Friday, June 26, 2026 01:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜିଲ୍ଲାପାଳଙ୍କ ରିପୋର୍ଟ କାଇଁ ?

ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା

by Our Correspondent
06 Aug, 2024- 08:27 PM
in Latest News, News
1 min read
0
ଜିଲ୍ଲାପାଳଙ୍କ ରିପୋର୍ଟ କାଇଁ ?

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ସହ ଜୁଲାଇ ୨୨ରୁ ଆରମ୍ଭ ହେଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଆରମ୍ଭରୁ ହିଁ ଗୃହ ଅଶାନ୍ତ ହୋଇପଡ଼ିଲା । ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବା ବେଳେ ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେଡି ଓ କଂଗ୍ରେସ ଅଭିଯୋଗ ଆଣିଲେ । ପ୍ରତିବାଦରେ ରାଜ୍ୟପାଳଙ୍କ ଭାଷଣକୁ ବର୍ଜନ କରି କକ୍ଷତ୍ୟାଗ କଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏ ପ୍ରସଙ୍ଗରେ ନିଜର କଠୋର ଆଭିମୁଖ୍ୟ ଗଣମାଧ୍ୟମରେ ରଖିଲେ । ଜବାବରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ରାଜ୍ୟପାଳଙ୍କ ପୁଅ ବିରୋଧରେ ଆସିଥିବା ଅଭିଯୋଗ ଉପରେ ପୁରୀ ଜିଲ୍ଲାପାଳ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବେ । ରିପୋର୍ଟ ଆସିଲା ପରେ ଦୋଷୀ ଯିଏ ହୁଅନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିରୋଧୀ ଦଳ ଧୈର୍ଯ୍ୟ ରଖନ୍ତୁ ବୋଲି ମଧ୍ୟ ସେ କଟାକ୍ଷ କଲେ ।

ଆଇନମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ଆଜିକୁ ୧୫ ଦିନ ପୂରିଗଲା । ମାତ୍ର ଜିଲ୍ଲାପାଳଙ୍କ ରିପୋର୍ଟ ସମ୍ପର୍କରେ କାହାରି ପାଟିରୁ ଉଁ ଚୁଁ ଶୁଭୁନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏଥିନେଇ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ । ଦଳେ ଝାଡ଼ଖଣ୍ଡୀ ଯୁବକଙ୍କ ଦ୍ୱାରା କାର୍ଯ୍ୟରତ ଜଣେ ଓଡିଆ ଅଧିକାରୀ ମାଡ଼, ଗାଳି, ନିର୍ଯ୍ୟାତନା ପାଇଥିଲେ ମଧ୍ୟ ଓଡ଼ିଆ ଅସ୍ମିତା ହଜିଗଲା । ଯେଉଁ ମାମଲାର ତଦନ୍ତ ପୁଲିସ କରିବା କଥା, ଜିଲ୍ଲାପାଳ ତାହାର ତଦନ୍ତ କରିବେ ବୋଲି ମନ୍ତ୍ରୀ କାହିଁକି କହିଲେ ତାହା ମଧ୍ୟ ବୁଝାପଡ଼ିଲା ନାହିଁ ।

ଠିକ୍ ମାସେ ତଳେ, ଜୁଲାଇ ୭ ତାରିଖ ରାତିରେ ପୁରୀ ରାଜଭବନରେ ଏହି ଅଘଟଣ ଘଟିଥିଲା । ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଏବଂ ତାଙ୍କର ୫ ଜଣ ସହଯୋଗୀ ମିଶି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ପିଟିଥିଲେ । ହତ୍ୟା ଧମକ ଦେଇ ଡ଼ରାଇଥିଲେ । ଜୋତାରେ ଛେପ ପକାଇ ଚାଟିବାକୁ କହିଥିଲେ । ରାଜ୍ୟପାଳଙ୍କ ପୁଅ ଥିଲେ ଏହି ଜଘନ୍ୟ କାଣ୍ଡର ମୁଖ୍ୟ ସର୍ଦ୍ଦାର ।

ମାଡ଼ ଓ ନିର୍ଯ୍ୟାତନା ପାଇଥିବା ଏଏସଓ ଶ୍ରୀ ପ୍ରଧାନ ପରଦିନ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ପରେ ତାଙ୍କ ପତ୍ନୀ ପୁରୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଥିଲେ । ପୁଲିସ ପ୍ରଥମେ ଏତଲା ରଖୁ ନ ଥିଲା । ମାତ୍ର ରାଜ୍ୟ ସଚିବାଳୟ ସଂଘର ହସ୍ତକ୍ଷେପରେ ପୁଲିସ ଏତଲାକୁ ଥାନାରେ ରେଜିଷ୍ଟ୍ରି କଲା । ହେଲେ ତଦନ୍ତ କଲା ନାହିଁ ।

୧୩ ତାରିଖରେ ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ରାଜ୍ୟପାଳ ଶ୍ରୀ ଦାସ ପୀଡ଼ିତ ଓ ତାଙ୍କ ପରିବାରଙ୍କ ସହ ରାଜଭବନରେ ଆଲୋଚନା କରିଥିଲେ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜେ ରାଜ୍ୟପାଳ ପ୍ରତିଶ୍ରୁତି ଦେଇ ୭ ଦିନ ସମୟ ନେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଷ୍ଟିକୁ ବି ମାମଲା ଅଣାଯାଇଥିଲା ଏବଂ ସମାନ ପ୍ରତିଶ୍ରୁତି ମିଳିଥିଲା ।

ଆସନ୍ତାକାଲି ଏହି ଘଟଣାକୁ ମାସେ ପୂରୁଛି । ମାତ୍ର ଏ ପର୍ଯ୍ୟନ୍ତ ଏହି ଅପରାଧିକ ମାମଲାର ତଦନ୍ତ ପୁଲିସ କଲାନି । ବିଧାନସଭାରେ ଏହାକୁ ନେଇ ଝଡ଼ ବୋହିବା ପରେ ଆଇନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆସିଲାନି । ତଦନ୍ତ ରିପୋର୍ଟ କେବେ ଆସିବ ଏବଂ ଅପରାଧୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି ।

Previous Post

ବନ୍ଧା ହେଲେ ମାଲଦାର ଯନ୍ତ୍ରୀ

Next Post

ସମ୍ ରେ ଜଟିଳ ଯକୃତ ସମସ୍ୟାରେ ପୀଡ଼ିତ ବାଳିକାର ପ୍ଲାଜମ୍ ଏକ୍ସଚେଞ୍ଜ ଦ୍ୱାରା ସଫଳ ଚିକିତ୍ସା

Next Post
ସମ୍ ରେ ଜଟିଳ ଯକୃତ ସମସ୍ୟାରେ ପୀଡ଼ିତ ବାଳିକାର ପ୍ଲାଜମ୍ ଏକ୍ସଚେଞ୍ଜ ଦ୍ୱାରା ସଫଳ ଚିକିତ୍ସା

ସମ୍ ରେ ଜଟିଳ ଯକୃତ ସମସ୍ୟାରେ ପୀଡ଼ିତ ବାଳିକାର ପ୍ଲାଜମ୍ ଏକ୍ସଚେଞ୍ଜ ଦ୍ୱାରା ସଫଳ ଚିକିତ୍ସା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA