Friday, June 26, 2026 12:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶେଷରେ ହଟିଲେ ମିନତୀ ବେହେରା

ମୋହନ ସରକାର ପୁଣି ଅପଦସ୍ଥ

by Our Correspondent
11 Nov, 2024- 02:17 PM
in Latest News, News
1 min read
0
ଶେଷରେ ହଟିଲେ ମିନତୀ ବେହେରା

ଭୁବନେଶ୍ୱର:

ଅକ୍ଟୋବର ୨୩: ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା ଏବଂ ସମସ୍ତ ସଦସ୍ୟାଙ୍କୁ ବରଖାସ୍ତ କରାଗଲା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଗଲା ।

ଅକ୍ଟୋବର ୨୯: ମହିଳା କମିସନ ଅଧ୍ୟକ୍ଷା ଶ୍ରୀମତୀ ବେହେରାଙ୍କୁ ସୋ କଜ୍ ନୋଟିସ୍ ଦେଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ଅଧ୍ୟକ୍ଷାଙ୍କ କାର୍ଯ୍ୟକାଳ ଭିତରେ ମାମଲା ଶୁଣାଣି ଓ କ୍ୟାମ୍ପ କୋର୍ଟ ଆୟୋଜନ ଆଦୋ÷ ସନ୍ତୋଷଜନକ କାହିଁକି ନୁହେଁ ବୋଲି ଜବାବ ମଗାଗଲା ।

ନଭେମ୍ବର ୧: ସୋ କଜ୍ ନୋଟିସ୍ ର ଜବାବ ଦେଲେ ଅଧ୍ୟକ୍ଷା ମିନତୀ ବେହେରା ।

ଗଣମାଧ୍ୟର ରିପୋର୍ଟ ପରେ..

ନଭେମ୍ବର ୯: ଅଧ୍ୟକ୍ଷା ମିନତୀ ବେହେରାଙ୍କ ବରଖାସ୍ତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ।

ରାଜ୍ୟରେ ଶାସନ ବ୍ୟବସ୍ଥା କେଉଁଭଳି ବିଚିତ୍ର ଅବସ୍ଥାକୁ ଆସିଛି, ଏହି ଘଟଣା ତାହା ସ୍ପଷ୍ଟ କରିଦେଉଛି । ବିଜେଡି ସରକାରଙ୍କ ଅମଳରେ ନିଯୁକ୍ତି ପାଇଥିବା ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ବିଜେପି ସରକାର ତଥା ଖୋଦ୍ ମୁଖ୍ୟମନ୍ତ୍ରୀ ବରଖାସ୍ତ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଗଲାନି । ଓଲଟି ୬ ଦିନ ପରେ ମହିଳା ଓ ଶିଶୁ ବିକାଶ ବିଭାଗ ମିନତି ବେହେରାଙ୍କୁ ସୋ କଜ୍ ବା କାରଣଦର୍ଶାଅ ନୋଟିସ୍ ଜାରି କଲା । ନଭେମ୍ବର ୧ ତାରିଖରେ ସେ ଏହି ନୋଟିସ୍ ର ଜବାବ ଦେଇଥିଲେ । ମାତ୍ର ତାହା ଉପରେ ହାତ ବାନ୍ଧି ବସିପଡ଼ିଲା ମହିଳା ଓ ଶିଶୁ ବିକାଶ ବିଭାଗ । ଅଧ୍ୟକ୍ଷା ଶ୍ରୀମତୀ ବେହେରା ସ୍ୱାଭାବିକ ଭାବେ ତାଙ୍କର ଅଫିସ୍ କାର୍ଯ୍ୟ ଜାରି ରଖିଲେ । ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଲା । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନର କୌଣସି ନିର୍ଦ୍ଦେଶନାମା ପାଇନାହାନ୍ତି ବୋଲି ଶ୍ରୀମତୀ ବେହେରା ପ୍ରତିକ୍ରିୟା ଦେଇଥିଲେ । ଏହାପରେ ଶନିବାର ଦିନ ସରକାରୀ ଛୁଟି ରହିଥିଲେ ମଧ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବରଖାସ୍ତ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଥିବା ପ୍ରଶ୍ନଟି ହେଉଛି, ମହିଳା କମିସନ ଅଧ୍ୟକ୍ଷା ଏବଂ ସଦସ୍ୟମାନଙ୍କ ବରଖାସ୍ତ ନେଇ କେଉଁ ପ୍ରକ୍ରିୟା ଅନୁସରଣ କରିବାକୁ ହୁଏ ତାହା କ’ଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାଣି ନ ଥିଲେ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୩ ତାରିଖରେ ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ଅଫିସରମାନେ କ’ଣ ସେସବୁ ଜାଣି ନ ଥିଲେ? ସରକାର ଚାହୁଁଥିବା କାର୍ଯ୍ୟକୁ ସଠିକ୍ ଢ଼ଙ୍ଗରେ କାର୍ଯ୍ୟକାରୀ ନ କରି ତରବରିଆ ଭାବେ ଏମିତି ନିଷ୍ପତ୍ତି ନେବାର କ’ଣ ଥିଲା ଆବଶ୍ୟକତା? ମୋହନ ସରକାର ଏଭଳି ବାରମ୍ବାର ଅପଦସ୍ଥ ହେବା ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି ।

 

Previous Post

ଗଣଦୁଷ୍କର୍ମ ଘଟଣାରେ ଡିସିପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

Next Post

କିଟ୍‍ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟଙ୍କୁ ମିସ୍‍ ଟିନ୍‍ ୟୁନିଭର୍‍ସ ମୁକୁଟ

Next Post
କିଟ୍‍ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟଙ୍କୁ ମିସ୍‍ ଟିନ୍‍ ୟୁନିଭର୍‍ସ ମୁକୁଟ

କିଟ୍‍ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟଙ୍କୁ ମିସ୍‍ ଟିନ୍‍ ୟୁନିଭର୍‍ସ ମୁକୁଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA