Saturday, July 11, 2026 08:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରାୟଶ୍ଚିତ ନା ଭୋଟ ପାଇଁ ବିଜ୍ଞାପନ?

ଜଗନ୍ନାଥଙ୍କୁ ମୋଦୀଭକ୍ତ ସଜାଇ ଅଡୁଆରେ

by Our Correspondent
22 May, 2024- 07:25 PM
in Latest News, News, Politics
1 min read
0
ପ୍ରାୟଶ୍ଚିତ ନା ଭୋଟ ପାଇଁ ବିଜ୍ଞାପନ?

ଭୁବନେଶ୍ୱର: ଆଜି ପ୍ରମୁଖ ଓଡ଼ିଆ ଖବରକାଗଜଗୁଡ଼ିକର ପ୍ରଥମ ପୃଷ୍ଠାକୁ କିଣି ନେଇଛନ୍ତି ଡ. ସମ୍ବିତ ପାତ୍ର । ତାଙ୍କର ଏହି ବିଜ୍ଞାପନ ବାହାରିଛି । ମହାପ୍ରଭୁ ଜଗନ୍ନାଥଙ୍କୁ ମୋଦୀଭକ୍ତ କହିଥିବାରୁ ସେ ଏଥିରେ କ୍ଷମାପ୍ରାର୍ଥନା କରିଛନ୍ତି । ଅତ୍ୟଧିକ ଶୀଘ୍ରତା ଓ ଅଜ୍ଞାନବଶତଃ ହେତୁ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ତାଙ୍କ ମୁହଁରୁ ଭୁଲ୍ କଥା ବାହାରି ଯାଇଛି । ସେଥିପାଇଁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ କ୍ଷମା ମାଗିଛନ୍ତି । ଅନୁତାପରେ ତିନି ଦିନ ଉପବାସ କରୁଛନ୍ତି ବୋଲି ବିଜ୍ଞାପନ ମାଧ୍ୟମରେ ଜଣାଇଛନ୍ତି ।

ଘଟଣାଦିନ ଅର୍ଥାତ୍ ୨୦ ତାରିଖ ସଂଧ୍ୟାରେ ପ୍ରେସମିଟ୍ କରିଥିଲେ ସମ୍ବିତ୍ ପାତ୍ର । ଜଗନ୍ନାଥଙ୍କୁ ମୋଦୀଭକ୍ତ କହିବାଟା ସ୍ଲିପ୍ ଅଫ ଟଙ୍ଗ୍ କହି ଭୁଲ୍ ମାଗିଥିଲେ । ଗତକାଲି ସବୁ ଚାନେଲକୁ ବାଇଟ୍ ଦେଇ ଭୁଲ୍ ର ପ୍ରାୟଶ୍ଚିତ କରିଥିଲେ । ମହାପ୍ରଭୁଙ୍କ ପାଇଁ ୩ ଦିନ ଉପବାସ ରହିବେ ବୋଲି କହିଥିଲେ । ତାଙ୍କ କହିବାନୁଯାୟୀ, ଆଜିଠାରୁ ଶୁକ୍ରବାର ଯାଏଁ ସେ ଉପବାସ ରହିବା କଥା । ମାତ୍ର ଆଜି ବାହାରିଥିବା ବିଜ୍ଞାପନରେ ସେ ସୋମବାରଠାରୁ ତିନି ଦିନ ପାଇଁ ଉପବାସ କରିଥିବା ଜଣାଇଛନ୍ତି । ଅର୍ଥାତ୍ ଆଜି ବୁଧବାର ତାଙ୍କର ଉପବାସ ସରିଯାଉଛି ।

ଦ୍ୱିତୀୟ ଥର ପାଇଁ ପୁରୀରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ଡ. ସମ୍ବିତ୍ ପାତ୍ର । ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପୁରୀ ଆଗମନରେ ଉଲ୍ଲାସିତ ହୋଇଯାଇଥିଲେ । ଏହି ଅବକାଶରେ ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ ମହାପ୍ରଭୁ ଜଗନ୍ନାଥଙ୍କୁ ମୋଦୀଭକ୍ତ ବୋଲି କହି ପକାଇଥିଲେ । ଅର୍ଥାତ୍ ମୋଦୀଙ୍କୁ ବଡ଼ଠାକୁରଙ୍କ ଉପରକୁ ନେଇଯାଇଥିଲେ । ଏହି ମନ୍ତବ୍ୟରେ ମୋଦୀଙ୍କ ପ୍ରତି ତାଙ୍କ ସମର୍ପଣ ଭାବ ଜଳ ଜଳ ଦିଶୁଥିଲା ।

ଟିଭି କ୍ୟାମେରା ଆଗରେ ପ୍ରାଞ୍ଜଳ ଭାଷା କହିବାରେ ଅଭ୍ୟସ୍ତ ବିଜେପିର ଏହି ଜାତୀୟ ମୁଖପାତ୍ରଙ୍କର ଏହି ଦୁଇ ପଦ କଥା ତତକ୍ଷଣାତ୍ ଖାଲି ଓଡ଼ିଶା କାହିଁକି ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, କଂଗ୍ରେସ ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ ସମେତ ଜାତୀୟସ୍ତରର ବଡ଼ ବଡ଼ ସାମ୍ବାଦିକମାନେ ଏହାକୁ ନିନ୍ଦା କରି ଟୁଇଟ୍ କରିଥିଲେ । ଏହାପରେ ସମ୍ବିତଙ୍କର ଭାଷା ବଦଳିଥିଲା ।

ତେବେ ସେ ଭୁଲ୍ ମାଗିବା ଏବଂ ପ୍ରାୟଶ୍ଚିତ କରି ଉପବାସ କରିବା ବିଭିନ୍ନ ଗଣମାଧ୍ୟମରେ ବଡ଼ ଖବର ହୋଇସାରିଲା ପରେ ମଧ୍ୟ ଆଜି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଖବରକାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଦେବା ସମ୍ବିତ୍ ପାତ୍ରଙ୍କର ଆଉ ଏକ ନିରୋଳା ନାଟକ ଓ ବାଚାଳାମୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ବିଜ୍ଞାପନ ବାବଦରେ ସେ ଖର୍ଚ୍ଚ କରିଥିବା ବିପୁଳ ଟଙ୍କା ତାଙ୍କ ନିର୍ବାଚନ ଖର୍ଚ୍ଚରେ ସାମିଲ୍ ହେବ ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନ । ଅବଶ୍ୟ, ଏ ପ୍ରସଙ୍ଗକୁ ବିଜେଡି ଆଜି ନିର୍ବାଚନ କମିସନଙ୍କ ପାଖକୁ ନେଇଛି । ଏହା ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ ବୋଲି ବିଜେଡି ଅଭିଯୋଗ କରିବା ସହ ଖବରକାଗଜ ବିଜ୍ଞାପନ ବାବଦରେ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚକୁ ସମ୍ବିତ ପାତ୍ରଙ୍କ ଆକାଉଣ୍ଟରେ ସାମିଲ କରିବାକୁ ଦାବି କରିଛନ୍ତି ।

ରାଜନୈତିକ ସମୀକ୍ଷକଙ୍କ ମତରେ, ବିଭିନ୍ନ ସମୟରେ ବିବାଦୀୟ କଥା କହି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଓ ନାଟକବାଜି କରିବାରେ ମାହିର ସମ୍ବିତ୍ ପାତ୍ରଙ୍କର ଚାଲାକି ଏଥର ଧରାପଡ଼ିଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭକ୍ତ ସଜାଇ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସେ ଅତ୍ୟଧିକ ସମର୍ପଣ ଭାବ ଦେଖାଇଛନ୍ତି । ମହାପ୍ରଭୁଙ୍କ ପ୍ରତି ତାଙ୍କର ସାମାନ୍ୟ ସମର୍ପଣ ଭାବ ଥିଲେ ଏଭଳି ହୋଇ ନ ଥାନ୍ତା । ତାଙ୍କ ପାଟିରୁ କଥା ଖସିଲା ପରେ ସେ ସେହିଠାରେ ହିଁ ନିଜକୁ ସଂଶୋଧନ କରିପାରିଥାନ୍ତେ ।

ସୋସିଆଲ୍ ମିଡ଼ିଆରେ ଟ୍ରୋଲ୍ ହେଲା ପରେ ପ୍ରାୟଶ୍ଚିତ କରି ବିଜ୍ଞାପନ ଦେବା ଗ୍ରହଣୀୟ ନୁହେଁ । ବାସ୍ତବ କଥା ହେଉଛି, ତାଙ୍କର ମନ୍ତବ୍ୟ ଭୋଟରଙ୍କୁ ଆଘାତ ଦେଇଥିବା ବୁଝିଲା ପରେ ସେ ବାଉଳା ହୋଇଛନ୍ତି । ତେଣୁ ଏହି ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ । ଯାହା ତାଙ୍କ ପାଇଁ ବୁମେରାଂ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସେମାନେ କହିଛନ୍ତି ।

Previous Post

ବିରୋଧୀ ଦଳ ଦିନରେ ଲଣ୍ଠନ ଦେଖାଉଛନ୍ତି: ପାଣ୍ଡିଆନ୍

Next Post

ସାଂସଦ ଅପରାଜିତାଙ୍କ ମୁଖା ଖୋଲିଲେ

Next Post
ସାଂସଦ ଅପରାଜିତାଙ୍କ ମୁଖା ଖୋଲିଲେ

ସାଂସଦ ଅପରାଜିତାଙ୍କ ମୁଖା ଖୋଲିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA