ପତି ପତ୍ନୀଙ୍କ ନାଁରେ ୯ କୋଟି ୧୮ ଲକ୍ଷ ୧୩ ହଜାର ଟଙ୍କା ଆୟ ବହିଭୂତ ସମ୍ପତ୍ତି ମାମଲା ରହିଛି ।

Previous Post

ପୁରୀରୁ କୋଣାର୍କ ଚାଲିବ ଟ୍ରେନ୍

Next Post

ମନ୍ତ୍ରୀ ଅତନୁଙ୍କ ‘ସବ୍ୟସାଚୀର ଶବ୍ଦ’ ପୁସ୍ତକ ଉନ୍ମୋଚିତ

Next Post
ମନ୍ତ୍ରୀ ଅତନୁଙ୍କ ‘ସବ୍ୟସାଚୀର ଶବ୍ଦ’ ପୁସ୍ତକ ଉନ୍ମୋଚିତ

ମନ୍ତ୍ରୀ ଅତନୁଙ୍କ 'ସବ୍ୟସାଚୀର ଶବ୍ଦ' ପୁସ୍ତକ ଉନ୍ମୋଚିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA