– କନିଷ୍ଠ ଶିକ୍ଷକଙ୍କୁ (Junior Teacher) ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାର ମାସିକ ପାରିଶ୍ରମିକ
– ପିଛିଲା ଭାବେ ୦୧.୦୧.୨୦୨୩ ଠାରୁ ଲାଗୁ ହେବ
ଭୁବନେଶ୍ୱର: ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (Junior Teacher) (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବୀକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି । ଏହି ବୃଦ୍ଧି ପିଛିଲା ଭାବେ ତା.୦୧.୦୧.୨୦୨୩ ରିଖ ଠାରୁ ଲାଗୁ ହେବ । ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ।






