Friday, May 8, 2026 10:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କର’

ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଆନ୍ଦୋଳନ ଚେତାବନୀ

by Our Correspondent
02 Sep, 2024- 08:17 PM
in Latest News, News
1 min read
0
‘ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କର’

ଭୁବନେଶ୍ୱର: ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ବୋଧହୁଏ ଓଡ଼ିଆ ଭାଷା ଠିକ୍ ରେ ବୁଝିପାରୁନାହିଁ । ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇବର୍ଷରେ ୫୦ ହଜାର ଟଙ୍କାର ଭାଉଚର ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସୁଭଦ୍ରା ଯୋଜନାର ଏସଓପି ପ୍ରକାଶ ପାଇବା ପରେ, ରାଜ୍ୟର ପ୍ରତ୍ୟେକ ମହିଳା ନୁହେଁ ବରଂ କିଛି ମହିଳା ଏହି ଯୋଜନାରୁ ଲାଭ ପାଇବେ ବୋଲି ଜଣାପଡ଼ିଛି । ପ୍ରତିଶ୍ରୁତି ମୁତାବକ ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କର । ନଚେତ୍ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବୁ ।

ବିଜୁ ମହିଳା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଶଙ୍ଖଭବନଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଚେତାବନୀ ଦେଇଛନ୍ତି । ଶ୍ରୀମତୀ ଛୁରିଆ କହିଛନ୍ତି ଯେ ୧୮ ବର୍ଷରେ ଜଣଙ୍କୁ ନାଗରିକ ଅଧିକାର ମିଳୁଥିବା ବେଳେ ୧୮ ବର୍ଷରୁ ୨୦ ବର୍ଷର ମହିଳାଙ୍କୁ ଏହି ଯୋଜନାରୁ ବାଦ ଦେବାର କୌଣସି ଯଥାର୍ଥତା ନାହିଁ । ଏହି ବୟସରେ ମହିଳାମାନେ ପ୍ରାୟତଃ କଲେଜରେ ପଢ଼ୁଥାନ୍ତି ଓ ସେମାନଙ୍କ ନିଜ ଖର୍ଚ୍ଚ ପାଇଁ ଅର୍ଥର ଆବଶ୍ୟକତା ଥାଏ । କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ନବୀନ ସରକାରଙ୍କ ଦ୍ୱାରା ନୂଆ-ଓଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ଅନୁଦାନକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି । ଅନ୍ୟପଟରେ, ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ନକରିବା କାରଣରୁ ସେମାନେ ଉଭୟ ପଟରୁ କ୍ଷତି ସହିବାକୁ ପଡୁଛି ।

ସେହିପରି, ଷାଠିଏ ବର୍ଷରୁ ଉର୍ଦ୍ଧ ମହିଳାମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରୁ ବଞ୍ଚିତ କରିବା ସେମାନେ ମଧ୍ୟ ବିଜେପି ସରକାରଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଛନ୍ତି ।  ଯେଉଁ ମହିଳାମାନେ ଜାତୀୟ ଖାଦ୍ୟ ସୁରକ୍ଷା ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ରହିଛନ୍ତି ଓ ସେମାନଙ୍କ ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ କମ, ସେମାନଙ୍କ ପରିବାରର କେବଳ ଜଣେ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ, ଯାହା ପରିବାରର ଅନ୍ୟ ମହିଳାମାନଙ୍କ ପ୍ରତି ପ୍ରତାରଣାସଦୃଶ୍ୟ ।

ସେହିପରି, ଯେଉଁ ମହିଳାମାନଙ୍କ ବୟସ ୫୭ ରୁ ୫୯ ବର୍ଷ ଭିତରେ ରହିଛି, ସେମାନେ ଏହି ଯୋଜନାରୁ ପୁରା ମାତ୍ରାରେ ଲାଭ ପାଇପାରିବେ ନାହିଁ । ସୁଭଦ୍ରା ଯୋଜନା ମାଧ୍ୟମରେ ଗୋଲାପୀ ପ୍ରତିଶ୍ରୁତି ଦେଇ ମହିଳାମାନଙ୍କ ଭୋଟ ହାସଲ କରି ସରକାରକୁ ଆସିବା ପରେ ରାଜ୍ୟର ଅଧିକାଂଶ ମହିଳାଙ୍କୁ ଏଥିରୁ ବଞ୍ଚିତ କରିବାକୁ ଯାଉଛି ବୋଲି ଏହାର ଏସଓପିରୁ ସ୍ପଷ୍ଟ ହେଉଛି । ମହିଳାମାନେ ହେଲେ, ମା ଦୁର୍ଗା, ମାକାଳୀ ଓ ମା ସରସ୍ୱତୀରରୂପ । ତେଣୁସେମାନେ ଏହାର ଉଚିତ ଜବାବ ଦେବେ । ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟର ପ୍ରତ୍ୟେକମହିଳାଙ୍କୁ ଏଥିରେସାମିଲ ନକଲେ, ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଓ ପ୍ରତ୍ୟେକ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଶ୍ରୀମତୀ ଛୁରିଆ କହିଥିଲେ ।

ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର ଓ କସ୍ତୁରୀ ମହାପାତ୍ର ଉପସ୍ଥିତ ଥିଲେ ।

 

Previous Post

ଖୋଲିଲା ସୁଭଦ୍ରା ଯୋଜନାର ୱେବ ପୋର୍ଟାଲ

Next Post

ସମ୍ ହସ୍ପିଟାଲ ଡାଇବେଟିସ୍ ଗବେଷଣା ସନ୍ଦର୍ଭ ନିମନ୍ତେ ସମ୍ମାନିତ

Next Post
ସମ୍ ହସ୍ପିଟାଲ ଡାଇବେଟିସ୍ ଗବେଷଣା ସନ୍ଦର୍ଭ ନିମନ୍ତେ ସମ୍ମାନିତ

ସମ୍ ହସ୍ପିଟାଲ ଡାଇବେଟିସ୍ ଗବେଷଣା ସନ୍ଦର୍ଭ ନିମନ୍ତେ ସମ୍ମାନିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA