Tuesday, June 23, 2026 04:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାହିଁକି ପ୍ରାର୍ଥୀପତ୍ର ଭରିଲେ ଜଗା?

ମମତାଙ୍କ ପ୍ରାର୍ଥୀପତ୍ର ନାକଚ ଭୟ !

by Our Correspondent
21 Aug, 2024- 08:25 PM
in Latest News, News, Politics
1 min read
0
କାହିଁକି ପ୍ରାର୍ଥୀପତ୍ର ଭରିଲେ ଜଗା?

ଭୁବନେଶ୍ୱର: ଶେଷଦିନରେ ବିଜେପି ପ୍ରାର୍ଥୀ ମମତା ମହାନ୍ତ ଆଜି ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ଶେଷ ମୁହୂର୍ତ୍ତରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ବି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମମତା ବିଜେପିର ଅଫିସିଆଲ୍ ପ୍ରାର୍ଥୀ ହୋଇଥିଲା ବେଳେ ଜଗନ୍ନାଥ ବିଜେପି ବିଧାୟକଙ୍କ ସମର୍ଥନରେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗୋଟିଏ ଆସନ ପାଇଁ ଦୁଇ ଜଣ ବିଜେପି ନେତାଙ୍କ ପ୍ରାର୍ଥୀପତ୍ର ଦାଖଲ ସ୍ୱାଭାବିକ ଭାବେ ଦଳରେ ବିଦ୍ରୋହର ଭ୍ରମ ସୃଷ୍ଟି କରିଛି । ମାତ୍ର ସେଥିରେ କୌଣସି ସତ୍ୟତା ନ ଥିବା ସ୍ପଷ୍ଟ ହେଉଥିଲେ ମଧ୍ୟ କ’ଣ ପାଇଁ ଦ୍ୱିତୀୟ ବ୍ୟକ୍ତିଙ୍କ ପ୍ରାର୍ଥୀପତ୍ରର ଆବଶ୍ୟକତା ପଡ଼ିଲା ତାହା ସମସ୍ତଙ୍କର ବ୍ୟଗ୍ରତା ବଢ଼ାଇଛି ।

ମମତା ମହାନ୍ତ ବିଜେଡିର ରାଜ୍ୟସଭା ସାଂସଦ ପଦ ଛାଡ଼ି ବିଜେପିକୁ ଆସିଲା ପରେ ଦଳ ତାଙ୍କୁ ତାଙ୍କରି ଆସନ ପାଇଁ ପ୍ରାର୍ଥୀ କରିଛି । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବା ବେଳେ ଗତକାଲି ସଂଧ୍ୟାରେ ବିଜେପି ମମତା ମହାନ୍ତଙ୍କ ନାଁ ଘୋଷଣା କରିଥିଲା । ମମତା ଆଜି ଦିନ ସାଢ଼େ ୧୧ଟାରେ ବିଧାନସଭାରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ୍ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଏହାର କିଛି ସମୟ ପରେ ନାମାଙ୍କନ ଦାଖଲର ଶେଷ ମୁହୂର୍ତ୍ତରେ ବିଧାନସଭା ଆସି ନାମାଙ୍କନ ଦାଖଲ କରିଥିଲେ ଭୁବନେଶ୍ୱର(ମଧ୍ୟ) ନିର୍ବାଚନମଣ୍ଡଳୀର ପରାଜିତ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ମଧ୍ୟ ୧୦ ଜଣ ବିଜେପି ବିଧାୟକ ତାଙ୍କର ପ୍ରସ୍ତାବକ ଥିଲେ । ନାମାଙ୍କନ ଦାଖଲ ବେଳେ ଜଗାଙ୍କ ସାଙ୍ଗରେ ସେହି ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ ।

ଗୋଟିଏ ରାଜନୈତିକ ଦଳରେ ଏଭଳି ଦୃଶ୍ୟପଟକୁ ବିଦ୍ରୋହର ଆଖ୍ୟା ଦିଆଯାଇପାରେ । ଏହା ସ୍ୱାଭାବିକ । ତେବେ ୨୪ ବର୍ଷର କ୍ଷମତାସୀନ ଦଳ ବିଜେଡିକୁ ହରାଇ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିଥିବା ବିଜେପିରେ ବର୍ତ୍ତମାନ ସେଭଳି କାଣିଚାଏ ସମ୍ଭାବନା ନାହିଁ । ତାହାର କୌଣସି ଯଥାର୍ଥତା ବି ନାହିଁ । ତେଣୁ ଜଗନ୍ନାଥ ପ୍ରଧାନ ବିଦ୍ରୋହୀ ପ୍ରାର୍ଥୀ ଭାବେ ନାମାଙ୍କନ ଭରିନାହାନ୍ତି । ବରଂ ବିଜେପିର ଡମି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି କି କ’ଣ ପାଇଁ ଦଳକୁ ଜଣେ ଡମି ପ୍ରାର୍ଥୀ ଖୋଜା ପଡ଼ିଲା? ମମତା ମହାନ୍ତଙ୍କ ପ୍ରାର୍ଥୀତ୍ୱରେ କିଛି ଗଡ଼ବଡ଼ ରହିଯାଇଛି କି, ଯେଉଁଥିପାଇଁ ନାକଚର ଭୟ ରହିଛି? କାରଣ ଗୋଟିଏ ଦଳରୁ ଡମି ପ୍ରାର୍ଥୀ ଭାବେ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ ହୋଇଥିବାର ପୂର୍ବ ନଜିର ନିକଟ ଅତୀତରେ ଦେଖିବାକୁ ମିଳିନାହିଁ ।
ତେଣୁ ମମତା ମହାନ୍ତଙ୍କ କ୍ଷେତ୍ରରେ ସେଭଳି କିଛି ଗଡ଼ବଡ଼ ଅଛି ନା ଏମିତି କାଳେ କିଛି ଅସୁବିଧା ହୋଇଯିବ ଭାବି ବିଜେପି ଜଗନ୍ନାଥଙ୍କୁ ଡମି ପ୍ରାର୍ଥୀ କରିଛି ତାହା ଅବଶ୍ୟ ଦେଖିବାର ଅଛି ।

 

Previous Post

ବରିଷ୍ଠ ସାମ୍ବାଦିକ ଅନୀଲ ମିଶ୍ରଙ୍କ ପରଲୋକ

Next Post

ଲୟଲା ଇଣ୍ଟରନ୍ୟାସନାଲ ସ୍କୁଲ ସିଏସଏମ୍ ସିନାପ୍ସ ୩.୦ ସ୍କୁଲ କ୍ବିଜ୍ ବିଜେତା

Next Post
ଲୟଲା ଇଣ୍ଟରନ୍ୟାସନାଲ ସ୍କୁଲ ସିଏସଏମ୍ ସିନାପ୍ସ ୩.୦ ସ୍କୁଲ କ୍ବିଜ୍ ବିଜେତା

ଲୟଲା ଇଣ୍ଟରନ୍ୟାସନାଲ ସ୍କୁଲ ସିଏସଏମ୍ ସିନାପ୍ସ ୩.୦ ସ୍କୁଲ କ୍ବିଜ୍ ବିଜେତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA