Tuesday, June 23, 2026 05:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ୨୪ ବର୍ଷ ଶାସନର ରିପୋର୍ଟ କାର୍ଡ ଦେଖାଇଲା ବିଜେଡି

by Our Correspondent
24 Sep, 2024- 11:30 PM
in Latest News, News
1 min read
0
ନବୀନଙ୍କ ୨୪ ବର୍ଷ ଶାସନର ରିପୋର୍ଟ କାର୍ଡ ଦେଖାଇଲା ବିଜେଡି

ଭୁବନେଶ୍ୱର: ନିକଟରେ ପ୍ରକାଶିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟରେ ଦିଆଯାଇଥିବା ବିବରଣୀକୁ ଦର୍ଶାଇ, ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ତଥା ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର କହିଥିଲେ, ଗତ ଦୁଇ ଦଶନ୍ଧିରେ ଓଡିଶା ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି, ଯାହା ପ୍ରତ୍ୟେକ ଓଡ଼ିଆ ପାଇଁ ଗର୍ବର ବିଷୟ ।ଏହି ରିପୋର୍ଟ ବିଜୁ ଜନତା ଦଳ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ନୁହେଁ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଓ ଏଥିରେ ଓଡ଼ିଶାର ଦୁଇ ଦଶନ୍ଧିର ସଫଳତାକୁ ଭୂରି ଭୁରି ପ୍ରଶଂସା କରାଯାଇଛି । ନବୀନ ପଟ୍ଟନାୟକଙ୍କ ଚବିଶ ବର୍ଷର ଶାସନ କାଳରେ ରାଜ୍ୟରେ କୌଣସି ଆଖିଦୃଶିଆ ବିକାଶ ହୋଇନାହିଁ ବୋଲି ବିଜେପି ତରଫରୁ ଲଗାତର ଭାବେ କରାଯାଉଥିବା ଅଭିଯୋଗର କୌଣସିସତ୍ୟତା ନାହିଁ ବୋଲି ଶ୍ରୀମିଶ୍ର କହିଥିଲେ ।

ଶ୍ରୀମିଶ୍ରକହିଥିଲେ, ମୁଣ୍ଡ ପିଛା ଆୟବୃଦ୍ଧି କ୍ଷେତ୍ରରେ, ବିଗତ ଦୁଇ ଦଶନ୍ଧିରେ ଭାରତର ସମସ୍ତ ରାଜ୍ୟମାନଙ୍କ ତୁଳନାରେ ଓଡିଶାର ଅଭିବୃଦ୍ଧି ହାର ସର୍ବାଧିକ । ଏହି ଅଭିବୃଦ୍ଧି ଓଡିଶା ସରକାରଙ୍କ ପାରଦର୍ଶୀ ନୀତି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ରିପୋର୍ଟରେ କୁହାଯାଇଛି । ରାଜ୍ୟର ଆପେକ୍ଷିକ ମୁଣ୍ଡ ପିଛା ଆୟ ଯାହା ୨୦୦୦ ମସିହାରେ ୫୫% ଥିଲା, ତାହା ୨୦୨୪ ବେଳକୁ ୮୮%କୁ ବୃଦ୍ଧିପାଇଛି । ଏହି ସମୟ ମଧ୍ୟରେ ଦେଶର ଜିଡିପିକୁ ବଡ଼ ବଡ଼ ରାଜ୍ୟମାନଙ୍କ ଅବଦାନ କମିଥିବା ବେଳେ ଓଡ଼ିଶାର ଅବଦାନ ଲଗାତାର ବୃଦ୍ଧି ପାଇଛି । ୨୦୦୦-୦୧ରେ ଦେଶର ଜିଡିପିକୁ ଓଡ଼ିଶାର ଅବଦାନ ୨.୩% ରହିଥିବା ବେଳେ ୨୦୨୩-୨୪ ବେଳକୁ ଏହା ୨.୮%କୁ ବୃଦ୍ଧି ପାଇଛି । ଅପରପକ୍ଷରେ, ପଞ୍ଜାବର ଅବଦାନ ୩.୯%ରୁ ୨.୪%କୁ, ମହାରାଷ୍ଟ୍ରର ଅବଦାନ ୧୪%ରୁ ୧୩.୩%କୁ, ଦିଲ୍ଲୀର ଅବଦାନ ୩.୭%ରୁ ୩.୬%କୁ, ପଶ୍ଚିମବଙ୍ଗର ଅବଦାନ ୮.୨%ରୁ ୫.୬%କୁ, ଉତ୍ତର ପ୍ରଦେଶର ଅବଦାନ ୧୦.୯% ରୁ ୯.୫%କୁ ଖସିଛି ବୋଲି ରିପୋର୍ଟରେ ଦର୍ଶଯାଇଛି । ଏହି ରିପୋର୍ଟରେ ଓଡ଼ିଶାର ଅଭିବୃଦ୍ଧିକୁ ଏକ ବଡ଼ ଉପଲବ୍ଧି ବୋଲି ଦର୍ଶାଯାଇଛିା

ଶ୍ରୀମିଶ୍ର ଆହୁରି କହିଥିଲେ, ୨୦୦୦ ମସିହାରେ ନବୀନ ବାବୁ ରାଜ୍ୟ ଶାସନ ଦାୟିତ୍ୱ ନେବା ସମୟରେ ଓଡ଼ିଶାର ଆର୍ଥିକ ସ୍ଥିତି ଦେବାଳିଆ ସ୍ଥିତିରେ ଥିଲା । ସେହି ସମୟରେ ରିଜର୍ଭ ବ୍ୟାଙ୍କ ପାଖରେ ଓଡ଼ିଶାର ପ୍ରାୟ ୧୪୪ କୋଟି ଟଙ୍କାର ଓଭର ଡ୍ରାଫ୍ଟ ଥିଲା । ରିଜର୍ଭ ବ୍ୟାଙ୍କ ଏହି ଓଭରଡ୍ରାଫ୍ଟକୁ ଆଉ ଅଧିକ କରିବା ପାଇଁ ଅନୁମତି ଦେଇନଥିଲେ, ଯାହା ଫଳରେ ରାଜ୍ୟସରକାରଙ୍କ ନିକଟରେ କାର୍ଯ୍ୟରତ ପ୍ରାୟ ଛଅ ଲକ୍ଷ କର୍ମଚାରୀ ଓ ପେନସନ ଧାରୀଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ବିଳମ୍ୱ ହେଉଥିଲା । ୨୦୦୦ ମସିହାରେ ଏକ ଦେବାଳିଆ ରାଜ୍ୟ ଭାବେ ପରିଚୟ ପାଇଥିବା ଓଡିଶା, ନବୀନ ବାବୁଙ୍କ ନେତୃତ୍ୱରେ ଆର୍ଥିକ ଶୃଙ୍ଖଳା, ପ୍ରଶାସନିକ ପାରଦର୍ଶିତା ଓ ନୂତନ ଶିଳ୍ପ ନୀତି ମାଧ୍ୟମରେ ଓଡିଶା ଏକ ରାଜସ୍ୱ ନିଅଣ୍ଟ ରାଜ୍ୟରୁ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇପାରିଥିଲା । ୨୦୦୦ ମସିହାରେ ଓଡିଶା ୧୮,୦୦୦ କୋଟି ଟଙ୍କାର ରାଜସ୍ୱ ନିଅଣ୍ଟ ଥିଲା ବେଳେ ୨୦୨୪ ବେଳକୁ ୪୮,୦୦୦ କୋଟି ଟଙ୍କାର ରାଜସ୍ୱ ବଳକା ହୋଇଛି । ସେହିପରି, ରାଜ୍ୟର ମୁଣ୍ଡ ପିଛା ଆୟ ମାତ୍ର ୧୦,୨୧୧ ଟଙ୍କା ଥିଲା ବେଳେ ଏହା ୨୦୨୪ ବେଳକୁ ଏହା ୧,୬୧,୪୩୭ ଟଙ୍କାକୁବୃଦ୍ଧି ପାଇଛି ।

୨୦୦୦ ମସିହାରେ ଓଡ଼ିଶାର ସତୁରି ଭାଗ ଲୋକ ଗରିବ ସୀମାରେଖା ତଳେ ଥିଲେ, ଯାହା ୨୦୨୪ ବେଳକୁ ମାତ୍ର ଦଶ ପ୍ରତିଶତକୁ ଖସି ଆସିଛି । ୨୦୦୦ ମସିହାରେ ରାଜ୍ୟର ଜିଡିପି ୪୬,୭୫୬ କୋଟି ଟଙ୍କା ଥିଲା ବେଳେଏହା ୨୦୨୪ ବେଳକୁ ୮.୩ ଲକ୍ଷ କୋଟି ଟଙ୍କାରେ ପହଁଚିଛି । ରାଜ୍ୟରେ ଧାନ ଉତ୍ପାଦନ ୨୦୦୦ ମସିହାରେ ୪୬.୧୪ ଲକ୍ଷ ମେଟ୍ରିକ ଟନ ଥିଲା ବେଳେ ଏହା ୨୦୨୪ରେ ୧୦୧.୩୦ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ ଟନରୁ ୧୦.୫୨ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି ଓ ଓଡିଶା ଦେଶର ଚତୁର୍ଥ ବୃହତ ମାଛ ଉତ୍ପାଦନ ରାଜ୍ୟ ଭାବେ ପରିଗଣିତ ହୋଇଛି । ରାଜ୍ୟରେ ଅଣ୍ଡା ଉତ୍ପାଦନ ୭୩୦ ନିୟୁତରୁ ୩୪୭୫ ନିୟୁତକୁ ବୃଦ୍ଧି ପାଇଛି । ଓଡିଶା ୨୦୦୦ ମସିହାରେ ୩୮୭ କୋଟି ଟଙ୍କାର ରପ୍ତାନି କରୁଥିବା ବେଳେ୨୦୨୩-୨୪ରେ ଏହା ୧,୬୫,୨୧୧ କୋଟି ଟଙ୍କାରେ ପହଁଚିଛି ଓ ଓଡିଶା ଦେଶର ସପ୍ତମ ଶ୍ରେଷ୍ଠର ପ୍ତାନୀକାରୀ ରାଜ୍ୟର ମାନ୍ୟତା ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଗୋଟିଏ ବିମାନବନ୍ଦର କାର୍ଯ୍ୟକ୍ଷମ ଥିଲା ବେଳେ ୨୦୨୪ରେ ଛଅଟି ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇପାରିଛି । ସେହିପରି ରାଜ୍ୟରେ ବନ୍ଦର ସଂଖ୍ୟା ଏକରୁ ତିନିକୁ ବୃଦ୍ଧି ପାଇଛି ବୋଲି ଶ୍ରୀମିଶ୍ର କହିଥିଲେ ।

୨୦୦୦ ମସିହାରେ ଓଡ଼ିଶାର ବଜେଟ ମାତ୍ର ୧୦,୦୦୦ କୋଟି ଟଙ୍କା ଥିଲାବେଳେ ୨୦୨୩ ବେଳକୁ ଏହା ୨,୫୫,୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା । ବର୍ତ୍ତମାନର ସରକାର ୨,୬୫,୦୦୦ କୋଟି ଟଙ୍କାର ବଜେଟ ଆଣିଛନ୍ତି ଯାହା ପୂର୍ବବର୍ଷ ବଜେଟଠାରୁ ମାତ୍ର ୩.୭୭% ଅଧିକ । କିନ୍ତୁଏହା ପନ୍ଦର ପ୍ରତିଶତ ଅଧିକ ବୋଲି କୁହାଯାଉଛି, ଯାହା ସତ୍ୟ ନୁହେଁ ବୋଲି ଶ୍ରୀମିଶ୍ର କହିଥିଲେ । ସେ ଆହୁରି କହିଥିଲେ, ଚବିଶବର୍ଷରେ ବିଜେଡିସରକାର ୭୪,୦୦୦ କୋଟି ଟଙ୍କା ଋଣ କରିଥିବାବେଳେ ବିଜେପି ସରକାର ପ୍ରଥମ ବର୍ଷରେ ୪୪, ୦୦୦ କୋଟି ଋଣ ପାଇଁ ଯୋଜନା କରିଛନ୍ତି । ଏହିପରି ଋଣ କଲେ, ଆଗାମୀ ପାଞ୍ଚ ବର୍ଷରେ ଏହି ଋଣ ପରିମାଣ ୩ ଲକ୍ଷ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ସ୍ପଷ୍ଟ ଯେ, ଗତ ଦୁଇ ଦଶନ୍ଧିରେ ଓଡିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ସୁଦୃଢ଼ ରଖି ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟରେ ଅନୁକୂଳ ବାତାବରଣର ଆବଶ୍ୟକତା ରହିଛି । ତେଣୁ ରାଜ୍ୟର ଅଭିବୃଦ୍ଧିକୁ ବଜାୟ ରଖିବାକୁ ହେଲେ କେବଳ ନାମ ଓ ରଙ୍ଗ ପରିବର୍ତ୍ତନରେ ସୀମିତ ନ ରହି ନବୀନଙ୍କ ଯୋଜନାକୁ ଆଗେଇ ନେଲେ ରାଜ୍ୟ ପ୍ରଗତି ଜାରି ରହିବ ।

Previous Post

ବାଲେଶ୍ୱର ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା

Next Post

କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି?

Next Post
କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି?

କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA