Sunday, June 28, 2026 10:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଉଚ୍ଚା ନବୀନଙ୍କୁ ନୀଚ୍ଚା ଦେଖାଇବାକୁ ଉଦ୍ୟମ

ରାଜନୈତିକ ଶିଷ୍ଟାଚାରର ଅଭାବ!

by Our Correspondent
03 Nov, 2024- 04:47 PM
in Latest News, News
1 min read
0
ଉଚ୍ଚା ନବୀନଙ୍କୁ ନୀଚ୍ଚା ଦେଖାଇବାକୁ ଉଦ୍ୟମ

ଭୁୁବନେଶ୍ୱର: ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ରାଜ୍ୟର ଡବଲ୍ ଇଞ୍ଜିନ୍ ସରକାର ଇତିମଧ୍ୟରେ ପ୍ରତ୍ୟାହାର କରିନେଇଛନ୍ତି । ଗତ ଜୁନ୍ ମାସରେ ନୂଆ ସରକାର ଆସିଲା ପରେ ନବୀନଙ୍କ ଜେଡ୍ ପ୍ଲସ୍ ସୁରକ୍ଷାକୁ ପ୍ରଥମେ ହଟା ଯାଇଥିଲା । ନବୀନ ନିବାସ ଭିତରେ ଓ ବାହାରେ ୩ ଟି ସିଫ୍ଟ୍ରେ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱରେ ଥିବା ଏସଏସବି ବାଟାଲିୟନର ୩୦୦ ସିପାହୀ ସଂଖ୍ୟା ୪୫ କୁ କମାଇ ଦିଆଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ସୁରକ୍ଷା ଦୃଷ୍ଟିରୁ ପାଇଲଟିଂ ଲସକର୍ଟ, ସୁରକ୍ଷା କର୍ମୀଙ୍କ ସହ ଦୁଇଜଣ ହାବିଲଦାରଙ୍କ ଅଧୀନରେ ନବୀନ ନିବାସରେ ୪୫ ଜଣ ସିପାହୀଙ୍କୁ ମୁତୟନ କରାଯାଇଥିଲା । ମାତ୍ର ଏବେ ତାହାକୁ ପୂରାପୂରି ସଙ୍କୁଚିତ କରାଯାଇଛି । ବିଧାୟକ ତଥା ବିରୋଧୀ ଦଳ ନେତା ଭାବେ ତାଙ୍କୁ କେବଳ ଦୁଇଜଣ ପିଏସଓ(ହାବିଲଦାର) ଯୋଗାଇ ଦିଆଯାଇଛି ।

ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥା ହଟିଥିବାରୁ ତାଙ୍କର ବିରୋଧୀମାନେ ଖୁସିରେ କୁରୁଳିଛନ୍ତି । ଏହି ଖୁସିରେ ଶାସକ ଦଳର କିଛି ନେତା ଓ ଚେଲା ଚାମଣ୍ଡା ୫୬ ଇଞ୍ଚର ଛାତି ଦେଖାଉଛନ୍ତି । ନବୀନ ନିବାସ ଖାଁ ଖାଁ ହୋଇଗଲା ଏବଂ ନବୀନ ବାବୁ ରାଜାରୁ ପ୍ରଜା ହୋଇଗଲେ ବୋଲି ଟାହିଟାପରା କରି କିଛି ପ୍ରମୁଖ ମିଡିଆ ଲଗାତର ଖବର ପରିବେଷଣ କରୁଛନ୍ତି । କିଛି ମନ୍ତ୍ରୀଙ୍କ ସମେତ ବରିଷ୍ଠ ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସବୁଠାରୁ ବେଶୀ ଉତ୍ସାହିତ ହୋଇଯାଇଛନ୍ତି । ନବୀନ ବାବୁଙ୍କୁ ତାଙ୍କ ସମସ୍କନ୍ଦ ନେତା ଭାବି ଟିଭିରେ ବାଇଟ୍ ଦେଇଛନ୍ତି ।

ମୋଟାମୋଟି ଭାବେ, ନବୀନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାରରେ ଖୁସିରେ ମସଗୁଲ ହୋଇଛନ୍ତି ବିଜେପିର କିଛି ନେତା ଓ ଅନ୍ଧ ସମର୍ଥକ । ମୋହନ ସରକାରଙ୍କ ପଦକ୍ଷେପକୁ ସେମାନେ ପ୍ରଶଂସାରେ ପୋତୁ ପକଉଛନ୍ତି । ଏଥିସହ ସୋସିଆଲ୍ ମିଡିଆରେ ନବୀନ ପଟ୍ଟନାୟକଙ୍କୁ ତାତ୍ସଲ୍ୟ କରି ତାଙ୍କର ଚଉଦ ପୁରୁଷ ଉଦ୍ଧାର କରୁଛନ୍ତି । ଉଚ୍ଚା ନବୀନଙ୍କୁ ସେମାନେ ନୀଚ୍ଚା ଦେଖାଇବାରେ ଲାଗିପଡ଼ିଛନ୍ତି ।

ତେବେ ନବୀନ ପଟ୍ଟନାୟକଙ୍କୁ ନ୍ୟୁନ୍ କରିବା ପାଇଁ ହେଉଥିବା ଉଦ୍ୟମକୁ ଖୋଦ୍ ବିଜେପିର ଏକ ବଡ଼ ଗୋଷ୍ଠୀ ସହଜରେ ଗ୍ରହଣ କରୁନାହାନ୍ତି । ଏହା ସରକାର ପାଇଁ ବୁମେରାଂ ହୋଇପାରେ ବୋଲି କିଛି ବରିଷ୍ଠ ନେତା ସ୍ୱୀକାର କରିଛନ୍ତି । ସେମାନଙ୍କ ମତରେ ନବୀନ ବାବୁ ସାଧାରଣ ନେତା ନୁହଁନ୍ତି । କ୍ଷମତା ଚାଲିଗଲା ପରେ ତାଙ୍କୁ ଆଉ କାହାରି ସହ ତୁଳନା କରି ସୁରକ୍ଷା ବ୍ୟବସ୍ଥାର ମାପଚୁପ୍ କରିବା ଉଚିତ୍ ନୁହେଁ । ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା ଆଜି ବି ଅତୁଟ୍ ଅଛି ଏବଂ ତାଙ୍କ ପ୍ରତି ଓଡ଼ିଶାବାସୀଙ୍କର ନିବିଡ଼ ଭଲ ପାଇବା ଓ ସମ୍ମାନ ରହିଛି । ଏହାକୁ ଅଣଦେଖା କରିବା ବିଜେପି ପାଇଁ ଆଦୌ ଶୁଭଙ୍କର ନୁହେଁ । ଏହାଦ୍ୱାରା ନବୀନ ଛୋଟ ହୋଇନାହାନ୍ତି ବରଂ ଲୋକଙ୍କ ହୃଦୟକୁ ଅଧିକ ଛୁଇଁଥିବା ବିଶ୍ୱାସ ହେଉଛି ବୋଲି ଉପକୂଳ ଓଡ଼ିଶାର ଜଣେ ଟାଣୁଆ ନେତା କହିଛନ୍ତି ।

ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳର ନେତାଙ୍କୁ କିଭଳି ସୁରକ୍ଷା ଦିଆଯିବ ତାହାର ନିର୍ଦ୍ଦିଷ୍ଟ ପ୍ରୋଟୋକଲ୍ ଅଛି । ନବୀନଙ୍କ କ୍ଷେତ୍ରରେ ଯାହା ହୋଇଛି ତାହା ପ୍ରଶାସନିକ ବିଧି ବ୍ୟବସ୍ଥା ଭିତରେ କରାଯାଇଛି । ଏହାକୁ ଚାଲେଂଜ କରାଯାଇପାରିବ ନାହିଁ । ଅନ୍ୟପକ୍ଷରେ ଭିଆଇପି ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଥିବା କମିଟିର ନିଷ୍ପତ୍ତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଥିବା ଡିଜି ୱାଇ.ବି.ଖୁରାନିଆ କହିଛନ୍ତି । ଯାହା କହିଲେ ବି, ସରକାରଙ୍କ ବିନା ଇଙ୍ଗିତରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କେହି ବିଶ୍ୱାସ କରୁନାହାନ୍ତି । ସବୁ ନିୟମରେ କିଛି ବ୍ୟତିକ୍ରମ ରହିଥାଏ । ନବୀନ ପଟ୍ଟନାୟକ ସେହି ବ୍ୟତିକ୍ରମ ବୋଲି ଅନେକ ବିଚାର କରୁଛନ୍ତି ।

ନବୀନଙ୍କ ସୁରକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କର ପରାମର୍ଶଦାତାମାନେ ଉଦାର ମନୋଭାବ ରଖିବା ଦରକାର ଥିଲା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ନବୀନଙ୍କର ଗୁରୁତ୍ୱ କେତେ ତାହା ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ମନ୍ତ୍ରୀମଣ୍ଡଳକୁ ସୂଚେଇ ଦେଇଥିଲେ । ସେହି ମଞ୍ଚରେ ପ୍ରଧାନମନ୍ତ୍ରୀ ତାଙ୍କୁ ସୌଜନ୍ୟତା ଓ ଶିଷ୍ଟାଚାରରେ ଭରିଦେଇଥିଲେ । ନବୀନ ବାବୁ ହାରଜିତ୍ ଉଦ୍ଧ୍ୱର୍ରେ ବୋଲି ଓଡ଼ିଶାବାସୀଙ୍କୁ ଜଣାଇଦେଇଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିଷ୍ଟାଚାରପୂର୍ବକ ନବୀନ ନିବାସ ଯାଇ ତାଙ୍କୁ ସର୍ବଦଳୀୟ ବୈଠକକୁ ନିମନ୍ତ୍ରଣ କରିବାର ଉଦାହରଣ ବି ରହିଛି ।

ମାତ୍ର ପ୍ରଶାସନିକ ବିଧି ବ୍ୟବସ୍ଥା ଓ ନିୟମକାନୁନ ଆଳରେ ନବୀନଙ୍କ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସଙ୍କୋଚିତ କରିବା ଏବଂ ଏହାକୁ ନେଇ ବିଜେପି ଚେଲାଚାମଣ୍ଡମାନେ ନବୀନଙ୍କୁ ନ୍ୟୁନ ଦେଖାଇ ଉପହାସ କରିବା ଘଟଣାକୁ ଦଳ ଭିତରେ ଓ ବାହାରେ ଅଧିକାଂଶ ନାପସନ୍ଦ କରିଛନ୍ତି । ଏହା ନବୀନଙ୍କ ଭାବମୂର୍ତ୍ତି ଆହୁରି ବଢ଼େଇ ଦେଇଛି ବୋଲି ସେମାନଙ୍କର ମତ ।

କେବଳ ଓଡ଼ିଶା କାହିଁକି, ଭାରତବର୍ଷର ଲୋକପ୍ରିୟ ନେତା ଭାବେ ପ୍ରତିଷ୍ଠା ଅର୍ଜନ ରଖିଥିବା ନବୀନ ପଟ୍ଟନାୟକଙ୍କ ପ୍ରତି ମୋହନ ସରକାରଙ୍କର ରାଜନୈତିକ ଶିଷ୍ଟାଚାର ରହିବା କଥା । ଏଥିରେ ସରକାର ଛୋଟ ହୋଇଯାଇ ନ ଥାନ୍ତା । ଆଗାମୀ ଦିନରେ ରାଜ୍ୟ ବିଜେପିକୁ ଏହା ଭାରୀ ପଡ଼ିପାରେ ବୋଲି କୁହାଯାଉଛି ।

Previous Post

ଅଭାବୀ ପେଟକୁ ଆମ୍ବଟାକୁଆ !

Next Post

ସମନ୍ୱିତ ଯୋଜନାରେ ଧଉଳି ସମେତ ସବୁ ଐତିହ୍ୟ ସ୍ଥଳର ବିକାଶ କରାଯିବ: ମୁଖ୍ୟମନ୍ତ୍ରୀ

Next Post
ସମନ୍ୱିତ ଯୋଜନାରେ ଧଉଳି ସମେତ ସବୁ ଐତିହ୍ୟ ସ୍ଥଳର ବିକାଶ କରାଯିବ: ମୁଖ୍ୟମନ୍ତ୍ରୀ

ସମନ୍ୱିତ ଯୋଜନାରେ ଧଉଳି ସମେତ ସବୁ ଐତିହ୍ୟ ସ୍ଥଳର ବିକାଶ କରାଯିବ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA