Friday, June 26, 2026 10:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋଲ୍ ସ୍କାମ୍: ନିର୍ବାଚନ ଲଢ଼ିପାରିବେ ଦିଲ୍ଲୀପ ରାୟ

ସିବିଆଇ କୋର୍ଟ ଦଣ୍ଡାଦେଶ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ରହିତାଦେଶ

by Our Correspondent
08 Apr, 2024- 06:44 PM
in Latest News, News, Politics
1 min read
0
କୋଲ୍ ସ୍କାମ୍: ନିର୍ବାଚନ ଲଢ଼ିପାରିବେ ଦିଲ୍ଲୀପ ରାୟ

ନୂଆଦିଲ୍ଲୀ/ଭୁୁବନେଶ୍ୱର: କୋଇଲା ଦୁର୍ନୀତିରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଛି ଆଶ୍ୱସ୍ତି । ୪ ବର୍ଷ ତଳେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୩ ବର୍ଷ ଜେଲଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଥିଲେ । ଏହା ତାଙ୍କର ଭବିଷ୍ୟତ ରାଜନୈତିକ କ୍ୟାରିୟରକୁ ଅନ୍ଧାରକୁ ଟାଣି ନେଇଥିଲା । ଶ୍ରୀ ରାୟ ଦିଲ୍ଲୀ ହାଇକୋର୍ଟରେ ଏହି ରାୟକୁ ଚାଲେଂଜ କରିଥିଲେ । ହାଇକୋର୍ଟ ଏହି ମାମଲାର ବିଚାର କରି ତଳକୋର୍ଟ ଆଦେଶ ଉପରେ ଆଜି ରହିତାଦେଶ ଜାରି କରିଛନ୍ତି । ଏହି ରହିତାଦେଶ ଯୋଗୁଁ ଦିଲ୍ଲୀପ ରାୟଙ୍କ ନିର୍ବାଚନ ଲଢ଼ିବା ନେଇ ରହିଥିବା ବାଧକ ହଟିଯାଇଛି । ସେ ଏବେ ନିର୍ବାଚନ ଲଢ଼ିପାରିବେ ।

୧୯୯୯ ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଦିଲ୍ଲୀପ ରାୟ ଥିଲେ କୋଇଲା ରାଷ୍ଟ୍ରମନ୍ତ୍ରୀ । ତାଙ୍କ ମନ୍ତ୍ରିତ୍ୱ କାଳରେ ସେ ଏକ କୋଇଲା ସ୍କାମ୍ ରେ ଫସିଥିଲେ । ଝାଡ଼ଖଣ୍ଡର କ୍ରାଷ୍ଟନ୍ ଟେକ୍ନୋଲୋଜି ଲିମିଟେଡକୁ ଏକ କୋଲ୍ ବ୍ଲକ୍ ମିଳିଥିଲା । ଏହି କୋଲ୍ ବ୍ଲକ୍ ଆବଣ୍ଟନରେ ପ୍ରବଳ ଅନିୟମିତତା ନେଇ ପରବର୍ତ୍ତୀ ସମୟରେ ଅଭିଯୋଗ ହେବା ପରେ ସିବିଆଇ ଏହାର ତଦନ୍ତ କରିଥିଲା । ଏହି ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ୨୦୨୦ ଅକ୍ଟୋବରରେ ଦଣ୍ଡାଦେଶ ଶୁଣାଇଥିଲେ ।

ଦିଲ୍ଲୀପ ରାୟଙ୍କ ସମେତ କୋଇଲା ମନ୍ତ୍ରଣାଳୟର ଦୁଇ ପ୍ରମୁଖ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଏବଂ ନିତ୍ୟାନନ୍ଦ ଗୌତମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସହ ୧୦ ଲକ୍ଷ ଲେଖାଏଁ ଜରିମାନା କରିଥିଲେ । ଦିଲ୍ଲୀପଙ୍କ ବିରୋଧରେ ଲୋକପ୍ରତିନିଧି ଆଇନ ଧାରା ୮(୩) ଲାଗିଥିବାରୁ ସେ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ସିବିଆଇ କୋର୍ଟ କହିଥିଲେ । ତେବେ ସିବିଆଇ ସ୍ୱତନ୍ତ୍ର କୋର୍ଟଙ୍କ ଆଦେଶକୁ ଚାଲେଂଜ କରି ଦିଲ୍ଲୀପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ବିଚାର କରି ତଳକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି ।

Previous Post

ରେକର୍ଡ ମାର୍ଜିନ ସାଙ୍ଗକୁ ବିଜେଡି ତିନି ଚତୁର୍ଥାଂଶ ଆସନରେ ଜିତିବ: ପାଣ୍ଡିଆନ

Next Post

ଚଟୁ ଆମିଷ, ବେଣ୍ଟ ନିରାମିଷ

Next Post
ଚଟୁ ଆମିଷ, ବେଣ୍ଟ ନିରାମିଷ

ଚଟୁ ଆମିଷ, ବେଣ୍ଟ ନିରାମିଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA