Friday, June 26, 2026 01:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିରେ ଗଣେଶ୍ୱର ବେହେରା

'କେନ୍ଦ୍ରାପଡ଼ାର ବିକାଶ ମୋର ଲକ୍ଷ୍ୟ'

by Our Correspondent
07 Apr, 2024- 01:39 PM
in Latest News, News, Politics
1 min read
0
ବିଜେଡିରେ ଗଣେଶ୍ୱର ବେହେରା

ଭୁବନେଶ୍ୱର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆଜି ବିଜେଡିରେ ଯୋଗଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଆଦି ନେତାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।

ଶ୍ରୀ ବେହେରା କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟପ୍ରତି ମୁଁ ଆକୃଷ୍ଟ ହୋଇଛି । ମୁଁ ଗୋଟେ ଛୋଟିଆ ଲୋକ । କେନ୍ଦ୍ରାପଡ଼ାର ଉନ୍ନତି ମୋର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀ ଓ ବିଜେଡି କାର୍ଯ୍ୟଧାରାରେ ସାମିଲ ହୋଇ କେନ୍ଦ୍ରାପଡ଼ା ବିକାଶକୁ ଅଧିକ ଗୁରୁତ୍ୱ ଦେବା ମୋ ପାଇଁ ବଡ଼ ପ୍ରାଥମିକତା । ଏଥିପାଇଁ ମୁଁ ଗୁଣ୍ଡୁଚି ମୂଷା ଭୂମିକା ତୁଲାଇପାରିଲେ ବି ଆନନ୍ଦିତ ହେବି ।’

ସୂଚନାଯୋଗ୍ୟ, କଂଗ୍ରେସର ଏହି ପୂର୍ବତନ ବରିଷ୍ଠ ନେତା ଗତ ୨ ତାରିଖରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ଛାଡ଼ିବାର କାରଣ ସମ୍ପର୍କରେ ଶ୍ରୀ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ ଆଉ ନିର୍ବାଚନରେ ହାରିବାକୁ ଚାହୁଁନାହାନ୍ତି । କଂଗ୍ରେସରେ ରହି ବିଧାନସଭା ଯିବା ସମ୍ଭବ ନୁହେଁ । କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ ପୂରଣ କରିବାକୁ ହେଲେ କ୍ଷମତା ଦରକାର । କେଉଁ ଦଳରେ ଯୋଗଦେବେ ଶୀଘ୍ର ଜଣାଇବେ ବୋଲି କହିଥିଲେ ।

୧୯୮୫ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଗଣେଶ୍ୱର ପ୍ରଥମ ଥର ବିଧାୟକ ହୋଇଥିଲେ । ୧୯୯୫ ରେ ପଟ୍ଟାମୁଣ୍ଡାଇ ଆସନରୁ ପୁଣିଥରେ ବିଧାୟକ ହୋଇ ଜାନକୀ ବାବୁଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ତତ୍କାଳୀନ ଜନତା ଦଳର ପ୍ରାର୍ଥୀ ସିପ୍ରା ମଲ୍ଲିକଙ୍କୁ ସେ ଏହି ନିର୍ବାଚନରେ ପରାସ୍ତ କରିଥିଲେ । ଏହାପରେ କିନ୍ତୁ ସବୁ ନିର୍ବାଚନରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ୨୦୦୦ ଏବଂ ୨୦୦୪ ରେ ସେ ପଟ୍ଟାମୁଣ୍ଡାଇରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲା ବେଳେ ପରବର୍ତ୍ତୀ ୩ ଟି ଯାକ ନିବାଚନରେ ସେ କେନ୍ଦ୍ରାପଡ଼ା ଆସନରୁ ପ୍ରାର୍ଥୀ ହୋଇଥିଲେ । କଂଗ୍ରେସର ବହୁତ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସେ କାର୍ଯ୍ୟ କରିଥିଲେ ।

Previous Post

ଗ୍ୟାଷ୍ଟ୍ରୋଇନ୍‍ଟେଷ୍ଟାଇନାଲ ବ୍ଳିଡ଼ିଂ ବନ୍ଦ କରିବାରେ ହେମୋସ୍ପ୍ରେର ବ୍ୟବହାର

Next Post

ବାଇଁଆଙ୍କ ଶକ୍ତି ଆଗରେ ଅଟକିଛି ବୁନୁଙ୍କ କୌଶଳ!

Next Post
ବାଇଁଆଙ୍କ ଶକ୍ତି ଆଗରେ ଅଟକିଛି ବୁନୁଙ୍କ କୌଶଳ!

ବାଇଁଆଙ୍କ ଶକ୍ତି ଆଗରେ ଅଟକିଛି ବୁନୁଙ୍କ କୌଶଳ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA