Sunday, June 15, 2025 01:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାଇଁଆ, ଲିଟୁଙ୍କୁ ସୋ-କଜ୍ ନୋଟିସ୍

ଭୁବନେଶ୍ୱର ବିଜେଡିରେ ବିଶୃଙ୍ଖଳା

by Our Correspondent
30 Sep, 2024- 06:56 PM
in Latest News, News, Politics
1 min read
0
ବାଇଁଆ, ଲିଟୁଙ୍କୁ ସୋ-କଜ୍ ନୋଟିସ୍

ଭୁବନେଶ୍ୱର: ଭୁବନେଶ୍ୱର ବିଜେଡି ଗୋଷ୍ଠୀ କନ୍ଦଳ ଚରମରେ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇ ବରିଷ୍ଠ କର୍ପୋରେଟର ଅମରେଶ(ବାଇଁଆ) ଜେନା ଏବଂ ବିରଞ୍ଚି(ଲିଟୁ) ମହାସୂପକାରଙ୍କ ସମେତ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ବିବେକ ସ୍ୱାଇଁ ଏବଂ ଏକାମ୍ର ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି ରାଜେଶ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ନୋଟିସ୍ ଜାରି କରିଛନ୍ତି ଭୁବନେଶ୍ୱର ଜିଲ୍ଲା ସଭାପତି ବିଧାୟକ ସୁଶାନ୍ତ ରାଉତ ।

୪ ଜଣଙ୍କୁ ପୃଥକ୍ ପୃଥକ୍ ନୋଟିସ୍ ରେ କୁହାଯାଇଛି ଯେ ଦଳ ଭିତରେ ବିଶୃଙ୍ଖଳା କାର୍ଯ୍ୟକଳାପରେ ଆପଣ ଲିପ୍ତ ଥିବା ସଭାପତିଙ୍କ ନଜରକୁ ଆସିଛି । ଏହି ବିଶୃଙ୍ଖଳିତ ଆଚରଣ ପାଇଁ ଆପଣଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ୧୫ ଦିନ ଭିତରେ ତାହାର ଜବାବ ରଖନ୍ତୁ ।

ବାଇଁଆ ଓ ଲିଟୁଙ୍କୁ ଦଳରୁ କାରଣ ଦର୍ଶାଅ ନୋଟିସ୍ ଜାରି ହେବା ପରେ ଭୁବନେଶ୍ୱର ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଆହୁରି ସରଗରମ ହୋଇଛି । ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ(ବୁନୁ) ଜେନା ଓ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଏହି ଦୁଇ କଟର ବିରୋଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍କେତ ଆସିଥିବାରୁ ବୁନୁ-ଅଶୋକ ସମର୍ଥକ କ୍ୟାମ୍ପ ଉଲ୍ଲସିତ ହୋଇଛନ୍ତି ।

ରୋଚକ କଥା ହେଉଛି, ଭୁବନେଶ୍ୱର ମହାନଗର ନିଗମରେ ଥିବା ବୁନୁ-ଅଶୋକଙ୍କ ସମର୍ଥକ ଗୋଷ୍ଠୀର ପ୍ରାୟ ୨୭ ବିଜେଡି କର୍ପୋରେଟର ଆଜି ସକାଳୁ ଏକ ସ୍ୱତନ୍ତ୍ର ବସ୍ ରେ ପୁରୀ ଯାଇ ଶ୍ରୀଲୋକନାଥଙ୍କୁ ଦର୍ଶନ କରିବା ସହ ଆଗକୁ ଏକଜୁଟ୍ ହୋଇ ରହିବେ ବୋଲି ଶପଥ ନେଇଥିଲେ । ତେବେ ବାଇଁଆ-ଲିଟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳୀୟ ନେତୃତ୍ୱ ଉପରେ ଚାପ ପକାଇବା ଏହି ମେଳିର ଅସଲ ଉଦେ୍ଦଶ୍ୟ ଥିଲା ବୋଲି ଜଣାପଡ଼ିଛି ।

ବାଇଁଆ-ଲିଟୁଙ୍କ ବିରୋଧରେ ପୁରୀରେ ୨୭ ବିଜେଡି କର୍ପୋରେଟରଙ୍କର ମେଳି ପରିପ୍ରେକ୍ଷୀରେ ଶଙ୍ଖ ଭବନରେ ଉଷ୍ମତା ଦେଖିବାକୁ ମିଳିଥିଲା । ଏହି କର୍ପୋରେଟରଙ୍କ ପଛରେ ବୁନୁ ଓ ଅଶୋକଙ୍କ ସମର୍ଥନ ନେତୃତ୍ୱଙ୍କୁ ଚିନ୍ତାରେ ପକାଇଥିବା କୁହାଯାଉଛି । ଦଳରେ କୌଣସି ବଡ଼ ଅଘଟଣକୁ ଏଡ଼ାଇବା ପାଇଁ ଶେଷରେ ବାଇଁଆ, ଲିଟୁ ଓ ଅନ୍ୟ ଦୁଇଜଣଙ୍କୁ ସୋ କଜ୍ ନୋଟିସ୍ ଜାରି କରାଯାଇଥିଲା । ସୋ-କଜ୍ ନୋଟିସ୍ ପାଇଥିବା ବିବେକ ସ୍ୱାଇଁ ବାଇଁଆ-ଲିଟୁ ଗୋଷ୍ଠୀର ହୋଇଥିବା ବେଳେ ରାଜେଶ ପାତ୍ର ହେଉଛନ୍ତି ଅଶୋକ ପଣ୍ଡାଙ୍କ ସମର୍ଥକ ।

ସେପଟେ ସୋ-କଜ୍ ନୋଟିସ୍ ଆସିବା ପରେ ବାଇଁଆ-ଲିଟୁ ନଇଁନାହାନ୍ତି କି ନରମ ପଡ଼ିନାହାନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଳେ ଭୁବନେଶ୍ୱରରେ ବିଜେଡିକୁ ମଜବୁତ୍ କରିବା ଲକ୍ଷ୍ୟରେ ସେମାନେ କାମ କରି ଆସୁଛନ୍ତି ଏବଂ ଆଗକୁ କରିବେ । ଏଥିରେ କେହି ବାଧକ ସାଜିଲେ ବରଦାସ୍ତ କରାଯିବ ନାହିଁ । ଏଠି ବିଜେଡି କାହାରି ଜାଗିରି ନୁହେଁ ବୋଲି ସେମାନେ ଚେତାବନୀ ଦେଇ ସଭାପତିଙ୍କୁ ସବୁକଥା ଜଣାଇବେ ବୋଲି କହିଛନ୍ତି ।

ଭୁବନେଶ୍ୱର ବିଜେଡିରେ ବୁନୁ-ଅଶୋକ ବନାମ ବାଇଁଆ-ଲିଟୁ କଳି ବହୁ ପୁରୁଣା । ଭୁବନେଶ୍ୱର(ମଧ୍ୟ)ରୁ ବାଇଁଆ ଜେନା ବିଧାୟକ ଆଶାୟୀ ଥିବା ବେଳେ ଭୁବନେଶ୍ୱର(ଏକାମ୍ର)ରୁ ଲିଟୁ ମହାସୂପକାର ବିଧାୟକ ଆଶାୟୀ ଥିଲେ । ମାତ୍ର କ୍ରମାଗତ ଭାବେ ଉଭୟଙ୍କୁ ନିରାଶ ହେବାକୁ ପଡ଼ିଛି । ଏହି ଦୁଇ ଦକ୍ଷ ଯୁବ ସଂଗଠକଙ୍କୁ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ଭାବେ ସନ୍ତୁଷ୍ଟ କରାଯାଇଛି । ତେବେ ଗତ ନିର୍ବାଚନରେ ସେମାନଙ୍କୁ ଟିକେଟ୍ ନ ମିଳିବା ପରଠାରୁ ଗଣମାଧ୍ୟମରେ ନିଜର ଅସନ୍ତୋଷ ଜାହିର କରି ଆସୁଛନ୍ତି । ବୁନୁ ଏବଂ ଅଶୋକଙ୍କୁ ସେମାନେ ଖୋଲାଖୋଲି ଚାଲେଂଜ କରୁଛନ୍ତି ।

ଅନ୍ୟପକ୍ଷରେ ବାଇଁଆ ଓ ଲିଟୁଙ୍କୁ ମୁକାବିଲା କରିବା ପାଇଁ ବୁନୁ ଓ ଅଶୋକ ବିଏମସି କର୍ପୋରେଟରଙ୍କୁ ହାତ କରିଛନ୍ତି । ସେମାନଙ୍କ ସମର୍ଥନରେ ଅଧିକ କର୍ପୋରେଟର ଥିବାରୁ ଦଳୀୟ ନେତୃତ୍ୱ ଉପରେ ଚାପ ପକାଇବା ସେମାନଙ୍କ ପାଇଁ ସୁବିଧା ହୋଇଛି ।

ଭରତପୁର ଘଟଣାକୁ ନେଇ ୨୪ ତାରିଖ ବିଜେଡିର ପ୍ରସ୍ତାବିତ ଭୁବନେଶ୍ୱର ବନ୍ଦ ପାଳନ ପାଇଁ ଶଙ୍ଖ ଭବନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଗୋଷ୍ଠୀ ବିବାଦ ତୀବ୍ର ରୂପ ନେଇଥିଲା । ସେହି ବୈଠକରେ ଯୋଗଦେବାକୁ ଯାଇଥିବା ବାଇଁଆ ଓ ଲିଟୁଙ୍କୁ ବୁନୁ ଓ ଅଶୋକଙ୍କ ସମତେ ଭୁବନେଶ୍ୱର(ମଧ୍ୟ) ଓ ଭୁବନେଶ୍ୱର(ଏକାମ୍ର) କର୍ପୋରେଟରମାନେ ବିରୋଧ କରିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ବାଇଁଆ ଓ ଲିଟୁ ସେହି ବୈଠକରୁ ବାହାରିଯିବା ପରେ ଯାଇ ଅବସ୍ଥା ଶାନ୍ତ ପଡ଼ିଥିଲା ।

ତେବେ କଥା ସେତିକିରେ ଅଟକିଗଲାନି । ଶଙ୍ଖ ଭବନ ବୈଠକରେ ଉପସ୍ଥିତ ଥିବା ରାଜେଶ ପାତ୍ର ବିଜେପିର ଜଣେ ସଦସ୍ୟ ବୋଲି ବାଇଁଆ ଓ ଲିଟୁ ଅଭିଯୋଗ ଆଣି ଗଣମାଧ୍ୟମରେ ବୟାନ ଦେବା ପରେ ବିବାଦ ଆହୁରି ଜେତିଥିଲା । ଅଶୋକ ପଣ୍ଡାଙ୍କ ସମର୍ଥକ ତଥା ଏକାମ୍ର ନିର୍ବାଚନମଣ୍ଡଳୀର ଯୁବ ବିଜେଡି ସଭାପତି ରାଜେଶ ପାତ୍ର ବାଇଁଆ ଓ ଲିଟୁଙ୍କ ବିରୋଧରେ ବିଜେପି ସଦସ୍ୟତା ପ୍ରମାଣପତ୍ରର ଜାଲିଆତି ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ । ବାଇଁଆ ଓ ଲିଟୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଦର୍ଶାଇଥିଲେ ।
ରାଜେଶଙ୍କ ଏତଲା ପରେ ବାଇଁଆ-ଲିଟୁଙ୍କ ସହଯୋଗୀ ତଥା ରାଜ୍ୟ ଛାତ୍ର ବିଜେଡିର ସମ୍ପାଦକ ବିବେକ ସ୍ୱାଇଁ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ବାଇଁଆ-ଲିଟୁଙ୍କୁ ସମର୍ଥନ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଅଶୋକ ପଣ୍ଡା ତାଙ୍କୁ ଧମକ ଦେଇଥିବା ସେ ଅଭିଯୋଗ କରିଥିଲେ । ଗାଡ଼ି ଚଢ଼ାଇ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଦର୍ଶାଇଥିଲେ ।

ବିଜେଡି କଳି ଥାନାରେ ପହଞ୍ଚିବା ପରେ ସ୍ଥିତି ଆହୁରି ଜଟିଳ ହୋଇଥିଲା । ଗତ ବିଏମସି ବୈଠକରେ ବାଇଁଆ ଓ ଲିଟୁଙ୍କ ଉପସ୍ଥିତିକୁ ବିରୋଧ କରି ବୁନୁ ଓ ଅଶୋକଙ୍କ ସମର୍ଥକ କର୍ପୋରେଟରମାନେ ବୈଠକକୁ ବର୍ଜନ କରିଥିଲେ ।

Previous Post

ପ୍ରଭାବଶାଳୀଙ୍କୁ ମିଳିଲା ହାଇକୋର୍ଟ ଆଶ୍ୱସ୍ତି

Next Post

ସ୍ୱାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ: ଅଚ୍ୟୁତ ସାମନ୍ତ ଜାତୀୟସ୍ତରରେ ସମ୍ମାନିତ

Next Post
ସ୍ୱାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ: ଅଚ୍ୟୁତ ସାମନ୍ତ ଜାତୀୟସ୍ତରରେ ସମ୍ମାନିତ

ସ୍ୱାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ: ଅଚ୍ୟୁତ ସାମନ୍ତ ଜାତୀୟସ୍ତରରେ ସମ୍ମାନିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA