Sunday, June 28, 2026 01:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଭାବୀ ପେଟକୁ ଆମ୍ବଟାକୁଆ !

ସରକାର ଫାଙ୍କିଲେ, ବିଜେଡି କହିଲା ଲଜ୍ଜା

by Our Correspondent
02 Nov, 2024- 07:13 PM
in Latest News, News
1 min read
0
ଅଭାବୀ ପେଟକୁ ଆମ୍ବଟାକୁଆ !

ଭୁବନେଶ୍ୱର: ସରକାରୀ ସାହାଯ୍ୟରୁ ବଞ୍ଚିତ ଗରିବ ଆଦିବାସୀ ଲୋକେ ଆମ୍ବଟାକୁଆ ଖାଇ ମରିବା ଘଟଣା ପୁଣି ଥରେ ଓଡ଼ିଶାକୁ ନିନ୍ଦିତ କରିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତକ ଦ୍ୱୟ ହେଲେ ରୁନି ମାଝୀ(୩୦) ଓ ରମିତା ପାଟମାଝୀ । ରୁନି ଜଣେ ଦିବ୍ୟାଙ୍ଗ ଯୁବତୀ ହୋଇଥିବା ବେଳେ ରମିତା ଦୁଇ ପିଲାର ମା’ । ଗୁରୁତରମାନେ ହେଲେ ପ୍ରଭାତୀ ମାଝୀ(୩୨), ସୁସନା ମାଝୀ(୩୫), ଜିତା ମାଝୀ(୩୦), ଦ୍ରେଙ୍ଗାଲୁ ପାଟମାଝୀ(୫୫), ଜୀବନ୍ତି ପାଟମାଝୀ(୩୦) ଓ ଟୁନି ମାଝୀ(୪୫) । ସମସ୍ତେ ହେଉଛନ୍ତି ମହିଳା ।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ୬ଟି ପରିବାରର ଏହି ମୃତାହତ ମହିଳାମାନେ ଗତ ବୁଧବାର ଦିନ ଆମ୍ବଟାକୁଆରେ ପ୍ରସ୍ତୁତ ଜାଉ ଖାଇଥିଲେ । କିଛି ସମୟରେ ପରେ ସମସ୍ତଙ୍କ ମୁଣ୍ଡ ବୁଲାଇ ନେଇଥିଲା । ଝାଡ଼ାବାନ୍ତି ହୋଇଥିଲା । ସେମାନଙ୍କ ମଧ୍ୟରେ ରୁନି ମାଝୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମାତ୍ର ତାଙ୍କ ଅବସ୍ଥା ପୂରା ଗୁରୁତର ଦେଖି ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇ ଦେଇଥିଲେ । ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ୭ ଜଣଙ୍କୁ ଗତକାଲି ସକାଳେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ରମିତା ବାଟରେ ଆଖି ବୁଜିଦେଇଥିଲେ ।

ଏହି ଗରିବ ଆଦିବାସୀ ମହିଳାମାନେ ଆମ୍ବଟାକୁଆ କାହିଁକି ଖାଉଥିଲେ, ସଂପୃକ୍ତ ପରିବାର ଓ ଗ୍ରାମବାସୀ ତାହାର ଉତ୍ତର ରଖିଛନ୍ତି । ସମସ୍ତ ପରିବାର ବିପିଏଲ୍ ଶ୍ରେଣୀର ଏବଂ ସେମାନଙ୍କର ରାସନ୍ କାର୍ଡ ଅଛି । ମାତ୍ର ତିନି ମାସ ହେଲା ସେମାନେ ରାସନ୍ ଚାଉଳ ପାଉନାହାନ୍ତି । ନୂଆ ସରକାର ଆସିଲା ପରେ ରାସନ୍ କାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ ହୋଇଛି । ମାତ୍ର ମୋବାଇଲ୍ ନେଟୱର୍କ ଫେଲ୍ ଯୋଗୁଁ ଇଣ୍ଟରନେଟ୍ କାମ ନ ଦେବା ଏବଂ ସର୍ଭର ଡାଉନ୍ ରହୁଥିବାରୁ ଏଥିରେ ସମସ୍ୟା ଦେଖାଦେଇଛି । ଫଳରେ ଅଧିକାଂଶ ଗ୍ରାମବାସୀ ଚାଉଳ ଉଠାଇବାରୁ ବଞ୍ଚିତ ହୋଇଛନ୍ତି ।

ବଜାରରୁ ଚାଉଳ କିଣିବା ପାଇଁ ପଇସା ନ ଥିବାରୁ ସେମାନେ ଘୋର ଅଭାବ ଅନଟନରେ ଦିନ କାଟୁଛନ୍ତି । କଷ୍ଟମଷ୍ଟେ ଘରର ପୁରୁଷ ଲୋକ ଓ ପିଲାମାନଙ୍କ ପେଟକୁ ଦାନା ଦେଇ ମହିଳାମାନେ ନିଜେ ଆମ୍ବଟାକୁଆ ଜାଉରେ ଭୋକ ମେଣ୍ଟାଉଥିଲେ । ଯାହାର ଭୟଙ୍କର ପରିଣତି ହୋଇଛି ।

ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବାନୁଯାୟୀ, ଆଦିବାସୀବର୍ଗର ଲୋକେ ଆମ୍ବଟାକୁଆ ଖାଇବା ନୂଆ କଥା ନୁହେଁ । ସରକାରୀ ଯୋଜନାରେ ମାଗଣା ଚାଉଳ, ଗହମ ମିଳିବା ପୂର୍ବରୁ ଗରିବ ଆଦିବାସୀମାନେ ଆମ୍ବଟାକୁଆ ଖାଇ ଭୋକ ମେଣ୍ଟାଉଥିଲେ । ଏବେ ପୂର୍ବ ସ୍ଥିତି ନାହିଁ ସତ ହେଲେ ବେଳେ ବେଳେ ଦାରିଦ୍ର୍ୟ ଯୋଗୁଁ ଲୋକେ ଏହି ଅଖାଦ୍ୟକୁ ପୁଣି ଆପଣାଉଛନ୍ତି । ଅଭାବୀ ପରିସ୍ଥିତିରେ ଜାଉ କରି ଖାଉଛନ୍ତି । ତେବେ ଏହାକୁ ଠିକ୍ ରେ ପ୍ରସ୍ତୁତ ନ କଲେ ବିଷାକ୍ତ ହେବାର ଭୟ ରହିଛି । ମାଣ୍ଡିପଙ୍କା ଗାଁରେ ଏହି ଅଘଟଣ ପଛରେ ତ୍ରୁଟିପୂର୍ଣ୍ଣ ପ୍ରସ୍ତୁତି ଦାୟୀ ବୋଲି ସେମାନେ ଆଶଙ୍କା କରିଛନ୍ତି ।

ଆଜି ଗାଁକୁ ଯାଇଥିବା ତଦନ୍ତକାରୀ ଟିମ୍ ର ପ୍ରାଥମିକ ତଦନ୍ତରୁ ଏହା ଫୁଡ୍ ପଏଜନିଂ ବୋଲି ଜଣାପଡ଼ିଛି । ଏହା ସ୍ପଷ୍ଟ କରିବାକୁ ଖାଦ୍ୟ ଓ ପାନୀୟ ନମୁନା ଫୁଡ୍ ସେଫଟି ଏଜେନ୍ସିକୁ ପରୀକ୍ଷା ପାଇଁ ପଠାଯାଇଛି । ୭୨ ଘଣ୍ଟାରେ ରିପୋର୍ଟ ଆସିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ତେବେ ରାସନ୍ ଚାଉଳର ଅଭାବ ଯୋଗୁଁ ମହିଳାମାନେ ଆମ୍ବଟାକୁଆ ଖାଇବା କଥାକୁ ସରକାର ମାନିନାହାନ୍ତି । ସେଠାରେ ଚାଉଳ ଅଭାବୀ ନ ଥିଲା ବୋଲି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସଫା ସଫା କହିଛନ୍ତି । ସେହି ଗାଁରେ ଚାଉଳର କୌଣସି ଅଭାବ ନାହିଁ ବୋଲି ତାଙ୍କୁ ଜିଲ୍ଲାପାଳ ଜଣାଇଛନ୍ତି । ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଉଳ ଉଠାଯାଇଛି । ଅକ୍ଟୋବରରୁ ଡିସେମ୍ବର ମାସର ଚାଉଳ ଏବେ ବଣ୍ଟାଯାଉଛି । ପର୍ଯ୍ୟାପ୍ତ ଚାଉଳ ଥିବାରୁ ସେମାନେ ଚାଉଳ ଉଠାଇ ନାହାନ୍ତି । ଆମ୍ବଟାକୁଆ ତାଙ୍କର ପାରମ୍ପରିକ ଖାଦ୍ୟ । ବାସି ଖାଦ୍ୟ ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଯୋଗାଣମନ୍ତ୍ରୀ କହିଛନ୍ତି । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଆମ୍ବଟାକୁଆ ଆଦିବାସୀଙ୍କର ପାରମ୍ପରିକ ଖାଦ୍ୟ ବୋଲି ମନ୍ତବ୍ୟ ଦେଇଥିଲେ ।

ତେବେ ମାଣ୍ଡିପଙ୍କା ଗାଁର ମୃତ ଏବଂ ଅସୁସ୍ଥଙ୍କ ପରିବାର ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟ ସତ ନା ଯୋଗାଣମନ୍ତ୍ରୀଙ୍କ ମନ୍ତବ୍ୟ ସତ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତ ଓ ଅସୁସ୍ଥଙ୍କ ପରିବାର ଲୋକ କହିଥିଲେ ଯେ ସେମାନେ ତିନି ମାସ ହେଲା ଚାଉଳ ପାଉନାହାନ୍ତି । ମାତ୍ର ଏବେ ଯୋଗାଣମନ୍ତ୍ରୀ କହୁଛନ୍ତି ଯେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଚାଉଳ ଥିବାରୁ ଚାଉଳ ଉଠାଇନାହାନ୍ତି ।

ସୂଚନାଯୋଗ୍ୟ, ୨୦୦୧ ରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ରେ ଆମ୍ବଟାକୁଆ ଖାଇ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୦ ଜଣ ଅସୁସ୍ଥ ହୋଇଥିଲେ । ୨୦୧୬ ରେ ମଧ୍ୟ ତାହାର ପୁନରାବୃତ୍ତି ଘଟି ଦୁଇଜଣଙ୍କର ପ୍ରାଣ ଯାଇଥିଲା ।

ରାଜ୍ୟ ପାଇଁ ଲଜ୍ଜାଜନକ: ଦାରିଙ୍ଗିବାଡ଼ି ବ୍ଲକ୍ ରେ ଆମ୍ବଟାକୁଆ ଖାଇ ୨ ଜଣ ମୃତ୍ୟୁ ଏବଂ ୬ ଗୁରୁତର ହେବା ଘଟଣାକୁ ବିଜେଡି ତୀବ୍ର ନିନ୍ଦା କରିବା ସହିତ ରାଜ୍ୟରେ ସାଧାରଣ ବଣ୍ଟନ(ପିଡିଏସ୍) ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି କୁହାଯାଇଛି ।

ଶଙ୍ଖ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ଏହି ଘଟଣା ସମଗ୍ର ରାଜ୍ୟ ପାଇଁ ଲଜ୍ଜାର ବିଷୟ । ଏହା ବିଜେପି ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି । ମୃତକ ଓ ଗୁରୁତର ହୋଇଥିବା ସମସ୍ତ ମହିଳାମାନଙ୍କ ପରିବାର ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ମିଳୁଥିବା ଚାଉଳ, ଗତ ୪ ମାସ ହେଲା ପାଇନାହାନ୍ତି ବୋଲି ସ୍ଥାନୀୟ ଅଞ୍ଚଳରୁ ଜଣାପଡ଼ିଛି । ପରିବାରର ପ୍ରତି ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ ମିଳିଥାଏ । ଏହି ଚାଉଳ ଗତ ୪ ମାସ ଧରି ମିଳି ନ ଥିବାରୁ ସେମାନେ ଆମ୍ବଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଛନ୍ତି ।

ଦେଶରେ କେହି ଯେମିତି କ୍ଷୁଧାରେ ନ ମରନ୍ତି ସେହି ଲକ୍ଷ୍ୟ ନେଇ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ପ୍ରଣୟନ କରାଯାଇଥିଲା । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ରାଜ୍ୟର ବହୁତ ଲୋକ ବଞ୍ଚିତ ହେଉଥିଲେ ବୋଲି ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରାଯାଇଥିଲା । ଏଥିରେ ଅଧିକ ୨୫ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଥିଲା । ଲଗାତର ଭାବେ ୪ ମାସ ଧରି ଚାଉଳ ନ ମିଳିବା ଖାଦ୍ୟ ସୁରକ୍ଷା ଯୋଜନାର ଲକ୍ଷ୍ୟ ହାସଲରୁ ବିଚ୍ୟୁତ ହୋଇଛି ।

ଶ୍ରୀ ଦାସବର୍ମା ଆହୁରି କହିଥିଲେ, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଘଟଣାକୁ ହାଲୁକା ଭାବେ ନେଇ ଆମ୍ବଟାକୁଆ ସେହି ଅଞ୍ଚଳର ବାସିନ୍ଦାମାନଙ୍କ ନିୟମିତ ଖାଦ୍ୟ ବୋଲି ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଘଟଣାର ତଦନ୍ତ ଆରମ୍ଭ ହୋଇ ନ ଥିବା ବେଳେ ଆମ୍ବଟାକୁଆ ଜାଉ ସେ ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିବା କେବଳ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ ଜଣାପଡୁଛି । ଏହି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ, ସେଥିପ୍ରତି ସରକାର ସଚେତନ ରୁହନ୍ତୁ ବୋଲି ସେ କହିଥିଲେ ।

Previous Post

ଅଦିନିଆ ରଥଯାତ୍ରା କଲେ ଇସ୍କନକୁ ଓଡିଶା ଛାଡିବାକୁ ପଡିବ : କଳିଙ୍ଗ ସେନା

Next Post

ଉଚ୍ଚା ନବୀନଙ୍କୁ ନୀଚ୍ଚା ଦେଖାଇବାକୁ ଉଦ୍ୟମ

Next Post
ଉଚ୍ଚା ନବୀନଙ୍କୁ ନୀଚ୍ଚା ଦେଖାଇବାକୁ ଉଦ୍ୟମ

ଉଚ୍ଚା ନବୀନଙ୍କୁ ନୀଚ୍ଚା ଦେଖାଇବାକୁ ଉଦ୍ୟମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA