Wednesday, June 24, 2026 10:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାହାଙ୍ଗା ଡବଲ ମର୍ଡର: ପ୍ରତାପ ଜେନାଙ୍କୁ କ୍ଲିନଚିଟ୍

ତଳକୋର୍ଟ ମାମଲାକୁ ଖାରଜ କଲେ ହାଇକୋର୍ଟ

by Our Correspondent
01 Oct, 2024- 06:27 PM
in Latest News, News
1 min read
0
ମାହାଙ୍ଗା ଡବଲ ମର୍ଡର: ପ୍ରତାପ ଜେନାଙ୍କୁ କ୍ଲିନଚିଟ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରୁ ମୁକ୍ତି ପାଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା । ଏହି ମାମଲାରେ ହାଇକୋର୍ଟ ଆଜି ତାଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ସାଲେପୁର ଜେଏମଏଫସି କୋର୍ଟରେ ତାଙ୍କ ବିରୋଧରେ ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ମାହାଙ୍ଗା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ(୭୫) ଏବଂ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ(୮୦)ଙ୍କୁ ଗତ ୨୦୨୧ ଜାନୁଆରୀ ୨ ସଂଧ୍ୟାରେ ମାହାଙ୍ଗା ବ୍ଲକ୍ ଯଁକୋଟିି ନିକଟରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୩ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ ସ୍ୱର୍ଗତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ । ଅଭିଯୁକ୍ତ ତାଲିକାରେ ଥିଲେ ତକ୍ରାଳୀନ ଆଇନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା । ପୁଲିସ ଗ୍ରହଣ କରିଥିବା ଏତଲାରେ ଶ୍ରୀ ଜେନା ୧୩ ନମ୍ବର ମୁଦାଲା ଥିଲେ ।

ମାମଲାର ପୁଲିସ ତଦନ୍ତ ଚାଲୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଟାଙ୍ଗୀ ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳରୁ ଅତ୍ୟନ୍ତ ରହସ୍ୟଜନକ ଭାବେ ଉଦ୍ଧାର କରାଯାଇଥିଲା । ପରବର୍ତ୍ତୀ ସମୟରେ ମାହାଙ୍ଗା ପୁଲିସ ସାଲେପୁର ଜେଏମଏଫସି କୋର୍ଟରେ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା । ସେଥିରେ ପ୍ରତାପ ଜେନାଙ୍କ ନାଁ ନ ଥିଲା । ଚାର୍ଜସିଟ୍ ରୁ ଶ୍ରୀ ଜେନାଙ୍କ ନାଁ କଟିବା ଉପରେ ଆପତ୍ତି ଉଠାଇ ଏତଲାକାରୀ ରମାକାନ୍ତ ବରାଳ କୋର୍ଟରେ ଆବେଦନ କରିଥିଲେ । ରମାକାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ରଞ୍ଜିତ୍ କୁମାର ବରାଳ ଏହା ଉପରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ ।

ସାଲେପୁର ଜେଏମଏଫସି କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚଳାଇବାକୁ ଗତବର୍ଷ ସେପ୍ଟେମ୍ବର ମାସରେ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ କହିଥିଲେ ଯେ ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ରଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି । କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ପୁଲିସ ତାଙ୍କ ନାଁ ମାମଲାରେ ଯୋଡିଥିଲା । ତେବେ ତଳକୋର୍ଟରେ ତାଙ୍କ ନାଁ ଯୋଡ଼ାଯିବା ପରେ ତାହାକୁ ଚାଲେଂଜ କରି ଶ୍ରୀ ଜେନା ହାଇକୋର୍ଟ ଯାଇଥିଲେ ।

ହାଇକୋର୍ଟରୁ ଆଜି କ୍ଲିନଚିଟ୍ ମିଳିବା ପରେ ଶ୍ରୀ ଜେନା ତାଙ୍କ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଲେଖିଛନ୍ତି, ସତ୍ୟର ସବୁବେଳେ ଜୟ ହୁଏ । ଯେଉଁଠାରେ ଠାକୁର ଶ୍ରୀଜଗନ୍ନାଥ ଅଛନ୍ତି, ସେଠାରେ ଅନ୍ୟାୟ କେବେ ବି ତିଷ୍ଠି ପାରିବ ନାହିଁ ।

 

Previous Post

ସ୍ୱାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ: ଅଚ୍ୟୁତ ସାମନ୍ତ ଜାତୀୟସ୍ତରରେ ସମ୍ମାନିତ

Next Post

ଏସଏସଇପିଡି ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

Next Post
ଏସଏସଇପିଡି ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଏସଏସଇପିଡି ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA