Tuesday, June 23, 2026 02:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଛୁଆ ବର୍ଗର ସ୍ୱାର୍ଥପ୍ରତି ଅଣଦେଖା: ବିଜେଡି

by Our Correspondent
26 Sep, 2024- 07:32 PM
in Latest News, News
1 min read
0
ପଛୁଆ ବର୍ଗର ସ୍ୱାର୍ଥପ୍ରତି ଅଣଦେଖା: ବିଜେଡି

ଭୁୁବନେଶ୍ୱର: ରାଜ୍ୟ ବିଜେପି ସରକାର ଓବିସି ଓ ଏସସିବିସି ବର୍ଗର ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରୁଛନ୍ତି। ଡବଲ ଇଂଜିନ ଓ ଡବଲ ଵିକାଶର ନାରା ଦେଇ ସରକାରକୁ ଆସିଥିବା ବିଜେପି ସରକାରଙ୍କ ଶହେ ଦିନ ଭିତରେ ରାଜ୍ୟରେ ବାସ କରୁଥିବା ପ୍ରାୟ ୫୪% ପଛୁଆ ବର୍ଗର ଲୋକଙ୍କ ସ୍ୱାର୍ଥପାଇଁ ପଦୁଟିଏ ମଧ୍ୟ ମୁହଁ ଖୋଲି ନାହାନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରିଛି।

ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ କହିଲେ, ବିଜୁ ଜନତା ଦଳ ତରଫରୁ ଦେଶରେ ଜାତି ଭିତ୍ତିକ ଜନ ଗଣନା ପାଇଁ ଆମର ସଭାପତି ନବୀନ ପଟ୍ଟନାୟକ ଦାବୀ କରି ଆସୁଛନ୍ତି। ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଓବିସି ମାନଙ୍କ ପାଇଁ କୌଣସି ସରଂକ୍ଷଣ ନାହିଁ, ଯାହା ଫଳରେ ପଛୁଆ ବର୍ଗର ପିଲା ମାନେ ଡାକ୍ତରୀ ଓ ଇଂଜିନିୟରିଙ୍ଗ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ସେହିପରି, ନିଯୁକ୍ତି କ୍ଷେତ୍ରରେ ମାତ୍ର ୧୧. ୨୫% ସରଂକ୍ଷଣ ବ୍ୟବସ୍ଥା ରହିଛି ଯାହା ପ୍ରକୃତରେ ୨୭% ରହିବା କଥା। ତେଣୁ ଉଭୟ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟର ପଛୁଆ ବର୍ଗର ଲୋକମାନେ ତାଙ୍କ ନ୍ୟାର୍ୟ୍ୟ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ଆମ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାରମ୍ବାର ପଛୁଆ ବର୍ଗର ନ୍ୟାର୍ୟ୍ୟ ଦାବୀ ପାଇଁ ଲଢେଇ କରିଛନ୍ତି। ପୂର୍ବରୁ ରାଜ୍ୟର ବିଜେପି ପଛୁଆ ବର୍ଗର ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିଲା ହେଲେ ସରକାରକୁ ଆସିବା ପରେ ସେମାନେ ନିରବ ହୋଇ ଯାଇଛନ୍ତି ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ଼ଃ ସସ୍ମିତ ପାତ୍ର କହିଥିଲେ ଡବଲ ଇଂଜିନ ସରକାର ଆସିଲେ ଡବଲ ଵିକାଶ ହେବ ବୋଲି ଡିଣ୍ଡିମ ପିଟୁଥିବା ବିଜେପି ଡବଲ ଇଂଜିନ ସରକାର ଆସିବାର ଶହେ ଦିନ ପୂରଣ ହୋଇଥିଲେ ହେଁ, ପଛୁଆ ବର୍ଗର ସ୍ୱାର୍ଥ ପୂରଣ ପାଇଁ ପଦଟିଏ ମଧ୍ୟ ମୁହଁ ଖୋଲି ନାହାନ୍ତି। ଶହେ ଦିନର ସଫଳତାକୁ ନେଇ ଉତ୍ସବ ମୁଖର ଥିବା ବିଜେପି ସରକାରଙ୍କୁ ଆମର ପ୍ରଶ୍ନ, ପଛୁଆ ବର୍ଗର ଲୋକଙ୍କ ପାଇଁ କରିଛ କଣ? ବିଜୁ ଜନତା ଦଳର ସାଂସଦ ମାନେ ଗତ ପାଞ୍ଚବର୍ଷରେ ଜାତି ଭିତ୍ତିକ ଜନ ଗଣନା ପାଇଁ ଦାବୀ କରି ଆସୁଛନ୍ତି, କିନ୍ତୁ କେନ୍ଦ୍ର ସରକାର ସେଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି ବୋଲି ଶ୍ରୀ ପାତ୍ର କହିଥିଲେ।

ପ୍ରାରମ୍ଭରେ, ବିଜେଡି ମୁଖପାତ୍ର ତଥା ମିଡ଼ିଆ କୋଡିନେଟର ଡ଼ଃ ଲେନିନ ମହାନ୍ତି ଆଜିର ପ୍ରସଙ୍ଗ ଉପରେ ପ୍ରାକ ସୂଚନା ଦେବା ସହ କହିଥିଲେ, କେବଳ ବଡ଼ ବଡ଼ କଥା କହି ଓ ଅନ୍ୟର ମୁଣ୍ଡରେ ଦୋଷ ଲଦି ବର୍ତ୍ତମାନର ବିଜେପି ସରକାର ଖସି ଯିବାକୁ ଚାହୁଛନ୍ତି। ରାଜ୍ୟର ସାଢେ ଚାରି କୋଟି ଲୋକ ବିଜୁ ଜନତା ଦଳକୁ ବିରୋଧୀ ଦଳର ସ୍ଥାନ ଦେଇଛନ୍ତି, ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ବିଜୁ ଜନତା ଦଳ ନିଶ୍ଚିତ ଭାବେ ଲଢେଇ କରିବ ବୋଲି ଡ଼ଃ ମହାନ୍ତି କହିଥିଲେ।

Previous Post

ବିଜେପି ସରକାର ଆଦିବାସୀ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରୁଛନ୍ତି: ବିଜେଡି

Next Post

କର୍କଟ ରୋଗୀଙ୍କ ନିମନ୍ତେ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ରେ ସପ୍ତାହରେ ଦୁଇ ଦିନ ମାଗଣା ଚିକିତ୍ସା

Next Post
କର୍କଟ ରୋଗୀଙ୍କ ନିମନ୍ତେ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ରେ ସପ୍ତାହରେ ଦୁଇ ଦିନ ମାଗଣା ଚିକିତ୍ସା

କର୍କଟ ରୋଗୀଙ୍କ ନିମନ୍ତେ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ରେ ସପ୍ତାହରେ ଦୁଇ ଦିନ ମାଗଣା ଚିକିତ୍ସା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA