Tuesday, May 13, 2025 07:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ବନ୍ଧା ହେଲେ ମାଲଦାର ଯନ୍ତ୍ରୀ

୨ଟି ତିନିମହଲା କୋଠା, ୨ ଫ୍ଲାଟ୍, ୪୫ ପ୍ଲଟ୍

by Our Correspondent
06 Aug, 2024- 11:10 AM
in Crime, Latest News, News
1 min read
0
ବନ୍ଧା ହେଲେ ମାଲଦାର ଯନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ବାନ୍ଧିଛି ଭିଜିଲାନସ୍ । ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ତାଙ୍କୁ ଆଜି ଗିରଫ କରାଯାଇଛି । ଏହି ବାବୁଙ୍କର ୨ଟି ତିନିମହଲା କୋଠା, ଦୁଇଟି ଫ୍ଲାଟ୍, ୪୫ ଟି ପ୍ଲଟ୍ ଥିବା ବେଳେ ଘରୁ ମିଳିଛି କେଜିଏ ସୁନା ଅଳଙ୍କାର, ୩୦୦ ଗ୍ରାମ ରୂପା, ୧ କୋଟି ୬୨ ଲକ୍ଷ ଟଙ୍କାର ଜମା । ବାବୁଙ୍କର ଚାକିରି ସାଙ୍ଗକୁ ଔଷଧ ଦୋକାନ ଏବଂ କ୍ରସର୍ ବେପାର ବି ରହିଛି ।

ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନସ୍ ଗତକାଲି ଭୁବନେଶ୍ୱର, କଟକ, ଭଦ୍ରକ, ଯାଜପୁର ଏବଂ ଖୋର୍ଦ୍ଧାରେ ଥିବା ଶ୍ରୀ ରଥଙ୍କର ଘର, ଅଫିସ ଏହିଭଳି ମୋଟ ୧୨ଟି ଜାଗାରେ ଚଢ଼ଉ କରିଥିଲା । ତାଙ୍କର ବିପୁଳ ସମ୍ପତ୍ତି ଦେଖି ଭିଜିଲାନସ୍ ଅଧିକାରୀମାନେ ତାଜୁବ୍ ହୋଇଯାଇଥିଲେ । ଭୁବନେଶ୍ୱର ପାଣ୍ଡରାସ୍ଥିତ ସତ୍ୟ ବିହାରରେ ଏ ବାବୁଙ୍କର ଏକ ତିନି ମହଲାର ଅତ୍ୟାଧୁନିକ କୋଠା ରହିଛି । ସେଠି ପରିବାର ସହ ରହୁଛନ୍ତି । ଭଦ୍ରକରେ ମଧ୍ୟ ତାଙ୍କର ଆଉ ଏକ ତିନି ମହଲାର ଆବାସିକ କୋଠା ରହିଛି । ଏହାବାଦ୍ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଓୟଷ୍ଟର୍ ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍ ଏବଂ ପାତ୍ରପଡ଼ାରେ ଏକ ଫ୍ଲାଟ୍ ଅଛି । ଢ଼େଙ୍କାନାଳ ଜିଲ୍ଲା ଘଟିପିରିରେ ଏକ କ୍ରସର୍ ୟୁନିଟ୍ ଅଛି । ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟ୍ ରେ ଏକ ଔଷଧ ଦୋକାନ ଅଛି ।

ଏହି କରିତକର୍ମା ଯନ୍ତ୍ରୀଙ୍କର ୪୫ଟି ପ୍ଲଟ୍ ଠାବ ହୋଇଛି । ସେଥି ମଧ୍ୟରୁ ଭୁବନେଶ୍ୱରରେ ୮, କଟକରେ ୨, ଭଦ୍ରକରେ ୪, ଢ଼େଙ୍କାନାଳରେ ୨ ଓ ଯାଜପୁର ଜିଲ୍ଲାରେ ୨୯ଟି ପ୍ଲଟ୍ ରହିଛି । ଏହି ସବୁ ପ୍ଲଟ୍ କୁୁ ନିଜ ନାଁରେ, ପତ୍ନୀଙ୍କ ନାଁରେ ଏବଂ ସମ୍ପର୍କୀୟଙ୍କ ନାଁରେ କିଣିଛନ୍ତି । ଠାବ ହୋଇଥିବା ପ୍ଲଟ୍ ର ମୋଟ ମୂଲ୍ୟ ପାଖାପାଖି ଅଢ଼େଇ କୋଟି ହେବ ବୋଲି ଆକଳନ କରାଯାଇଥିଲେ ମଧ୍ୟ ପ୍ରକୃତ ମୂଲ୍ୟ ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି ।

ବାବୁଙ୍କ ଘରୁ ୧ କେଜି ସୁନା ଅଳଙ୍କାର, ୩୦୦ ଗ୍ରାମ ରୂପା, ୧ କୋଟି ୬୨ ଲକ୍ଷ ଟଙ୍କାର ଜମା, ଦୁଇଟି ଚାରିଚକିଆ ଗାଡ଼ି, ଦୁଇଟି ଜେସିବି, ଗୋଟିଏ ଏସ୍କାଭେଟର୍, ଗୋଟିଏ ରକ୍ ବ୍ରେକର୍ ଇତ୍ୟାଦି ଜବତ ହୋଇଛି ।

Previous Post

ବିପର୍ଯ୍ୟୟ କାରଣ ନ ଖୋଜି ଆଗକୁ ବଢ଼ିଲେ ନବୀନ

Next Post

ଜିଲ୍ଲାପାଳଙ୍କ ରିପୋର୍ଟ କାଇଁ ?

Next Post
ଜିଲ୍ଲାପାଳଙ୍କ ରିପୋର୍ଟ କାଇଁ ?

ଜିଲ୍ଲାପାଳଙ୍କ ରିପୋର୍ଟ କାଇଁ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA