Saturday, July 11, 2026 01:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଓଡ଼ିଆ ଜାତିର ଅସ୍ମିତା ଓ ଆବେଗକୁ ବୁଝିବାକୁ ହେଲେ ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀକୁ ବୁଝିବାକୁ ହେବ’

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ

by Our Correspondent
06 Jul, 2024- 09:40 PM
in Latest News, News
1 min read
0
‘ଓଡ଼ିଆ ଜାତିର ଅସ୍ମିତା ଓ ଆବେଗକୁ ବୁଝିବାକୁ ହେଲେ ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀକୁ ବୁଝିବାକୁ ହେବ’

ଭୁବନେଶ୍ୱର: ତ୍ୟାଗ, ସେବା,  ସ୍ୱାଭିମାନ, ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ । ଓଡ଼ିଆ ଜାତିର ଅସ୍ମିତା ଓ ଆବେଗକୁ ବୁଝିବାକୁ ହେଲେ ତାଙ୍କର ଜୀବନ କାହାଣୀକୁ ବୁଝିବା ପାଇଁ ହେବ ବୋଲି ଶନିବାର ଭୁବନେଶ୍ୱର ଠାରେ “ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ”ରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଲୋକସେବକ ମଣ୍ଡଳ ଓ ଦୈନିକ ସମାଜ ପରିବାର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ପଣ୍ଡିତ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ଯେ ପଣ୍ଡିତ ଗୋପବନ୍ଧୁ ଏପରି ଜଣେ ମହାନାୟକ ଓ ଦିଗଦର୍ଶକ ଥିଲେ, ଯେ ନିଜର ଲେଖା ମାଧ୍ୟମରେ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଆ ଜାତିକୁ ପ୍ରେରିତ କରିଆସୁଛନ୍ତି । ପଣ୍ଡିତ ଗୋପବନ୍ଧୁ ବାଲ୍ୟକାଳରୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସର୍ବସ୍ୱ ସମାଜକୁ ସମର୍ପିତ କରିଥିଲେ । ଭାରତବର୍ଷରେ ଏଭଳି ବ୍ୟକ୍ତିଙ୍କ ଜ୍ୱଳନ୍ତ ଉଦାହରଣ ବହୁତ କମ ଦେଖିବାକୁ ମିଳେ ।

ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ଗଠନରେ ପଣ୍ଡିତଙ୍କ ନେତୃତ୍ୱ ଓ ଦୂରଦୃଷ୍ଟି ଥିଲା ଅତୁଳନୀୟ ।  ଆସନ୍ତା ପ୍ରାୟ ୧୨ ବର୍ଷ ପରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ଆଉ ପ୍ରାୟ ୨୩ ବର୍ଷ ପରେ ୨୦୪୭ରେ ଦେଶ ଭାରତ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ । ପଣ୍ଡିତ ଗୋପବନ୍ଧୁଙ୍କ ପରି ଓଡ଼ିଆ ଜନଜୀବନରେ ଉପଲବ୍ଧି କରିଥିବା ଅନେକ ବ୍ୟକ୍ତିତ୍ୱଙ୍କ ଇତିହାସ ସେହି ତୁଳନାରେ ପରିପ୍ରକାଶ ହୋଇପାରିନାହିଁ । ୨୦୩୬ର ନୂଆ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଭାରତର ଲକ୍ଷ୍ୟରେ ଆମେ ଅଗ୍ରସର ହେଉଥିବା ବେଳେ ପଣ୍ଡିତ ଗୋପବନ୍ଧୁଙ୍କ ପରି ଅମୂଲ୍ୟ ବ୍ୟକ୍ତିମାନଙ୍କ ବୌଦ୍ଧିକ ସମ୍ପଦ ଓ ମୂଲ୍ୟବୋଧକୁ ପୁନଃସ୍ଥାପିତ କରିବା । ସମୟ ଅନୁସାରେ ଓଡ଼ିଆ ଜାତି ନିଜର ଅସ୍ତିତ୍ୱକୁ ପୁନଃସ୍ଥାପିତ କରୁ, ଏହା ଆଜିର ସଂକଳ୍ପନା ହେଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପଣ୍ଡିତ ଗୋପବନ୍ଧୁଙ୍କ ସ୍ମୃତିରେ ସ୍ମରଣିକା ‘ଶ୍ରାଦ୍ଧସଂଖ୍ୟା’ ମଧ୍ୟ ଉନ୍ମୋଚିତ ହୋଇଯାଇଛି ।

Previous Post

ମୁଖ୍ୟମନ୍ତ୍ରୀଙ୍କ କୃଷି ଭବନ ପରିଦର୍ଶନ, ଚାଷୀ ସଂଗଠନ ସହିତ ଆଲୋଚନା

Next Post

ବିଜେଡି ଘର ସଜଡ଼ା; ନାଁ କୁ ନବୀନ, ନେପଥ୍ୟରେ ପାଣ୍ଡିଆନ୍

Next Post
ବିଜେଡି ଘର ସଜଡ଼ା; ନାଁ କୁ ନବୀନ, ନେପଥ୍ୟରେ ପାଣ୍ଡିଆନ୍

ବିଜେଡି ଘର ସଜଡ଼ା; ନାଁ କୁ ନବୀନ, ନେପଥ୍ୟରେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA