ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଦ୍ଵାରା ଆଜି (ଅକ୍ଟୋବର ୧) ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଥିଲା । ଏହି ଅବସରରେ ଭୁବନେଶ୍ଵର ସ୍ଥିତ ଫରେଷ୍ଟ ପାର୍କ ଠାରେ ସକାଳ ୬ ଘଟିକା ଠାରୁ ବରିଷ୍ଠ ନାଗରିକ ମାନଙ୍କ ଦ୍ଵାରା ଯୋଗ କାର୍ଯ୍ୟକ୍ରମ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ନିୟତି ପଟ୍ଟନାୟକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ହେଇଥିଲେ ।







