Saturday, June 27, 2026 11:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘୧୨ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରିଦେଲେ’

ଆମ୍ବଟାକୁଆ ମୃତ୍ୟୁରେ ନବୀନଙ୍କ ସମାଲୋଚନା

by Our Correspondent
07 Nov, 2024- 07:56 PM
in Latest News, News
1 min read
0
‘୧୨ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରିଦେଲେ’

ଛାତ୍ର ମାନଙ୍କ ପାଇଁ ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ କର୍ମଶାଳା ଓ Digital volunteer କର୍ମଶାଳା

ଭୁବନେଶ୍ୱର: ବିକାଶ ଓ କଲ୍ୟାଣ ହେଉଛି ବିଜୁ ଜନତା ଦଳର ଲକ୍ଷ୍ୟ । ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଈ ଭଉଣୀମାନଙ୍କ ଚାଉଳକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ଆମ୍ବଟାକୁଆ ଖାଇବାକୁ ପଡୁଛି । ବହୁତ ଦୁଃଖର କଥା ଏଥିପାଇଁ ଦୁଇଜଣ ଆଦିବାସୀ ମହିଳା ପ୍ରାଣ ହରାଇଛନ୍ତି ଓ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ଆମର ୧୨ ବର୍ଷର ତପସ୍ୟାକୁ ଏମାନେ ଶୁଖୁଆ ପୋଡ଼ାରେ ସାରିଦେଲେ ।

କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କ ଗାଁରେ ଆମ୍ବ ଟାକୁଆ ମୃତ୍ୟୁ ଘଟଣାକୁ ନେଇ ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଆଜି ଏମିତି ଭାଷାରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।

ଶଙ୍ଖଭବନଠାରେ ଛାତ୍ରମାନଙ୍କ ପାଇଁ ଦଳର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନ ଓରିଏଣ୍ଟସନ୍ ପ୍ରୋଗ୍ରାମ ଏବଂ ୩୦ ଜିଲ୍ଲା ପାଇଁ ଦିନିକିଆ ଡିଜିଟାଲ୍ ଭଲ୍ୟୁଣ୍ଟଅର୍ କର୍ମଶାଳାକୁ ଉଦଘାଟନ କରିବା ଅବସରରେ ନବୀନ କହିଥିଲେ, ବିଜେଡି ସରକାର ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡ଼ିଥିବା ସବୁ ଗରିବ ଲୋକଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା । ବର୍ତ୍ତମାନର ସରକାର ଲୋକଙ୍କୁ ଅଣଦେଖା ନ କରି ଏହାକୁ ଚାଲୁ ରଖିବା ଉଚିତ୍ ।

ପ୍ରତି ଜୀବନ ମୂଲ୍ୟବାନ । ତେଣୁ ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସହ କୌଣସି ସାଲିସ କରାଯାଇପାରିବ ନାହିଁ ବୋଲି ସେ ସତର୍କ କରାଇ ଦେଇଥିଲେ ।

ଦଳର ଯୁବ ଓ ଛାତ୍ର କର୍ମୀଙ୍କୁ ଉଦବୋଧନ ଦେଇ ନବୀନ କହିଥିଲେ ବିଜୁ ଜନତା ଦଳ ସରକାର ସମୟରେ ବହୁତ ଭଲ କାମ ହୋଇଛି । ଆମ ସରକାରଙ୍କ ଯୋଜନା ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଛି । ଭାରତ ସରକାର ବି ଆମର ଯୋଜନା ଗ୍ରହଣ କରିଛନ୍ତି । ଭୋଟ ବ୍ୟାଙ୍କ ସୃଷ୍ଟି କରିବା କେବେ ବି ଆମର ଲକ୍ଷ୍ୟ ନ ଥିଲା । ବିଜେଡି ସରକାର ଅମଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଭଲ ଯୋଜନାକୁ ବନ୍ଦ କରି ଦିଆଯାଇଥିବାରୁ ପିଲାମାନଙ୍କ ଭିତରେ କ୍ରୋଧ ଓ ଅସନ୍ତୋଷ ସୃଷ୍ଟି ହୋଇଛି ବୋଲି ପ୍ରକାଶ କରି ସରକାରଙ୍କ କାର୍ଯ୍ୟକୁ ନାପସନ୍ଦ କରିଥିଲେ ।

ଦଳର କର୍ମୀମାନଙ୍କୁ ପରାମର୍ଶ ଦେଇ ନବୀନ କହିଥିଲେ, ବିଜୁ ଜନତା ଦଳ ଓଡ଼ିଶାର ନମ୍ବର ୱାନ୍ ଦଳ । ଗତ ନିର୍ବାଚନରେ ଆମେ ଅଧିକ ଭୋଟ ପାଇଛୁ । ଆମର ଭୋଟ ପର୍ସେଣ୍ଟ ମଧ୍ୟ ଅଧିକ । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ହୃଦୟରେ ଅଛି । ତେଣୁ ଓଡ଼ିଆ ସ୍ୱାଭିମାନର ସୁରକ୍ଷା ତଥା ଓଡ଼ିଆ ପରିଚୟକୁ ଉଜ୍ଜଳ କରିବା ପାଇଁ କାମ ଜାରି ରଖ ।

ବିରୋଧୀଙ୍କ ଅପପ୍ରଚାରର କଡ଼ା ଜବାବ ଦେବାକୁ ଛାତ୍ର ଓ ଯୁବ କର୍ମୀମାନଙ୍କୁ ଆହ୍ୱାନ ଦେଇ ସେମାନେ ସୋସିଆଲ୍ ମିଡିଆରେ ସକ୍ରିୟ ରହିବାକୁ ନବୀନ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅଶୋକ ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉଦବୋଧନ ଦେଇଥିଲେ ।

ସଭ୍ୟ ସଂଗ୍ରହ କମିଟି ଅଧ୍ୟକ୍ଷ ଅତନୁ ସବ୍ୟସାଚୀ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Previous Post

ଖୁବ୍‌ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’

Next Post

ଜାଗା ହଡ଼ପ: ହରଡ଼ଘଣାରେ ବିଡିଏ ଉପାଧ୍ୟକ୍ଷ !

Next Post
ଜାଗା ହଡ଼ପ: ହରଡ଼ଘଣାରେ ବିଡିଏ ଉପାଧ୍ୟକ୍ଷ !

ଜାଗା ହଡ଼ପ: ହରଡ଼ଘଣାରେ ବିଡିଏ ଉପାଧ୍ୟକ୍ଷ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA