Friday, June 26, 2026 03:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଇଁଆଙ୍କ ଶକ୍ତି ଆଗରେ ଅଟକିଛି ବୁନୁଙ୍କ କୌଶଳ!

ଭୁବନେଶ୍ୱର(ମଧ୍ୟ) ବିଜେଡି ଟିକେଟ ଲଢ଼େଇ

by Our Correspondent
07 Apr, 2024- 11:32 PM
in Latest News, News, Politics
1 min read
0
ବାଇଁଆଙ୍କ ଶକ୍ତି ଆଗରେ ଅଟକିଛି ବୁନୁଙ୍କ କୌଶଳ!

ଭୁବନେଶ୍ୱର: ସେମିତି କୌଣସି ବିଶେଷ ଯୋଗ୍ୟତା ନ ଥାଇ ଦୁଇ ଦୁଇ ଥର ଭୁବନେଶ୍ୱରର ମେୟର । ତା’ ପରେ ସମ୍ମାନଜନକ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ଟିକେଟ ହାତେଇ ବିଧାୟକ । ଏଠି ପାଠକମାନଙ୍କୁ ମନେ ପକାଇ ଦେବାକୁ ଚାହୁଁ ଯେ ଅନନ୍ତ ନାରାୟଣ ଜେନା ଓରଫ୍ ବୁନୁଙ୍କୁ ବିଧାୟକ ଟିକେଟ୍ ମିଳିବାର ନ ଥିଲା । ମାତ୍ର କୌଣସି ଅଦୃଶ୍ୟ ଶକ୍ତିର ବଳରେ ଟିକେଟ୍ ପାଇଁ ଜିଦ୍ ଧରି ବସିଥିଲେ ବୁନୁ । ବିଜେଡି ନେତୃତ୍ୱ ତାଙ୍କୁ ଖୁସି କରାଇବାକୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ଦେଇଥିଲେ । ପରେ ପରେ କ୍ୟାବିନେଟ୍ ପାହ୍ୟାର ବିଡିଏ ଅଧ୍ୟକ୍ଷ ପଦ ତାଙ୍କ ପାଇଁ ସୃଷ୍ଟି କରାଗଲା । ମାତ୍ର ବୁନୁ ଅତି ସନ୍ତର୍ପଣ ସହକାରେ ସେସବୁକୁ ପ୍ରତ୍ୟାଖାନ କଲେ । ନବୀନ ନିବାସରେ ସାର୍ଟ କୋଲାର୍ ଟେକି ବୁଲିଲେ । ସାମ୍ବାଦିକମାନଙ୍କୁ କହିଲେ, ମୁଁ ଅଲବତ୍ ଟିକେଟ ନେବି । ଆଉ ତାଙ୍କ ଜିଦ୍ ରହିଲା ବି । ଭୁବନେଶ୍ୱର ମଧ୍ୟ ଆସନରୁ ଟିକେଟ୍ ନେଇ ଏମଏଲଏ ହୋଇଗଲେ ବୁନୁ ।

୨୦୧୯ରେ ବୁନୁ ଖଟାଇଥିବା କୌଶଳ ଏଥର ବି ଖଟାଇ ଦ୍ୱିତୀୟ ଥର ଏମଏଲଏ ହେବା ନିଶାରେ ଅଛନ୍ତି । ତାଙ୍କ ଟିକେଟ୍ କଟିବ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲେ ମଧ୍ୟ ସେହି କୌଶଳକୁ ଧରି ଆଗକୁ ମାଡ଼ିବାକୁ ଉଦ୍ୟମ ଚଳାଇଛନ୍ତି । ହେଲେ ଏଥର ତାଙ୍କ ବାଟରେ କଣ୍ଟା ହୋଇଛନ୍ତି ଅମରେଶ ଜେନା ଓରଫ୍ ବାଇଁଆ । ଭୁବନେଶ୍ୱରର ଏହି ପୁରୁଖା ତଥା ଅଭିଜ୍ଞ କର୍ପୋରେଟର ରାଜ୍ୟ ବିଜେଡିର ଜଣେ ଟାଣୁଆ ଯୁବ ଚେହେରା । ଭୁବନେଶ୍ୱର ବିଜେଡି ସଂଗଠନରେ ତାଙ୍କର ପ୍ରବଳ ଦବଦବା ଅଛି । ଦୀର୍ଘ ୨୫ ବର୍ଷ ଧରି ଦଳର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିବା ବାଇଁଆ ଏଥର କିନ୍ତୁ ନଛୋଡ଼ବନ୍ଧା ।

ସଫା ସଫା ଶୁଣାଇ ଦେଇଛନ୍ତି, ‘ମୁଁ ନୁହେଁ ତ ବୁନୁ ନୁହେଁ’ । ବୁନୁ ଟିକେଟ୍ ପାଇଲେ ଅନ୍ୟତମ ଟିକେଟ୍ ଦାବିଦାର ତଥା ଯୁବ ସଂଗଠକ ଓ ସମାଜସେବୀ ରୁଦ୍ର ସାମନ୍ତରାୟକଙ୍କ ସହ ମିଶି ସେ ତାହାକୁ ବିରୋଧ କରିବେ ଏବଂ ଦୁଇଜଣଙ୍କ ଭିତରୁ ଜଣେ କିଏ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଚେତାବନୀ ଦେଇଛନ୍ତି । ଏହିକ୍ରମରେ ବୁନୁଙ୍କ ବିରୋଧରେ ବାଇଁଆ ଓ ରୁଦ୍ର ଏକାଠି ହୋଇଛନ୍ତି ।

ବଡ଼କଥା ହେଉଛି, ବାଇଁଆଙ୍କ ଚାପରେ ବୁନୁ ଏକପ୍ରକାର ଚେପା ଅବସ୍ଥାରେ ଅଛନ୍ତି । ବାଇଁଆଙ୍କୁ ମନେଇବାକୁ ଗତ ସପ୍ତାହରେ ବୁନୁ ତାଙ୍କ ଘର ଏବଂ ଅଫିସକୁ ଯାଇଥିଲେ ମଧ୍ୟ ବାଇଁଆ ତାଙ୍କୁ ଭେଟିବା ପାଇଁ ରୋକଠୋକ ମନା କରିଦେଇଥିଲେ । କୌଣସି ପରିସ୍ଥିତିରେ ବୁନୁଙ୍କ ସହ ସାଲିସର ପ୍ରଶ୍ନ ଉଠୁନାହିଁ ବୋଲି ଚରମ ବାଣୀ ଶୁଣାଇଛନ୍ତି । ତେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଏବଂ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନେତୃତ୍ୱ ପ୍ରତି ସେ କିନ୍ତୁ ପୂର୍ଣ୍ଣ ଆସ୍ଥା ରଖିଛନ୍ତି । ବୁନୁଙ୍କ ପାଇଁ ସେ ବିଜେଡି ଛାଡ଼ିବେ ନାହିଁ ବୋଲି ମଧ୍ୟ ଜଣାଇ ଦେଇଛନ୍ତି ।

ସେପଟେ ବୁନୁ ତାଙ୍କ ନିଜସ୍ୱ କୌଶଳ ପ୍ରୟୋଗରେ ନିରାଶ ହୋଇ କିଛି ପ୍ରଭାବଶାଳୀ ନେତାଙ୍କ ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ୫-ଟି ଅଧ୍ୟକ୍ଷଙ୍କ ପାଖରେ ନିଜ ସପକ୍ଷରେ ଲବି ପାଇଁ ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି । ତେବେ ଏହା ବୁନୁଙ୍କ ପାଇଁ ବୁମେରାଂ ହୋଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଏଭଳି ଲବିରେ ବାଇଁଆ ବୁନୁଙ୍କ ବହୁ ପଛରେ ଥିଲେ ମଧ୍ୟ ଲୋକ ବଳ ଧରି ସେ ଆଗକୁ ବଢ଼ୁଛନ୍ତି ।

ଏଣେ ବୁନୁଙ୍କ ବିରୋଧରେ ବାଇଁଆଙ୍କର ଖୋଲା ଚାଲେଂଜ୍ ଦଳୀୟ ନେତୃତ୍ୱଙ୍କୁ ଚିନ୍ତାରେ ପକାଇ ଦେଇଛି । ଉଭୟଙ୍କ ମଧ୍ୟରେ ଛକାପଂଝା ଯୋଗୁଁ ଭୁବନେଶ୍ୱର ମଧ୍ୟ ଆସନର ପ୍ରାର୍ଥୀ ଘୋଷଣା ଅଟକି ରହିଛି । ସେଠି ଜଣେ ତୃତୀୟ ବ୍ୟକ୍ତି ପ୍ରାର୍ଥୀ ହେବା ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି ରାଜନୈତିକ ଖଟିରେ ଆଲୋଚନା ହେଉଛି ।

ଏଭଳି ସ୍ଥିତିରେ ଉଭୟ ବୁନୁ ଏବଂ ବାଇଁଆ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଆଜି ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସମ୍ବର୍ଦ୍ଧନା ଦେବା ଆଳରେ ବୁନୁ ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଏକ ସମାବେଶ କରିଥିବା ବେଳେ ବାଇଁଆ ପୁରୁଣା ଷ୍ଟେସନ୍ ବଜାର ଛକରେ ପାଖାପାଖି ୩ ହଜାର କର୍ମୀଙ୍କୁ ଧରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହା ପୂର୍ବରୁ ବାଇଁଆ କଳ୍ପନା ଛକ ନିକଟରେ ଏକ ବିଶାଳ ବନ୍ଧୁ ମିଳନ ଜରିଆରେ ୧୦ ହଜାରରୁ ଅଧିକ ସମର୍ଥକଙ୍କୁ ଏକାଠି କରି ନିଜର ଶକ୍ତି ଦେଖାଇଥିଲେ ।

Previous Post

ବିଜେଡିରେ ଗଣେଶ୍ୱର ବେହେରା

Next Post

ରେକର୍ଡ ମାର୍ଜିନ ସାଙ୍ଗକୁ ବିଜେଡି ତିନି ଚତୁର୍ଥାଂଶ ଆସନରେ ଜିତିବ: ପାଣ୍ଡିଆନ

Next Post
ରେକର୍ଡ ମାର୍ଜିନ ସାଙ୍ଗକୁ ବିଜେଡି ତିନି ଚତୁର୍ଥାଂଶ ଆସନରେ ଜିତିବ: ପାଣ୍ଡିଆନ

ରେକର୍ଡ ମାର୍ଜିନ ସାଙ୍ଗକୁ ବିଜେଡି ତିନି ଚତୁର୍ଥାଂଶ ଆସନରେ ଜିତିବ: ପାଣ୍ଡିଆନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA