ଭୁବନେଶ୍ୱର: ଏକ ନିପଟ ମଫସଲ ଗାଁରେ ଜନ୍ମିତ ବାପା-ମା ଛେଉଣ୍ଡ ୨୪ ବର୍ଷର ଯୁବକ ଅନିମେଶ ପ୍ରଧାନ । ଜଣେ ମେଧାବୀ ଛାତ୍ର ପାଇଁ ସବୁଠାରୁ କଠିନ କୁହାଯାଉଥିବା ଆଇଏଏସ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ରାଉରକେଲା ଏନଆଇଟିରୁ କମ୍ପ୍ୟୁଟର ସାଇନସ୍ ରେ ବି.ଟେକ୍ କରିଥିବା ଅନିମେଶ ପ୍ରଥମ ଉଦ୍ୟମରେ ହିଁ ଏତେ ବଡ଼ ସଫଳତା ପାଇଛନ୍ତି । ତାହା ପୁଣି ବିନା କୋଚିଂରେ । ଅନିମେଶଙ୍କ ଏହି ସଫଳତାରେ ସାରା ଓଡ଼ିଶାବାସୀ ଆଜି ଗର୍ବିତ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।







