Friday, June 26, 2026 08:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇଏ ରିବନ କଟା ସରକାର: ବିଜେଡିି

by Our Correspondent
09 Sep, 2024- 07:20 PM
in Latest News, News
1 min read
0
ଇଏ ରିବନ କଟା ସରକାର: ବିଜେଡିି

ଭୁବନେଶ୍ୱର: ରାଜ୍ୟର ବିଜେପି ସରକାରଙ୍କୁ ରିବନ କଟା ସରକାର ବୋଲି ଆକ୍ଷେପ କରିଛି ବିଜେଡି । ଶଙ୍ଖ ଭବନରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଆଜିର ବିଜେପି ସରକାର ନବୀନ ସରକାରଙ୍କ ଅମଳରେ ହୋଇଥିବା ଅନେକ କାର୍ଯ୍ୟଗୁଡ଼ିକର ରିବନ କାଟି ଉଦଘାଟନ କରୁଛନ୍ତି ଏବଂ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏହି ସରକାରକୁ ରିବନ କଟା ସରକାର କହିଲେ ଭୁଲ ହେବ ନାହିଁ ।

ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେମି କଣ୍ଡକ୍ଟର ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । କେବଳ ଏଇ ଗୋଟିକ ନୁହେଁ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରୁଛନ୍ତି । ଖବର କାଗଜରେ ଏହାକୁ ନେଇ ବଡ଼ ବଡ଼ ବିଜ୍ଞାପନ ଦିଆଯାଉଛି । ଏହାକୁ ଲକ୍ଷ୍ୟ କରି ବିଜେଡି ମୁଖପାତ୍ର ଏହି ମନ୍ତବ୍ୟ ଦେଇଛନ୍ତି ।

ତାଙ୍କର କହିବା କଥା, ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ନବୀନଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ଓଡ଼ିଶା ଏକ ଆଇଟି ହବ୍ ଭାବେ ପରିଚୟ ସୃଷ୍ଟି କରିପାରିଥିଲା । ଏହି କାରଣରୁ ହେଲଏଟ, ଆଇବିଏମ୍, କଗନିଜାଣ୍ଟ, କେପଜେମିନି ଭଳି ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀ ଓଡ଼ିଶାରେ ସେମାନଙ୍କ କାର୍ଯ୍ୟାଳୟ ଖୋଲିଥିଲେ ।

ସେହିପରି ସେମି କଣ୍ଡକ୍ଟର ଶିଳ୍ପକୁ ଓଡ଼ିଶାରେ ପ୍ରତିଷ୍ଠିତ କରିବା ପାଇଁ ନବୀନ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନର ବ୍ୟବସ୍ଥା କରିଥିଲେ । ଏହାଛଡ଼ା ଦେଶରେ ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଲାଗି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ । ଯାହାର ଫଳ ସ୍ୱରୂପ ଅନେକ ଶିଳ୍ପ ଅନୁଷ୍ଠାନ ଗଢ଼ି ଉଠିଥିଲା । ନବୀନଙ୍କ ସମୟରେ ଆରମ୍ଭ ହୋଇଥିବା ଅନେକ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ଥିଲା । ରାଜ୍ୟର ବିଜେପି ସରକାର ଆଜି ସେଗୁଡ଼ିକର କେବଳ ରିବନ କାଟୁଛନ୍ତି ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ଆଜି ଦଳୀୟ ନେତାମାନେ ଟୁଇଟ୍ (ଏକ୍ସ) ଯୋଗେ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି । ମୁଖପାତ୍ର ଦିବ୍ୟଶଙ୍କର ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ରାଜ୍ୟସଭା ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ୍ ପାତ୍ର, ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର ଓ ତୁଷାରକାନ୍ତି ବେହେରାଙ୍କ ଟୁଇଟ୍ ଆସିଥିଲା । ବିଜେଡି ସରକାରଙ୍କ କାମକୁ ଏବେକାର ବିଜେପି ସରକାର କେବଳ ରିବନ୍ କାଟି ଉଦଘାଟନ କରିବା କାମରେ ଲାଗିଛନ୍ତି ବୋଲି ସେମାନେ କଟାକ୍ଷ କରିଥିଲେ । ଶ୍ରେୟ ଉଦ୍ୟମରୁ ନିବୃତ୍ତ ରହି ନିଜସ୍ୱ ଯୋଜନା ଉପରେ ବିଜେପି ସରକାର ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

ଅନ୍ୟପକ୍ଷରେ, ସେମି କଣ୍ଡକ୍ଟର ପ୍ରକଳ୍ପ ଶୁଭାରମ୍ଭର ଶ୍ରେୟ ତାଙ୍କ ବିଜେପି ସରକାରଙ୍କୁ ଦେଇଛନ୍ତ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ।

Previous Post

ସିଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ

Next Post

କୋରାପୁଟ, ମାଲକାନଗିରିରେ ବର୍ଷା ବିତ୍ପାତ

Next Post
କୋରାପୁଟ, ମାଲକାନଗିରିରେ ବର୍ଷା ବିତ୍ପାତ

କୋରାପୁଟ, ମାଲକାନଗିରିରେ ବର୍ଷା ବିତ୍ପାତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA