Tuesday, June 30, 2026 12:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟିକେଟ୍ ଆଶା ହରାଇ ବିଜେଡି ଛାଡ଼ିଲେ ‘ବ୍ରହ୍ମକୁମାର’ ଢ଼ାଲି

ବିଧିବଦ୍ଧ ଭାବେ କାଲି ବିଜେପିକୁ ଫେରିବେ

by Our Correspondent
02 Mar, 2024- 11:53 AM
in Latest News, News, Politics
1 min read
0
ଟିକେଟ୍ ଆଶା ହରାଇ ବିଜେଡି ଛାଡ଼ିଲେ ‘ବ୍ରହ୍ମକୁମାର’ ଢ଼ାଲି

ଭୁବନେଶ୍ୱର: ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ସେ ବିଜେପିରେ ଯୋଗଦେବେ । ଜୟଦେବ ଅଞ୍ଚଳବାସୀଙ୍କ ବିଶ୍ୱାସ ହରାଇଥିବା ଏହି ନେତା ପୁଣିଥରେ ବିଜେଡି ଟିକେଟ୍ ପାଇବାକୁ ଆଶା ରଖିଥିଲେ । ମାତ୍ର ଟିକେଟ୍ ପାଉନାହାନ୍ତି ବୋଲି ସଙ୍କେତ ପାଇବା ପରେ ତାଙ୍କ ପୁରୁଣା ଦଳ ବିଜେପିର ଶରଣ ପଶିଛନ୍ତି । ସେଠାରୁ ତାଙ୍କୁ ଟିକେଟ ମିଳିବ ବୋଲି ସମ୍ଭବତଃ ପ୍ରତିଶ୍ରୁତି ପାଇଛନ୍ତି ।

ମାଲକାନଗିରି ଆସନରୁ ବିଜେପି ଟିକେଟରେ ୩ ଥର ଏବଂ ଜୟଦେବ ଆସନରୁ ବିଜେଡି ଟିକେଟରେ ଦୁଇଥର ଏହିଭଳି ୫ ଥର ବିଧାୟକ ହେଲେଣି ଶ୍ରୀ ଢ଼ାଲି । ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ସରକାରରେ ତାଙ୍କୁ ପରିବହନ ଏବଂ ସମବାୟ ବିଭାଗର ମନ୍ତ୍ରୀ ପଦ ମିଳିଥିଲା । ୨୦୦୪ ନିର୍ବାଚନରେ ସେହି ମାଲିକାନଗିରି ଆସନ ଓ ବିଜେପିରୁ ମେଣ୍ଟ ପ୍ରାର୍ଥୀ ହୋଇଥିଲେ ମଧ୍ୟ ମାଲକାନଗିରିବାସୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଫଳରେ ବିଜେପି ତାଙ୍କୁ ପୂର୍ବଭଳି ଆଉ ଗୁରୁତ୍ୱ ଦେଲାନି । ମାତ୍ର କ୍ଷମତା ନିଶାରେ ପଡ଼ିଯାଇଥିବା ଢ଼ାଲିଙ୍କୁ ଏହା କଷ୍ଟ ହେବାରୁ ସେ ୨୦୦୬ ମସିହାରେ ବିଜେପି ଛାଡ଼ିଦେଲେ ।

ପରବର୍ତ୍ତୀ ସମୟରେ ମୁଲାୟମ ସିଂହ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ । ମାତ୍ର ସେଥିରେ ନିଜର ଭବିଷ୍ୟତ ଅନ୍ଧାର ଦେଖି ପ୍ୟାରୀମୋହନ ମହାପାତ୍ରଙ୍କ ଶରଣ ପଶିଥିଲେ । ବିଜେଡି ଏହି ହାରୁ ନେତାଙ୍କୁ ନିଜର ରାଜନୈତିକ ଫାଇଦା ଉଦ୍ୟମରେ ଦଳକୁ ଆଣିଲା । ତାଙ୍କୁ ମାଲକାନଗିରି ପରିବର୍ତ୍ତ ୨୦୦୯ ନିର୍ବାଚନରେ ଭୁବନେଶ୍ୱର ସଂଲଗ୍ନ ଜୟଦେବ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କଲା ଏବଂ ବହୁ ପରିଶ୍ରମ କରି ଜିତାଇ ଆଣିଲା । ତେବେ ୨୦୧୪ ନିର୍ବାଚନରେ ଦଳ ତାଙ୍କୁ ଆଉ ଟିକେଟ୍ ଦେଲା ନାହିଁ । ହେଲେ, ୨୦୧୯ ରେ ତାଙ୍କୁ ପୁଣି ଥରେ ସେହି ଜୟଦେବ ଆସନରୁ ଟିକେଟ୍ ଦେଲା ଏବଂ ସେ ଜିତିଲେ ।

ଶଙ୍ଖ ଚିହ୍ନ ଏବଂ ନବୀନ ପଟ୍ଟନାୟକଙ୍କ ନାଁରେ ସେ ଜୟଦେବରୁ ଦ୍ୱିତୀୟ ଥର ଜିତିଥିଲେ ମଧ୍ୟ ତାଙ୍କର ନିଜସ୍ୱ ଭୋଟ ସୃଷ୍ଟି କରିପାରି ନ ଥିଲେ । ନିର୍ବାଚିତ ହେବା ପରେ ସେ ଅଞ୍ଚଳବାସୀଙ୍କ ପାଖକୁ ମଧ୍ୟ ଯାଉ ନ ଥିଲେ କି ସାଂଗଠନିକ କାର୍ଯ୍ୟକ୍ରମରେ ଆଗ୍ରହ ରଖି ନ ଥିଲେ । କେବଳ ପିସି କାରବାରରେ ବିଧାୟକ ଧ୍ୟାନ ଦେଇଥିବା ଅଭିଯୋଗ ହୋଇ ଆସୁଥିଲା । ଏହାକୁ ନେଇ ଅଞ୍ଚଳବାସୀ ବିଶେଷକରି କର୍ମୀମହଲରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଫଳସ୍ୱରୂପ ବିଧାୟକଙ୍କ ବିରୋଧରେ ପ୍ରବଳ ବିଦ୍ରୋହ ସୃଷ୍ଟି ହେଲା । ଯାହା ଏବେ ବିଜେଡି ପାଇଁ ମୁଣ୍ଡବ୍ୟଥା ବଢ଼ାଇଛି ।

ଏହି ଦୃଷ୍ଟିରୁ ବିଜେଡି ତାଙ୍କୁ ଯେ ଆଉ ଟିକେଟ୍ ଦେବନି ଏହା ନିଶ୍ଚିତ ହୋଇଯାଇଥିବା ଶ୍ରୀ ଢ଼ାଲି ନିଜ କ୍ଷମତାକୁ ବଜାୟ ରଖିବା ପାଇଁ ବହୁ ଆଗରୁ ଭିତିରିଆ ବିଜେପିର ଶରଣ ପଶିଥିଲେ । ଏପଟେ, ବିଜେପିରେ ମିଶିବାର ଧମକାଇ ସେ ବିଜେଡି ହାଇକମାଣ୍ଡଙ୍କୁ ବ୍ଲାକମେଲ୍ କରୁଥିବା ଖବର ଆସିଥିଲା । ତେବେ ହାଇକମାଣ୍ଡଙ୍କୁ ବ୍ଲାକମେଲ୍ କରି ଆଉ ଟିକେଟ୍ ହାସଲ କରିବା ସମ୍ଭବ ନୁହେଁ ବୋଲି ସେ ନିଶ୍ଚିତ ହେଲା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଗତକାଲି ରାତିରେ ସେ ଦଳ ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଥିବା ଗଣମାଧ୍ୟମକୁ କହିଛନ୍ତି ।

ଆସନ୍ତାକାଲି ଦିନ ୧୧ଟାରେ ସେ ବିଜେପିରେ ବିଧିବଦ୍ଧ ଭାବେ ଯୋଗଦେବେ । କାହିଁକି ଦଳ ଛାଡ଼ିଲେ ତାର କାରଣ ସେଠାରେ କହିବେ ବୋଲି ଢ଼ାଲି କହିଛନ୍ତି । କେଉଁ ପରିସ୍ଥିତିରେ ବିଜେପିକୁ ପୁଣି ଫେରିବାକୁ ମନସ୍ଥ କଲେ ବୋଲି ପ୍ରଶ୍ନରେ ସେ କହିଛନ୍ତି ଯେ ପୁରୁଣା କଥା ଧରି ବସିଲେ ହେବନି । ଦଇବ ଦଉଡ଼ି ମଣିଷ ଗାଇ ଯେଣିକି ଟାଣଇ ତେଣିକି ଯାଇ.. ବୋଲି ପ୍ରବଚନ ଶୁଣାଇଛନ୍ତି ଇର୍ଷା, କପଟ, ମୋହ, ମାୟାରେ ବିଶ୍ୱାସ ରଖୁ ନ ଥିବା ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟର ଏହି ପୁରୁଣା ଛାତ୍ର ।

Previous Post

ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେ ମନମୋହନ

Next Post

ଚର୍ଚ୍ଚାରେ ବାଇଁଆଙ୍କ ବନ୍ଧୁ ମିଳନ

Next Post
ଚର୍ଚ୍ଚାରେ ବାଇଁଆଙ୍କ ବନ୍ଧୁ ମିଳନ

ଚର୍ଚ୍ଚାରେ ବାଇଁଆଙ୍କ ବନ୍ଧୁ ମିଳନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA