Sunday, June 28, 2026 07:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ବିରୋଧୀ ଦଳ ନେତା

ପ୍ରସନ୍ନ ଆଚାର୍ଯ୍ୟ ଉପନେତା, ପ୍ରମିଳା ମଲ୍ଲିକ ମୁଖ୍ୟ ସଚେତକ

by Our Correspondent
19 Jun, 2024- 06:45 PM
in Latest News, News, Politics
1 min read
0
ନବୀନ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଲଗାତର ପାଞ୍ଚ ଥର ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଏଣିକି ବିଧାନସଭାରେ ବିରୋଧୀ ଦଳର ନେତା ଆସନରେ ଦେଖିବାକୁ ମିଳିବ । ଆଜି ବିଜେଡି ବିଧାୟକ ଦଳ ବୈଠକରେ ତାଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଛି । ସେ ହୋଇଛନ୍ତି ବିରୋଧୀ ଦଳର ନେତା । ଦଳର ବରିଷ୍ଠ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ଭାବେ ନିର୍ବାଚିତ ହୋଇଥିବା ବେଳେ ବିଂଝାରପୁରରୁ ନିର୍ବାଚିତ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ ସଚେତକ ଏବଂ ଆଳି ବିଧାୟକ ପ୍ରତାପ ଦେବ ଉପମୁଖ୍ୟ ସଚେତକ ନିର୍ବାଚିତ ହୋଇଛନ୍ତି ।

ବିଧାନସଭାରେ ଦଳର ନେତା ଚୟନ ପାଇଁ ଆଜି ଅପରାହ୍ନରେ ଶଙ୍ଖ ଭବନଠାରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେଡି ସୁପ୍ରିମୋ ତଥା ହିଞ୍ଜିଳିରୁ ଲଗାତର ଷଷ୍ଠ ଥର ପାଇଁ ନିର୍ବାଚିତ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ସମସ୍ତ ବିଧାୟକ ଏକାସ୍ୱରରେ ନବୀନଙ୍କୁ ନେତା ଭାବେ ଚୟନ କରିଥିଲେ । ସେହିଭଳି ଉପନେତା, ମୁଖ୍ୟ ସଚେତକ ଏବଂ ଉପମୁଖ୍ୟ ସଚେତକ ଭାବେ ଯଥାକ୍ରମେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ ଏବଂ ପ୍ରତାପ ଦେବ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।

ବୈଠକ ଶେଷରେ ଦଳର ସଭାପତି ତଥା ନବ ନିର୍ବାଚିତ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଏହା ଘୋଷଣା କରିଥିଲେ । ବୈଠକରେ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ଚଳିତ ନିର୍ବାଚନ ଫଳାଫଳ ନେଇ ମଧ୍ୟ ଆଲୋଚନା ହୋଇଥିବା ନବୀନ ଜଣାଇଥିଲେ ।

ସୂଚନାଥାଉକି, ଲଗାତର ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିଜେଡି ସରକାର ଚାଲିଥିଲା । ଷଷ୍ଠଥର ପାଇଁ ରାଜ୍ୟରେ ଶାସନଭାର ଗ୍ରହଣ କରିବ ବୋଲି ଦଳ ଆଶା ରଖିଥିଲା ବେଳେ ଫଳାଫଳ ଓଲଟିଗଲା । ୭୮ ଆସନ ପାଇ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିଛି । ଆଉ ବିଜେଡିକୁ ୫୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । କଂଗ୍ରେସ ୧୪ ଆସନ ପାଇଥିଲା ବେଳେ ଅନ୍ୟମାନେ ୪ଟି ପାଇଛନ୍ତି । ଏଥିସହ ପ୍ରଥମ ଥର ପାଇଁ ରାଜ୍ୟରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହୋଇଛି ବିଜେଡି ।

 

Previous Post

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା

Next Post

ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର

Next Post
ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର

ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA