Saturday, July 11, 2026 12:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡି ଘର ସଜଡ଼ା; ନାଁ କୁ ନବୀନ, ନେପଥ୍ୟରେ ପାଣ୍ଡିଆନ୍

by Our Correspondent
08 Jul, 2024- 05:31 PM
in Latest News, News, Politics
1 min read
0
ବିଜେଡି ଘର ସଜଡ଼ା; ନାଁ କୁ ନବୀନ, ନେପଥ୍ୟରେ ପାଣ୍ଡିଆନ୍

ଭୁବନେଶ୍ୱର: ନିର୍ବାଚନରେ ବିପର୍ଯ୍ୟୟର ସାମନା କରିଥିବା ବିଜୁ ଜନତା ଦଳର ଘର ସଜାଡ଼ିବା କାମ ଆରମ୍ଭ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ପବିତ୍ର ରଥଯାତ୍ରାରେ ଗତକାଲି ସେ ଦଳର ରାଜ୍ୟ କମିଟିଗୁଡ଼ିକୁ ଭାଙ୍ଗି କିଛି ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି, ନବୀନ ବାବୁ ତାଙ୍କର ରାଜନୈତିକ ସଚିବ ଭାବେ ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । କର୍ପୋରେଟ୍ ଜଗତ ଛାଡ଼ି ରାଜନୀତିରେ ପାଦ ଦେଇଥିବା ଡ. ମିଶ୍ର ଚଳିତ ନିର୍ବାଚନରେ କଟକ ଲୋକସଭା ଆସନରୁ ଲଢ଼ି ପରାଜିତ ହୋଇଛନ୍ତି । ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ତାଙ୍କର ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ସୁକାନ୍ତ କୁମାର ପଣ୍ଡାଙ୍କୁ ସେହି ପଦବୀରେ ନିଯୁକ୍ତି ଦେଇଛନ୍ତି । ଏମାନଙ୍କ ଛଡ଼ା ୪ ଜଣ ଗଣମାଧ୍ୟମ ସଂଯୋଜକ, ୧୪ ଜଣ ରାଜ୍ୟ ମୁଖପାତ୍ର ଏବଂ ୫ ଜଣ ଜାତୀୟ ମୁଖପାତ୍ରଙ୍କୁ ନବୀନ ବାବୁ ନିଯୁକ୍ତି ଦେଇଛନ୍ତି ।

ପ୍ରତାପ ଜେନାଙ୍କୁ ସିନିଅର୍ ମିଡିଆ କୋଅର୍ଡିନେଟର ବା ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଏବଂ ଡ. ଲେନିନ୍ ମହାନ୍ତି ଓ ଡ. ପ୍ରିୟବ୍ରତ ମାଝୀଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି । ସ୍ୱୟମ୍ ପ୍ରକାଶଙ୍କୁ ସୋସିଆଲ୍ ମିଡିଆ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି ।

ରାଜ୍ୟ ମୁଖପାତ୍ରମାନେ ହେଲେ- ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ଡ. ଅରୁଣ କୁମାର ସାହୁ, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡିଂ, ଶ୍ରୀମତୀ ସୁଲତା ଦେଓ, ରମେଶ ଚନ୍ଦ୍ର ମାଝୀ, ଭ୍ରୁଗୁ ବକ୍ସିପାତ୍ର, ଡ. ଲେନିନ୍ ମହାନ୍ତି ।

ଜାତୀୟ ମୁଖପାତ୍ରମାନେ ହେଲେ- ଡ. ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ୍ ପାତ୍ର, ପ୍ରଦୀପ କୁମାର ମାଝୀ ।

ବିଜେଡି ସଭାପତି ତାଙ୍କର ଏହି ନିଷ୍ପତ୍ତିରେ ରାଜ୍ୟ କମିଟିଗୁଡ଼ିକୁ ଭାଙ୍ଗି ଦେଇଥିଲେ ମଧ୍ୟ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାମାନଙ୍କର ପଦବୀ ବଜାୟ ରଖିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେଡିର ନବକଳେବର ଯୋଜନାରେ ନବୀନଙ୍କର ଏହି ନିଷ୍ପତ୍ତି ପଛରେ ଭି. କେ. ପାଣ୍ଡିଆନଙ୍କର ପ୍ରମୁଖ ଭୂମିକା ଥିବା ଆଲୋଚନା ହେଉଛି । ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିବା ପାଣ୍ଡିଆନ ଯେ ନବୀନଙ୍କ ପଛରେ ରହି ପୂର୍ବଭଳି ସବୁ ନିଷ୍ପତ୍ତି ନେଉଛନ୍ତି ଏଥିରୁ ସ୍ପଷ୍ଟ ହେଉଛି । ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ଡ. ସଂତୃପ୍ତି ମିଶ୍ରଙ୍କୁ ନବୀନଙ୍କର ରାଜନୈତିକ ସଚିବ ଭାବେ ନିଯୁକ୍ତି ସେଇ ପାଣ୍ଡିଆନଙ୍କର ନିଷ୍ପତ୍ତି ଏବଂ ଅସଲରେ ସେ ହିଁ ବିଜେଡିକୁ ନିୟନ୍ତ୍ରଣରେ ରଖିବାର ଯୋଜନା ରଖିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏହି ଘଟଣାରୁ ଗତ ନିର୍ବାଚନ ବିପର୍ଯ୍ୟୟରୁ ନବୀନ ବାବୁ ଯେ କିଛି ଶିଖିନାହାନ୍ତି ତାହା ଜଳ ଜଳ ଦେଖାଯାଉଛି ।

Previous Post

‘ଓଡ଼ିଆ ଜାତିର ଅସ୍ମିତା ଓ ଆବେଗକୁ ବୁଝିବାକୁ ହେଲେ ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀକୁ ବୁଝିବାକୁ ହେବ’

Next Post

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି

Next Post
ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA