Tuesday, June 23, 2026 08:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲୟଲା ଇଣ୍ଟରନ୍ୟାସନାଲ ସ୍କୁଲ ସିଏସଏମ୍ ସିନାପ୍ସ ୩.୦ ସ୍କୁଲ କ୍ବିଜ୍ ବିଜେତା

by Our Correspondent
22 Aug, 2024- 11:44 PM
in Latest News, News
1 min read
0
ଲୟଲା ଇଣ୍ଟରନ୍ୟାସନାଲ ସ୍କୁଲ ସିଏସଏମ୍ ସିନାପ୍ସ ୩.୦ ସ୍କୁଲ କ୍ବିଜ୍ ବିଜେତା

ଭୁବନେଶ୍ବର : ଓଡ଼ିଶାର ପ୍ରମୁଖ ଆନ୍ତଃବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ସିଏସ୍ଏମ୍ ସିନାପ୍ସର ତୃତୀୟ ସଂସ୍କରଣରେ ଲୟଲା ଇଣ୍ଟରନ୍ୟାସନାଲ୍ ସ୍କୁଲ ଚାମ୍ପିୟନ ହୋଇଛି। ଚଳିତ ବର୍ଷର ପ୍ରତିଯୋଗିତାରେ ଆହ୍ବାନମୂଳକ ପ୍ରଶ୍ନ, ଆକର୍ଷଣୀୟ ରୋମାଞ୍ଚଭରା ଖେଳ ଏବଂ ଆକର୍ଷଣୀୟ ପୁରସ୍କାରର ମିଶ୍ରଣ ଦେଖିବାକୁ ମିଳିଥିଲା ।

ଲୟଲାର ପୂର୍ବାଶା ଫାଲଗୁନି ଓ ପ୍ରତ୍ୟକ୍ଷ ରସ୍ତୋଗିଙ୍କ ଯୋଡ଼ି ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଗ୍ରାଣ୍ଡ ଫିନାଲେରେ ଅନ୍ୟ ୫ଟି ଜୋନାଲ ବିଜେତା ଦଳକୁ ପରାସ୍ତ କରି ୫୦,୦୦୦ ଟଙ୍କାର ଗ୍ରାଣ୍ଡ ପୁରସ୍କାର ହାସଲ କରିଛନ୍ତି। ୟୁନିଟ୍-୮ ଡିଏଭିର ପ୍ରତ୍ୟୁଷ ଧଳ ଓ ଅୟନ ସେନାପତି ଉପବିଜେତା ହେବା ସହ ୨୫ ହଜାର ଟଙ୍କା ପୁରସ୍କାର ପାଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ବ୍ରହ୍ମପୁର), ଇଣ୍ଡୋ ଇଂଲିଶ ସ୍କୁଲ (ରାଉରକେଲା), ଦିଲ୍ଲୀ ପବ୍ଲିକ ସ୍କୁଲ (ପାରାଦୀପ ରିଫାଇନାରୀ) ଏବଂ ଦୀପିକା ଇଂଲିଶ ମିଡିୟମ ସ୍କୁଲ (ରାଉରକେଲା)କୁ ଜୋନାଲ ବିଜେତା ଭାବେ ସମ୍ମାନିତ କରାଯାଇଥିଲା।

ସିଏସଏମର ସିଟିଓ ଲଗ୍ନା ପଣ୍ଡା, ସିଏଚଆରଓ ପ୍ରଦ୍ୟୁତ ମୋହନ ଦାଶ ବିଜେତା ଓ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ସିଏସଏମ ଟେକର ସିଏଫ୍ଓ ମନୋଜ କୁମାର ପାତ୍ର ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ ପ୍ରଶଂସା କରିଥିଲେ।

୨୦୨୪ ସଂସ୍କରଣରେ ଏକ ଅଭିନବ ଦୁଇ ସ୍ତରୀୟ ଢାଞ୍ଚା ପ୍ରଚଳନ କରାଯାଇଥିଲା, ଯେଉଁଥିରେ ଜୁଲାଇରେ ତିନୋଟି ଜୋନାଲ କ୍ୱିଜ୍ ରହିଥିଲା, ଯାହା ଗ୍ରାଣ୍ଡ ଷ୍ଟେଟ୍ ଫିନାଲେରେ ଶେଷ ହୋଇଥିଲା। ଏହି ନୂତନ ଫର୍ମାଟ୍ ପ୍ରତିଯୋଗିତାର ପହଞ୍ଚ ଏବଂ ପ୍ରତିଦ୍ବନ୍ଦିତାକୁ ବଢ଼ାଇଥିଲା ଏବଂ ଅଂଶଗ୍ରହଣକାରୀମାନଙ୍କୁ ଅଧିକ ଆହ୍ୱାନପୂର୍ଣ୍ଣ ଏବଂ ଲାଭଦାୟକ ଅଭିଜ୍ଞତା ପ୍ରଦାନ କରିଥିଲା । ଏହି ଢାଞ୍ଚାରେ ପ୍ରତିଯୋଗିତାକୁ ଦୁଇଟି ସ୍ତରରେ ବିଭକ୍ତ କରାଯାଇଥିଲା- ଜୋନାଲ କ୍ୱିଜ୍ ଏବଂ ଗ୍ରାଣ୍ଡ ଷ୍ଟେଟ୍ ଫିନାଲେ। ପ୍ରତ୍ୟେକ ଜୋନାଲ ରାଉଣ୍ଡରୁ ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲରେ ପ୍ରବେଶ କରିଥିଲେ।

ସିଏସଏମ ପ୍ରତିବର୍ଷ ସିନାପ୍ସ ଆୟୋଜନ କରିଥାଏ । ଭାରତର ଜଣାଶୁଣା କୁଇଜ୍ ମାଷ୍ଟର ତଥା ଲୋକପ୍ରିୟ ଟିଭି ଧାରାବାହିକ ‘କୌନ ବନେଗା କୋଟିପତି’ର ରିସର୍ଚ୍ଚ ମୁଖ୍ୟ ଆଦିତ୍ୟନାଥ ମୁବାୟୀଙ୍କ ନେତୃତ୍ୱରେ କୁଇଜକ୍ରାଫ୍ଟ ଗ୍ଲୋବାଲ ସହଯୋଗରେ ଏହାକୁ ଆୟୋଜନ କରାଯାଇଥାଏ । ଏହି ଭାଗିଦାରୀ ସମସ୍ତ ପ୍ରତିଯୋଗୀଙ୍କ ପାଇଁ ବିଶ୍ୱସ୍ତରୀୟ କଣ୍ଟେଣ୍ଟ ଏବଂ ଏକ ଆକର୍ଷଣୀୟ କୁଇଜ୍ ଅନୁଭୂତି ସୁନିଶ୍ଚିତ କରିଥାଏ ।

Previous Post

କାହିଁକି ପ୍ରାର୍ଥୀପତ୍ର ଭରିଲେ ଜଗା?

Next Post

କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଜେଡି

Next Post
କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଜେଡି

କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA