Thursday, June 25, 2026 09:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଉ ନାହାନ୍ତି ଶାନ୍ତିଲତା ବାରିକ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର

by Our Correspondent
02 Apr, 2024- 10:54 AM
in Latest News, News
1 min read
0
ଆଉ ନାହାନ୍ତି ଶାନ୍ତିଲତା ବାରିକ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଆଉ ନାହାନ୍ତି । ତାଙ୍କ କଣ୍ଠରୁ ଆଉ ଶୁଭିବନି ଭାବପୂର୍ଣ୍ଣ ଭଜନ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୮ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୫ ବର୍ଷ ହୋଇଥିଲା । ତାଙ୍କର ପରଲୋକରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା ସହିତ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଘୋଷଣା କରିଛନ୍ତି । ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର କରାଯିବ ।

ଶ୍ରୀମତୀ ବାରିକ ୨୦୧୧ ମସିହାରୁ କ୍ୟାନସର୍ ରୋଗରେ ପଡ଼ିଥିଲେ । କୋଭିଡ୍ ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଗତବର୍ଷ ତାଙ୍କର ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ଏହି ସମୟରେ ତାଙ୍କର ଦେହାନ୍ତ ହୋଇଯାଇଥିବା ନେଇ ମିଛ ଖବର ପ୍ରଚାରିତ ହୋଇଥିଲା ।

ଶାନ୍ତିଲତା ବାରିକ ଓଡ଼ିଆ ଭକ୍ତି ସଙ୍ଗୀତର ଅତି ପରିଚିତ ନାଁ । ତାଙ୍କ ଗୀତସବୁ ଶ୍ରୋତାଙ୍କ ମନରେ ଭକ୍ତି, ସମର୍ପଣ ଭାବ ସୃଷ୍ଟି କରୁଥିଲା । ସେଥିପାଇଁ ଭିକାରୀ ବଳ, ଅରବିନ୍ଦ ମୁଦୁଲିଙ୍କ ଭଳି ସେ ମଧ୍ୟ ଘରେ ଘରେ ପରିଚିତ ଥିଲେ । ବାଳକୃଷ୍ଣ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ୧୯୭୮ ମସିହାରେ ତାଙ୍କ କଣ୍ଠରେ ରେଡିଓ ପାଇଁ ରେକର୍ଡିଂ ହୋଇଥିବା ପ୍ରଥମ ଗୀତ ‘ହେ ଚକାନୟନ’ ସଫଳତାର ଶୀର୍ଷ ଛୁଇଁଥିଲା । ତାଙ୍କର ଅନେକ ପ୍ରସିଦ୍ଧ ଭଜନ ମଧ୍ୟରେ ରହିଛି ‘ଭଜି ଭଜି ତୋ ନାମ ଚକାନୟନ’, ‘ମୋ ପ୍ରଭୁ ଜଗନ୍ନାଥ’, ‘କାହ୍ନୁ ହେ, ବଂଶୀ କେ ଦେଲା’, ‘ଯମୁନା କୂଳ ନୁହେଁ’, ‘କାଳିଆ ତୋ କଳା କଳା ଡୋଳା’ ଆଦି ଗୀତ ।

ଓଡ଼ିଆ ଭଜନ ପ୍ରତି ବିଶେଷ ଅବଦାନ ପାଇଁ ଶାନ୍ତିଲତାଙ୍କୁ ଅନେକ ସମ୍ମାନ ଓ ପୁରସ୍କାର ମିଳିଥିଲା ।

Previous Post

କଂଗ୍ରେସ ଛାଡ଼ିଲେ ଗଣେଶ୍ୱର ବେହେରା

Next Post

ବିଜେପିର ୧୧୨ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା

Next Post
ବିଜେପିର ୧୧୨ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା

ବିଜେପିର ୧୧୨ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA