ଭୁବନେଶ୍ୱର: ବ୍ରହ୍ମପୁର ମହାନଗର ନିଗମର ୪ ଜଣ ଟାଣୁଆ ବିଜେପି କର୍ପୋରେଟର ଆଜି ଦଳଠାରୁ ଲେଖା ଛିଡ଼ାଇ ଦେଇଛନ୍ତି । ସେମାନେ ଭୁବନେଶ୍ୱର ଶଙ୍ଖ ଭବନ ଆସି ବିଜେଡିରେ ଯୋଗଦେଇଛନ୍ତି । ବିଜେପିରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗଦାନକୁ ସେମାନେ ଗ୍ରହଣ କରିନାହାନ୍ତି । ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଚାକିରି କରାଇଦେବାର ପ୍ରଲୋଭନ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ବ୍ୟକ୍ତିଙ୍କୁ ବିଜେପି କୋଳେଇ ନେବା ଆମକୁ ବରଦାସ୍ତ ହୋଇନି । ଏହାକୁ ଆମେ ବିରୋଧ କରି ବିଜେପିରୁ ସମ୍ପର୍କ ଛିଡ଼ାଇଛୁ ବୋଲି ସଂପୃକ୍ତ କର୍ପୋରେଟରମାନେ କହିଛନ୍ତି ।







