Tuesday, June 23, 2026 03:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟି ଇ ରେଭେନସା ଓ ଓଡିଶାରେ ନବଜାଗରଣ

ସୁରେନ୍ଦ୍ର ମହାନ୍ତିଙ୍କ ଦୃଷ୍ଟିରେ ରେଭେନସା

by Our Correspondent
03 Sep, 2024- 07:25 PM
in Latest News, News
1 min read
0
ଟି ଇ ରେଭେନସା ଓ ଓଡିଶାରେ ନବଜାଗରଣ

୧୮୯୮ ସାଲ,ନଭେମ୍ବର ୩୦ ତାରିଖର ରେଭେନସା ଙ୍କର ସେ ଚିଠିର ନେଳିଆ ପୃଷ୍ଠା ଆଜି ଜୀର୍ଣ୍ଣ, ଅକ୍ଷର ସବୁ ଅସ୍ପଷ୍ଟ,ପଢିବାରେ ଅସୁବିଧା ହୁଏ .. ମାତ୍ର ସେଥିରେ ଜଣେ ଅବସରପ୍ରାପ୍ତ ଇଂରେଜ କମିଶନରଙ୍କର କର୍ମଭୂମୀ ଓଡିଶା ପ୍ରତି ଆନ୍ତରିକତାର ଯେଉଁ ସ୍ୱାକ୍ଷର ମୁଦ୍ରିତ ରହିଅଛି,ତାହା କିନ୍ତୁ ଅସ୍ପଷ୍ଟ ନୁହଁ! ମମତା ଓ ମମତ୍ୱରେ ତାହା ତଥାପି ଉଜ୍ଜଳ !

ରେଭେନସା ସାଉଥ ହିଲ୍, ନର୍ଥ ସସେକ୍ସରୁ ମଧୁସୂଦନ (ଦାସ)ଙ୍କୁ ଲେଖିଥିଲେ :

… I enclose you a X’mas card and my hearty and best wishes will be with you not only yourself but with all my dear old Oria friends.Will you kindly let every of them who remember me know that my heart is still in Orissa and though I am growing old they are not forgotten.xxx I pray you may enjoy peace,plenty and progress,especially in Education.

ସୁଦୂର ଭାରତରେ କର୍ମକ୍ଷେତ୍ରରୁ ଅବସର ନେବାପରେ ସୁଦ୍ଧା ,କର୍ମଭୂମୀ ଓଡିଶା ସଂପର୍କରେ ତାଙ୍କର ଶୁଭକାମନା ଓ ଉତ୍କଣ୍ଠା ଉଦବେଗର ପରିଚୟ ଏଇ ପତ୍ରରୁ ମିଳିଥାଏ ।

ଥୋମାସ ଏଡୱାର୍ଡ ରେଭେନସା ୧୮୬୫ ଖ୍ରୀଅରୁ ରୁ ୧୮୭୬ ଖ୍ରୀଅ ପର୍ଯ୍ୟନ୍ତ ଓଡିଶା ଡିଭିଜନର କମିଶନର ରୂପେ କଟକରେ ବାରବର୍ଷ କାଳ ଅବସ୍ଥାପିତ ଥିଲେ । ଯେଉଁ କେତେଜଣ ମୁଷ୍ଟିମେୟ ଇଂରେଜଙ୍କ ଶୁଭ ନେତୃତ୍ୱରେ ଓଡିଶାରେ ନବଜାଗରଣର ସୃତ୍ରପାତ ହୋଇଥିଲା ,ରେଭେନସା ସେମାନଙ୍କ ମଧ୍ୟରେ ଥିଲେ ସର୍ବାଗ୍ରଗଣ୍ୟ। ରେଭେନସା କଲେଜ ଆଜି ତାହାର ମୂକ ସାକ୍ଷୀ ରୂପେ ଦଣ୍ଡାୟମାନ ରହିଅଛି।

୧୮୬୬ ସାଲ ଦୁର୍ଭିକ୍ଷ ବେଳେ,ତାଙ୍କ ଶାସନକାଳରେ ପ୍ରବଳ ଲୋକକ୍ଷୟ ଘଟିଥିବାରୁ,ଓଡିଶା ପ୍ରତି ସେ ଏକ ଅମାର୍ଜନୀୟ ଅପରାଧ କରିଥିଲେ ବୋଲି ଫକୀରମୋହନଙ୍କ ପରି କେହି କେହି ଆକ୍ଷେପ କରିଛନ୍ତି ! ମାତ୍ର ଓଡିଶା ଡିଭିଜନ ସେତେବେଳେ ବଙ୍ଗଳା ସରକାରଙ୍କର ଶାସନାଧୀନରେ ଏକ ଉପେକ୍ଷିତ ଅଞ୍ଚଳରୂପେ ପଡି ରହିଥିବାରୁ,ଓଡିଶାର ଦୁର୍ଭିକ୍ଷ ସଂକଟ ପ୍ରତି ବଙ୍ଗଳା ସରକାରର କର୍ତ୍ତୃପକ୍ଷ ଦୃଷ୍ଟି ଦେଇପାରି ନଥିଲେ ବୋଲି ତତ୍କାଳୀନ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ସାର୍ ଚାର୍ଲସ ନର୍ଥକୋଟ ୧୮୬୮ ସାଲରେ ସ୍ୱୀକାର କରିଥିଲେ,ଏହି ଅଭିଜ୍ଞତାରୁ ଓଡିଆ ଭାଷାଭାଷୀ ଅଂଚଳମାନଙ୍କୁ ଏକ ସ୍ୱତନ୍ତ୍ର ଶାସନାଧୀନରେ ରଖିବା ପାଇଁ ସାର୍ ଚାର୍ଲସ ନର୍ଥକୋଟ ପ୍ରଶାସନୀକ ସ୍ତରରେ ଦେଇଥିଲେ ସର୍ବପ୍ରଥମ ପ୍ରସ୍ତାବ। ତେଣୁ ନଅଙ୍କ ଦୁର୍ଭିକ୍ଷ ସହିତ, କମିସନର ରେଭେନସା ଙ୍କ ଦାୟିତ୍ୱରେ ଯେଉଁ ସଂପର୍କ ଥିଲା ,ତାହା ସଂପୂର୍ଣ୍ଣ ଉପଚରିତ । ଊନବିଂଶ ଶତାବ୍ଦୀରେ ଓଡିଶାର ନବଜାଗରଣରେ ରେଭେନସାଙ୍କ ଶୁଭଦର୍ଶୀ ଭୂମୀକାକୁ ତାହା ମଳିନ କରିବା ଉଚିତ
ହେବନାହି।

ସେତେବେଳେ କିନ୍ତୁ ସାର୍ ଚାର୍ଲସଙ୍କର ଏହି ସୂଚନାକୁ ଲକ୍ଷ୍ୟ କରି,ଓଡିଆ ଭାଷାଭାଷୀ ଅଂଚଳମାନଙ୍କୁ ଏକ ଶାସନାଧୀନରେ ସ୍ୱତନ୍ତ୍ର କରିବା ପାଇଁ ଓଡିଶାରେ ଶିକ୍ଷିତ ଜନମତ ନଥିଲା।ପୁଣି ଉଚ୍ଚତ୍ତର ଇଂରାଜୀ ଶିକ୍ଷା ସେ ପର୍ଯ୍ୟନ୍ତ ଓଡିଶାରେ ପ୍ରବର୍ତ୍ତିତ ହୋଇନଥିବା କାରଣରୁ ଓଡିଶାବାସୀ ସାର୍ ଚାର୍ଲସ ନର୍ଥକୋର୍ଟଙ୍କ ଏଇ ପ୍ରସ୍ତାବରେ ୱାକବହାଲ ସୁଦ୍ଧା ହୋଇ ପାରି
ନଥିଲେ। ଏହା ବ୍ୟତୀତ,ସେତେବେଳେ ଓଡିଆ ଭାଷାର ଅସ୍ତିତ୍ୱ ମଧ୍ୟ ଥିଲା ସଂକଟାପନ୍ନ। ଯେଉଁଠି ଓଡିଆ ଭାଷାର ସ୍ଥିତି ବିପନ୍ନ,ସେଠାରେ ଓଡିଆ ଭାଷାଭାଷୀ ଅଞ୍ଚଳମାନଙ୍କର ଏକତ୍ରୀକରଣର ପ୍ରଶ୍ନ ବା ଉଠିବ କୁଆଡୁ ? ଏଇ ପୃଷ୍ଠଭୂମୀରେ କମିସନର ରେଭେନସାଙ୍କ ଭୂମୀକା,ଆଧୁନିକ ଓଡିଶାର ଇତିହାସରେ ବିଶେଷ ଉଲ୍ଲେଖ ଦାବୀ କରେ। ତାଙ୍କରି ଉଦ୍ୟମରେ କଟକ ହା:ଇ: ସ୍କୁଲ୍ ରେ ମୋଟେ ଛଅ ଜଣ ଛାତ୍ରଙ୍କୁ ଘେନି କଲେଜ୍ କ୍ଲାସ୍ ଆରମ୍ଭ ହୋଇଥିଲା। ଓଡିଶାରେ ଉଚ୍ଚ ଇଂରେଜୀ ଶିକ୍ଷାର ବିସ୍ତାର ରେଭେନସାଙ୍କର ଯେପରି ଏକ ପ୍ରିୟ କର୍ମ ଯୋଜନା ଥିଲା; ମଧୁସୂଦନଙ୍କୁ ଲିଖିତ ପୂର୍ବୋକ୍ତ ପତ୍ରରେ ତାହାର ସୂଚନା ରହିଅଛି।

ଆଜିର ପରିବର୍ତ୍ତିତ ପରିସ୍ଥିତିରେ ( ସୁରେନ୍ଦ୍ର ବାବୁଙ୍କର ଏଇ ଆଲେଖର ସମୟ ୧୯୬୮ ସାଲ),ଇଂରେଜୀ ଶିକ୍ଷାର ଭୂମୀକା ମଧ୍ୟ ପରିବର୍ତ୍ତିତ ହୋଇଅଛି। ଏହା ଏବେ ନବଜାଗରଣର ବାତାୟନ ନହୋଇ,ହୁଏତ ନ୍ୟସ୍ତ ସ୍ୱାର୍ଥୀ ପ୍ରତିକ୍ରିୟାର ଚଉପାଢୀରେ ପରିଣତ ହୋଇଅଛି।ମାତୃଭାଷା ମାଧ୍ୟମରେ ତେଣୁ ଆଜି ଆରମ୍ଭ ହୋଇଛି ନବଜାଗରଣର ଦ୍ୱିତୀୟ ପର୍ଯ୍ୟାୟ ! କିନ୍ତୁ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଭାରତରେ ଯେଉଁ ରେନେସାଁର ସୂତ୍ରପାତ ହୋଇଥିଲା ,ଇଂରେଜୀ ଭାଷା ଥିଲା ତାହାର ଧାରକ ଓ ବାହକ। ମାତ୍ର ୧୮୫୬ ସାଲରେ କଲିକତା ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇ ସେଥିରୁ ପ୍ରତିବର୍ଷ ଶହଶହ ଇଂରେଜୀ ଶିକ୍ଷିତ ବ୍ୟକ୍ତି ବାହାରୁଥିବା ବେଳେ ,ଓଡିଶାରେ ସେ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷା ତ ଦୂରର କଥା -ଇଂରେଜୀ ଶିକ୍ଷାର ଅୟମାରମ୍ଭ ସୁଦ୍ଧା ହୋଇ ନଥିଲା। ସେଥିପାଇଁ ଓଡିଶାର ପ୍ରଥମ ଗ୍ରାଜୁଏଟ୍ ଓ ପ୍ରଥମ ଏମ.ଏ . ମଧୁସୂଦନ,ନିଜର ଅଭିଜ୍ଞତା ବର୍ଣ୍ଣନା କରି ,ଇମ୍ପିରିଆଲ୍ ଲେଜିସଲେଟିଭ୍ କାଉନସିଲ୍ ରେ ୧୯୧୩ ସାଲ ମାର୍ଚ୍ଚ ୭ ତାରିଖ ଦିନ ଭାଷଣ ପ୍ରସଂଗରେ କହିଥିଲେ :
” The first Oriya young man (I can hardly believe I was ever young ) who cherished the idea of a university education had to go to Calcutta ,a journey of nearly three weeks.”

ସେତେବେଳେ ଇଂରାଜୀ ଶିକ୍ଷିତ ବ୍ୟକ୍ତି ନଥିବାରୁ ସରକାରୀ ଦପ୍ତରରେ ଅମଲା ଚାକିରୀଠାରୁ ଅନ୍ୟ ସବୁ ଛୋଟବଡ ଚାକିରୀରେ ଓଡିଶା ବାହାର ଆଗନ୍ତୁକ ମାନଙ୍କର ହିଁ ପ୍ରାଧାନ୍ୟ ଲାଗି ରହିଥିଲା । ଇଂ ୧୮୨୧ ସାଲରେ ଓଡିଆଙ୍କ ଶିକ୍ଷାର ବ୍ୟବସ୍ଥା ସଂପର୍କରେ ସେଇ ବର୍ଷ କଟକର ମାଜିଷ୍ଟ୍ରେଟ୍ ଏକ ରିପୋର୍ଟରେ ଲେଖିଥିଲେ :

” xxx I always give preference to Oriyas, but at the moment I scarcely know a single Oriya possessing qualifications to fit him for being a common muharrir.”

(କଟକ ଡିଷ୍ଟ୍ରିକ୍ଟ ଗେଜେଟିୟର)

ଏ ପରିସ୍ଥିତିରେ କଟକରେ ଗୋଟିଏ କଲେଜ ସ୍ଥାପନ କରି ଉଚ୍ଚଶିକ୍ଷା ତଥା ଇଂରେଜୀ ଶିକ୍ଷାର ପ୍ରସାର ଦିଗରେ ରେଭେନସାଙ୍କ ଉଦ୍ୟମ ଯେ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା,ତାହା ଉଲ୍ଲେଖ କରିବା ନିଷ୍ପ୍ରୟୋଜନ । ରାମଶଙ୍କର ରାୟ ଓ ଅଭିରାମ ଭଞ୍ଜଙ୍କ ଠାରୁ ଆରମ୍ଭ କରି ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ ଊନବିଂଶ ଶତାବ୍ଦୀ ଓ ଆଦ୍ୟ ବିଂଶ ଶତାବ୍ଦୀରେ ,ଓଡିଶାର ନବଜାଗରଣର ନାନା କ୍ଷେତ୍ରରେ ଯେଉଁମାନେ ଏକ ବିଶିଷ୍ଟ ଭୂମୀକା ଗ୍ରହଣ କରିଥିଲେ ,ସେମାନେ ସମସ୍ତେ ଥିଲେ ଏହି ରେଭେନସା କଲେଜର ଛାତ୍ର। ରେଭେନସା କଲେଜକୁ କେନ୍ଦ୍ରକରି ,ଓଡିଶାରେ ନବଜାଗରଣର ଯେଉଁ ସୂତ୍ରପାତ ହୋଇଥିଲା ଟି.ଇ.ରେଭେନସା ତାହାର ସୂତ୍ରଧର ଥିଲେ ବୋଲି କହିଲେ ତେଣୁ ଅତ୍ୟୁକ୍ତି ହେବ ନାହିଁ ।

ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡିଆ ଭାଷା ଓଡିଶାରୁ ନିଶ୍ଚିହ୍ନ ହେବାକୁ ବସିଥିବା ବେଳେ ରେଭେନସା ଓଡିଆ ଭାଷାର ସାହାପକ୍ଷ ହୋଇନଥିଲେ ସତ୍ତା ଯେ ବିଲୁପ୍ତି ହୋଇଥାନ୍ତା, ସେଥିରେ ସନ୍ଦେହ ନାହିଁ । ଓଡିଆ ଭାଷାର ସ୍ଥିତିରକ୍ଷା ଘେନି ପ୍ରବଳ ବିବାଦ ତେଜି ଉଠିଥିବା ବେଳେ,ରେଭେନସାଙ୍କ ଉଦ୍ୟମ ବଳରେ ଓଡିଶାର ଶିକ୍ଷା ବିଭାଗରେ ଯେପରି ଓଡିଆ ପାଠ୍ୟ ପୁସ୍ତକମାନ ପ୍ରଚଳିତ ହୋଇ ପାରିଥିଲା ,ତାହା ଉଲ୍ଲେଖ କରି “ଉତ୍କଳ ଦୀପିକା” ର ସମ୍ପାଦକ ଗୌରୀଶଙ୍କରଙ୍କ ଜୀବନୀକାର ସ୍ୱର୍ଗୀୟ ମୃତ୍ୟୁଞ୍ଜୟ ରଥ “କର୍ମଯୋଗୀ ଗୌରୀଶଙ୍କର ” ପୁସ୍ତକରେ ଲେଖିଛନ୍ତି …

“xxx ଉତ୍କଳର ଶାସନକର୍ତ୍ତା ରେଭେନସା ସାହେବ ଜୟଯୁକ୍ତ ହୋଇ ଦ୍ୱିଗୁଣ ଉତ୍ସାହରେ ଉତ୍କଳର ଉନ୍ନତିର ଯାବତୀୟ ଅନ୍ତରାୟ ଦୂର କରିବାରେ କୃତପ୍ରଯତ୍ନ ହୋଇଥିଲେ। ତାହାରି ଫଳରେ ଶିକ୍ଷା ବିଭାଗର ଡିରେକ୍ଟର ସାହେବ ସରକାରୀ ବ୍ୟୟରେ ପାଠ୍ୟ ପୁସ୍ତକମାନ ମୁଦ୍ରାଙ୍କନ କରାଇବା ପାଇଁ ପୁନଃପୁନଃ ଘୋଷଣା କରିବାକୁ ଲାଗିଲେ ।

ଏହିପରି ଭାବରେ ଆଧୁନିକ ଓଡିଶାର ନବ ନିର୍ମାଣରେ ରେଭେନସା ଓ ତାଙ୍କ ପ୍ରତିଷ୍ଠିତ ରେଭେନସା କଲେଜ ଏକ ଶ୍ରଦ୍ଧା ସ୍ନିଗ୍ଧ ଓ ସମ୍ମାନିତ ସ୍ଥାନ ଅଧିକାର କରି ଅଛନ୍ତି।

ସର୍ବପ୍ରଥମ ଓଡିଆ ଇଂଲଣ୍ଡ ଯାତ୍ରୀ ମଧୂସୂଦନ ଇଂ ୧୮୯୭ ସାଲରେ ଏଇ ରେଭେନସାଙ୍କୁ ଶ୍ରଦ୍ଧା ଓ ସୌଜନ୍ୟ ନିବେଦନ କରିବାକୁ ସସେକ୍ସ ଆସିଥିଲେ । ରେଭେନସା କଟକରେ କମିସନର ଥିବା ବେଳେ,ମଧୁ ସୂଦନ କଲିକତା ଲଣ୍ଡନ-ମିଶନାରୀ କଲେଜରେ ଜଣେ ଛାତ୍ର ଥିଲେ। ତେଣୁ ସେମାନଙ୍କ ମଧ୍ୟରେ ପୂର୍ବରୁ ପରିଚୟର ଅବକାଶ ନଥିଲା। “ଉତ୍କଳ ଦୀପିକା” (୭ ଅଗଷ୍ଟ ,୧୮୯୭) କୁ ପ୍ରେରିତ ଏକ ପତ୍ରରେ ରେଭେନସାଙ୍କ ସହିତ ତାଙ୍କର ସାକ୍ଷାତର ଅଭିଜ୍ଞତା ବର୍ଣ୍ଣନା କରି ମଧୁସୂଦନ ଲଣ୍ଡନରୁ ଲେଖିଥିଲେ ।

” xxx After a few minutes he (Ravenshaw ) said,execuse me asking the question,are you a genuine Oriya ? I said,every drop of blood in me is of Oriya origin.He – ” I am very proud of your race and I would talk more freely to an Oriya than to any other man.Ravenshaw spoke in Oriya,offering a cigar”.

°°°°°

ଓଡିଆ ସାହିତ୍ୟର ଅନ୍ୟତମ ଅଗ୍ରବିନ୍ଧାଣୀ ସୁରେନ୍ଦ୍ର ମହାନ୍ତିଙ୍କର ଏଇ ସଂକ୍ଷିପ୍ତ ଆଲେଖ ଟି ୧୯୬୮ ମସିହାରେ ରେଭେନ୍ସା କଲେଜ ର ଶତବାର୍ଷିକୀ ସ୍ମରଣୀକାରେ ପ୍ରକାଶିତ। ଏଥିରୁ ଆପଣମାନେ ହୁଏତ ସ୍ପଷ୍ଟ ଧାରଣା କରିପାରିବେ ଯେ ନଅଙ୍କ ଦୁର୍ଭିକ୍ଷ (୧୮୬୬) ର କରାଳ କାଳର ପରେ ଓଡିଶାର ସାମାଜିକ ସଂରଚନାରେ ଯେଉଁ ପୁନର୍ଗଠନର ପ୍ରବାହ ଦେଖାଦେଲା ସେଥିରେ ପ୍ରଥମ କଥାଟି ହେଉଛି ଓଡିଶାକୁ ଏକ ସ୍ୱତନ୍ତ୍ର ଭାଷାଦେଶ ହିସାବରେ ବିକଶିତ କରିବା ଯାହା ବସ୍ତୁତଃ ତତ୍କାଳୀନ ବଙ୍ଗଳା ଆଧିପତ୍ୟରୁ ମୁକ୍ତ ହୋଇ ପାରିବ। ଏହି ଭଳି ସ୍ୱତନ୍ତ୍ର ଭାଷା ଦେଶର ଅବଧାରଣାକୁ ବୀଜରୂପ ପ୍ରଦାନ କରିଥିଲେ ରେଭେନସା। ସାଧାରଣତଃ ଦେଶୀୟ ଭାଷା ତଥା ଆଞ୍ଚଳିକ ସ୍ତରରେ ଭାଷାକୁ ନେଇ ଉପନିବେଶୀୟ ସରକାର ଏକ ପ୍ରକାର ସ୍ଥିତାବସ୍ଥା, ଅଣହସ୍ତକ୍ଷେପ ତଥା ନିର୍ଲିପ୍ତ “ଯାହା ଅଛି ତାହା ଥାଉ ” ଭଳି ନୀତିକୁ ଆପଣାର କରିଥିଲେ। ସେଇଠି ରେଭେନ୍ସା ବ୍ରିଟିଶ ସରକାରଙ୍କ ସେକ୍ରେଟାରୀ ଅଫ ଷ୍ଟେଟ୍ ଚାର୍ଲସ ନର୍ଥକୋଟ ଙ୍କ ପ୍ରଶାସନୀକ ଉତ୍ତମ ପ୍ରୟୋଗ ନିମନ୍ତେ ଭାଷାଭିତ୍ତିକ ରାଜ୍ୟ ଗଠନର ଭଳି ଅବଧାରଣାର ପ୍ରାରମ୍ଭିକ କ୍ଷେତ୍ର ପ୍ରସ୍ତୁତିରେ ସହାୟକ ହୋଇଥିଲେ। ରାଜେନ୍ଦ୍ରଲାଲ ମିତ୍ର ଙ୍କ ଭଳି ବିଦ୍ୱାନ ଓରିଏଣ୍ଟାଲିଷ୍ଟ ବଙ୍ଗଳା ଭାଷା ମାଧ୍ୟମରେ ଓଡିଶାରେ ଶିକ୍ଷାଦାନ କରାଯିବା ଉପରେ ଗୁରୁତ୍ୱ ଦେଇଥିବା ପଛରେ କାରଣ ଥିଲା ଯେ ବଙ୍ଗଳା ଭାଷାରେ ଲିଖିତ ପୁସ୍ତକର ସଂଖ୍ୟା ଯଥେଷ୍ଟ ଅଧିକ,ଓଡିଆ ଭାଷାରେ ଲିଖିତ ପୁସ୍ତକର ସଂଖ୍ୟା ଯଥେଷ୍ଟ କମ୍,ତେଣୁ ଓଡିଶାରେ ଓଡିଆ ଭାଷାରେ ଶିକ୍ଷାଦାନ କରାଯିବା ସମ୍ଭବ ପର ନୁହଁ। ରେଭେନସା ସାହେବ ଓଡିଶାରେ ଦଶ ବର୍ଷରୁ ଅଧିକ କାଳ କମିସନର ପଦବୀରେ ରହିଥିଲେ,ତେଣୁ ଓଡିଶାର ବସ୍ତୁସ୍ଥିତିକୁ ସେ ଭଲ ଭାବରେ ବୁଝିଥିଲେ। ସେଇଥିପାଇଁ ସେ କେଉଁଭଳି ଅଧିକରୁ ଅଧିକ ଓଡିଆ ଭାଷାରେ ପାଠ୍ୟପୁସ୍ତକ ର ଲେଖନ ଆଉ ଅନୁବାଦ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହିତ ସରକାରୀସ୍ତରରେ ଅର୍ଥର ବିଶେଷ ପ୍ରବନ୍ଧନ କରାଇଥିଲେ। ଓଡିଆ ଭାଷାର ଉନ୍ନତି ନିମନ୍ତେ ଏହି ସରକାରୀ ପ୍ରୋତ୍ସାହନର ବିଶେଷ କାରକ ଥିଲେ ରେଭେନସା ସାହେବ। ଏହା ବ୍ୟତୀତ ଓଡିଶାରେ ଶିକ୍ଷାର ତଦାରଖ କରିବା ପାଇଁ ଜଏଣ୍ଟ -ଇନସପେକ୍ଟର ସ୍ତରରେ ଆଗରୁ ଯେଉଁ ବଙ୍ଗଭାଷୀ ଅମଲାଙ୍କର ଆଧିପତ୍ୟ ରହିଥିଲା ତାହାକୁ ଦୂରକରି ସେଇ ସ୍ଥାନରେ ଓଡିଆମାନେ ଅବସ୍ଥାପିତ ହୋଇ ଯେପରି ଓଡିଶାର ଶିକ୍ଷାଦାନକୁ ନିଜର ଭାଷା ସପକ୍ଷକୁ ନେଇ ପାରିବେ ତାହାର ପ୍ରଚେଷ୍ଟା କରିଥିଲେ। ରେଭେନ୍ସାଙ୍କ ର ଏଇ ପ୍ରଚେଷ୍ଟାର ଫଳଶ୍ରୁତି ଥିଲା କବି ରାଧାନାଥ ରାୟଙ୍କର ଓଡିଶାରେ ଜଏଣ୍ଟ ଇନସପେକ୍ଟର ହିସାବରେ ନିଯୁକ୍ତି। ତେଣୁ ଓଡିଶାରେ ଓଡିଆ ଭାଷାର ଆନୁଷ୍ଠାନିକ ବିକାଶ ର ଦେଶୀୟ ରୂପର ଏକ ଉପନିବେଶୀୟ ସାର୍ଥକ ରୂପକାର ହେଉଛନ୍ତି ରେଭେନ୍ସା ସାହେବ।

ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତି ତାଙ୍କର ଏଇ ସଂକ୍ଷିପ୍ତ ଆଲେଖରେ ଓଡିଶାର ନବଜାଗରଣ ର ଅନ୍ୟତମ ପଥିକୃତ କାରକ ହିସାବରେ ରେଭେନ୍ସା ସାହେବଙ୍କୁ ଉଲ୍ଲେଖ କରିଛନ୍ତି। ରେଭେନ୍ସା କଲେଜରୁ ଯେଉଁ ଶିକ୍ଷିତ ବର୍ଗ ର ସୃଷ୍ଟି ହୋଇଥିଲା ସେଇମାନେ ବସ୍ତୁତଃ ଓଡିଶାର ନବଜାଗରଣର ସେନାନୀ ଆଉ ଏଇଥିପାଇଁ ରେଭେନ୍ସାଙ୍କୁ ସମ୍ମାନ ଜଣାଇବା ଉଚିତ।

ରେଭେନ୍ସା ଓଡିଶାର କମିସନର ପଦବୀରୁ ଅବ୍ୟାହତି ନେଇ ୧୮୭୬ ସାଲରେ ଇଂଲଣ୍ତ ର ସସେକ୍ସକୁ ଫେରିଯାଇଥିଲେ। ଏବଂ ଏଇ ଘଟଣାର ପ୍ରାୟ ତିନିବର୍ଷ ପରେ ଅର୍ଥାତ୍ ୧୮୭୯ ସାଲରେ ବ୍ରିଟିଶ ସରକାର ଆଗରୁ ପ୍ରତିଷ୍ଠିତ ହୋଇଥିବା ” କଟକ କଲେଜ” ର ନାଆଁକୁ ପରିବର୍ତ୍ତନ କରି ରେଭେନ୍ସା କଲେଜ କରିବାର ନିଷ୍ପତ୍ତି ନେଇଥିଲେ। ତେଣୁ ଇଂଲଣ୍ଡର ସସେକ୍ସରେ ରହୁଥିବା ଆଉ ତିନିବର୍ଷ ତଳୁ ଅବସର ଗ୍ରହଣ କରିଥିବା ରେଭେନ୍ସା ସାହେବ ସ୍ୱୟଂ ନିଜକୁ ମହିମାମଣ୍ଡିତ କରିବା ଭଳି ଏଇ ଉଦ୍ୟମ କରିଥିବା କହିଲେ କଥାଟି ନିହାତି ଅବାନ୍ତର ହେବ। ତେଣୁ ବ୍ରିଟିଶ ସରକାର ତାଙ୍କୁ ଏପରି ସମ୍ମାନୀତ କରିବା ଭଳି ଉଦ୍ୟମ ପଛରେ ନିଶ୍ଚୟ ତାଙ୍କର ଓଡିଶାରେ ରହିଥିବା ସେବା ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରିଥିବେ। ଏହା ସହିତ ସେତେବେଳେ ସେଇ କଲେଜର ନିର୍ମାଣ ପାଇଁ ମୟୁରଭଂଜର ମହାରାଜା ପ୍ରଦାନ କରିଥିବା କୋଡିଏ ହଜାର ଟଙ୍କା ସହିତ ସେହି କଲେଜକୁ ରେଭେନ୍ସାଙ୍କ ନାଆଁରେ ନାମିତ କରିବା ପାଇଁ ବ୍ରିଟିଶ ସରକାରଙ୍କୁ ଅନୁରୋଧ କରିଥିଲେ।ବ୍ରିଟିଶ ସରକାରଙ୍କ ବିଚାର ଏବଂ ମୟୁରଭଂଜ ରାଜାଙ୍କ ଅନୁରୋଧ କଟକ କଲେଜକୁ ରେଭେନ୍ସା କଲେଜ କରିଛି। ହଁ,ଏଇ ନାମକରଣ ବେଳରେ ଆଉ ଗୋଟିଏ କଥା ଉଲ୍ଲେଖଯୋଗ୍ୟ। ଯେତେବେଳେ କଟକ କଲେଜ ନାମିତ ହେଉଛି ରେଭେନ୍ସା କଲେଜରେ ସେତେବେଳେ ଓଡିଶାର କମିସନର ହେଉଛନ୍ତି ଜନ ବୀମସ୍। ଜନ ବୀମସ୍ ତାଙ୍କର ଉପରିସ୍ଥ ହାକିମ ରେଭେନ୍ସା ଙ୍କ ପ୍ରତି ସେତେ ଶ୍ରଦ୍ଧାଶୀଳ ନଥିଲେ। କିନ୍ତୁ ସେ ଏପରି ଅଭିମତ ସବୁବେଳେ ପ୍ରକାଶ କରିଛନ୍ତି ଯେ,ରେଭେନ୍ସା ଓଡିଶା ଆଉ ଓଡିଆଙ୍କୁ ସବୁଠୁ ଭଲ ଭାବରେ ଜାଣନ୍ତି। ତେଣୁ ଜନ ବୀମସ୍ ଙ୍କ ଶାସନକାଳରେ ରେଭେନ୍ସା ଙ୍କ ନାଆଁରେ ଏଇ କଲେଜଟି ନାମିତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କହିବା କଥା ହେଉଛି ବ୍ରିଟିଶ ସରକାର ଭାରତରେ ତାହାର ଉପନିବେଶବାଦୀ ଶାସନର ଔଚିତ୍ୟ ଉପରେ ଗୋଟିଏ ଅଭିମତ ପୋଷଣ କରୁଥିଲା, ତାହା ହେଉଛି ସେମାନେ ଭାରତକୁ ଏକ ସଭ୍ୟକରଣ ମିସନ୍ ରେ ଆସିଛନ୍ତି ,ତେଣୁ ଯେତେବେଳେ ବର୍ବରଙ୍କ ରାଜ୍ୟ ଏଇ ଭାରତ ସଭ୍ୟ ପାଲଟିଯିବ ସେମାନେ ଏହାକୁ ସେମାନଙ୍କ ହାତରେ ଛାଡି ନିଜ ଦେଶକୁ ଫେରିଯିବେ। ତେଣୁ ଭାରତରେ ଶାସନ ତଥା ପ୍ରତୀକ ଗୁଡିକୁ ସ୍ଥାପନା କଲା ବେଳେ ସେମାନେ ଯଥେଷ୍ଟ ସତର୍କ ରହୁଥିଲେ। ନଅଙ୍କ ଦୁର୍ଭିକ୍ଷ ପରେ ଉତ୍କଳ ଦୀପିକା ପ୍ରକାଶିତ ହେଲା,ଓଡିଶାର ଲୋକେ କ୍ରମଶଃ ଓଡିଶା ଦେଶର ବସ୍ତୁସ୍ଥିତି ସଂପର୍କରେ ଅବଗତ ହେବାକୁ ଲାଗିଲେ,ତେଣୁ ସେଦୃଷ୍ଟିରୁ ରେଭେନ୍ସାଙ୍କୁ ନେଇ ବିଶେଷରେ ତାଙ୍କର ଅବର୍ତ୍ତମାନରେ ଓଡିଶା ବାସୀଙ୍କ ଜନମାନସରେ ଯଦି ତାଙ୍କର ସେପରି କୌଣସି ଶ୍ରଦ୍ଧାଶୀଳ ଆସ୍ଥାନ ନଥାନ୍ତା ତାହାହେଲେ ସ୍ଥାନୀୟ ସରକାର କଦାପି ତାଙ୍କର ନାଆଁକୁ ଏପରି ଉପଯୋଗ କରିନଥାନ୍ତା। ସେମାନଙ୍କର ସେତେବେଳେ ଲୋକପ୍ରିୟ ସରକାରର ବିବେଚନା ବି ଆବଶ୍ୟକ ଥିଲା।

ଶେଷରେ ଇଂଲଣ୍ଡର ସସେକ୍ସରେ ଅବସରପ୍ରାପ୍ତ ଜଣେ ଅମଲା ଟି ଇ ରେଭେନ୍ସା ଙ୍କର ମଧୁବାବୁଙ୍କ ସହିତ ସାକ୍ଷାତ ସମୟରେ ସେ ଯାହା କହିଥିଲେ ,ଯାହା ମଧୁବାବୁ ଲେଖିଛନ୍ତି ତାହା ତ ଉପରେ ଇଂରେଜୀ ଭାଷାରେ ରହିଛି। ତାହାର ଓଡିଆ ରୂପାନ୍ତର କରିବାକୁ ଆଗ୍ରହୀ ହେଉଛି।

ମଧୁ ବାବୁ ରେଭେନସା ଙ୍କ ସଂପର୍କରେ ଲେଖିଥିଲେ,”ମୁଁ ତମ ଜାତି ପାଇଁ ଅଧିକ ପରିମାଣରେ ଗର୍ବିତ ଆଉ ମୁଁ ଅନ୍ୟମାନଙ୍କ ତୁଳନାରେ କୌଣସି ଓଡିଆ ସହିତ ଅଧିକ ମୁକ୍ତ ଭାବରେ କଥାବାର୍ତ୍ତା କରିପାରିବି ।
ସିଗାର୍ ବଢେଇ ଦେଉ ଦେଉ ରେଭେନ୍ସା ଏତକ କହିଥିଲେ ଓଡିଆରେ ।”

ଏଇ କେତେ ପଦ କଥା ଭିତରୁ ଯେଉଁ ଅମଲାଟି ଆମକୁ ଦିଶୁଛି ,ତାହାର ରୂପଟି କେମିତି,ସେ କେତେ ନିଷ୍ଠୁର,କେତେ ଆତ୍ମୀୟ, ସେ କଥାର ବିଚାର ଆମେ ଆମ ଆମ ଭିତରେ ନିଶ୍ଚୟ କରିପାରିବା ।

Previous Post

New Pegasus Store in Bhubaneswar

Next Post

ମନମୋହନଙ୍କୁ ଅପରାଜିତାଙ୍କ ଚାଲେଂଜ !

Next Post
ମନମୋହନଙ୍କୁ ଅପରାଜିତାଙ୍କ ଚାଲେଂଜ !

ମନମୋହନଙ୍କୁ ଅପରାଜିତାଙ୍କ ଚାଲେଂଜ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA