Sunday, June 15, 2025 02:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରେକର୍ଡ ମାର୍ଜିନ ସାଙ୍ଗକୁ ବିଜେଡି ତିନି ଚତୁର୍ଥାଂଶ ଆସନରେ ଜିତିବ: ପାଣ୍ଡିଆନ

ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ କନଭେନସନ

by Our Correspondent
08 Apr, 2024- 12:09 AM
in Latest News, News, Politics
1 min read
0
ରେକର୍ଡ ମାର୍ଜିନ ସାଙ୍ଗକୁ ବିଜେଡି ତିନି ଚତୁର୍ଥାଂଶ ଆସନରେ ଜିତିବ: ପାଣ୍ଡିଆନ

ଭୁବନେଶ୍ୱର: ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ମାର୍ଜିନରେ ବାଜିମାତ କରିବ ବୋଲି ଆକଳନ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ନବୀନ ଓଡିଶା ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୫-ଟିଠାରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ କନଭେନସନରେ ଯୋଗ ଦେଇ ପାଣ୍ଡିଆନ ଏହା କହିଛନ୍ତି । ସେ କହିଛନ୍ତି ଯେ, ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ମାର୍ଜିନରେ ବିଜୟୀ ହୋଇ ପୁଣି ଥରେ ସରକାରକୁ ଆସୁଛନ୍ତି । ବିଜେଡି ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବା ସୁନିଶ୍ଚିତ । ସେହିଭଳି ଲୋକସଭାରେ ମଧ୍ୟ ଗତଥରଠାରୁ ଭଲ ପ୍ରଦର୍ଶନ କରିବ ଦଳ । ସେଥିପାଇଁ ଲୋକଙ୍କଠୁ ଦୁଇଟି ଆଶୀର୍ବାଦ ଦରକାର । ଗୋଟିଏ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ । ପ୍ରାର୍ଥୀକୁ ଦେଖିବେ ନାହିଁ  । ବରଂ ନବୀନ ପଟ୍ଟନାୟକ ଏବଂ ଶଂଖ ଚିହ୍ନକୁ ଦେଖିବେ । କାରଣ ୧୪୭ ବିଧାସଭା ଓ ୨୧ ଲୋକସଭା ଆସନରେ ନବୀନ ପଟ୍ଟନାୟକ ଏବଂ ଶଂଖ ଚିହ୍ନ ହି ଛିଡା ହୋଇଛି ବୋଲି ସେ କହିଛନ୍ତି । ବିକାଶ ଧାରାକୁ ଆହୁରି ଆଗକୁ ନେବା ପାଇଁ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବିଚାରରେ ସଶକ୍ତ ଓ ନବୀନ ଓଡିଶା ଗଠନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଶ୍ରମିକଙ୍କ । ସବୁ ବିକାଶ କାମ ପଛରେ ରହିଛି ଶ୍ରମିକଙ୍କ ହାତ । ସେଥିପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଶ୍ରମିକମାନଙ୍କୁ ପ୍ରାଥମିକତା ଓ ସମ୍ମାନ ଦେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ ଗୋଟେ ସମୟରେ ୧୧ଟଙ୍କାରୁ ୨୫ ଟଙ୍କାକୁ ଦୈନିକ ମଜୁରୀ ବୃଦ୍ଧି ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ । ଏବେ ମଧ୍ୟ ନବୀନ ପଟ୍ଟନାୟକ ସର୍ବାଧିକ ୧୦୦ଟଙ୍କା ମଜୁରୀ ବୃଦ୍ଧି କରି ରେକର୍ଡ କରିଛନ୍ତି । ସରକାରଙ୍କ ବିଭିନ୍ନ ବିଭାଗ ୧୦୦ ଟଙ୍କ ମଜୁରୀ ବୃଦ୍ଧି ସପକ୍ଷରେ ନଥିଲେ । କାରଣ ୧୦୦ଟଙ୍କା ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ୫ରୁ ୬ ହଜାର କୋଟି ଟଙ୍କାର ଅଧିକ ବୋଝ ପଡିବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଯୁକ୍ତିଥିଲା ଯେଉଁ ଶ୍ରମିକମାନେ ରାଜ୍ୟ ବିକାଶର ମୁଖ୍ୟ ବିନ୍ଧାଣୀ ସେମାନଙ୍କ ପାଇଁ ୫/୬ ହଜାର କୋଟିର ବୋଝ ନେବାକୁ ସରକାର ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ୩୫୦ଟଙ୍କାରୁ ମଜୁରୀ ୪୫୦ଟଙ୍କାକୁ ବୃଦ୍ଧି କରିଛନ୍ତି । ଆହୁରି ବହୁତ କିଛି କରିବାକୁ ବାକି ଅଛି । ଏଥର ସରକାରକୁ ଆସିଲେ ସେ ସବୁ ପୂରଣ କରାଯିବ ବୋଲି କହିଛନ୍ତି ପାଣ୍ଡିଆନ ।

ଏ ଅବସରରେ ରାଜ୍ୟରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସାଙ୍ଗକୁ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ବିଭିନ୍ନ ପଦକ୍ଷେପର ସମ୍ପର୍କରେ ସୂଚନା ଦେଇଥିଲେ ପାଣ୍ଡିଆନ । ସେ କହିଥିଲେ ଯେ, BSKY ହେଉଛି ଗରିବ ଲୋକଙ୍କ ବଡ଼ ସ୍ୱପ୍ନ । ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ଏଭଳି ଯୋଜନାର ପରିକଳ୍ପନା । ଗ୍ରାମାଞ୍ଚଳରେ ରହୁଥିବା ୯୦ ପ୍ରତିଶତ ଲୋକ BSKY କାର୍ଡ ପାଇଛନ୍ତି । ଫଳରେ ବସ୍ତିରେ ରହୁଥିବା ଲୋକ ମଧ୍ୟ ବଡ ବଡ ବେସରକାରୀ ହସପିଟାଲରେ ଚିକିତ୍ସା କରିବାକୁ ସାହସ କରିପାରୁଛି । ଗରୀବ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରି ଲୋକଙ୍କ ସ୍ୱପ୍ନ ପୂରଣ କରିଛନ୍ତି ନବୀନ ପଟ୍ଟନାୟକ ।

ଦେଶରେ ଏକମାତ୍ର ରାଜ୍ୟ ହେଉଛି ଓଡିଶା ଯେଉଁଠି ସରକାର କଣ୍ଟ୍ରାକ୍ଟରେ ନେଇ ଆନ୍ତର୍ଜାତିକ ବିମାନ ସେବା ଲୋକଙ୍କୁ ଯୋଗାଇଦେଇଛନ୍ତି । କେବଳ ସେତିକି ନୁହେଁ ଦୁବାଇ ଓ ସାଉଦୀ ଭଳି ବାହାର ଦେଶରେ ଥିବା ଶ୍ରମିକ କିଭଳି କମ ପଇସାରେ ଘରକୁ ଯା ଆସ କରିପାରିବେ ସେଥିପାଇଁ ବିମାନ ଭଡା ମଧ୍ୟ କମ ରଖାଯାଇଛି । ଭଡା କମ ଯୋଗୁଁ ଆଜି ଶ୍ରମିକଟି ୫ ବର୍ଷରେ ଥରେ ଘରକୁ ଆସିବା ବଦଳରେ ବର୍ଷକୁ ଥରେ ଘରକୁ ଆସିପାରୁଛି । କେବଳ ସେତିକି ନୁହେଁ ଗ୍ରାମାଞ୍ଚଳରୁ ଶ୍ରମିକଙ୍କ ଯାତାୟତ ସୁବିଧା ପାଇଁ ରାଜ୍ୟସରକାର ଲକ୍ଷ୍ମୀ ବସ ଯୋଜନା କରିଛନ୍ତି । ଏବେ ୮୦ପ୍ରତିଶତ ପଞ୍ଚାୟତରେ ଏହି ସୁବିଧା ମିଳୁଛି ।

ଦୁଇବର୍ଷ କୋଭିଡ ସତ୍ତ୍ବେ ରାଜ୍ୟର ବିକାଶ ଶିଖର ଛୁଇଁଛି । ୨୦୧୯ରୁ ୨୦୨୪ ମଧ୍ୟରେ ବହୁ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ରାଜ୍ୟରେ ଏବେ ୧୦ହଜାରରୁ ଅଧିକ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି । ପ୍ରତି ପଞ୍ଚାୟରେ ଥିବା ସ୍କୁଲର ରୂପାନ୍ତରଣ କରାଯାଇଛି । ସ୍କୁଲରୁ ବ୍ଲାକ ବୋର୍ଡ ହଟାଇ ପିଲାଙ୍କୁ ସ୍ମର୍ଟ ବୋର୍ଡ ଦିଆଯାଇଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଭାବେ ଦାୟିତ୍ବ ନେଲାବେଳକୁ ମହାନଦୀ ଉପରେ ମାତ୍ର ଗୋଟିଏ ପୋଲ ଥିଲା । ଏବେ ୬ରୁ ୭ଟି ପୋଲ ନିର୍ମାଣ ହେଲାଣି । କୋରାପୁଟ, ମଯୂରଭଂଜ, ଫୁଲବାଣୀ ଭଳି ସ୍ଥାନରେ ମେଡିକାଲ କଲେଜ ସ୍ଥାପନ ହେଲାଣି । କଟକର ରୂପରେଖ ବଦଳିଯାଇଛି । କଟକକୁ ଦେଖିଲେ ସ୍ବପ୍ନଭଳି ଲାଗୁଛି । ସମଲେଶ୍ବରୀ ମନ୍ଦିରର ରୂପାନ୍ତରଣ ଏଭଳି ହୋଇଛି ଯ, ନିଜେ ସମ୍ବଲପୁରବାସୀ ତାକୁ ବିଶ୍ବାସ କରିପାରୁନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କେମିତି ହୋଇଛି ବୋଲି ପ୍ରଶ୍ନ କରିବା ସହ କେହି କେବେ ଏଭଳି ହୋଇପାରିବ ବୋଲି ଭାବିଥିଲା କି ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ । ତେବେ ଏ ସବୁ ଶ୍ରମିକମାନଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ ।

ବିଜୁ ଶ୍ରମିକ ସାମୁଖ୍ୟର ଏହି ରାଜ୍ୟସ୍ତରୀୟ କନଭେନସନରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଂଜନ ଘଡେଇ, ବିଧାୟକ ସୁଶାନ୍ତ ରାଉତ, ବିଜୁ ଶ୍ରମିକ ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ତଥା କଟକ ମେୟର ସୁବାସ ସିଂ, ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜୁ ଶ୍ରମିକ ସାମୁଖ୍ୟର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା କନଭେନସନରେ ଯୋଗ ଦେଇଥିଲେ ।

Previous Post

ବାଇଁଆଙ୍କ ଶକ୍ତି ଆଗରେ ଅଟକିଛି ବୁନୁଙ୍କ କୌଶଳ!

Next Post

କୋଲ୍ ସ୍କାମ୍: ନିର୍ବାଚନ ଲଢ଼ିପାରିବେ ଦିଲ୍ଲୀପ ରାୟ

Next Post
କୋଲ୍ ସ୍କାମ୍: ନିର୍ବାଚନ ଲଢ଼ିପାରିବେ ଦିଲ୍ଲୀପ ରାୟ

କୋଲ୍ ସ୍କାମ୍: ନିର୍ବାଚନ ଲଢ଼ିପାରିବେ ଦିଲ୍ଲୀପ ରାୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA