Friday, June 26, 2026 03:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସମ୍ ରେ ଜଟିଳ ଯକୃତ ସମସ୍ୟାରେ ପୀଡ଼ିତ ବାଳିକାର ପ୍ଲାଜମ୍ ଏକ୍ସଚେଞ୍ଜ ଦ୍ୱାରା ସଫଳ ଚିକିତ୍ସା

by Our Correspondent
06 Aug, 2024- 09:00 PM
in Health, Latest News, News
1 min read
0
ସମ୍ ରେ ଜଟିଳ ଯକୃତ ସମସ୍ୟାରେ ପୀଡ଼ିତ ବାଳିକାର ପ୍ଲାଜମ୍ ଏକ୍ସଚେଞ୍ଜ ଦ୍ୱାରା ସଫଳ ଚିକିତ୍ସା

ଭୁବନେଶ୍ୱର : ଯକୃତ ନଷ୍ଟ ହୋଇ ଗୁରୁତର ହୋଇପଡ଼ିଥିବା ଜଣେ ୯ ବର୍ଷୀୟା ବାଳିକାଙ୍କର ପ୍ଲାଜ୍‌ମା ଏକ୍ସଚେଞ୍ଜ ଚିକିତ୍ସା ମାଧ୍ୟମରେ ସମ୍ ଅଲ୍ଟିମେଟ ମେଡିକେୟାରର ଚିକିତ୍ସକ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି । ବାହ୍ୟ ସଂକ୍ରମଣ ଯୋଗୁଁ ଜଣ୍ଡିସ୍‌ରେ ପୀଡ଼ିତା ବାଳିକାଟି ଅସୁସ୍ଥ ଅବସ୍ଥାରେ ସମ୍ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ସିନିୟର କନ୍‌ସଲ୍‌ଟାଂଟ ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଅୟସକାନ୍ତ ସିଂହଙ୍କ ଅଧିନରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ତେବେ ତାଙ୍କର ଅବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେ ଙ୍କ ଅଧୀନକୁ ଅଣାଯାଇ ଏନ୍‌ଆଇସିୟୁରେ ଭର୍ତି କରାଯାଇଥିଲା ।

ବାଳିକାଟି ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଡାକ୍ତରୀ ଟିମ୍ ତା’ର ପ୍ଲାଜ୍‌ମା ଏକ୍ସଚେଞ୍ଜ କରିବା ନିମନ୍ତେ ନିଷ୍ପତି ନେଇଥିଲେ । ଏହାକୁ ଲିଭର ଡାଏଲିସିସ ମଧ୍ୟ କୁହାଯାଇଥାଏ । ଏହି କ୍ଷେତ୍ରରେ ଯକୃତ ପ୍ରତ୍ୟାରୋପଣ ସମ୍ଭବ ନଥିବାରୁ ପ୍ଲାଜ୍‌ମା ଏକ୍ସଚେଞ୍ଜ କରିବାକୁ ନିଷ୍ପତି ନିଆଯାଇଥିଲା ବୋଲି ଏହି ଚିକିତ୍ସା ପ୍ରକ୍ରିୟାର ନେତୃତ୍ୱ ନେଇଥିବା ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ଆସୋସିଏଟ୍ କନ୍‌ସଲଟାଂଟ ଡାକ୍ତର ଗଦାଧର ପଣ୍ଡା କହିଛନ୍ତି । ଏଭଳି ସମସ୍ୟା କ୍ଷେତ୍ରରେ ରୋଗୀର ମୃତ୍ୟୁ ହାର ପ୍ରାୟ ୯୦ ପ୍ରତିଶତ ହୋଇଥାଏ ବୋଲି ଡାକ୍ତର ଦେ କହିଛନ୍ତି । ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ଆସୋସିଏଟ୍ କନ୍‌ସଲ୍‌ଟାଂଟ ଡାକ୍ତର ସମ୍ଭିତ୍ ଭୂୟାଁ ଏହାକୁ ଏକ ଜଟିଳ ପ୍ରକ୍ରିୟା କହିଥିଲା ବେଳେ ବାଳିକାଟିର ଜୀବନ ପ୍ରତି ବିପଦ ଥିଲା ବୋଲି କହିଛନ୍ତି । ସେହିପରି ପ୍ଲାଜ୍‌ମା ଏକ୍ସଚେଞ୍ଜ ଏକ ଜଟିଳ ପ୍ରକ୍ରିୟା ବୋଲି ଡାକ୍ତର ସିଂହ ସୂଚନା ଦେଇଥିଲେ ।

ପ୍ଲାଜ୍‌ମା ଏକ୍ସଚେଞ୍ଜର ୪ଟି ପର୍ଯ୍ୟାୟ ଚିକିତ୍ସା ପରେ ବାଳିକାଟି ଧୀରେଧୀରେ ସୁସ୍ଥ ହୋଇଥିଲା ଏବଂ ତା’ର ଯକୃତ ମଧ୍ୟ ଠିକ୍ ଭାବେ କାମ କରିବା ଆରମ୍ଭ କରିଥିଲା । ସୁସ୍ଥ ହେବା ପରେ ତାକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି । ବର୍ତମାନ ସେ ଖାଦ୍ୟ ଗ୍ରହଣ କରିବାରେ ମଧ୍ୟ ସକ୍ଷମ ହୋଇପାରୁଛି ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

ଝିଅ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସମ୍ ର ଚିକିତ୍ସା ପଦ୍ଧତି ଓ ଚିକିତ୍ସକଙ୍କୁ କୃତଜ୍ଞତା ଜଣାଇଛନ୍ତି ବାଳିକାଟିର ବାପା ମହମ୍ମଦ ନସିମ୍ । ଅସୁସ୍ଥ ଝିଅକୁ ଧରି ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରି ନଥିଲା । ଡାକ୍ତରମାନଙ୍କ ଦ୍ୱାରା ବାଳିକାଟିର ପ୍ରକୃତ ରୋଗ ନିରୂପଣ କରାଯିବା ସହ ଉତମ ଚିକିତ୍ସା ପଦ୍ଧତି ଯୋଗୁଁ ହିଁ ତାଙ୍କ ଝିଅର ଜୀବନ ରକ୍ଷା ହୋଇପାରିଲା ବୋଲି ନସିମ୍ କହିଛନ୍ତି ।

Previous Post

ଜିଲ୍ଲାପାଳଙ୍କ ରିପୋର୍ଟ କାଇଁ ?

Next Post

୨୦୪୭ ସୁଦ୍ଧା ଓଡ଼ିଶା ଅର୍ଥନୀତି ୧.୫୦ ଟ୍ରିଲିଅନ୍ ଡଲାର ପହଞ୍ଚିବା ଲକ୍ଷ୍ୟ

Next Post
୨୦୪୭ ସୁଦ୍ଧା ଓଡ଼ିଶା ଅର୍ଥନୀତି ୧.୫୦ ଟ୍ରିଲିଅନ୍ ଡଲାର ପହଞ୍ଚିବା ଲକ୍ଷ୍ୟ

୨୦୪୭ ସୁଦ୍ଧା ଓଡ଼ିଶା ଅର୍ଥନୀତି ୧.୫୦ ଟ୍ରିଲିଅନ୍ ଡଲାର ପହଞ୍ଚିବା ଲକ୍ଷ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA