Wednesday, April 22, 2026 11:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅଭିଯୁକ୍ତଙ୍କୁ ସୁରକ୍ଷା: ଉଦାହରଣରେ ବଳିଗଲେ ମୋହନ ସରକାର

ଦୋଷ ଠେଲୁଛନ୍ତି ପୂର୍ବ ନବୀନ ସରକାରଙ୍କୁ

by Our Correspondent
15 Nov, 2024- 04:28 PM
in Latest News, News
1 min read
0
ଅଭିଯୁକ୍ତଙ୍କୁ ସୁରକ୍ଷା: ଉଦାହରଣରେ ବଳିଗଲେ ମୋହନ ସରକାର

ଭୁୁବନେଶ୍ୱର: ଦିନେ ବେବିନା, ଇତିଶ୍ରୀ, ମମିତା ଆଦି ହତ୍ୟାକାଣ୍ଡ ବିଜେଡି ସରକାରଙ୍କ ବିରୋଧରେ ବିଜେପିର ଥିଲା ମୁଖ୍ୟ ରାଜନୈତିକ ପ୍ରସଙ୍ଗ । ହତ୍ୟାକାରୀଙ୍କୁ ନବୀନ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ ଆଣି ତୁମ୍ବିତୋଫାନ କରୁଥିଲେ । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କହି ବିଧାନସଭା ଥରୋଉଥିଲେ । ନିର୍ବାଚନ ବେଳେ ଓଡ଼ିଆ ଅସ୍ମିତାର ତ୍ରାଣକର୍ତ୍ତା ସାଜି ଲୋକଙ୍କୁ ଭୋଟ ମାଗିଥିଲେ । ମାତ୍ର ସେମାନେ କ୍ଷମତାକୁ ଆସିବା ପରେ କ’ଣ ପରିବର୍ତ୍ତନ ହୋଇଛି? ଭାତହାଣ୍ଡିରୁ ଗୋଟେ ଚାଉଳ ଚିପିଲା ଭଳି କିଛି ଘଟଣାରୁ ବିଜେପି ସରକାରଙ୍କ ସାମର୍ଥ୍ୟ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ।

ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କୁ ଇତିମଧ୍ୟରେ ୫ ମାସ ପୂରିଗଲାଣି । ମାତ୍ର ବିରୋଧୀ ଆସନରେ ବସି ବିଜେଡି ସରକାର ବିରୋଧରେ ଯେଉଁଗୁଡ଼ିକୁ ମୁଖ୍ୟ ରାଜନୈତିକ ପ୍ରସଙ୍ଗ କରିଥିଲେ, ନିଜେ ସରକାରକୁ ଆସିଲା ପରେ ସେଭଳି ଚିତ୍ର ଓ ଚରିତ୍ରମାନଙ୍କୁ ଆପଣାର କରି ଚାଲିଛନ୍ତି । ଭୋଟ ସରିଗଲା ପରେ ବିଜେପିର ତଥାକଥିତ ଓଡ଼ିଆ ଅସ୍ମିତା ଚୂଲିକି ଚାଲି ଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ଉପରେ ସରକାର ନିୟନ୍ତ୍ରଣ ହରାଇଥିବା ଦୃଶ୍ୟମାନ ହେଉଛି । ସମ୍ବେଦନଶୀଳ ମାମଲାରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାରେ ମୋହନ ସରକାର ଆଗଭର ହେବା ସମସ୍ତଙ୍କୁ ଚକିତ କରିଥିବା ବେଳେ ଦଳର ବରିଷ୍ଠ ନେତାଙ୍କ ଆଚରଣ ଓ ଉଚ୍ଚାରଣ ସରକାରଙ୍କୁ ଅଧିକ ବଦନାମରେ ପକାଇଛି ।

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ନିର୍ଘାତ ପିଟିବା ସହ ଜୋତାରେ ଛେପ ପକାଇ ଚଟେଇଲେ । ରଥଯାତ୍ରା ବେଳେ ପୁରୀ ରାଜଭବନରେ ଏହି ଅଘଟଣ ଘଟିଲା । ରଥଯାତ୍ରା ଦେଖିବା ପାଇଁ ପୁରୀ ଆସିଥିବା ରାଜ୍ୟପାଳଙ୍କ ପୁଅଙ୍କୁ ଷ୍ଟେସନ୍ ରୁ ଆଣିବା ପାଇଁ ଦାୟିତ୍ୱରେ ଥିବା ସଂପୃକ୍ତ ଅଧିକାରୀ(ଏଏସଓ) ସୌଖୀନ ଗାଡ଼ି ନ ପଠାଇବାରୁ ମାଡ଼ ଖାଇଲେ । ରାଜ୍ୟପାଳଙ୍କ ପୁଅ ଏବଂ ତାଙ୍କର ଝାଡ଼ଖଣ୍ଡୀ ସହଯୋଗୀମାନେ ମିଳିମିଶି ତାଙ୍କୁ ପିଟିଥିଲେ । ତେବେ ଓଡ଼ିଆ ଅସ୍ମିତାର ନାରା ଧରିଥିବା ମୋହନ ସରକାରଙ୍କ ଇଙ୍ଗିତରେ ପୁଲିସ ଏହି ମାମଲାରେ ଚୁପ୍ ରହିଗଲା । ଅଭିଯୁକ୍ତ ରାଜ୍ୟପାଳଙ୍କ ପୁଅ ବୋଲି ସରକାର ଆଇନକୁ ତା’ ବାଟରେ ଯିବାକୁ ଦେଲେନି । ରାଜ୍ୟପାଳଙ୍କ ପୁଅକୁ ସୁରକ୍ଷା ଦେବା ପାଇଁ ସଂକଳ୍ପବଦ୍ଧ ମୋହନ ସରକାର ପବିତ୍ର ବିଧାନସଭାକୁ ବି ଭୂଆଁ ବୁଲେଇଦେଲେ । ଓଡିଆ ଅଧିକାରଙ୍କ ଇଜ୍ଜତ ଓ ସ୍ୱାଭିମାନ ସପକ୍ଷରେ ସୃଷ୍ଟି ହୋଇଥିବା ଜନମତକୁ ଭ୍ରୁକ୍ଷେପ କଲେନି ।

ଭରତପୁର ଥାନା ମାମଲା ସାରା ଦେଶରେ ଓଡ଼ିଶାକୁ ଯଥେଷ୍ଟ ବଦନାମ କଲା । ରୋଡ୍ ରୋମିଓଙ୍କ ଦୌରାତ୍ମ୍ୟରୁ ଖସି ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ସେନାବାହିନୀର କ୍ୟାପଟେନ୍ ଏବଂ ତାଙ୍କର ବାନ୍ଧବୀଙ୍କ ପ୍ରତି ପୁଲିସର ଅକଥନୀୟ ନିର୍ଯ୍ୟାତନା କଥା ଯିଏ ଶୁଣିଲା ମୁଣ୍ଡରେ ହାତ ଦେଲା । ପୁଲିସର ଦୋଷ ଘୋଡ଼ାଇବାକୁ ଅଭିଯୋଗକାରୀ ଯୁବତୀଙ୍କ ଚରିତ୍ର ସଂହାର କରିବାକୁ ମଧ୍ୟ ଉଦ୍ୟମ କରାଗଲା । ଏହି ଘଟଣାକୁ ନେଇ ଓଡ଼ିଶା ସମଗ୍ର ଦେଶରେ ନିନ୍ଦିତ ହେଲା ପରେ ଯାଇ ମୁଖ୍ୟମନ୍ତ୍ରୀ ଏହାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ।

ଏବେ ଆଉ ଏକ ସମ୍ବେଦନଶୀଳ ମାମଲା ମୋହନ ସରକାରଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଗତବର୍ଷ ଫେବ୍ରୁଆରୀରେ ସମ୍ବଲପୁରଠାରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ବେଳେ ତତ୍କାଳୀନ ବିରୋଧୀ ଦଳ ନେତା ତଥା ଏବେକାର ବିଧାୟକ ଜୟନାରାୟଣ ମିଶ୍ର ଜଣେ ମହିଳା ପୁଲିସ ଇନସପେକ୍ଟରଙ୍କୁ ଧକ୍କା ମାରିଥିଲେ । ଏ ନେଇ ଜୟନାରାୟଣଙ୍କ ବିରୋଧରେ ଥାନାରେ ଏତଲା ହେବା ପରେ ସେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ । କିନ୍ତୁ ସେଠାରୁ ନିରାଶ ହେଲା ପରେ ସୁପ୍ରିମକୋର୍ଟ ଯାଇଥିଲେ । ଗତକାଲି ସୁପ୍ରିମକୋର୍ଟ ତାଙ୍କ ଆଗୁଆ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି ।

ଏଥିସହ ସୁପ୍ରିମକୋର୍ଟ ଜନପ୍ରତିନିଧିଙ୍କ ବ୍ୟବହାର ନେଇ ମଧ୍ୟ କଡ଼ା ଟିପ୍ପଣୀ ଦେଇଛନ୍ତି । ଜଷ୍ଟିସ୍ ହୃଷିକେଶ ରାୟ ଏବଂ ଜଷ୍ଟିସ୍ ଏସଭିଏନ ଭଟ୍ଟିଙ୍କ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି, ରାଜନେତାମାନେ ସର୍ବସାଧାରଣରେ ନିଜର ଆଚରଣ ପାଇଁ ଉଦାହରଣ ସୃଷ୍ଟି କରିବା କଥା । ଆବେଦନକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ସାଂଘାତିକ । ପୁଲିସ ପେଶାଦାର ଢ଼ଙ୍ଗରେ ତଦନ୍ତ କରିବାର ଆବଶ୍ୟକତା ଅଛି । ଏଭଳି ସ୍ଥିତିରେ ଆଗୁଆ ଜାମିନ ପ୍ରଦାନ କରାଗଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଖଣ୍ଡପୀଠ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ଏହି ରାୟ ରାଜ୍ୟର ବିଜେପି ସରକାରଙ୍କୁ ଅଡୁଆରେ ପକାଇଛି । କାରଣ ଅଭିଯୁକ୍ତ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଗ୍ରହଣ କରା ନ ଯିବାର ସଙ୍କେତ ହେଉଛି ତାଙ୍କର ଗିରଫଦାରି । ଅତଏବ ପୁଲିସ ଏହି ମାମଲାର ତଦନ୍ତ କରି ଆଗକୁ ବଢ଼ିବା କଥା । ମାତ୍ର ମୋହନ ସରକାର ଆଇନକୁ ତା’ ବାଟରେ ଯିବାକୁ ଦେବେ ତ? ଜୟନାରାୟଣଙ୍କୁ ଗିରଫ କରିବାର ସାହାସ ଜୁଟେଇବେ ତ?

କଥା ସେତିକିରେ ସରିନାହିଁ । ସୁପ୍ରିମକୋର୍ଟଙ୍କ ରାୟ ପରେ ଜୟନାରାୟଣ ମିଶ୍ରଙ୍କ ଆଚରଣ ବିଜେପିକୁ ଆହୁରି ଅଡୁଆରେ ପକାଇଛି । ଅତି ବେଖାତିର ଢ଼ଙ୍ଗରେ ଜୟନାରାୟଣ କହିଛନ୍ତି ଯେ ପୁଲିସ ଯଦି ଲୋକଙ୍କୁ ବାଡ଼େଇବ, ଲୋକେ ମଧ୍ୟ ପୁଲିସକୁ ଗୋଡ଼େଇ ଗୋଡ଼େଇ ବାଡ଼େଇବା କଥା । ତାଙ୍କ ନାମରେ ୭୨ ଟି ମାମଲା ଅଛି । ଯଦି ଜଣେ ରାଜନେତାଙ୍କ ବିରୋଧରେ କେସ୍ ନ ହେବ, ତାହାହେଲେ ସେ ରାଜନୀତି କରିବା ପାଇଁ ଅନଫିଟ୍ ବୋଲି ସେ ଭାବନ୍ତି ।

ଏହି ସବୁ ମାମଲା ତାଙ୍କର ଭାବମୂର୍ତ୍ତିରେ ଆଞ୍ଚ ଆଣୁନି କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କଲାରୁ ଜୟନାରାୟଣ ଚିହିଁକି ଯାଇ ଖରାପ ଭାଷା ବ୍ୟବହାର କରିଥିଲେ । ଯାହା ସୋସିଆଲ୍ ମିଡିଆରେ ଏବେ ପ୍ରବଳ ମାତ୍ରାରେ ଭାଇରାଲ୍ ହେଉଛି ।

ଗୋଟେ ପଟେ ଜୟନାରାୟଣଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ଏବଂ ଅନ୍ୟପଟେ ତାଙ୍କ ଭାଷାରେ ସଂଯମତାର ଅଭାବ ବିଜେପି ପାଇଁ ଖାଲି ଅଡୁଆ ନୁହେଁ, ଘୋର ବିପଦ ସୃଷ୍ଟି କରିଛି । ସୁପ୍ରିମକୋର୍ଟ ତାଙ୍କର ଆଗୁଆ ଜାମିନ୍ ଆବେଦନ ଖାରଜ କରିଥିବାରୁ ଏହି ମାମଲାରେ ପୁଲିସର ପଦକ୍ଷେପକୁ ସମସ୍ତେ ଚାହିଁ ବସିଛନ୍ତି । ଜୟନାରାୟଣଙ୍କୁ ପାଗଳ ଆଖ୍ୟା ଦେଉଥିବା ବିଜେଡି ତାଙ୍କର ଗିରଫ ଦାବି କରୁଥିବା ବେଳେ ମୋହନ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷରେ ମୋହନ ସରକାରଙ୍କ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପି ନେତା ଏବଂ ଚେଲାଚାମଣ୍ଡାମାନେ କିନ୍ତୁ ଧୂଆଁବାଣ କରୁଛନ୍ତି । ସରକାରଙ୍କ ବିରୋଧରେ ଆସୁଥିବା ପ୍ରତିଟି ଅଭିଯୋଗର ଦୋଷ ସେମାନେ ପୂର୍ବ ବିଜେଡି ସରକାରଙ୍କ ଉପରେ ଢ଼ାଳି ଚାଲିଛନ୍ତି । ୨୪ ବର୍ଷ ଧରି ଅମୁକ ହେଉଥିଲା, ସମୁକ ହେଉଥିଲା ବୋଲି କହୁଛନ୍ତି । ତେବେ ନୂଆ ସରକାରଙ୍କ ୫ ମାସରେ ତାହାକୁ ବଦଳେଇବାର ପ୍ରଚେଷ୍ଟା କାହିଁ ବୋଲି ପଚାରିଲେ ସେମାନେ ଚିହିଁକି ଉଠୁଛନ୍ତି । ଏହାଦ୍ୱାରା ବିଜେପି କିଭଳି ଲାଭବାନ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ ।

 

Previous Post

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ଘୋଷଣା

Next Post

କିଟରେ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ଉଦ୍‍ଘାଟିତ

Next Post
କିଟରେ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ଉଦ୍‍ଘାଟିତ

କିଟରେ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ଉଦ୍‍ଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA