Tuesday, June 30, 2026 05:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦିଲ୍ଲୀରୁ ଭାଣ୍ଡିଆ ହୋଇ ଫେରିଲେ!

ବିଜେପି ଟିକେଟ ହାତେଇବା ଯୋଜନା ଫସର ଫାଟିଲା

by Our Correspondent
23 Feb, 2024- 07:18 PM
in Latest News, News, Politics
1 min read
0
ଦିଲ୍ଲୀରୁ ଭାଣ୍ଡିଆ ହୋଇ ଫେରିଲେ!

ଭୁୁବନେଶ୍ୱର: ବିଜେପିକୁ ଯାଇ ଏମଏଲଏ ଟିକେଟ୍ ହାତେଇବା ପାଇଁ ବ୍ୟାକୁଳ ବିଜେଡିର ୫ ଜଣ ଉପକୂଳିଆ ନେତାଙ୍କୁ ଦିଲ୍ଲୀରେ ଭାଣ୍ଡିଆ ହେବାକୁ ପଡ଼ିଛି । ବିଜେପି ରାଜ୍ୟ ନେତାଙ୍କ ଇସାରାରେ ସେମାନେ ଲୁଚାଛପାରେ ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ । ଜେପି ନଡ୍ଡା ଏବଂ ଅମିତ୍ ଶାହଙ୍କ ସହ ଆଲୋଚନା ହୋଇସାରିଛି ବୋଲି ସେମାନଙ୍କୁ କୁହାଯାଇଥିଲା । ମାତ୍ର ସଂପୃକ୍ତ ବିଜେଡି ନେତାମାନେ ଦିଲ୍ଲୀରେ ସେମାନଙ୍କୁ ଭେଟିବା ତ ଦୂରର କଥା, ଚାରି ଦିନ ଚକ୍କର କାଟିବା ପରେ ମଧ୍ୟ ଥଳକୂଳ ନ ପାଇ ଫେରି ଆସିଛନ୍ତି । ଏହି ଘଟଣାଟି ବିଜେପି-ବିଜେଡି ଆଭ୍ୟନ୍ତରୀଣ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରୁ ଭାଣ୍ଡିଆ ହୋଇ ଫେରିଥିବା ଏହି ୫ ଜଣିଆ ଉପକୂଳିଆ ନେତା/ନେତ୍ରୀଙ୍କ ମଧ୍ୟରେ ବିଜେଡିର ଦୁଇଜଣ ବିଧାୟକ ଅଛନ୍ତି । ଏଥର ବିଜେଡି ଟିକେଟ ପାଇବା ଆଶା ନ ଥିବାରୁ ସେମାନେ ବିଜେପିକୁ ଯାଇ ଟିକେଟ ପାଇବା ଯୋଜନାରେ ଅଛନ୍ତି । ଅନ୍ୟ ୩ ଜଣ ନେତା ନିଜ ନିଜ ଅଞ୍ଚଳରେ ବିଧାୟକ ଆଶାୟୀ ଥିବାରୁ ଏହି ଦୁଇ ବିଧାୟକଙ୍କ ଭରସାରେ ଆଗକୁ ବଢ଼ୁଛନ୍ତି । ବିଜେପିରେ ମିଶିଲେ ଅଲବତ୍ ଟିକେଟ ମିଳିଯିବ ବୋଲି ସେମାନେ ପରଷ୍ପର ଭିତରେ ବୁଝାବୁଝି ହୋଇଛନ୍ତି ।

ଏହି କ୍ରମରେ ସେମାନେ ରାଜ୍ୟ ବିଜେପିର ଜଣେ ଶୀର୍ଷ ନେତା ଏବଂ ଜଣେ ପ୍ରଭାବଶାଳୀ ସାଂସଦଙ୍କ ସହ ଭିତିରି ଯୋଗସୂତ୍ର ରଖିଥିଲେ । ବିଜେପିରେ ଯୋଗଦେବାକୁ ସେମାନଙ୍କର ଇଚ୍ଛା ପ୍ରକାଶ କରି କଥା ଆଗକୁ ବଢ଼ାଇବାକୁ ଅନୁରୋଧ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ସେମାନଙ୍କର ଟିକେଟ ଲୋଭ ଜାଣିବା ପରେ ରାଜ୍ୟ ବିଜେପିର ଏହି ଦୁଇ ପ୍ରଭାବାଶାଳୀ ସେମାନଙ୍କୁ ଦିଲ୍ଲୀ ଠିକଣା ଦେଇଥିଲେ । ଦଳର ରାଷ୍ଟ୍ରୀୟ ସଭାପତି ନଡ୍ଡାଜୀ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହାଜୀଙ୍କ ସହ ଆମେ କଥା ହୋଇସାରିଛୁ ଏବଂ ଆପଣମାନେ ତାଙ୍କ ଆଶୀର୍ବାଦ ନେଇ ଆସନ୍ତୁ କହି ଦିଲ୍ଲୀ ପଠାଇ ଦେଇଥିଲେ ।

ସେହି ଅନୁଯାୟୀ, ବିଜେଡିର ଏହି ୫ ନେତା ଗତ ସପ୍ତାହରେ ଦିଲ୍ଲୀ ଯାଇଥିଲେ । ନଡ୍ଡା ଏବଂ ଶାହଙ୍କୁ ଭେଟିବାକୁ ଲାଇନ୍ ଲଗାଇଲେ । ମାତ୍ର ୪ ଦିନ କାଳ ଅପେକ୍ଷା କରିବା ପରେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଲା । ତାଙ୍କୁ ଦିଲ୍ଲୀ ପଠାଇଥିବା ରାଜ୍ୟ ନେତାଙ୍କୁ ଏହା ଜଣାଇବା ପାଇଁ ଫୋନ୍ କରିଥିଲେ ମଧ୍ୟ ସେମାନେ ଆଉ ଫୋନ୍ ଉଠାଇଲେ ନାହିଁ । ଫଳରେ କାନମୁଣ୍ଡା ଆଉଁଷି ସେମାନେ ଫେରିଆସିଛନ୍ତି ।

ସୂଚନାଥାଉକି, ବିଜେପିମୁହାଁ ନିର୍ଦ୍ଦିଷ୍ଟ ବିଜେଡି ବିଧାୟକଙ୍କର ବିଜେପି ସହ ପୁରୁଣା ସମ୍ପର୍କ ରହିଛି । ଏଥର ତାଙ୍କୁ ଟିକେଟ୍ ମିଳିବ ବୋଲି ତାଙ୍କର ଆଶା ନାହିଁ । କାରଣ ଜନମତ ତାଙ୍କ ବିପକ୍ଷରେ ରହିଥିବା ସେ ନିଶ୍ଚିତ ଅଛନ୍ତି । ତେଣୁ ପୁରୁଣା ସମ୍ପର୍କକୁ ଫେରି ବିଜେପିରୁ ଟିକେଟ ପାଇବାକୁ ସେ ପ୍ରବଳ ଆଶା ରଖିଛନ୍ତି । ତାଙ୍କର ବିଜେପି କନେକ୍ସନ୍ ଜାଣି ଅନ୍ୟ ବିଧାୟକ ଏବଂ ତିନି ନେତା ଯୋଡି ହୋଇଥିଲେ । ମାତ୍ର ଦିଲ୍ଲୀ ଯାତ୍ରା ସେମାନଙ୍କୁ ନିରାଶ କରିଛି । ଏକଥା ପ୍ରଘଟ ହୋଇଗଲେ ବିଜେଡିରୁ ବି ପତ୍ତା କଟିଯିବା ଭୟ ସେମାନଙ୍କୁ ଆଚ୍ଛନ୍ନ କରିଥିଲା ବେଳେ ଧୀରେ ଧୀରେ କଥା ଦାଣ୍ଡରେ ପଡ଼ିବାକୁ ଲାଗିଲାଣି ।

Previous Post

ସ୍ୱାବଲମ୍ବୀ କାରିଗରମାନଙ୍କ ଦରମା ବଢ଼ିଲା

Next Post

CM launches sports infrastructure projects worth Rs 660 Cr

Next Post
CM launches sports infrastructure projects worth Rs 660 Cr

CM launches sports infrastructure projects worth Rs 660 Cr

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA