Saturday, June 27, 2026 10:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତିନୋଟି ନବଜାତ ଶିଶୁଙ୍କୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର

by Our Correspondent
13 Apr, 2024- 07:44 PM
in Health, Latest News, News
1 min read
0
ତିନୋଟି ନବଜାତ ଶିଶୁଙ୍କୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର

ଭୁବନେଶ୍ୱର: ଗୋଟିଏ ମା’ର ଗର୍ଭରୁ ଏକା ସାଙ୍ଗେ ଜନ୍ମଲାଭ କରିଥିବା ତିନୋଟି ଅପରିପକ୍ୱ ଶିଶୁଙ୍କୁ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଚିକିତ୍ସା ପ୍ରଦାନ କରି ନୂଆ ଜୀବନ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍ ।

ଏହି ସନ୍ତାନଙ୍କର ପରିବାର ବାଲୁଗାଁ ଅଂଚଳର ହୋଇଥିବା ବେଳେ ତିନି ସନ୍ତାନ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଥିବା ଇନ୍ – ଭିଟ୍ରୋଫର୍ଟିଲାଇଜେସନ୍ (ଆଇଭିଏଫ୍‌) ପ୍ରକ୍ରିୟାରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଜନ୍ମ ଗ୍ରହଣ କରିବାର ନିର୍ଦ୍ଧାରିତ ପ୍ରସବ ସମୟ ପୂର୍ବରୁ ମାତ୍ର ୨୮ ସପ୍ତାହ ପରେ ଏକ ସଂଗେ ୩ଟି ସନ୍ତାନ ଅପରିପକ୍ୱ ଭାବେ ଜନ୍ମ ହୋଇଥିଲେ । ଜନ୍ମ ସମୟରେ ଏହି ଶିଶୁମାନଙ୍କ ମଧ୍ୟରୁ ଦୁଇ ଶିଶୁଙ୍କର ଓଜନ ୧ କେଜି ଅନ୍ୟ ଶିଶୁର ଓଜନ ୮୦୦ ଗ୍ରାମ ଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ଥିଲା । ତେଣୁ ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ର ନବଜାତ ଶିଶୁ ବିଭାଗର ଏନ୍‌ଆଇସିୟୁରେ ଭର୍ତି କରାଯାଇ ସମସ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା ବୋଲି ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାଶିଷ ନନ୍ଦ କହିଛନ୍ତି ।

ଦୀର୍ଘ ସମୟ ଧରି ଇନ୍‌ଭେସିଭ୍ ଭେଂଟିଲେସନ୍ ଏବଂ ପ୍ରାୟ ୩ ମାସ ଧରି ନନ୍ – ଇନ୍‌ଭେସିଭ୍ ଭେଂଟିଲେଟରରେ ଶିଶୁମାନଙ୍କୁ ରଖାଯାଇ ଚିକିତ୍ସା କରାଯାଇଥିଲା । ସମସ୍ତ ଚିକିତ୍ସା ଓ ପ୍ରଚେଷ୍ଟା ଦ୍ୱାରା ଏହି ୩ ଶିଶୁଙ୍କୁ ବଂଚାଇ ରଖିବା ସକ୍ଷମ ହୋଇପାରିଲା ବୋଲି ପ୍ରଫେସର ନନ୍ଦ କହିଛନ୍ତି ।

ଶିଶୁର ଚିକିତ୍ସା ଓ ଯତ୍ନ କରିବାରେ ଡାକ୍ତର ନନ୍ଦଙ୍କ ସମେତ ଡାକ୍ତର ରତନ କୁମାର ଦାସ, ଡାକ୍ତର ବିଜୟ କୁମାର, ଡାକ୍ତର ବିନୀତ ପାଣିଗ୍ରାହୀ, ଡାକ୍ତର ଭାବଗ୍ରାହୀ ମଲ୍ଲିକ୍‌, ଡାକ୍ତର କଳ୍ପିତା ସାହୁ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ସୁରେଶ ତ୍ରିପାଠୀ, ଡାକ୍ତର ଦେବୀ ପ୍ରସାଦ ସାହୁ, ଡାକ୍ତର ଭାଗ୍ୟଶ୍ରୀ ମହାପାତ୍ର, ଡାକ୍ତର ଏସ୍ ମନିଷା ସକ୍ରିୟ ଭାବେ ଜଡିତ ଥିଲେ । ଏନ୍‌ଆଇସିୟୁର ସମସ୍ତ ନର୍ସ ଏବଂ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଥିଲେ ।

Previous Post

‘ଅଫିସରଙ୍କୁ ଧମକାଉଛନ୍ତି ବିଜେପି ନେତା’

Next Post

କଂଗ୍ରେସର ଆଉ ୯ ଲୋକସଭା ପ୍ରାର୍ଥୀ

Next Post
କଂଗ୍ରେସର ଆଉ ୯ ଲୋକସଭା ପ୍ରାର୍ଥୀ

କଂଗ୍ରେସର ଆଉ ୯ ଲୋକସଭା ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA