Wednesday, June 24, 2026 02:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଭାବଶାଳୀଙ୍କୁ ମିଳିଲା ହାଇକୋର୍ଟ ଆଶ୍ୱସ୍ତି

ସରକାର ଆଗକୁ ବଢ଼ିବେ ନା ଆଣ୍ଠେଇବେ?

by Our Correspondent
29 Sep, 2024- 08:10 PM
in Latest News, News
1 min read
0
ପ୍ରଭାବଶାଳୀଙ୍କୁ ମିଳିଲା ହାଇକୋର୍ଟ ଆଶ୍ୱସ୍ତି

ଭୁବନେଶ୍ୱର: ୫ ଏକରର ସରକାରୀ ଲିଜ୍ ଜାଗାକୁ ସ୍ଥିତିବାନ କରାଇ ସେଥିରେ ବିଶାଳ ଆପାର୍ଟମେଣ୍ଟ ନିର୍ମାଣ କରୁଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ଉକ୍ତ ଜାଗାରେ ବିଏମସି/ବିଡିଏର ପ୍ଲାନ୍ ଅନୁମୋଦନ ବାତିଲ ଏବଂ ଆରଓଆର ସଂଶୋଧନ କରି ସ୍ଥିତିବାନ ଷ୍ଟାଟସ୍ ହଟାଇବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି । ସାଧାରଣ ପ୍ରଶାସନ ବିଭାଗର କାର୍ଯ୍ୟାନୁଷ୍ଠାନ ଚିଠିକୁ ପ୍ରିନସିପୁଲ୍ସ ଅଫ ନ୍ୟାଚୁରାଲ୍ ଜଷ୍ଟିସ୍ ର ଉଲ୍ଲଂଘନ ବୋଲି ହାଇକୋର୍ଟ ବିଚାର କରିଛନ୍ତି ।

ଭୁବନେଶ୍ୱର ପଟିଆରେ ଶିଳ୍ପ ପ୍ରତିଷ୍ଠା ପାଇଁ ଦିଆଯାଇଥିବା ସରକାରୀ ଜାଗାରେ ଡୁପ୍ଲେକ୍ସ ଓ ଆପାର୍ଟମେଣ୍ଟ ନିର୍ମାଣ ଚାଲିଥିବାରୁ ତାହାକୁ ବନ୍ଦ କରିବା ସହିତ ଏହି ଜାଗାକୁ ସରକାରଙ୍କ ହାତକୁ ଫେରାଇ ଆଣିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ସେପ୍ଟେମ୍ବର ୨୧ ତାରିଖରେ ଚିଠି କରିଥିଲେ । ମାତ୍ର ତତକ୍ଷଣାତ୍ ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ତତ୍କାଳୀନ ଜାଗା ଲିଜଧାରୀ ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା କେସ୍ ଲଢ଼ୁଥିବା ବେଳେ ସରକାରଙ୍କ ପକ୍ଷରୁ ଥିଲେ ଏଜିଏ ଧନଞ୍ଜୟ ମୁଣ୍ଡ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଡକ୍ଟର ଜଷ୍ଟିସ୍ ଏସ.କେ.ପାଣିଗ୍ରାହୀ ଗତ ୨୫ ତାରିଖରେ ତାଙ୍କର ନିଷ୍ପତ୍ତି ଶୁଣାଇଥିଲେ ।

ବିଚାରପତି କହିଛନ୍ତି, ସାଧାରଣ ପ୍ରଶାସନ ବିଭାଗରୁ ଅଯଥାରେ ତରବରିଆ ଭାବେ ଚିଠି ହୋଇଛି । ସେଥିରେ ମୁଣ୍ଡ ଖଟାଯାଇନାହିଁ । ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ମଧ୍ୟ ସୁଯୋଗ ଦିଆଯାଇନାହିଁ । ସାଧାରଣ ପ୍ରଶାସନ ବିଭାଗର ଚିଠି କହୁଛି କି ଆବେଦନକାରୀ ଏହି ଜାଗାକୁ ୪୫ ବର୍ଷ ଧରି ଅକ୍ତିଆରରେ ରଖିଛନ୍ତି । ଇତିମଧ୍ୟରେ ଉକ୍ତ ଜାଗା ଉପରେ ତୃତୀୟ ପକ୍ଷର ଅଧିକାର ମଧ୍ୟ ଆସିସାରିଛି । ବାସପୋଯୋଗୀ ଘର କିଣିବା ପାଇଁ କିଛି ବ୍ୟକ୍ତି ତାଙ୍କର କଷ୍ଟ ଅର୍ଜିତ ଅର୍ଥକୁ ଏଠାରେ ଖଟାଇଛନ୍ତି ।

ରେକର୍ଡରୁ ଏହା ମଧ୍ୟ ଜଣାପଡୁଛି ଯେ ଆବେଦନକାରୀ ବିଭିନ୍ନ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକୀୟ ଅନୁମୋଦନ ଏବଂ ଲାଇସେନ୍ସ ନେଇ ସେଠାରେ ଗୃହ ନିର୍ମାଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ଆବେଦନକାରୀ ହାସଲ କରିଥିବା ଏକାଧିକ ଆଇନଗତ ଅନୁମୋଦନକୁ କୋର୍ଟ ଅଣଦେଖା କରିପାରିବ ନାହିଁ । ଏସବୁକୁ ବିଚାରକୁ ନ ନେଇ ସାଧାରଣ ପ୍ରଶାସନ ବିଭାଗ ଚିଠି କରିଥିବାରୁ ତାହା ପ୍ରିନସିପୁଲ୍ସ ଅଫ ନ୍ୟାଚୁରାଲ୍ ଜଷ୍ଟିସ୍ ର ଉଲ୍ଲଂଘନ କରୁଛି । ବିଲଡିଂ ପ୍ଲାନ୍ ଅନୁମୋଦନ ବାତିଲ ଏବଂ ନିର୍ମାଣ ବନ୍ଦ ନିଷ୍ପତ୍ତି ଏକପାଖିଆ ଏବଂ ଏଥିରେ ଆଇନର ପନ୍ଥାକୁ ଅନୁସରଣ କରାଯାଇନାହିଁ ।

ଓଡ଼ିଶା ଲ୍ୟାଣ୍ଡ ରିଫର୍ମ(ଓଏଲଆର) ଆକ୍ଟ ଏବଂ ଦ ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ସେଟେଲମେଣ୍ଟ(ଓଜିଏଲଏସ) ଆକ୍ଟର ଅନୁପାଳନ ନେଇ ସରକାରଙ୍କ ପକ୍ଷର ଯୁକ୍ତି ଉପରେ ସ୍ପଷ୍ଟ କରିବାକୁ ଯାଇ ବିଚାରପତି କହିଥିଲେ, ଏହି ଷ୍ଟେଜ୍ ରେ କେସ୍ ର ମେରିଟ୍ ଉପରକୁ କୋର୍ଟ ଯାଉନାହାନ୍ତି । ପରନ୍ତୁ, ଯଦି ସେଭଳି କିଛି ସମସ୍ୟା ଅଛି ତାହା ଉପଯୁକ୍ତ ଅଥରିଟିଙ୍କ ପାଖକୁ ଆଣିବା ଉଚିତ୍ । ସଂପୃକ୍ତ ଅଥରିଟି ଏହା ଉପରେ ଆବଶ୍ୟକ ପଦକ୍ଷେପ ନେଇପାରିବେ । ମାତ୍ର ସେଥିରେ ଆଇନ ପ୍ରକ୍ରିୟା ଏବଂ ପ୍ରିନସିପୁଲ୍ସ ଅଫ୍ ନ୍ୟାଚୁରାଲ୍ ଜଷ୍ଟିସ୍ ର ଅନୁପାଳନ ନିହାତି ଦରକାର ବୋଲି ବିଚାରପତି ମତ ରଖିଛନ୍ତି ।

ସୂଚନାଥାଉକି, ପଟିଆ ମୌଜାରେ ୫ ଏକରର ଜାଗାକୁ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ ତେଜପାଲ୍ ସିଂଙ୍କୁ ୯୯ ବର୍ଷିଆ ଲିଜ୍ ସୂତ୍ରରେ ଦେଇଥିଲେ । ୧୭.୧୨.୧୯୭୯ରେ ଭୁବନେଶ୍ୱର ତହସିଲଦାରଙ୍କ ଦ୍ୱାରା ଏହି ଲିଜ୍ ଡିଡ୍ ରେଜିଷ୍ଟ୍ରି ହୋଇଥିଲା ।

ମାତ୍ର ପରବର୍ତ୍ତୀ ସମୟରେ ତେଜପାଲ୍ ସିଂ, ପ୍ରୋପ୍ରାଇଟର ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ ନାଁରେ ୪୭୪/୫ ଖାତା ନମ୍ବର ପ୍ରସ୍ତୁତ କରାଯାଇ ସଂପୃକ୍ତ ଜାଗାର ଷ୍ଟାଟସ୍ ସ୍ଥିତିବାନ କରିଦିଆଗଲା । ତକ୍ରାଳୀନ ଭୁବନେଶ୍ୱର ତହସିଲଦାର ହାତକାଟି ସରକାରୀ ଜାଗାକୁ ସ୍ଥିତିବାନରେ ବଦଳେଇଦେଲେ ।

ଖାଲି ସେତିକି ନୁହେଁ, ୨୦୨୨ ମସିହାରେ ଜଙ୍ଗଲ କିସମ ଏହି ଜାଗାକୁ ‘ଘରବାରି’ ବର୍ଗୀକରଣ କରି ଦିଆଗଲା । ଓଏଲଆର ଆକ୍ଟର, ୧୯୬୦ର ଧାରା ୮-ଏରେ ଏହାର ସରକାରୀ ଆଦେଶ ପ୍ରକାଶ ପାଇଲା । ଅତଏବ, ୫ ଏକର ଜଙ୍ଗଲ କିସମର ମୂଳ ସରକାରୀ ଜାଗାଟି ସ୍ଥିତିବାନ ପାଲଟି ଘରବାରି କିସମକୁ ବଦଳିଗଲା । ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ ପ୍ରୋପାଇଟର୍ ତେଜପାଲ୍ ସିଂଙ୍କ ନାଁରେ ଥିବା ଏହି ଜାଗା ପାୱାର ଅଫ୍ ଆଟର୍ଣ୍ଣିଂ ବଳରେ ଜନୈକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅକ୍ତିଆରକୁ ଚାଲିଆସିଛି । ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତତ୍ତ୍ୱାବଧାନରେ ସେଠାରେ ବିଶାଳ ଆପାର୍ଟମେଣ୍ଟ ନିର୍ମାଣ ଚାଲିଛି । ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଦିଆଯାଇଥିବା ଏକ ଲିଜହୋଲ୍ଡ ଜାଗା ଉପରେ ରେସିଡେନସିଆଲ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ବି ବିଏମସି/ବିଡିଏ ବି ଅନୁମତି ଦେଇଛନ୍ତି ।

ସାଧାରଣ ପ୍ରଶାସନ ବିଭାଗର ଦୃଷ୍ଟିକୁ ଏହା ଆସିବା ପରେ ଗତ ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଉପଜିଲ୍ଲାପାଳ ଏବଂ ଭୁବନେଶ୍ୱର ତହସିଲଦାରଙ୍କୁ ୨୭୯୧୨ ନଂ ଚିଠିରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜାଗାର ଆରଓଆର ସଂଶୋଧନ କରି ସ୍ଥିତିବାନ ଷ୍ଟାଟସ୍ ହଟାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିଏମସି/ବିଡିଏକୁ ବିଲଡିଂ ପ୍ଲାନ୍ ଅନୁମୋଦନ ବାତିଲ କରି ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଥିଲା ।

ତେବେ ହାଇକୋର୍ଟଙ୍କ ହସ୍ତକ୍ଷେପ ଜରିଆରେ ସାଧାରଣ ପ୍ରଶାସନ ବିଭାଗର ପଦକ୍ଷେପକୁ ରୋକିବାରେ ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତି ସଫଳ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ତାହା ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇଛି । ଆଇନର ଖୁର ଧରି ମୋହନ ସରକାର ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବେ ନା ଆଣ୍ଠେଇ ଯିବେ ତାହାକୁ ସମସ୍ତଙ୍କର ଅପେକ୍ଷା ରହିଛି ।

ଉଲ୍ଲେଖଥାଉକି, ଆଗୁଆ ବିପଦକୁ ଏଡ଼ାଇ ବାଟ ସଫା ରଖିବାକୁ ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତି ପୂର୍ବରୁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ଯୋଜନା କରିଥିଲେ । ୨୦୧୯ ମସିହାରେ (ରେଜିଷ୍ଟ୍ରେସନ୍ ନଂ ୨୪୭୪୫/୨୦୧୯) ଏବଂ ୨୦୨୦ ମସିହାରେ(ରେଜିଷ୍ଟ୍ରେସନ୍ ନଂ ୪୨୪/୨୦୨୦) ରେ ପିଟିସନ୍ ଦାଖଲ କରିଥିଲେ ମଧ୍ୟ କୌଣସି କାରଣରୁ ଦୁଇଥର ଯାକ ତାହାକୁ ପ୍ରତ୍ୟାହାର କରିନେଇଥିଲେ ।

Previous Post

ଅଚ୍ୟୁତ ସାମନ୍ତଙ୍କୁ ଇନ୍‍ଷ୍ଟିଚ୍ୟୁସନ୍‍ ଅଫ୍‍ ଫାୟାର ଇଞ୍ଜିନିୟର୍ସ ପକ୍ଷରୁ ଫେଲୋସିପ୍‍

Next Post

ବାଇଁଆ, ଲିଟୁଙ୍କୁ ସୋ-କଜ୍ ନୋଟିସ୍

Next Post
ବାଇଁଆ, ଲିଟୁଙ୍କୁ ସୋ-କଜ୍ ନୋଟିସ୍

ବାଇଁଆ, ଲିଟୁଙ୍କୁ ସୋ-କଜ୍ ନୋଟିସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA