Tuesday, June 23, 2026 10:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ସରକାର ଆଦିବାସୀ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରୁଛନ୍ତି: ବିଜେଡି

by Our Correspondent
25 Sep, 2024- 07:31 PM
in Latest News, News
1 min read
0
ବିଜେପି ସରକାର ଆଦିବାସୀ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରୁଛନ୍ତି: ବିଜେଡି

ଭୁୁବନେଶ୍ୱର: ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଜ୍ୟ ବିଜେପି ସରକାରଙ୍କ ଗତ ଶହେ ଦିନରେ ରାଜ୍ୟର ଆଦିବାସୀଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ନବୀନ ବାବୁଙ୍କ ଶାସନ କାଳରେ ରାଜ୍ୟର ଆଦିବାସୀ ଭାଇ ଭଉଣୀ ମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ଵିକାଶମୂଳକ ଯୋଜନା ଗୁଡିକୁ ବର୍ତ୍ତମାନର ସରକାର ବନ୍ଦ କରି ଦେଉଛନ୍ତି ଓ ଅନେକ ଯୋଜନାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ବିଶି କହିଥିଲେ। ରାଜ୍ୟର ଆଦିବାସୀ ମାନଙ୍କ ଏବେ ମୁଖ୍ୟ ସମସ୍ୟା ହେଉଛି ଯେ ଜନଜାତି ଓ ପାରମ୍ପରିକ ଆଦିବାସୀ ମାନଙ୍କ ପାଇଁ ଉଦିଷ୍ଟ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ଓ ଏହାର ସଂଶୋଧନ ଆଇନ ୨୦୧୨ ଅନୁଯାୟୀ, ସେମାନେ ଚାଷ ବାସ କରୁଥିବା ଜମିକୁ ସେମାନଙ୍କ ନାମରେ ପଟ୍ଟା ପ୍ରଦାନ କରିବା କଥା, କିନ୍ତୁ ଏହା ନବୀନ ବାବୁଙ୍କ ସରକାରଙ୍କ ସମୟରେ କରା ଯାଉଥିଲା ବେଳେ ବର୍ତ୍ତମାନର ସରକାର ଏହାକୁ କାର୍ୟ୍ୟକାରୀ କରୁ ନାହାନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ବିଭିନ୍ନ ଜିଲ୍ଲାରେ ଆଦିବାସୀମାନେ ଜିଲ୍ଲା ମୁଖ୍ୟାଳୟରେ ଆନ୍ଦୋଳନ କରୁଛନ୍ତି।

ସେ କହିଥିଲେ, ଆଦିବାସୀ ମାନଙ୍କ କଳା ସଂସ୍କୃତିର ଵିକାଶ ଓ ଜୀବନ ଜୀବିକାର ଵିକାଶ ପାଇଁ ନବୀନ ବାବୁ ରାଜ୍ୟର ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ କରିଥିଲେ। ରାଜ୍ୟରେ ବିଜେପି ସରକାର ଆସିବା ଦିନଠୁ ଏହି ପରିଷଦ ଗୁଡିକୁ ଅଚଳ କରି ଦିଆ ଯାଇଛି। ଏହି ପରିଷଦ ମାଧ୍ୟମରେ ପ୍ରତ୍ୟେକ ବ୍ଲକକୁ ଏକ କୋଟି ଟଙ୍କା ଲେଖାଏ ଦିଆ ଯାଉଥିଲା, ଯାହା ଆଦିବାସୀ ମାନଙ୍କ ପାରମ୍ପରିକ ବାଦ୍ୟ ଯନ୍ତ୍ର, ବେଶ ଭୁଷା ଇତ୍ୟାଦିର ସଂରକ୍ଷଣ କରିବା ସହିତ ଆଦିବାସୀ ଭଵନ ଓ ଆଦିବାସୀ କ୍ଳବ ନିର୍ମାଣ କରା ଯାଉଥିଲା। ବର୍ତ୍ତମାନ, ସେଗୁଡିକ ବନ୍ଦ ହୋଇ ଯାଇଛି। ରାଜ୍ୟର ପ୍ରାୟ ଆଠ ଲକ୍ଷ ଆଦିବାସୀ କେନ୍ଦୁ ପତ୍ର ତୋଳାଳୀ ଭାବେ କାର୍ୟ୍ୟରତ ଅଛନ୍ତି। କେନ୍ଦ୍ର ସରକାର କେନ୍ଦୁପତ୍ର ତୋଳାଳିଙ୍କ ଉପରେ ୧୮% ଜିଏସଟି ଲାଗୁ କରିଛନ୍ତି। ଏହାର ଉଚ୍ଛେଦ ପାଇଁ ବାରମ୍ବାର ଦାବୀ ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ସେହିପରି, ଲଘୁ ବନଯାତ ଦ୍ରବ୍ୟରେ ଆଦିବାସୀ ମାନଙ୍କ ପାଇଁ ନବୀନ ବାବୁଙ୍କ ଦ୍ୱାରା ଏକ ଲାଭ ଯୋଜନା କରା ଯାଇଥିଲା, ଯାହା ମାଧ୍ୟମରେ ହରିଡ଼ା, ବାହାଡା, ଅଁଳା, ତେନ୍ତୁଳି, ଶାଳ ମଞ୍ଜି ଓ ମଶୁ ଇତ୍ୟାଦିକୁ ସରକାର ଆଦିବାସୀ ମାନଙ୍କ ଠାରୁ କିଣୁଥିଲେ ଓ ୧୦୦% ଏମଏସପି ପ୍ରଦାନ କରୁଥିଲେ, ଯାହା ଏବେ ବନ୍ଦ କରି ଦିଆ ଯାଇଛି ବୋଲି ଶ୍ରୀ ବିଶି କହିଥିଲେ।

ସେ ଆହୁରି କହିଥିଲେ, ରାଜ୍ୟରେ ଥିବା ଆହୁରି ୧୩୫ଟି ଜନଜାତି ସମ୍ପ୍ରଦାୟ ରାଜ୍ୟ ଜନଜାତି ତାଲିକାରେ ସାମିଲ ହେବା ପାଇଁ ନବୀନ ବାବୁ ବାରମ୍ବାର ଚିଠି ଲେଖିଥିଲେ ସୁଦ୍ଧା, ସେମାନଙ୍କୁ ସାମିଲ କରା ଯାଇନାହିଁ। ସେହିପରି, ହୋ, ମୁଣ୍ଡାରୀ, କୁଇ, ଭୂମିଜ, ସଉରା ଭଳି ଜନଜାତି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ ବାରମ୍ବାର ହେଉଥିବା ଦାବୀ ପ୍ରତି ମଧ୍ୟ ସରକାର ଶୁଣୁ ନାହାନ୍ତି। ରାଜ୍ୟରେ ପେସା ଆଇନ ଲାଗୁ ମଧ୍ୟ ହୋଇ ପାରୁନାହିଁ। ନବୀନ ସରକାରଙ୍କ ଦ୍ୱାରା ଏସଟି ଏସସି ପିଲା ମାନଙ୍କୁ ପ୍ରଦାନ କରାଯାଉଥିବା ମାସିକ ବୃତ୍ତି ଓ ଦୁଇ ହଳ ପୋଷାକକୁ ମଧ୍ୟ ବର୍ତ୍ତମାନର ସରକାରଙ୍କ ଦ୍ୱାରା ଏପର୍ୟ୍ୟନ୍ତ ଦେଇ ନାହାନ୍ତି ବୋଲି ଶ୍ରୀ ବିଶି କହିଥିଲେ। ଏ ସରକାର ଆଦିବାସୀ ମାନଙ୍କ ସ୍ୱାର୍ଥକୁ ଅଣଦେଖା କରୁଛନ୍ତି ଓ ଆଦିବାସୀଙ୍କ ଅସ୍ମିତାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ବିଶି କହିଥିଲେ।

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଥିଲେ, ଡବଲ ଇଂଜିନ ସରକାର ଡବଲ ବିକାଶର ସରକାର ନାରା ଦେଇ ଆସିଥିବା ବିଜେପି ସରକାର ଗତ ଶହେ ଦିନରେ ଡବଲ ଫମ୍ପା ସରକାର ଓ ଆଦିବାସୀ ବିରୋଧୀ ସରକାର ବୋଲି ସ୍ପଷ୍ଟ ହୋଇଛି। ଆଦିବାସୀ ମାନଙ୍କ ପାଇଁ ପୂର୍ବ ସରକାରଙ୍କ ଦ୍ୱାରା କରା ଯାଇଥିବା ଯୋଜନା ଗୁଡିକୁ ଅଧପନ୍ତରିଆ ଭାବେ ବନ୍ଦ କରି ଦିଆଯାଇଛି ତାକୁ ପୁଣି ଥରେ ଆରମ୍ଭ କରାଯାଉ ବୋଲି ଶ୍ରୀ ପାତ୍ର କହିଥିଲେ।

ପ୍ରାରମ୍ଭରେ ଦଳର ମିଡ଼ିଆ ସଂଯୋଜକ ଡ଼ଃ ପ୍ରିୟବ୍ରତ ମାଝୀ ନବୀନ ସରକାରଙ୍କ ଅମଳରେ ଆଦିବାସୀ ମାନଙ୍କ ପାଇଁ କରା ଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ଗୁଡିକ ଉପରେ ସୂଚନା ଦେଇଥିଲେ। ନବୀନଙ୍କ ସମୟରେ ବାରିପଦା, କୋରପୁଟ ଓ ଭବାନୀପାଟଣାଠାରେ ପ୍ରତିଷ୍ଠା ହୋଇଥିବା ତିନୋଟି ମେଡିକାଲ କଲେଜକୁ ଆଦିବାସୀ ବରପୁତ୍ରଙ୍କ ନାମରେ ନାମିତ କରା ଯାଇଥିଲା। ସେହିପରି ରାଉରକେଲାରେ ନିର୍ମିତ୍ତ ବିଶ୍ୱର ସର୍ବ ବୃହତ ହକି ଷ୍ଟାଡିଅମକୁ ଭଗବାନ ବିର୍ଷା ମୁଣ୍ଡାଙ୍କ ନାମରେ ନାମିତ କରା ଯାଇଥିଲା। ସୁନ୍ଦରଗଡ଼ର ସମସ୍ତ ସତରଟି ବ୍ଲକରେ ହକିର ଵିକାଶ ପାଇଁ ଆଷ୍ଟ୍ରୋଟ୍ରଫ ଅଭ୍ୟାସ ପଡ଼ିଆ ନିର୍ମାଣ କରା ଯାଇଛି। ରାଜ୍ୟରେ ୨୦୨୨ଟି ଆଦିବାସୀ ସଂସ୍କୃତି କେନ୍ଦ୍ର ନିର୍ମାଣ କରା ଯାଇଛି ଯାହା ମାଧ୍ୟମରେ ଆଦିବାସୀ ସଂସ୍କୃତିର ଵିକାଶ କରା ଯାଇ ପାରୁଛି ବୋଲି ଡ଼ଃ ମାଝୀ କହିଥିଲେ।

 

Previous Post

ଭେଜାଲ୍ ଔଷଧ ପ୍ରତି ଫାର୍ମାସିଷ୍ଟମାନେ ବିଶେଷ ଧ୍ୟାନ ଦିଅନ୍ତୁ: ସୋଆ ଉପସଭାପତି

Next Post

ପଛୁଆ ବର୍ଗର ସ୍ୱାର୍ଥପ୍ରତି ଅଣଦେଖା: ବିଜେଡି

Next Post
ପଛୁଆ ବର୍ଗର ସ୍ୱାର୍ଥପ୍ରତି ଅଣଦେଖା: ବିଜେଡି

ପଛୁଆ ବର୍ଗର ସ୍ୱାର୍ଥପ୍ରତି ଅଣଦେଖା: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA