Saturday, June 27, 2026 06:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଅଫିସରଙ୍କୁ ଧମକାଉଛନ୍ତି ବିଜେପି ନେତା’

ସିଇଓଙ୍କଠାରେ ପୁଣି ଫେରାଦ ହେଲା ବିଜେଡି

by Our Correspondent
13 Apr, 2024- 06:58 PM
in Latest News, News, Politics
1 min read
0
‘ଅଫିସରଙ୍କୁ ଧମକାଉଛନ୍ତି ବିଜେପି ନେତା’

ଭୁବନେଶ୍ୱର: ନିର୍ବାଚନ କମିସନଙ୍କ ନାଁ ନେଇ ନିର୍ବାଚନ ଡୁ୍ୟଟିରେ ଥିବା ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଓଡ଼ିଶାର ବିଜେପି ନେତା ଓ ପ୍ରାର୍ଥୀମାନେ ଧମକୋଉଛନ୍ତି, ବଦଳି କରିଦେବେ ବୋଲି ଡରଉଛନ୍ତି । ତଥ୍ୟ ପ୍ରମାଣ ସହ ବାରମ୍ବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ସେମାନେ ଏଭଳି କାର୍ଯ୍ୟରୁ ନିବୃତ୍ତ ହେଉନାହାନ୍ତି । ଆଜି ଏହି ମର୍ମରେ ରାଜ୍ୟ ବିଜେଡି ପ୍ରତିନିଧି ଦଳ ପୁନର୍ବାର ସିଇଓଙ୍କଠାରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବିଜେଡିର ଅଭିଯୋଗ ଅନୁଯାୟୀ, ଗତକାଲି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗାଁରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପଦଯାତ୍ରା କଲା ବେଳେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳର ଦୃଶ୍ୟକୁ ସ୍ଥାନୀୟ ସାମ୍ବାଦିକ ପ୍ରକାଶ ହାତୀ ମୋବାଇଲ୍ ରେ ରେକର୍ଡିଂ କରୁଥିବା ଦେଖି ଚିଲିକା ବିଧାୟକ ତାଙ୍କୁ ଗାଳିଗୁଲଜ କରି ଧକ୍କା ମାରିବା ସହ ତାଙ୍କ ହାତରୁ ମୋବାଇଲ୍ ଛଡ଼ାଇ ନେଇଥିଲେ । ଏ ସମ୍ପର୍କରେ ପ୍ରକାଶ ଜଙ୍କିଆ ଥାନାରେ ଅଭିଯୋଗ କରିବା ପରେ ବିଳମ୍ବିତ ରାତିରେ ବିଧାୟକ ଜଗଦ୍ଦେବ ମଦପିଇ ଥାନାକୁ ଯାଇଥିଲେ ଏବଂ ମାମଲା ରଫାଦଫା ପାଇଁ ଆଇଆଇସିଙ୍କୁ ଧମକାଇଥିଲେ । ନଚେତ୍ ନିର୍ବାଚନ କମିସନଙ୍କ ଜରିଆରେ ତାଙ୍କୁ ବଦଳି କରିବା ସହ କଠୋର ଦଣ୍ଡ ମିଳିବ ବୋଲି ଡରେଇଥିଲେ ।

ପୂର୍ବରୁ ଗଞ୍ଜାମ ଓ ଗଜପତିରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ନିର୍ବାଚନ କମିସନଙ୍କ ନାଁକୁ ଅପବ୍ୟବହାର କରି ସରକାରୀ ଅଧିକାରୀମାନଙ୍କୁ ଧମକ ଚମକ ଦେଉଥିବା ସିଇଓଙ୍କ ପାଖରେ ଅଭିଯୋଗ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ନେତା ଓ ପ୍ରାର୍ଥୀମାନେ ବିଡିଓ, ତହସିଲଦାର, ଆଇଆଇସି, ଡିଏସପିମାନଙ୍କୁ ଏଭଳି ଢ଼ଙ୍ଗରେ ବଦଳି ଧମକ ଦେଉଥିବା ନେଇ ସିଇଓଙ୍କ ନଜରକୁ ଅଣାଯାଇଥିଲା ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ।

ରାଜ୍ୟରେ ଅବାଧ, ନିରପେକ୍ଷ ଏବଂ ଭୟମୁକ୍ତ ନିର୍ବାଚନ ପାଇଁ ବିଜେପି ନେତାଙ୍କ ଏଭଳି ଆଚରଣ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସିଇଓଙ୍କୁ ନିବେଦନ କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ମଦପିଇ ଜଙ୍କିଆ ଥାନା ଆଇଆଇସିଙ୍କୁ ଧମକାଇଥିବା ନେଇ ବିଜେଡି ଆଣିଥିବା ଅଭିଯୋଗକୁ କିନ୍ତୁ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଆଁରେଇ ଦେଇଛନ୍ତି । ବିଳମ୍ବିତ ରାତିରେ ସେ ଥାନା ଆଇଆଇସିଙ୍କ ପାଖକୁ ଯାଇଥିଲେ, ମାତ୍ର ମଦ ପିଇ ନ ଥିଲେ କି ତାଙ୍କୁ ଧମକେଇ ନ ଥିଲେ ବୋଲି ବିଧାୟକ କହିଛନ୍ତି ।

ଅନ୍ୟପକ୍ଷରେ, ପୁରୀ ସାଂସଦ ପ୍ରାର୍ଥୀ ଡ. ସମ୍ବିତ ପାତ୍ରଙ୍କ ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡି । ଶ୍ରୀ ପାତ୍ର ଏବଂ ତାଙ୍କର ଟିମ୍ ନିର୍ବାଚନମଣ୍ଡଳୀର ଘରେ ଘରେ
ବିଜେପି ଲୋଗା, ପଦ୍ମ ଚିହ୍ନ ଏବଂ ସମ୍ବିତ ପାତ୍ରଙ୍କ ଫଟୋ ରହିଥିବା ଘଣ୍ଟା ବାଣ୍ଟୁଛନ୍ତି । ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସିଇଓଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିଜେଡି ପ୍ରତିନିଧି ଦଳ ।

ତେବେ ବିଜେଡିର ଏହି ଅଭିଯୋଗ ସଂକ୍ରାନ୍ତରେ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା ମିଳିନାହିଁ ।

Previous Post

ବାହୁବଳୀ ଜଗଦ୍ଦେବଙ୍କ ପୁଣି ଗୁଣ୍ଡାଗର୍ଦ୍ଦି

Next Post

ତିନୋଟି ନବଜାତ ଶିଶୁଙ୍କୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର

Next Post
ତିନୋଟି ନବଜାତ ଶିଶୁଙ୍କୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର

ତିନୋଟି ନବଜାତ ଶିଶୁଙ୍କୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA