Wednesday, July 8, 2026 07:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟରେ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ଉଦ୍‍ଘାଟିତ

ଷ୍ଟାର୍ଟଅପରେ ସଫଳ ହେବା ପାଇଁ ଧୈର୍ଯ୍ୟ ଆବଶ୍ୟକ

by Our Correspondent
15 Nov, 2024- 05:50 PM
in News
1 min read
0
କିଟରେ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ଉଦ୍‍ଘାଟିତ

ଭୁବନେଶ୍ୱର: ଚାକିରିକୁ ଅପେକ୍ଷା ନକରି ନିଜେ ସ୍ୱାବଲମ୍ବୀ ହେବା ପାଇଁ ଷ୍ଟାର୍ଟଅପ୍‍ ପ୍ରତି ଯୁବଗୋଷ୍ଠୀ ସଚେତନ ହେଲେ ଦେଶର ବିକାଶ ହେବ । ବିଶେଷ କରି ଗ୍ରାମାଞ୍ଚଳ ଯୁବଗୋଷ୍ଠୀ ଏଥିପ୍ରତି ଦୃଷ୍ଟି ଦେଇ ଆଗକୁ ଆସିବା ଦରକାର ବୋଲି କିଟରେ ୩ ଦିନିଆ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ୨୦୨୪କୁ ଉଦ୍‍ଘାଟନ କରି ଓଡ଼ିଶା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ରାଜ୍ୟମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍‍ ପ୍ରକାଶ କରିଛନ୍ତି । ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଉଦ୍ୟୋଗୀ ତଥା ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ମଲ୍ଲିକ କହିଲେ, ଉଦ୍ୟୋଗକୁ ଆଗକୁ ଆଗେଇ ନେବା ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ସହ ପାରମ୍ପରିକ ବ୍ୟବସ୍ଥା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ଛୋଟ ଓ ଋଗ୍‍ଣ ଉଦ୍ୟୋଗର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ । ଯୁବଗୋଷ୍ଠୀଙ୍କୁ ସଫଳ ଉଦ୍ୟୋଗୀ କରିବାକୁ ହେଲେ ଷ୍ଟାର୍ଟଅପ୍‍ ବ୍ୟବସ୍ଥାର ପ୍ରସାର ଓ ପ୍ରସାର ଏକାନ୍ତ ଆବଶ୍ୟକ। ଏ ଦିଗରେ କିଟ୍‍ ଟିବିଆଇର ଉଦ୍ୟମକୁ ଶ୍ରୀ ମଲ୍ଲିକ ପ୍ରଶଂସା କରିଥିଲେ ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତ ଉଦ୍ୟୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଷ୍ଟାର୍ଟଅପରେ ସଫଳତା ପାଇବାକୁ ହେଲେ ପ୍ରତ୍ୟେକ ଉଦ୍ୟୋଗୀ ଧୈର୍ଯ୍ୟର କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଥିଲେ । ଏଭଳି ମେଳାରେ ଉଦ୍ୟୋଗୀମାନେ ଗୋଟିଏ ପ୍ରକଳ୍ପର ଚିନ୍ତାନେଇ ଆସିଥାନ୍ତି, ମାତ୍ର ଯିବା ବେଳେ ବହୁ ପ୍ରକଳ୍ପର ପରିକଳ୍ପନା ସାଂଗରେ ନେଇ ଯାଇଥାନ୍ତି । ତେଣୁ ଏଭଳି ଷ୍ଟାର୍ଟଅପ୍‍ ମେଳା ନିଶ୍ଚିତ ଭାବେ ଯୁବ ଉଦ୍ୟୋଗୀଙ୍କ ପାଇଁ ବେଶ ଉପାଦେୟ ହୋଇପାରିବ ବୋଲି ଶ୍ରୀ ସାମନ୍ତ କହିଥିଲେ ।

ଅନ୍ୟତମ ଅତିଥି କଟକସ୍ଥିତ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂସ୍ଥାନର ଯୁଗ୍ମ ନିର୍ଦ୍ଦେଶକ ପି କେ ଗୁପ୍ତା କହିଲେ, ଏଭଳି ଷ୍ଟାର୍ଟଅପ୍‍ ମେଳା ସ୍ୱତନ୍ତ୍ର ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ । ଏହା ସହ ଷ୍ଟାର୍ଟଅପ୍‍ ଜରିଆରେ ଉଦ୍ୟୋଗୀମାନେ ବିଭିନ୍ନ ନୂଆ ଚିନ୍ତାଧାରା ଉପରେ ସୂଚନା ପାଇପାରିବେ । କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅଧିକାରୀ ଡ. କ୍ରିଷ୍ଣକାନ୍ତ ପୁଲିଚେର୍ଲା ସ୍ଥାନୀୟ ପ୍ରତିଭା ପ୍ରତିପୋଷଣ ଉପରେ ଗୁରୁତ୍ୱ ଦେଇ କହିଲେ, କେବଳ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଆମର ଲକ୍ଷ୍ୟ ନୁହେଁ ବରଂ କିଟ୍‍ ଟିବିଆଇ ଜରିଆରେ ଓଡ଼ିଶାରେ ଏକ ସଫଳ ଇକୋସିଷ୍ଟମ୍‍ ତିଆରି କରିବା ଆମର ଲକ୍ଷ୍ୟ ।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କିଟ୍‍ ଗବେଷଣା ଓ ବିକାଶ ବିଭାଗ ମହାନିର୍ଦ୍ଦେଶକ ତଥା କିଟ୍‍ ଟିବିଆଇ ସିଟି କ୍ଲଷ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୃତ୍ୟୁଞ୍ଜୟ ସୁଆର କହିଲେ, ୩ଦିନ ଧରି ଚାଲିବାକୁ ଥିବା ଏହି ଷ୍ଟାର୍ଟଅପ୍‍ ମେଳାରେ ସମଗ୍ର ଭାରତରୁ ୬୫ଟି ଷ୍ଟାପ୍‍ଅପ୍‍ ଉଦ୍ୟୋଗୀ ଅଂଶଗ୍ରହଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍‍ କ୍ଲଷ୍ଟର ଫାଉଣ୍ଡେସନ୍‍, କିଟ୍‍ ଟିବିଆଇ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ଲାଗି ଏଭଳି ଷ୍ଟାର୍ଟଅପ୍‍ ମେଳା ଆୟୋଜିତ ହୋଇଛି । ଏହା ଦ୍ୱାରା ନିଜର ଷ୍ଟାର୍ଟଅପ୍‍ କରିବାକୁ ଚାହୁଁଥିବା ବହୁ ଯୁବଦ୍ୟୋଗୀ ଉପକୃତ ହୋଇପାରିବେ ବୋଲି ଡ. ସୁଆର ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆଇଆଇଟି କାନପୁରର ଏମେରିଟସ୍‍ ଫେଲୋ ନଳୀନାକ୍ଷ ବ୍ୟାସ, ବିସିକେଆଇସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ନମ୍ରତା ମିଶ୍ର ଓ ସାଇଣ୍ଟିଫିକ୍‍ କମ୍ୟୁନିକେସନ୍‍ ମ୍ୟାନେଜର ଡ. ଆଞ୍ଚଳ କାଟୋଚ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଅଭିଯୁକ୍ତଙ୍କୁ ସୁରକ୍ଷା: ଉଦାହରଣରେ ବଳିଗଲେ ମୋହନ ସରକାର

Next Post

ଶୈଳବାଳା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୋଆରେ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Next Post
ଶୈଳବାଳା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୋଆରେ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଶୈଳବାଳା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୋଆରେ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA