Wednesday, July 1, 2026 07:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସଂସଦୀୟ ଷ୍ଟାଣ୍ଡିଂ କମିଟିର କିଟ୍‍ ଓ କିସ୍‍ ପରିଦର୍ଶନ

କିସ୍‍ ହେଉଛି ଏକ ବିସ୍ମୟ: ଫଗନ ସିଂହ କୁଲସ୍ତେ

by Our Correspondent
21 Oct, 2024- 11:02 PM
in Latest News, News
1 min read
0
ସଂସଦୀୟ ଷ୍ଟାଣ୍ଡିଂ କମିଟିର କିଟ୍‍ ଓ କିସ୍‍ ପରିଦର୍ଶନ

ଭୁବନେଶ୍ୱର: ତଫସିଲଭୁକ୍ତ ଜାତି ଓ ଜନଜାତି କଲ୍ୟାଣ ସମ୍ବନ୍ଧୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି ରବିବାର କିଟ୍‍ ଓ କିସ୍‍ ଦର୍ଶନ କରି ଫେରିଯାଇଛନ୍ତି । ସାଂସଦ ଡ. ଫଗନ ସିଂହ କୁଲସ୍ତେଙ୍କ ଅଧ୍ୟକ୍ଷତାରେ ଏହି କମିଟି କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି କିଟ୍‍ର ବିଭିନ୍ନ କ୍ୟାମ୍ପସ୍‍ ବୁଲି ଦେଖିବା ସହ କିସ୍‍ର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ ।

ଏହି ଅବସରରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ଡ. କୁଲସ୍ତେ କହିଲେ, ଦେଶ ବିଦେଶରେ ମୁଁ ବହୁ ଅନୁଷ୍ଠାନ ବୁଲିଛି, କିନ୍ତୁ କିସ୍‍ ଭଳି ଅନୁଷ୍ଠାନ କେଉଁଠି ଦେଖିନାହିଁ । ଏଠାରେ ରହିଥିବା ପିଲାଙ୍କ ମଧ୍ୟରେ ଉତ୍ସାହ ଓ ଦକ୍ଷତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାଦାୟୀ । ଏତେ ସଂଖ୍ୟକ ପିଲାଙ୍କୁ ଗୋଟିଏ ସ୍ଥାନରେ ରଖି ପାଠ ପଢ଼ାଇବା ସହ ସେମାନଙ୍କ ପ୍ରତିଭା ଚିହ୍ନଟ କରି ତାହାର ବିକାଶ କରାଇବା ସହଜସାଧ୍ୟ କାମ ନୁହେଁ । ଏଠାରେ ଜନଜାତି ପିଲାମାନେ ସେମାନଙ୍କର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଶୃଙ୍ଖଳିତ ଭାବେ ଶିକ୍ଷାଲାଭ କରିବା ସହ କ୍ରାଡ଼ା ଓ ଅନ୍ୟାନ୍ୟ କ୍ଷେତରେ ସଫଳତା ହାସଲ କରିପାରୁଛନ୍ତି । ଗୋଟିଏ ବାକ୍ୟରେ କହିବାକୁ ଗଲେ କିସ ହେଉଛି ଏକ ବିସ୍ମୟ, ଭାରତର ଏøତିହ୍ୟ । ଦେଶର ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ମଧ୍ୟ କିସ୍‍ ମଡ଼େଲ୍‍ କାର୍ଯ୍ୟକାରୀ ହେବା ଆବଶ୍ୟକ । ସମଗ୍ର ଦେଶରେ କିସ୍‍ ମଡ଼େଲ ଲାଗୁ ପାଇଁ ସଂସଦୀୟ କମିଟି ପ୍ରୟାସ କରିବ ବୋଲି ଡ. କୁଲସ୍ତେ କହିଥିଲେ ।

ଅନ୍ୟତମ ଅତିଥି ଭାବେ ସାଂସଦ ପ୍ରତିମା ମଣ୍ଡଳ କହିଲେ, କିସ୍‍ ପରିଦର୍ଶନ କରି ମୁଁ ବିମୋହିତ ହୋଇପଡ଼ିଛି । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ, ସମାଜ ଓ ଦେଶର ବିକାଶ ପାଇଁ ଶିକ୍ଷା ହେଉଛି ଏକମାତ୍ର ମାଧ୍ୟମ । କିସ୍‍ ଦ୍ୱାରା କରାଯାଉଥିବା ପ୍ରୟାସ ଜନଜାତିଙ୍କ ଶିକ୍ଷା ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ଏକ ଉଦାହରଣ । କିସ୍‍ ପରିଦର୍ଶନ କରି ବାସ୍ତବରେ ମୋର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ହୋଇପାରିଛି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିପାରୁଛି ବୋଲି ଶ୍ରୀମତୀ ମଣ୍ଡଳ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ଦୀପକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ବାତ୍ୟା ପାଇଁ ସ୍କୁଲ ଛୁଟି

Next Post

କିଟ୍‍ ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍‍ କ୍ୟାମ୍ପସ୍‍ ପୁରସ୍କାର-୨୦୨୪

Next Post
କିଟ୍‍ ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍‍ କ୍ୟାମ୍ପସ୍‍ ପୁରସ୍କାର-୨୦୨୪

କିଟ୍‍ ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍‍ କ୍ୟାମ୍ପସ୍‍ ପୁରସ୍କାର-୨୦୨୪

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA