Tuesday, June 23, 2026 05:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି?

ସରକାରୀ ଜମିକୁ ସ୍ଥିତିବାନ କରି ଆପାର୍ଟମେଣ୍ଟ ନିର୍ମାଣ

by Our Correspondent
25 Sep, 2024- 06:18 PM
in Crime, Latest News, News
1 min read
0
କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି?

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଜମି ଲୁଟେରା । କିଛି ମାଫିଆ ନିରୀହ ଲୋକଙ୍କୁ ଡରାଇ ଧମକାଇ ସେମାନଙ୍କ ଜମି ହାତଉଥିବା ବେଳେ ଆଉ କିଛି ସରକାରୀ ଜମିକୁ ସିଧାସଳଖ ଲୁଟି ନେଉଛନ୍ତି । ସରକାରୀ ବାବୁଙ୍କୁ ହାତ କରି ସରକାରୀ ଜମିକୁ ଲୁଟିବାରେ ଏମାନେ କୁଆଡ଼େ ସିଦ୍ଧହସ୍ତ । ବର୍ଷ ବର୍ଷ ଧରି ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ଏଭଳି କାରନାମା ଚାଲୁଥିବା ବେଳେ ଏକ ସାଂଘାତିକ ମାମଲା ଲୋକଲୋଚନକୁ ଆସିଛି । ୫ ଏକର ଜଙ୍ଗଲ କିସମର ଏକ ସରକାରୀ ଜମିକୁ ସ୍ଥିତିବାନ କରାଇ ତାହା ଉପରେ ନିର୍ମାଣ ଚାଲିଛି ବିଶାଳ ଆପାର୍ଟମେଣ୍ଟ । ଅତ୍ୟନ୍ତ ପ୍ରଭାବଶାଳୀ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଏହି ଆପାର୍ଟମେଣ୍ଟ ତିଆରି ଚାଲିଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ସରଜମିନ ତଦନ୍ତରୁ ଏହି ବେଆଇନ କାରସାଦିର ପର୍ଦ୍ଦାଫାସ ହୋଇଛି ।

ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗରୁ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଉପଜିଲ୍ଲାପାଳ ଏବଂ ଭୁବନେଶ୍ୱର ତହସିଲଦାରଙ୍କୁ ଏକ ଚିଠି ଆସିଛି । ପଟିଆରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲିଜ୍ ସୂତ୍ରରେ ଦିଆଯାଇଥିବା ୫ ଏକରର ସରକାରୀ ଜାଗାକୁ ସ୍ଥିତିବାନ୍ କରାଯାଇ ସେଠାରେ ବହୁତଳ ପ୍ରସାଦ ନିର୍ମାଣ କରାଯାଉଥିବାରୁ ସାଧାରଣ ପ୍ରଶାସନ ବିଭାଗ ଆକ୍ସନ୍ ମୁଡ୍ କୁ ଆସିଛି । ଏହି ଜାଗାର ଆରଓଆର ସଂଶୋଧନ କରି ସ୍ଥିତିବାନ ଷ୍ଟାଟସ୍ ହଟାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜିଲ୍ଲାପାଳ ଏ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।

ସାଧାରଣ ପ୍ରଶାସନ ବିଭାଗର ଚିଠିରେ ହିଁ ଏହି ସରକାରୀ ଜାଗାର ଅତୀତ ଓ ଭବିଷ୍ୟତ କାହାଣୀ ରହିଛି । ଅତି ଯୋଜନାବଦ୍ଧ ଭାବେ ସମ୍ପୂର୍ଣ୍ଣ ବେଆଇନ କାର୍ଯ୍ୟ କରାଯାଇଛି । ସରକାରଙ୍କ ଶୁଭଦୃଷ୍ଟିରେ ରହିଲେ ଅସମ୍ଭବ କାର୍ଯ୍ୟ କିଭଳି ସମ୍ଭବ ହୋଇପାରେ ଏହା ତାହାର ଗୋଟିଏ ନଗ୍ନ ଉଦାହରଣ ବୋଲି କୁହାଯାଉଛି ।

ମୌଜା- ପଟିଆ । ଖାତା ନମ୍ବର-୪୯୩ । ପ୍ଲଟ୍ ନଂ-୩୦୯ । ଏରିଆ-୫ ଏକର । ୪୫ ବର୍ଷ ତଳେ ଏହି ଜାଗାକୁ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ ତେଜପାଲ୍ ସିଂଙ୍କୁ ୯୯ ବର୍ଷିଆ ଲିଜ୍ ସୂତ୍ରରେ ଦେଇଥିଲେ । ଆରଏଲଡି ନଂ ୯୨୯୫, ତାରିଖ ୧୭.୧୨.୧୯୭୯ରେ ଭୁବନେଶ୍ୱର ତହସିଲଦାରଙ୍କ ଦ୍ୱାରା ଏହି ଲିଜ୍ ଡିଡ୍ ରେଜିଷ୍ଟ୍ରି ହୋଇଥିଲା ।

ମାତ୍ର ପରବର୍ତ୍ତୀ ସମୟରେ ଏହି ଜାଗାର ଠିକଣା ବଦଳିଗଲା । ତେଜପାଲ୍ ସିଂ, ପ୍ରୋପ୍ରାଇଟର ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ ନାଁରେ ୪୭୪/୫ ଖାତା ନମ୍ବର ପ୍ରସ୍ତୁତ କରାଯାଇ ସଂପୃକ୍ତ ଜାଗାର ଷ୍ଟାଟସ୍ ସ୍ଥିତିବାନ କରିଦିଆଗଲା । ତତ୍କାଳୀନ ଭୁବନେଶ୍ୱର ତହସିଲଦାର ହାତକାଟି ସରକାରୀ ଜାଗାକୁ ସ୍ଥିତିବାନ ରେ ବଦଳେଇଦେଲେ ।

ଖାଲି ସେତିକି ନୁହେଁ, ପରବର୍ତ୍ତୀ ସମୟରେ ଜଙ୍ଗଲ କିସମ ଏହି ଜାଗାକୁ “ଘରବାରି’ ବର୍ଗୀକରଣ କରି ଦିଆଗଲା । ଓଏଲଆର ଆକ୍ଟର, ୧୯୬୦ର ଧାରା ୮-ଏରେ ଏହାର ସରକାରୀ ଆଦେଶ ପ୍ରକାଶ ପାଇଲା । ଯାହାର କେସ୍ ନଂ ଥିଲା ୭୧୧୪/୨୦୨୨ ।

ଅର୍ଥାତ୍ ୨୦୨୨ ମସିହା ବେଳକୁ ୫ ଏକର ଜଙ୍ଗଲ କିସମର ମୂଳ ସରକାରୀ ଜାଗାଟି ସ୍ଥିତିବାନ ପାଲଟି ଘରବାରି କିସମକୁ ବଦଳିଗଲା । ତେବେ କଥା ସେତିକିରେ ଅଟକି ନାହିଁ । ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ ପ୍ରୋପାଇଟର୍ ତେଜପାଲ୍ ସିଂଙ୍କ ନାଁରେ ଥିବା ଏହି ଜାଗା ପାୱାର ଅଫ୍ ଆଟର୍ଣ୍ଣିଂ ବଳରେ ଜନୈକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅକ୍ତିଆରକୁ ଚାଲିଆସିଛି । ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାଲିକାନାରେ ଏବେ ସେଠାରେ ନିର୍ମାଣ ଚାଲିଛି ବିଶାଳ ଆପାର୍ଟମେଣ୍ଟ । ସାଧାରଣ ପ୍ରଶାସନ ବିଭାଗ ଅଧିକାରୀମାନେ ଫିଲ୍ଡ ଭେରିଫିକେସନ୍ ବେଳେ ଏହି ନିର୍ମାଣ ଦେଖି ତାଜୁବ ହୋଇଯାଇଛନ୍ତି ।

ଆହୁରି ଗୁରୁତର କଥା ହେଉଛି, ଚିହ୍ନିତ ୫ ଏକର ଜାଗାକୁ ଲାଗି ଆଉ ୨ ଏକର ସରକାରୀ ଜାଗା ମାଡ଼ି ଆପାର୍ଟମେଣ୍ଟ ନିର୍ମାଣ ହେଉଥିବା ଜଣେ ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

ଏଭଳି ଭାବେ ସାଂଘାତିକ ବେଆଇନ କାରସାଦି ବଳରେ ସରକାରୀ ଜାଗାକୁ ହାତେଇବାଠାରୁ ଆରମ୍ଭ କରି ସେଠାରେ ବ୍ୟବସାୟିକ ନିର୍ଦ୍ଦେଶରେ ଆପାର୍ଟମେଣ୍ଟ ନିର୍ମାଣ କରିବା ପର୍ଯ୍ୟନ୍ତ ସବୁଥିରେ ଅନାୟାସରେ ସଫଳ ହୋଇଛନ୍ତି ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତି । ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଦିଆଯାଇଥିବା ଏକ ଲିଜହୋଲ୍ଡ ଜାଗା ଉପରେ ରେସିଡେନସିଆଲ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ବି ଶେଷରେ ବିଏମସି/ବିଡିଏ ବି ଅନୁମତି ଦେଇଛନ୍ତି ।

ସାଧାରଣ ପ୍ରଶାସନ ବିଭାଗର ଅଣ୍ଡର ସେକ୍ରେଟାରୀ ଗତ ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଉପଜିଲ୍ଲାପାଳ ଏବଂ ଭୁବନେଶ୍ୱର ତହସିଲଦାରଙ୍କୁ ୨୭୯୧୨ ନଂ ଚିଠିରେ ଏହି ମାମଲାର ଅବତାରଣା କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଏମସି/ବିଡିଏ ମଧ୍ୟ ସେଠାରେ ବିଲଡିଂ ପ୍ଲାନ୍ ଅନୁମୋଦନକୁ ବାତିଲ କରି ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ପଦକ୍ଷେପ ନେବେ । ଏହାକୁ ଅତ୍ୟନ୍ତ ଜରୁରୀ ବୋଲି ବିଚାର କରିବାକୁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତସହସିଲଦାର, ବିଏମସି ଏବଂ ବିଡିଏକୁ କୁହାଯାଇଛି ।

ଏବେ ଦେଖିବାର କଥା, ପ୍ରକୃତରେ ଏହି ବେଆଇନ କାରସାଦି ଉପରେ ସତରେ କାର୍ଯ୍ୟାନୁଷ୍ଠାନ ହେଉଛି ନା ନାହିଁ । ଜାଗାର ଆରଓଆର ସଂଶୋଧନ କରି ସ୍ଥିତିବାନ ଷ୍ଟାଟସ୍ ହଟାଇବା ଏବଂ ନିର୍ମାଣାଧୀନ ଆପାର୍ଟମେଣ୍ଟକୁ ଭାଙ୍ଗି ସରକାର ତାଙ୍କ ଜାଗାକୁ ଫେରିପାଇବା ସତରେ କ’ଣ ସମ୍ଭବପର?

 

Previous Post

ନବୀନଙ୍କ ୨୪ ବର୍ଷ ଶାସନର ରିପୋର୍ଟ କାର୍ଡ ଦେଖାଇଲା ବିଜେଡି

Next Post

ଅଚ୍ୟୁତ ସାମନ୍ତଙ୍କୁ ୬୦ତମ ସମ୍ମାନସୂଚକ ଡକ୍ଟୋରେଟ୍‍

Next Post
ଅଚ୍ୟୁତ ସାମନ୍ତଙ୍କୁ ୬୦ତମ ସମ୍ମାନସୂଚକ ଡକ୍ଟୋରେଟ୍‍

ଅଚ୍ୟୁତ ସାମନ୍ତଙ୍କୁ ୬୦ତମ ସମ୍ମାନସୂଚକ ଡକ୍ଟୋରେଟ୍‍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA