Tuesday, June 23, 2026 09:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆରପାରିରେ ସମସ୍ତଙ୍କର ପ୍ରିୟ ବାଦଲ ଭାଇ

by Our Correspondent
22 Dec, 2024- 03:50 PM
in Latest News, News
1 min read
0
ଆରପାରିରେ ସମସ୍ତଙ୍କର ପ୍ରିୟ ବାଦଲ ଭାଇ

ଭୁୁବନେଶ୍ୱର: ରାଜଧାନୀରେ ସମସ୍ତଙ୍କର ଅତି ପ୍ରିୟ ବାଦଲ ଭାଇ ଆଉ ନାହାନ୍ତି । ଭୁବନେଶ୍ୱରର ଏକ୍ସ ଏମଏଲଏ ଗେଷ୍ଟ ହାଉସ୍ ରେ ବିଶ୍ରାମ ନେଉଥିବା ବେଳେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ଜଣେ ଦକ୍ଷ ସଂଗଠକ ତଥା ନିର୍ବିବାଦୀୟ ନେତା ଭାବେ ସେ ସମସ୍ତଙ୍କର ଅତି ଆପଣାର ଥିଲେ । ତାଙ୍କୁ ୬୦ ବର୍ଷ ହୋଇଥିଲା । ତାଙ୍କ ମୃତୁ୍ୟରେ ସମଗ୍ର ଭୁବନେଶ୍ୱରରେ ଶୋକର ଛାୟା ଖେଳିଯାଇଛି ।

ଦୀର୍ଘ ଦିନ ଧରି ବାଦଲ ଅସୁସ୍ଥ ଥିଲେ । ୟୁନିଟ୍-୪ସ୍ଥିତ ଏକ୍ସ ଏମଏଲଏ ଗେଷ୍ଟ ହାଉସ୍ ରେ କିଛି ଦିନ ହେଲା ଏକା ରହୁଥିଲେ । ଆଜି ଦିନ ପ୍ରାୟ ୧୨ଟା ବେଳକୁ ତାଙ୍କୁ ସେଠାରେ ଅଚେତ ଅବସ୍ଥାରେ ଠାବ କରାଯାଇଥିଲା । ତାଙ୍କର ହୃଦଘାତ ହୋଇଥିବା ଅନୁମାନ କରାଯାଉଛି । କର୍ମଚାରୀଙ୍କଠାରୁ ଖବର ପାଇଁ ନିକଟତମ ଲୋକମାନେ ତୁରନ୍ତ ସେଠାରେ ପହଞ୍ଚି କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନିୟମ ଅନୁଯାୟୀ ସେଠାରେ ଶବ ବ୍ୟବଚ୍ଛେଦ କରାଯାଉଛି । ସଂଧ୍ୟାରେ ପୁରୁଣା ଭୁବନେଶ୍ୱରସ୍ଥିତ ଗରାବଡୁ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହେବ ।

ତାଙ୍କ ନାଁ ବିଜୟ କୁମାର ମହାନ୍ତି । ମାତ୍ର ସମସ୍ତେ ତାଙ୍କୁ ବାଦଲ ମହାନ୍ତି ଭାବେ ଜାଣନ୍ତି । ଛାତ୍ର ରାଜନୀତିରୁ ତାଙ୍କ କ୍ୟାରିୟର୍ ଆରମ୍ଭ । ତାଙ୍କ ଭିତରେ ସାଂଗଠନିକ ଦକ୍ଷତା, ଅଦମ୍ୟ ସାହସ ଓ ସ୍ୱାଭିମାନ ଗୁଣକୁ ପ୍ରଥମେ ଚିହ୍ନିଥିଲେ ବିଜୁ ପଟ୍ଟନାୟକ । ତାଙ୍କର ଆଶୀର୍ବାଦରେ ସେ ଆଗକୁ ବଢ଼ିଥିଲେ । ମୁଖ୍ୟସ୍ରୋତ ରାଜନୀତିରେ ଜଣେ ଛାମୁଆ ନେତା ଭାବେ ତାଙ୍କର ଯଥେଷ୍ଟ ଖାଦି ଥିଲେ ମଧ୍ୟ ଭୁବନେଶ୍ୱରର ବସ୍ତିବାସିନ୍ଦାଙ୍କ ସମସ୍ୟା ସହ ଜଡ଼ିତ ରହୁଥିଲେ । ସେମାନଙ୍କ ପାଇଁ ସେ ବହୁତ ସମୟ ଦେଉଥିଲେ । ବସ୍ତିବାସିନ୍ଦାଙ୍କୁ ନେଇ ସଂଗଠନ ସୁଦୃଢ଼ କରିବାରେ ସେ ମାହିର୍ ଥିଲେ ।

ତାଙ୍କର ସାଂଗଠନିକ ଦକ୍ଷତା, ଆକର୍ଷଣୀୟ ବ୍ୟକ୍ତିତ୍ୱ ଏବଂ ସରଳ ଜୀବନଯାପନ ଦେଖି ନବୀନ ପଟ୍ଟନାୟକ ତାଙ୍କୁ ୨୦୦୯ ମସିହାରେ ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲେ ଏବଂ ସେ ବିପୁଳ ଭୋଟରେ ଜିତିଥିଲେ । ସେହି ୫ ବର୍ଷରେ ସେ ଆହୁରି ଲୋକପ୍ରିୟ ହୋଇଥିଲେ । ତାଙ୍କ ନାଁରେ ଦୁର୍ନୀତିର ଛିଟା ଲାଗି ନ ଥିଲା କି ତାଙ୍କୁ ନେଇ କୌଣସି ବିବାଦ ନ ଥିଲା । ଫଳରେ ଦ୍ୱିତୀୟ ଥର ପାଇଁ ୨୦୧୪ ମସିହାରେ ସେ ପୁଣି ବିଜେଡି ଟିକେଟ୍ ରେ ବିଧାୟକ ହୋଇଥିଲେ । ଦ୍ୱିତୀୟ ଥରରେ ତାଙ୍କର ଲୋକପ୍ରିୟତା ଅକ୍ଷୂର୍ଣ୍ଣ ରହିଥିଲା । ଏହାସତ୍ତ୍ୱେ ୨୦୧୯ ମସିହାରେ ନବୀନ ବାବୁ ତାଙ୍କୁୁ ଆଉ ଟିକେଟ୍ ଦେଲେ ନାହିଁ । ତାଙ୍କ ଜାଗାରେ ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କୁ ମିଳିଥିଲା ବିଜେଡି ଟିକେଟ ।

ଜଣେ ଅତି ସରଳ ଓ ସାଦାସିଧା ମଣିଷ ଥିଲେ ବାଦଲ ମହାନ୍ତି । ଛାତ୍ର ରାଜନୀତିରୁ କ୍ୟାରିୟର୍ ଆରମ୍ଭ କରି ବିଜେଡିରୁ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ ମଧ୍ୟ ତାଙ୍କ ନିଜର ଆଶ୍ରା ବୋଲି କିଛି ନାହିଁ । ସେ ବାହା ହୋଇ ନ ଥିଲେ । ତାଙ୍କର ଘରଟିଏ ନାହିଁ । ଏପରିକି ଗାଡ଼ି ଖଣ୍ଡେ ମଧ୍ୟ ନ ଥିଲା । ନବେ ଦଶକରେ ବିଜୁ ବାବୁ ବାବୁ ଉପହାର ଦେଇଥିବା କଳା ରଙ୍ଗର ୟାମା ମଟରସାଇକେଲ ଥିଲା ତାଙ୍କର ଏକମାତ୍ର ଜୀବନସାଥୀ ।

ନିମ୍ନ ମଧ୍ୟବିତ୍ତ ପରିବାରର ବଡ଼ପୁଅ ଭାବେ ପରିବାରର ବୋଝ ଥିଲା ତାଙ୍କ ମୁଣ୍ଡ ଉପରେ । ତାଙ୍କ ପରିବାରର ଦୁର୍ଦ୍ଦିନ ବିଷୟରେ ଅନେକ ହୁଏତ ଜାଣନ୍ତି ନାହିଁ । ପୁରୁଣା ଭୁବନେଶ୍ୱରର ଦର୍ଜି ସାହିରେ ଏକ ଛୋଟିଆ ଘରେ ତାଙ୍କ ପରିବାର ସହ ଭଡ଼ା ରହୁଥିଲେ । ବାପାମାଆ ଛେଉଣ୍ଡ ବାଦଲଙ୍କ ଉପରେ ତାଙ୍କର ବିଧବା ଭଉଣୀ ଏବଂ ଅବିବାହିତ ସାନଭାଇଙ୍କର ଦାୟିତ୍ୱ ଥିଲା । ଏତେସବୁ ଜଞ୍ଜାଳ ସତ୍ତ୍ୱେ ବିଧାୟକ ଥିଲା ବେଳେ ସେ କାହାରିଠାରୁ କିଛି ଅନୁଗ୍ରହ ବା ଲାଞ୍ଚ ନେଇଥିବା କେହି ଜାଣିନାହାନ୍ତି । ତାଙ୍କର ସରଳ ଓ ଦୁସ୍ଥ ଜୀବନଯାପନ ଏହାର ପ୍ରତୀକ । କାହାକୁ ଡରାଇ ଧମକାଇ ପଇସା ଖାଇବା ନେତା ନ ଥିଲେ । ଅତ୍ୟନ୍ତ ସ୍ୱାଭିମାନୀ ମଣିଷ ଥିଲେ । ବିଧାୟକ ପେନସନ୍ ଅର୍ଥରେ ସେ ପରିବାର ଚଳାଉଥିଲେ । ସେଥିପାଇଁ ନିଜ ପ୍ରତି ଅବହେଳା କରୁଥିଲେ । ଏପରିକି ନିୟମିତ ଔଷଧ କିଣି ଖାଇବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା ।

ଅନ୍ୟପକ୍ଷରେ ଭୁବନେଶ୍ୱରର ବସ୍ତିବାସିନ୍ଦାଙ୍କଠାରୁ ଆରମ୍ଭ କରି ଗରିବ, ଖଟିକିଆ ମଣିଷମାନଙ୍କର ସେ ଥିଲେ ଦରଦୀ ବନ୍ଧୁ । ସେମାନଙ୍କ ଭଲମନ୍ଦରେ ସାମିଲ ହେଉଥିଲେ । ସାମାଜିକ କାର୍ଯ୍ୟକ୍ରଗୁଡ଼ିକରେ ତାଙ୍କୁ ଦେଖିବାକୁ ମିଳୁଥିଲା । ଆଜିର ଯୁଗରେ ଜଣେ ସଫଳ ରାଜନେତାଙ୍କ କ୍ଷେତ୍ରରେ କ୍ୱଚିତ ଏହି ସବୁ ଗୁଣ ଦେଖାଯାଏ ।

Previous Post

ସାତପଡ଼ା-ଜହ୍ନିକୁଦ ସେତୁ ନିର୍ମାଣ ପାଇଁ ତତ୍ପରତା

Next Post

ରୁବେନ୍ ଓ ଗୁଲିଗପ !

Next Post
ରୁବେନ୍ ଓ ଗୁଲିଗପ !

ରୁବେନ୍ ଓ ଗୁଲିଗପ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA