Friday, June 26, 2026 07:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚର୍ଚ୍ଚାରେ ନବୀନଙ୍କ ଗଣେଶ ମଣ୍ଡପ ବୁଲା

by Our Correspondent
08 Sep, 2024- 08:56 PM
in Latest News, News
1 min read
1
ଚର୍ଚ୍ଚାରେ ନବୀନଙ୍କ ଗଣେଶ ମଣ୍ଡପ ବୁଲା

ଭୁବନେଶ୍ୱର: ଗତକାଲି ଗଣେଶ ପୂଜାରେ ଭୁବନେଶ୍ୱରର ଏକାଧିକ ପୂଜା ମଣ୍ଡପ ବୁଲିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତାଙ୍କୁ ଦେଖିବା ପାଇଁ ସେହି ସବୁ ଜାଗାରେ ଲୋକଙ୍କର ପ୍ରବଳ ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ନବୀନ ବି ଅତି ଆନନ୍ଦର ସହ ହାତ ହଲାଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଥିଲେ । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହୋଇଛି । ବିଭିନ୍ନ ଗଣମାଧ୍ୟମ ପାଇଁ ଏହା ଖବରର ଶିରୋନାମା ପାଲଟିଛି । ନବୀନଙ୍କ ମଣ୍ଡପ ବୁଲାରୁ କିଛି ମିଡିଆ ରାଜନୀତିର ବାତ୍ସ୍ନା ବାରିଥିଲେ ମଧ୍ୟ ତାଙ୍କ ଅତୁଟ ଲୋକପ୍ରିୟତାକୁ ନେଇ କାହାର ସନ୍ଦେହ ନାହିଁ । ଯାହା ଖୋଦ୍ ନବୀନଙ୍କୁ ଗତକାଲି ଅଭିଭୂତ କରିଥିବ ।

ସୋସିଆଲ୍ ମିଡିଆରେ ତାଙ୍କର ମଣ୍ଡପ ବୁଲାକୁ ନେଇ ଲୋକଙ୍କର ଭିନ୍ନ ଭିନ୍ନ କମେଣ୍ଟ ଆସିଛି । ଜଣେ ଲେଖିଛନ୍ତି- ଏବେ ବୁଦ୍ଧି ଆସୁଛି ଆଗରୁ କ’ଣ ଅସୁବିଧା ହଉଥିଲା? ଆଉ ଜଣେ ଲେଖିଛନ୍ତି- ୨୪ ବର୍ଷ ଆପଣଙ୍କୁ ଦେଖିବାକୁ ଲୋକ ବ୍ୟାକୁଳ ହେଉଥିଲେ । କ୍ଷମତା ଗଲା ପରେ ଲୋକେ ନିଜ ପ୍ରିୟତମ ନେତାଙ୍କୁ ପାଖରେ ପାଇଲେ । ଆଉ ଜଣେ ଲେଖିଛନ୍ତି- ଏବେ ଗାଦିଚ୍ୟୁତ ହେଲା ପରେ ଏ ସବୁ କ’ଣ ପାଇଁ । ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲ, ସେତେବେଳେ କ’ଣ ପାଇଁ ହଉ ନ ଥିଲା?

ତେବେ ଏଭଳି ବିରୋଧାତ୍ମକ କମେଣ୍ଟ ସହିତ ତାଙ୍କ ପ୍ରତି ଲୋକଙ୍କ ଭଲ ପାଇବା ସୂଚକ କମେଣ୍ଟ ବି ବହୁତ ଦେଖିବାକୁ ମିଳିଛି । ନବୀନଙ୍କର ଏହି ନୂଆ ଅବତାରକୁ ସେମାନେ ସ୍ୱାଗତ ଓ ସମର୍ଥନ ଜଣାଇଛନ୍ତି । ସୁନା ଖୋଜୁ ଖୋଜୁ ହୀରାକୁ ହଜାଇ..ଝୁରୁଛନ୍ତି ଆଜି ଓଡ଼ିଶାବାସୀ ବୋଲି ଜଣେ ଆବେଗଭରା କମେଣ୍ଟ ଲେଖିଛନ୍ତି ।

ବୁଦ୍ଧିଜୀବୀ ମହଲର ବିଚାର ଅନୁଯାୟୀ, ନବୀନଙ୍କର ପୂଜା ମଣ୍ଡପ ବୁଲାକୁ ନେଇ ପ୍ରଶ୍ନ ଉଠାଇଥିବା ଲୋକଙ୍କୁ ତାଙ୍କର ବିରୋଧୀ ଆଖ୍ୟା ଦେଇ ଉଡ଼ାଇ ଦେବା ଠିକ୍ ହେବ ନାହିଁ । ହୋଇପାରେ ସେମାନେ ନବୀନଙ୍କର ପ୍ରଶଂସକ କିମ୍ବା ଶୁଭଚିନ୍ତକ ହୋଇଥାଇପାରନ୍ତି । ଯେଉଁଥିପାଇଁ ତାଙ୍କ ପରାଜୟକୁ ସେମାନେ ସହଜରେ ଗ୍ରହଣ କରୁନାହାନ୍ତି । ନବୀନ କ୍ଷମତାରେ ଥିଲା ବେଳେ ଯେଉଁ ଭୁଲ୍ କରିଛନ୍ତି ତାହାକୁ ସେମାନେ ଅଙ୍ଗୁଳି ଉଠାଇ ସୁଧୁରିଯିବାକୁ ପରାମର୍ଶ ଦେଇଥାଇପାରନ୍ତି ।

ଯାହା ବି ହେଉ, ଗତକାଲି ନବୀନଙ୍କ ଗଣେଶ ପୂଜା ମଣ୍ଡପ ବୁଲାକୁ ନିଜ ଆଖିରେ ଦେଖିଥିବା ଲୋକେ ହୁଅନ୍ତୁ କି ଟିଭି କିମ୍ବା ମୋବାଇଲ୍ ରେ ସେହି ଦୃଶ୍ୟ ଦେଖୁଥିବା ଅଧିକାଂଶ ଲୋକେ ଦଳମତ ନିର୍ବିଶେଷରେ ନବୀନ ପଟ୍ଟନାୟକଙ୍କୁ ଝୁରି ହେଉଥିବା ନିହାତି ସତ । ଏପରିକି ତାଙ୍କର କଟର୍ ବିରୋଧୀ ମାନେ ବି ମିଶ୍ର ପ୍ରତିକ୍ରିୟା ଦେଉଛନ୍ତି । ଯଦି ନବୀନ ଏଭଳି ଭାବେ ସତେଜ ଓ ଚଳଚଞ୍ଚଳ ହୋଇ ନିର୍ବାଚନ ପ୍ରଚାର କରିଥାନ୍ତେ, ତେବେ ତାଙ୍କୁ ହଟାଇବା ବିଲକୁଲ୍ ସମ୍ଭବ ହୋଇ ନ ଥାନ୍ତା ବୋଲି ସେମାନେ ସ୍ୱୀକାର କରୁଛନ୍ତି ।

ସେପଟେ ନବୀନଙ୍କର ପରିବର୍ତ୍ତିତ ଅବତାର ଓ ହାବଭାବ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରୁଥିଲେ ମଧ୍ୟ ନିର୍ବାଚନ ପରାଜୟ କଥା ଭାବି ସେମାନେ ମୁଣ୍ଡ ପିଟୁଛନ୍ତି । ସେତେବେଳେ କାହିଁକି ଏମିତି ଚଞ୍ଚଳ ହେଲ ନାହିଁ କି ଲୋକଙ୍କୁ ଭେଟିଲ ନାହିଁ ବୋଲି ସେମାନେ ପ୍ରଶ୍ନ କରି ଗୁଣୁ ଗୁଣୁ ହେଉଛନ୍ତି ।

ମୋଟାମୋଟି ଭାବେ ନବୀନଙ୍କର ବୟସ ହୋଇଛି ସତ, ମାତ୍ର ସ୍ୱାସ୍ଥ୍ୟଗତ ସେମିତି ବଡ଼ ସମସ୍ୟା ନାହିଁ ବୋଲି ଆଜି ଓଡ଼ିଶାବାସୀ ଅନୁଭବ କରୁଛନ୍ତି । ମାତ୍ର ନିର୍ବାଚନ ପୂର୍ବବେଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଭିନ୍ନତା କାହିଁକି ଦେଖିବାକୁ ମିଳୁଥିଲା ସେହି ପ୍ରଶ୍ନ ସମସ୍ତଙ୍କ ପାଇଁ ରହସ୍ୟାବୃତ୍ତ ହୋଇରହିଛି ।

ନବୀନଙ୍କ ପାଖରେ ଏବେ ଘଣ୍ଟା ଘଣ୍ଟା ଧରି ବିତାଉଥିବା ଦଳର ବରିଷ୍ଠ ନେତାମାନେ ମଧ୍ୟ ତାଙ୍କର ପୂର୍ବ ଅବସ୍ଥାରେ ଆଶ୍ଚର୍ଯ୍ୟ ହେଉଛନ୍ତି । ନବୀନଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ ଏବଂ ସେ ଏକଦମ ଫିଟ୍ ବୋଲି ମତ ଦେଇଛନ୍ତି । ନବୀନ ଏହି ଧାରାରେ ଚାଲିଲେ ବିଜେଡି ସଂଗଠିତ ହୋଇ ଆଗକୁ ବଢ଼ିବ ବୋଲି ସେମାନଙ୍କର ବିଶ୍ୱାସ ।

Previous Post

ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲିଲେ ନବୀନ

Next Post

ସିଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ

Next Post
ସିଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ

ସିଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ

Comments 1

  1. Surendranath Pasupalak says:
    2 years ago

    A remarkable gesture and love to Odisha and Odia ashmita by the Ex CM.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA