Wednesday, April 22, 2026 03:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମନମୋହନଙ୍କୁ ଅପରାଜିତାଙ୍କ ଚାଲେଂଜ !

ବିଜେପିରେ ତୀବ୍ର ଆଭ୍ୟନ୍ତରୀଣ କନ୍ଦଳ

by Our Correspondent
04 Sep, 2024- 08:38 PM
in Latest News, News, Politics
1 min read
0
ମନମୋହନଙ୍କୁ ଅପରାଜିତାଙ୍କ ଚାଲେଂଜ !

ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀ ବିଜେପିରେ ତାଙ୍କ ରାଜନୀତି ଯାତ୍ରା ଆରମ୍ଭ କରିବା ଦିନରୁ ରାଜ୍ୟ ନେତୃତ୍ୱ ଏବଂ ସଂଗଠନକୁ ପାସଙ୍ଗରେ ନେଇନାହାନ୍ତି । ଦଳୀୟ ସଂଗଠନ ବାହାରେ ନିଜର ଏକ ସ୍ୱତନ୍ତ୍ର ଗୋଷ୍ଠୀ କରି ରାଜନୀତି କରିବାକୁ ସେ ଭଲ ପାଆନ୍ତି । ତାଙ୍କର ପ୍ରତ୍ୟେକଟି କାର୍ଯ୍ୟକଳାପରୁ ଏହା ଜଳ ଜଳ । ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ସେ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଭୁବନେଶ୍ୱର ବିଜେପି ଜିଲ୍ଲା ସଂଗଠନ ସହ ତାଙ୍କର ତିକ୍ତତା ଅତୀତରେ ଦାଣ୍ଡରେ ପଡି ହାଟରେ ଗଡ଼ିଥିଲା । ଜୟଦେବ, ଖୋର୍ଦ୍ଧା, ବୋଲଗଡ଼-ବେଗୁନିଆ ଆଦି ନିର୍ବାଚନମଣ୍ଡଳୀରେ ବି ସେୟା । ତୃଣମୂଳସ୍ତରର ଦଳୀୟ ସଂଗଠକଙ୍କୁ ସାଂସଦ ବାସିରେ ପଚାରନ୍ତିନି ବୋଲି ଅଭିଯୋଗ ହୁଏ । ଓଡ଼ିଶା ରାଜନୀତିରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୋଣଠେସା କରିବା ପାଇଁ ତାଙ୍କ ନାଁରେ ଷଡ଼ଯନ୍ତ୍ରର ଅପବାଦ ମଧ୍ୟ ରହିଛି । ଧର୍ମେନ୍ଦ୍ର ହଟାଓ ସଂକଳ୍ପରେ ଗଲା ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବୈଜୟନ୍ତ ପଣ୍ଡାଙ୍କ ସହ ହାତ ମିଳାଇଥିବା ମଧ୍ୟ କୁହାଯାଉଥିଲା । ତେବେ ରାଜ୍ୟରେ ବିଜେପି ସରକାର ଗଠନର ୩ ମାସ ନ ପୂରୁଣୁ ସମୀକରଣ ବଦଳିଯାଇଛି । ଉଭୟ ମନମୋହନ ସାମଲ ଓ ବୈଜୟନ୍ତ ପଣ୍ଡାଙ୍କ ସହ ଅପରାଜିତାଙ୍କର ସେହି ସମ୍ପର୍କ ଆଉ ନାହିଁ । ମ୍ୟାଡାମ୍ ଙ୍କର ଅହଂକାର ଓ ସାମନ୍ତବାଦୀ ନୀତି ଯୋଗୁଁ ସମ୍ପର୍କ ବିଗିଡ଼ି ଯାଇଥିବା କୁହାଯାଉଛି ।

୨୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲା ପାଇଁ ତିନି ଦିନ ତଳେ ବିଜେପିରୁ ନିଲମ୍ବିତ ହୋଇଥିଲେ ସୁନୀତି ମୁଣ୍ଡ । ଗତକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ସେ କିନ୍ତୁ ଜିଦ୍ ରେ ଆସିଥିଲେ । ସେଠାରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସଭାପତି ମନମୋହନ ସାମଲଙ୍କୁ ଭେଟିବାକୁ ଉଦ୍ୟମ କରିଥିଲେ । ଭେଟ ହୋଇ ନ ପାରିବାରୁ ରାଗରେ ଗଣମାଧ୍ୟମକୁ ବାଇଟ୍ ଦେବାକୁ ଆରମ୍ଭ କରିଥିଲେ । ସୁନୀତିଙ୍କ ଏଭଳି ଆଚରଣ ସେଠାରେ ଉପସ୍ଥିତ ମହିଳା ମୋର୍ଚ୍ଚାର ସଦସ୍ୟମାନଙ୍କୁ କ୍ଷୁବ୍ଧ କରିଥିଲା । ଗଣମାଧ୍ୟମ ବୁମ୍ ଠେଲିଦେଇ ତାଙ୍କୁ ଘେରି ଯାଇଥିଲେ । ତମକୁ ଏଠାକୁ ଆସିବାକୁ କିଏ ଅନୁମତି ଦେଲା ପଚାରି ବିଜେପି ଅଫିସରୁ ଠେଲି ଠେଲି ରାସ୍ତାକୁ ତଡ଼ିଦେଇଥିଲେ ।

ଏହି ସୁନୀତି ମୁଣ୍ଡ ହେଉଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀର ଅତ୍ୟନ୍ତ ଘନିଷ୍ଠ । ବିଜେପିରେ ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ଉପେକ୍ଷା କରି ତାଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ କରିଥିଲେ । ନିର୍ବାଚନରେ ହାରିଯିବା ପରେ ମଧ୍ୟ ଅପରାଜିତାଙ୍କର ସେ ଛାଇ ହୋଇ ରହିଛନ୍ତି । ନିକଟରେ ବିଭିନ୍ନ ସମ୍ବାଦପତ୍ରରେ ଏକ ଖବର ଆସିଥିଲା । ସୁନୀତି ମୁଣ୍ଡଙ୍କ ବିରୋଧରେ ୨୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଏବଂ ଏହି ମାମଲାରେ ଆଗୁଆ ଜାମିନ୍ ପାଇଁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଏହି ଖବର ଥିଲା ।

ଗତ ସାଧାରଣ ନିର୍ବାଚନ ସମୟରେ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଡ. ସୁଧାଂଶୁ ଶେଖର ନାୟକଙ୍କଠାରୁ ସେ ଏହି ଟଙ୍କା ଠକି ନେଇଥିବା ବନ୍ତ ଥାନାରେ ଅଭିଯୋଗ ହୋଇଥିଲା । ମାମଲା ଯାହା ହେଉ ନା କାହିଁକି, ସୁନୀତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳୀୟ ମହଲରୁ ଚାପ ପଡ଼ିବା ପରେ ସଭାପତି ଶ୍ରୀ ସାମଲ ତାଙ୍କୁ ନିଲମ୍ବିତ କରିଥିଲେ ।

ଦଳୀୟ ମହଲର ଚର୍ଚ୍ଚା ଅନୁଯାୟୀ, ସୁନୀତିଙ୍କୁ ବିଜେପି ଅଫିସ ଯାଇ ସଭାପତିଙ୍କଠାରୁ ନିଲମ୍ବନର କୈଫୟତ ମାଗିବାକୁ ସାଂସଦ ଅପରାଜିତା ତାଙ୍କୁ କୁଆଡ଼େ ପଠାଇଥିଲେ । ଅପରାଜିତାଙ୍କର ଏଭଳି କାର୍ଯ୍ୟ ଏବଂ ସୁନୀତିଙ୍କ ଆଗମନର ସୂଚନା ବିଜେପି ଅଫିସ୍ ରେ ପହଞ୍ଚି ଯିବା ପରେ ତାଙ୍କୁ ସେଠାରୁ ଘଉଡ଼ାଇବାକୁ ମହିଳା ମୋର୍ଚ୍ଚା କର୍ମୀମାନେ ପ୍ରସ୍ତୁତ ହୋଇଯାଇଥିଲେ । ତେଣୁ ରାଜ୍ୟ ବିଜେପି ନେତୃତ୍ୱକୁ ଅପରାଜିତାଙ୍କର ଏହା ଖୋଲା ଚାଲେଂଜ ବୋଲି କୁହାଯାଉଛି ।

ଏହାପୂର୍ବରୁ ଜୟଦେବ ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ବେଳେ ବିଜେପି ଆଭ୍ୟନ୍ତରୀଣ କନ୍ଦଳର ତୀବ୍ରତା ଦେଖିବାକୁ ମିଳିଥିଲା । ସେହି କାର୍ଯ୍ୟକ୍ରମରେ ବିଜୟ ସିଂ ତୋମାର, ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗଦେଇଥିବା ବେଳେ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ଥିଲେ । ସାଂସଦଙ୍କୁ ସେଠାକୁ ଡ଼କା ଯାଇ ନ ଥିବା ଅଭିଯୋଗ କରି କିଛି ସମର୍ଥକ ଗଣ୍ଡଗୋଳ କରିଥିଲେ । ଦଳୀୟ କାର୍ଯ୍ୟକ୍ରମରେ ବିଶୃଙ୍ଖଳିତ ଆଚରଣ ପାଇଁ ସାଂସଦଙ୍କର ସମର୍ଥକ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ସଭାପତି ନିକୁଞ୍ଜ ପଟ୍ଟନାୟକଙ୍କ ସମେତ ୫ ଜଣଙ୍କୁ ଗତ ଶନିବାର ଦିନ ରାଜ୍ୟ ସଭାପତି ନିଲମ୍ବନ କରିଥିଲେ ।

ତେବେ ରାଜ୍ୟ ସଭାପତିଙ୍କ ଏହି ନିଲମ୍ବନ ଆଦେଶକୁ ଚାଲେଂଜ କରାଯାଇଛି । ସୋମବାର ଦିନ ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ୍ ହଲରେ ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ନିଲମ୍ବିତ ନେତା ନିକୁଞ୍ଜ ପଟ୍ଟନାୟକ ଓ ବିଦ୍ୟୁତ କାଣ୍ଡିଙ୍କୁ ଅତିଥି ଭାବରେ ମଞ୍ଚରେ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମଟି ସାଂସଦ ଅପରାଜିତା ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେ୍ଦବଙ୍କ ନେତୃତ୍ୱରେ ହୋଇଥିଲା ଏବଂ ସେମାନେ ହିଁ ଏହି ଦୁଇ ନିଲମ୍ବିତ ନେତାଙ୍କୁ ମଞ୍ଚରେ ଅତିଥି ଭାବରେ ବସାଇଥିଲେ । ସୁତରାଂ ରାଜ୍ୟ ସଭାପତିଙ୍କ ନିଷ୍ପତ୍ତିକୁ ସେମାନେ ମାନିବାକୁ ପ୍ରସ୍ତୁତ ନ ଥିଲେ ।

ସାଂସଦଙ୍କର ଏଭଳି ଆଭିମୁଖ୍ୟକୁ ଡରି ତାଙ୍କର ଖାସ୍ ସମର୍ଥକ ତଥା ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର ସେହି ସଭାରୁ ଅବଶ୍ୟ ନିଜକୁ ଦୂରେଇ ରହିଥିଲେ । ଦଳରୁ ନିଲମ୍ବିତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନାପସନ୍ଦ କରି ସେ ଗଣମାଧ୍ୟମକୁ ବାଇଟ୍ ଦେଇଛନ୍ତି ।

ଏହି ଘଟଣାରୁ ମଧ୍ୟ ସ୍ପଷ୍ଟ ଯେ ଅପରାଜିତା ଦଳୀୟ ସଭାପତିଙ୍କ ଆଦେଶକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି । ଯାହା ରାଜ୍ୟ ସଭାପତିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।

ସୂଚନାଥାଉକି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ରାଜ୍ୟ ବିଜେପିରେ ଏକ ବଡ଼ ମେଳି ରହିଥିବା ଚର୍ଚ୍ଚା ହୁଏ । ଏହି ମେଳିରେ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ମନମୋହନ ସାମଲ, ବୈଜୟନ୍ତ ପଣ୍ଡାଙ୍କ ଭଳି ନେତା ଅଛନ୍ତି । ଧର୍ମେନ୍ଦ୍ର ବିରୋଧୀ ମେଳିରେ ଅପରାଜିତା-ମନମୋହନ-ବୈଜୟନ୍ତ ପରଷ୍ପରର ଅତି ନିକଟତର ହୋଇଥିବା କୁହାଯାଉଥିଲା । ମାତ୍ର ରାଜ୍ୟରେ ଦଳର ସରକାର ଗଠନ ହେବା ପରେ ସ୍ଥିତି ବଦଳିଯାଇଛି । ଅପରାଜିତାଙ୍କଠାରୁ ମନମୋହନ-ବୈଜୟନ୍ତ ଦୂରେଇ ଯାଇଥିବା କୁହାଯାଉଛି ।

ରୋଚକ କଥା ହେଉଛି, ବିଜେପିର ଆଭ୍ୟନ୍ତରୀଣ କନ୍ଦଳ ଓ ମେଳି ରାଜନୀତିଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜକୁ ଯଥେଷ୍ଟ ଦୂରରେ ରଖିଛନ୍ତି । ପ୍ରଥମେ ପ୍ରଥମେ ତାଙ୍କଠାରେ ଧର୍ମେନ୍ଦ୍ରଙ୍କ ଛାପ ଲାଗିଥିବା ବେଳେ ତାଙ୍କ କାର୍ଯ୍ୟକ୍ରମରୁ ସେ ଯେ କାହାରି ନୁହଁନ୍ତି ତାହା ଧୀରେ ଧୀରେ ପ୍ରମାଣ କରୁଛନ୍ତି । ଦିଲ୍ଲୀ କାଟତି ରଖିଥିବା ଅପରାଜିତାଙ୍କର ବି ମୋହନ ସରକାରଙ୍କ ଉପରେ କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ ।

Previous Post

ଟି ଇ ରେଭେନସା ଓ ଓଡିଶାରେ ନବଜାଗରଣ

Next Post

ବିଜେପିର ମିଛ ପଦାରେ ପକାଅ: ନବୀନ

Next Post
ବିଜେପିର ମିଛ ପଦାରେ ପକାଅ: ନବୀନ

ବିଜେପିର ମିଛ ପଦାରେ ପକାଅ: ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA