Wednesday, July 1, 2026 07:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍‍ ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍‍ କ୍ୟାମ୍ପସ୍‍ ପୁରସ୍କାର-୨୦୨୪

ପରିବେଶରେ ଆର୍ସେନିକ୍‍ ଉପରେ ୯ମ ଅନ୍ତର୍ଜାତୀୟ କଂଗ୍ରେସ

by Our Correspondent
21 Oct, 2024- 11:08 PM
in Latest News, News
1 min read
0
କିଟ୍‍ ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍‍ କ୍ୟାମ୍ପସ୍‍ ପୁରସ୍କାର-୨୦୨୪
ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଆଜି ପରିବେଶରେ ଆର୍ସେନିକ୍‍ ଉପରେ ୯ମ ଅନ୍ତର୍ଜାତୀୟ କଂଗ୍ରେସ ପ୍ରଦର୍ଶନୀ ଉଦ୍‍ଘାଟିତ ହୋଇଛି । ଚାରିଦିନଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୫୦ଟି ଦେଶରୁ ୧୦୦ରୁ ଊର୍ଦ୍ଧ ପ୍ରତିନିଧିଙ୍କ ସମେତ ୪୦୦ ପ୍ରତିନିଧି ଯୋଗଦେଇଛନ୍ତି । ସେମାନଙ୍କ ମଧ୍ୟରେ ବହୁ ବୈଜ୍ଞାନିକ,ଗବେଷକ ଓ ଖ୍ୟାତିସମ୍ପନ୍ନ ପ୍ରଫେସର ଅନ୍ତର୍ଭୁକ୍ତ । ପ୍ରଥମଥର ଲାଗି ଏହି ସମ୍ମାନଜନକ କଂଗ୍ରେସ ଭାରତରେ ଅନୁଷ୍ଠିତ ହେଉଛି ।
ଏହି କଂଗ୍ରେସର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାନାଡ଼ାର ୱାଟର୍‍ଲୁ ବିଶ୍ୱବିଦ୍ୟାଳୟର ହାଇଡ଼୍ରୋଜିଓଲଜି ବିଭାଗ ପ୍ରଫେସର ଇମିରଟସ୍‍ ଜନ୍‍ ଚେରି ଭୂତଳଜଳ ପରିଚାଳନା ସମସ୍ୟା ଉପରେ ଆଲୋକପାତ କରିଥିଲେ । ସେ କହିଲେ, ଭୂତଳଜଳ ହେଉଛି ଆମ ପରିବେଶର ଅନ୍ୟତମ ଜଟିଳ ଉପାଦାନ ଏବଂ ଆର୍ସେନିକ୍‍ ସଙ୍କଟ ହେଉଛି ମାନବତାର ନିଜସ୍ୱ ବିଫଳତାର ପରିଣାମ । ଏହି ଚାଲେଞ୍ଜର ମୁକାବିଲା ପାଇଁ ସତର୍କତା ଓ ସର୍ଜନା ନିମନ୍ତେ ସେ ପରାମର୍ଶ ଦେଇଥିଲେ ।
ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାରପ୍ରାପ୍ତ ତଥା ଆଇଆଇଟି ଖଡ଼ଗ୍‍ପୁରର ପ୍ରଫେସର ଅଭିଜିତ୍‍ ମୁଖାର୍ଜୀ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣରେ ଜଳର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମସ୍ତ ସ୍ଥାୟୀ ବିକାଶ ଲକ୍ଷ୍ୟର ମୂଳ ଆଧାର ହେଉଛି ଜଳ । ତେଣୁ ଜଳ ପ୍ରଦୂଷଣର ମୁକାବିଲା ସହ ସ୍ୱଚ୍ଛ ଜଳ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଥିଲେ । କେନ୍ଦ୍ରୀୟ ଭୂତଳଜଳ ବୋର୍ଡ଼ର ପୂର୍ବତନ ସଦସ୍ୟ ପ୍ରଫେସର ଦୀପଙ୍କର ଶାହା କହିଲେ, ସମଗ୍ର ବିଶ୍ୱରେ ଭାରତ ହେଉଛି ସର୍ବାଧିକ ଭୂତଳଜଳ ଉତ୍ତୋଳନକାରୀ ଦେଶ । ଭାରତ ବର୍ଷକୁ ୨୫୦ ଘନ କିଲୋମିଟର ଭୂତଳ ଜଳ ଉତ୍ତୋଳନ କରୁଛି । ତେଣୁ  ଆଗକୁ ଦେଶରେ ଭୂତଳଜଳ ଉତ୍ତୋଳନ ଏବଂ  ଦୂଷିତ ଜଳ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହେବ ବୋଲି ସେ ସତର୍କ କରାଇ ଦେଇଥିଲେ ।
ଏହି କଂଗ୍ରେସ ଆୟୋଜନ କମିଟି ଅଧ୍ୟକ୍ଷ ତଥା ସ୍ୱିଡ଼େନ୍‍ର କେଟିଏଚ୍‍ ରୟାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ଟେକ୍ନୋଲୋଜିର ପ୍ରଫେସର ପ୍ରସୂନ ଭଟ୍ଟାଚାର୍ଯ୍ୟ କହିଲେ, ଏହି କଂଗ୍ରେସ ପରିବେଶ ସମ୍ପର୍କିତ ଜରୁରୀ ଚାଲେଞ୍ଜର ମୁକାବିଲା ପାଇଁ ସହାୟକ ହେବା ସହ ଏନେଇ ବ୍ୟାପକ ଭାବ ବିନିମୟର ସୁଯୋଗ ସୃଷ୍ଟି କରିବ ।
ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ କହିଲେ, ବର୍ତ୍ତମାନ ସମୟରେ ଏଭଳି ସମ୍ମିଳନୀ ଆୟୋଜନ କରିବାର ଯଥେଷ୍ଟ ଗୁରୁତ୍ୱ ରହିଛି । ଦୂଷିତ ଜଳ ଏକ ଗମ୍ଭୀର ପ୍ରସଙ୍ଗ ହୋଇଥବା ବେଳେ ପ୍ରଦୂଷଣ ମାତ୍ରା ବଢ଼ିଚାଲିଛି । ଏସବୁ ଭିତରେ ଭାରତ ବିକାଶ ପଥରେ ଆଗେଇ ଚାଲିଛି। ତେବେ ଭବିଷ୍ୟତ ପିଢ଼ି ପାଇଁ ଏହି ସମସ୍ୟା ଭୟଙ୍କର ହେବ ବୋଲି ସେ କହିଥିଲେ । ପରିବେଶ ସୁରକ୍ଷା ଓ ସବୁଜ ଶକ୍ତି ଦିଗରେ କିଟ୍‍ ଓ କିସ୍‍ ନିରନ୍ତର କାର୍ଯ୍ୟ କରିଆସୁଛି ବୋଲି ଶ୍ରୀ ସାମନ୍ତ କହିଥିଲେ । କିଟ୍‍ ଓ କିସ୍‍ର ସମସ୍ତ କ୍ୟାମ୍ପସ୍‍ରେ ସବୁଜ ବଳୟ ସୃଷ୍ଟି କରାଯାଇଥିବା ବେଳେ ସୌରଶକ୍ତି ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି ।
ଏହି ଅବସରରେ ଇଣ୍ଟରନ୍ୟାସନାଲ୍‍ ସୋସାଇଟି ଅଫ ଗ୍ରାଉଣ୍ଡୱାଟର ଫର୍‍ ସସ୍‍ଟେନେବଲ୍‍ ଡ଼େଭଲପ୍‍ମେଣ୍ଟ(ଆଇଏସ୍‍ଜିଏସ୍‍ଡ଼ି) ପକ୍ଷରୁ  ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଜୀବନବ୍ୟାପୀ ସଦସ୍ୟ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଶିକ୍ଷା ଓ ପରିବେଶ କ୍ଷେତ୍ରରେ ସ୍ଥାୟୀ ବିକାଶରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
ସେହିପରି  ସବୁଜ କ୍ୟାମ୍ପସ ପ୍ରୟାସ ନିମନ୍ତେ କିଟ୍‍ ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍‍ କ୍ୟାମ୍ପସ୍‍ ପୁରସ୍କାର-୨୦୨୪ରେ ସମ୍ମାନୀତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟର ଜଳ ଗବେଷଣା ଓ ଜଳବାୟୁ ପରିବର୍ତ୍ତନ କେନ୍ଦ୍ର ଉଦ୍‍ଘାଟିତ ହୋଇଥିଲା । କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଏହି କେନ୍ଦ୍ରର କାର୍ଯ୍ୟଧାରା ଉପରେ ସୂଚନା ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କଂଗ୍ରେସ ଆୟୋଜନ କମିଟି ସମ୍ପାଦକ ତଥା କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରଫେସର ଜ୍ୟୋତି ପ୍ରକାଶ ମାଇତି ଧନ୍ୟବାଦ ଅର୍ପଣ କରିଥିଲେ ।
Previous Post

ସଂସଦୀୟ ଷ୍ଟାଣ୍ଡିଂ କମିଟିର କିଟ୍‍ ଓ କିସ୍‍ ପରିଦର୍ଶନ

Next Post

ଓଏଏସ୍ ପରୀକ୍ଷାରେ ସୋଆ ଛାତ୍ର କୃତକାର୍ଯ୍ୟ

Next Post
ଓଏଏସ୍  ପରୀକ୍ଷାରେ ସୋଆ ଛାତ୍ର କୃତକାର୍ଯ୍ୟ

ଓଏଏସ୍ ପରୀକ୍ଷାରେ ସୋଆ ଛାତ୍ର କୃତକାର୍ଯ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA