Friday, June 26, 2026 08:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସିଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ

ପ୍ରଥମ କିସ୍ତିରେ ୯୨୫ କୋଟି ସହାୟତା

by Our Correspondent
08 Sep, 2024- 11:02 PM
in Latest News, News
1 min read
0
ସିଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ଆଜି ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବଲପୁରଠାରେ ସି.ଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ପିଏମ କିଷାନ ଯୋଜନାର ସ୍ବତନ୍ତ୍ର ଅଭିଯାନ, ସିଏମ କିଷାନ ପୋର୍ଟାଲ ଓ କୃଷକ ଓଡିଶା ୟୁନିଫାଏଡ୍ ପୋର୍ଟାଲର ଉନ୍ମୋଚନ କରିଛନ୍ତି।

ସମ୍ବଲପୁରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଚାଷୀ କୂଳର ସମୃଦ୍ଧି ଓ ଓଡିଶାବାସୀଙ୍କ କଲ୍ୟାଣ ପାଇଁ ମା ସମଲେଇଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତି ରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ମିଶି ମନ୍ଦିର ପରିସରରେ ନବାନ୍ନ ଖାଇଥିଲେ।

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ରାଜ୍ୟ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି। ସିଏମ କିଷାନ ଯୋଜନାରେ ହସ୍ତାନ୍ତର ହେଉଥିବା ଏହି ସହାୟତା ରାଶି ଚାଷୀ ମାନଙ୍କୁ ଅତ୍ୟାବଶ୍ୟକୀୟ କୃଷି ସମାଗ୍ରୀ ଯଥା – ବିହନ, ସାର, କୀଟନାଶକ ଇତ୍ୟାଦି ଆବଶ୍ୟକତା ଅନୁଯାୟୀ କିଣିବାରେ ନିଶ୍ଚିତ ରୂପେ ସହାୟତା କରିବ। ରବି ଋତୁରେ ୯୨୫ କୋଟିରୁ ଅଧିକ ଟଙ୍କା ବିନିଯୋଗ ମାଧ୍ୟମରେ ରାଜ୍ୟର ୪୫,୫୭,୭୩୩ ଜଣ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ୩୯,୩୦୩ ଭୂମିହୀନ କୃଷି ପରିବାର ଏହା ମାଧ୍ୟମରେ ଉପକୃତ ହେବେ। ସିଏମ କିଷାନର ଏହି ସହାୟତା ରାଶି ଉଭୟ ଖରିଫ ଓ ରବି ଋତୁ ପାଇଁ ଦୁଇଟି କିସ୍ତିରେ ସମୁଦାୟ ଚାରି ହଜାର ଟଙ୍କା ପ୍ରଦାନ କରାଯିବ। ସିଏମ କିଷାନ ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପିଲାମାନଙ୍କ ବୈଷୟିକ ଉଚ୍ଚ ଶିକ୍ଷା ନିମନ୍ତେ କୃଷି ବିଦ୍ୟା ନିଧି ଯୋଜନାରେ ଦୁଇ ଲକ୍ଷ ଟଙ୍କା ଛାତ୍ର ବୃତ୍ତିର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ କୃଷକ କଲ୍ୟାଣକାରୀ ଯୋଜନା ପିଏମ କିଷାନ ଯୋଜନାରେ ଭୂମିଧାରି ଚାଷୀଙ୍କ ପାଇଁ ତିନୋଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଥିରେ ସିଏମ କିଷାନ ଯୋଡି ହୋଇଗଲେ ଚାଷୀ ବର୍ଷକୁ ୧୦ ହଜାର ଟଙ୍କା ପାଇବେ। ଏହି ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟା କାର୍ଯ୍ୟକୁ ଦୁଇ ମାସ ବୃଦ୍ଧି କରି ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ନାମ ପଞ୍ଜିକରଣ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ କୃଷକ ମାନେ ଜନ ସେବା କେନ୍ଦ୍ର ମାଧ୍ୟମରେ ନିଶୁଳ୍କ ଭାବେ ସମ୍ପାଦନ କରି ପାରିବେ। ଆଜି ଲୋକାର୍ପିତ ହୋଇଥିବା ସିଏମ କିଷାନ ପୋର୍ଟାଲ ମାଧ୍ୟମରେ ଉଭୟ ସିଏମ କିଷାନ ଓ ପିଏମ କିଷାନ ଅନଲାଇନ କାର୍ଯ୍ୟ ସମ୍ପାଦିତ ହେବ ବୋଲି ସେ କହିଥିଲେ। ଏଥି ସହିତ ରାଜ୍ୟର ସମସ୍ତ ଚାଷୀ ମାନଙ୍କ ସୁବିଧା ପାଇଁ ଆଜିଠାରୁ କୃଷକ ଓଡିଶା ୟୁନିଫାଏଡ ପୋର୍ଟାଲ ର ବ୍ୟବସ୍ଥା କରାଯାଇଛି । ଏହା ମାଧ୍ୟମରେ ଚାଷୀ ମାନେ ବିଭିନ୍ନ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ସମ୍ପନ୍ଧୀୟ ପ୍ରଚଳିତ ସରକାରୀ ଯୋଜନା ବିଷୟରେ ତଥ୍ୟ ଜାଣିପାରିବା ସହିତ ଏଥିରୁ ମିଳୁଥିବା ସୁବିଧା ପାଇଁ ମଧ୍ୟ ଆବେଦନ କରି ପାରିବେ।

ସେ ପୁଣି କହିଥିଲେ ରାଜ୍ୟର ଚାଷୀ ମାନଙ୍କର ଧାନ ଚାଷରେ ହେଉଥିବା କ୍ଷତିକୁ ଭରଣା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକ ସମୃଦ୍ଧି ଯୋଜନା ପ୍ରଚଳନ କରାଯାଇଛି। ଏହି ଯୋଜନାରେ ଧାନ ସଂଗ୍ରହ ମୂଲ୍ୟରେ ୮୦୦ ଟଙ୍କା ବୃଦ୍ଧି କରାଯାଇ କୁଇଣ୍ଟାଲ ପିଛା ସଂଗ୍ରହ ମୂଲ୍ୟ ୨୩୦୦ ଟଙ୍କାରୁ ୩୧୦୦ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ଖୁବ କମ ଦିନ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଆମ ଦେଶକୁ ଏକ ବିକଶିକ ରାଷ୍ଟ୍ରରେ ପରିଣତ କରିବା ପାଇଁ ଚାହୁଁଛନ୍ତି ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ । ସେଥିପାଇଁ ବିକାଶର ଧାରା ଜାରି ରହିଛି। ମାନ୍ୟବର ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଅନ୍ନଦାତା ବୋଲି କହିଛନ୍ତି। ସେଥିପାଇଁ କୃଷକ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ସେ କାର୍ଯ୍ୟକାରୀ କରୁଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଚାଷୀ ଭାଇ ମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଆମ ସରକାର ପ୍ରସ୍ତୁତ ଅଛନ୍ତି। କୃଷିଜାତ ସାମଗ୍ରୀର ଅଭାବୀ ବିକ୍ରୀକୁ ରୋକିବା ପାଇଁ ରାଜ୍ୟର ପ୍ରତି ସବ୍‌ଡିଭିଜନରେ ଶୀତଳଭଣ୍ଡାର ବ୍ୟବସ୍ଥା କରାଯାଉଛି। ଓଡିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡିଶା ସମୃଦ୍ଧି ପଥରେ ଦୃତ ଅଗ୍ରସର ହେଉଛି ବୋଲି ସେ କହିଥିଲେ। ଓଡିଶାର ଚାଷୀ ମାନଙ୍କ ଜୀବନରେଖା ହେଉଛି ହୀରାକୁଦ ବନ୍ଧ। ହୀରାକୁଦ କମାଣ୍ଡ ଏରିଆରେ ଜଳ ସେଚନ ସୁବିଧା ନିମନ୍ତେ ୮୫୫ କୋଟି ଟଙ୍କାର ବ୍ୟୟ ଅଟକଳ କ୍ୟାବିନେଟରେ ମଞ୍ଜୁର ହୋଇଛି। ଏହା କାର୍ଯ୍ୟକାରୀ ହେଲେ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଜଳ ସେଚନ ସୁବିଧା ହେବ ବୋଲି ସେ କହିଥିଲେ। ପଶ୍ଚିମ ଓଡିଶାକୁ ଆମ ସରକାର ବହୁ ଗୁରୁତ୍ବ ଦେଉଛନ୍ତି ବୋଲି କହି ଗୁଜୁରାଟର ସାବରମତୀ ରିଭରଫ୍ରଣ୍ଟ ପରି ମହାନଦୀ ରିଭରଫ୍ରଣ୍ଟକୁ ମଧ୍ୟ ବିକଶିତ କରାଯିବ। ଏଥି ସହିତ ସମ୍ବଲପୁରବାସୀଙ୍କ ଦୀର୍ଘଦିନର ଦାବିଥିବା ଦ୍ବିତୀୟ ଏମ୍‌ସ ସ୍ଥାପନକୁ ଗୁରୁତ୍ବ ଦେଇ କେନ୍ଦ୍ର ସରକାରଙ୍କ ପାଖରେ ଆମେ ଦାବି ରଖିଛୁ ବୋଲି ସେ କହିଥିଲେ।

ଅନ୍ୟତମ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ ଯେ ଆମ ସରକାରଙ୍କ ପ୍ରାଥମିକତାରେ ଚାଷୀ, ମହିଳା, ଅନୁସୂଚିତ ଜାତି ଏବଂ ଜନଜାତି ରହିଛନ୍ତି । ସେମାନଙ୍କ ସାମଗ୍ରୀକ ବିକାଶ ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି। ଆଜି କୃଷକ କଲ୍ୟାଣର ଏହି ଅନନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଆସିଛନ୍ତି । ଏହି ଅଞ୍ଚଳ ଆଜି ଓଡିଶାର ଭାତ ହାଣ୍ଡି । ଏହି ଅଞ୍ଚଳକୁ କୃଷିଭିତ୍ତିକ କାର୍ଯ୍ୟକ୍ରମରେ ଆହୁରି ଆଗକୁ ବଢେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ପଦକ୍ଷେପ। ଶାସନକୁ ଆସିବାର ଶହେ ଦିନ ମଧ୍ୟରେ ସନ୍ତୁଳିତ ବିକାଶକୁ ଦୃଷ୍ଟିରେ ରଖି ହୀରାକୁଦ ଆୟକଟ୍ ଅଞ୍ଚଳର ସବୁ ଜାଗାକୁ ୯୦୦ କୋଟି ଟଙ୍କା ବିନିଯୋଗରେ ଜଳସେଚନ ସୁବିଧା କରିବା ପାଇଁ ବ୍ୟବସ୍ଥା କରାଯାଇଛି ମହାନଦୀ ପାଣି ସମ୍ବଲପୁର ଅଞ୍ଚଳରେ ଭରି ରହିଲେ ଅଞ୍ଚଳର ଶ୍ରୀ ବୃଦ୍ଧି ହେବ, ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଲା।, ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେଲା, ଏହି ଯୋଜନାରେ ୧କୋଟି ମହିଳା ସଶକ୍ତ ହେବେ। ପୂର୍ବରୁ କୌଣସି ଯୋଜନାର ଆକାର ୧କୋଟି ଛୁଇଁନଥିଲା ବୋଲି ସେ କହିଥିଲେ। ଏଥି ସହିତ ସମ୍ବଲପୁରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ଆଭାସୀ ମାଧ୍ୟମରେ ପାଟଣାଗଡରୁ ଯୋଡିହୋଇ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଥିଲେ ଯେ ନୂଆଁଖାଇ ଓ ଅକ୍ଷୟ ତୃତୀୟା ତିଥିରେ ଦୁଇଟି କିସ୍ତି ଜରିଆରେ ସିଏମ କିଷାନ ସହାୟତା ପ୍ରଦାନ କରାଯିବ। ଆଗାମୀ ଦିନରେ ନିଶ୍ଚିତ ଭାବେ କୃଷକମାନେ ଏହା ଦ୍ବାରା ଉପକୃତ ହେବେ। ଏଥି ସହିତ ସହରାଞ୍ଚଳରେ ରହୁଥିବା ୬ଲକ୍ଷ ଚାଷୀ ପିଏମ କିଷାନରେ ଆଗାମୀ ଦିନରେ ଅନ୍ତର୍ଭୁକ୍ତ ହେବେ। ଚାଷୀ ମାନଙ୍କୁ ତାଙ୍କ ଅଧିକାର ଯୋଗାଇ ଦେବାପାଇଁ ଆମେ ସମସ୍ତେ ଉଦ୍ୟମ କଲେ ସେମାନେ ନିଶ୍ଚିତ ରୂପେ ଆଗକୁ ବଢିବେ ବୋଲି ସେ କହିଥିଲେ।

ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ଆଜି ସମ୍ବଲପୁର ପାଇଁ ଏକ ଗୌରବର ଦିନ। ମୁଖ୍ୟମନ୍ତ୍ରୀ ଆସି ଏଠାରେ ଆମ ସହିତ ମିଶି ନୂଆଁ ଖାଇଲେ। ଏଠାରୁ ସିଏମ କିଷାନ ସହାୟତା ଯୋଜନା ଆରମ୍ଭ କଲେ। ରାଜ୍ୟର ଚାଷୀ ଭାଇ ଭଉଣୀମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବା ପାଇଁ ଆମ ସରକାର କାମ କରୁଛି। ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଏବେ ମହାନଦୀରୁ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିବ। ସମସ୍ତଙ୍କ ସହଯୋଗରେ ଆମେ ଚାଷୀ ଓ ଓଡିଶାର ବିକାଶ ଚାହୁଁଛୁବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆରଡିସି ସଚିନ ରାମଚନ୍ଦ୍ର ଯାଦବ ଉପସ୍ଥିତ ଥିଲେ। ପୁରୀରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ ବିଭିନ୍ନ ଜିଲ୍ଲାରୁ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କ ସହିତ ଲୋକସେବା ଭବନରୁ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ।

କେନ୍ଦୁଝରର ହିତାଧିକାରୀ ଶରତ କୁମାର ସୋରେନ୍, ପାଟଣାଗଡର ହିତାଧିକାରୀ ବିଶ୍ବଜିତ ହୋତା ଏବଂ ସମ୍ବଲପୁରର ହିତାଧିକାରୀ ମୈଥିଳି ଭୁଏ ମୁଖ୍ୟମନ୍ତ୍ରୀଙ୍କୁ ଏହି ସିଏମ କିଷାନ ଯୋଜନାରେ ଉପକୃତ ହେବେ ବୋଲି କହି ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଲିରାମ ବୋନ୍ଦର ଧନ୍ୟବାଦ ଦେଇଥିଲେ।

Previous Post

ଚର୍ଚ୍ଚାରେ ନବୀନଙ୍କ ଗଣେଶ ମଣ୍ଡପ ବୁଲା

Next Post

ଇଏ ରିବନ କଟା ସରକାର: ବିଜେଡିି

Next Post
ଇଏ ରିବନ କଟା ସରକାର: ବିଜେଡିି

ଇଏ ରିବନ କଟା ସରକାର: ବିଜେଡିି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA