Tuesday, June 23, 2026 06:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରୁବେନ୍ ଓ ଗୁଲିଗପ !

ବେଶୀ ମିଛ, କମ ସତ!!

by Our Correspondent
23 Dec, 2024- 08:22 PM
in Latest News, News
1 min read
0
ରୁବେନ୍ ଓ ଗୁଲିଗପ !

ଭୁୁବନେଶ୍ୱର: ଜଣେ ସାମ୍ବାଦିକ ଭାବେ ନବୀନ ପଟ୍ଟନାୟକଙ୍କୁ ଥରେ ଅଧେ ଭେଟିଛନ୍ତି ରୁବେନ୍ ବାନାର୍ଜୀ । ତାହାପୁଣି ନବୀନଙ୍କ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଥମ ପାଳିର ନୂଆ ନୂଆ ମୁଖ୍ୟମନ୍ତ୍ରୀ ସମୟରେ । ତାହା ପରଠୁ ପାଖାପାଖି ଦେଢ଼ ଦଶନ୍ଧି ଧରି ଓଡ଼ିଶା ସମ୍ପର୍କରେ ଏହି ବଙ୍ଗାଳୀ ବାବୁ ନ ଥିଲେ । ସୁତରାଂ ନବୀନଙ୍କ ସମ୍ପର୍କରେ ସେ ପ୍ରତ୍ୟକ୍ଷ ଭାବେ ଆସିନାହାନ୍ତି । ତାଙ୍କ ସମ୍ପର୍କରେ ସମସ୍ତଙ୍କ ଭଳି ଯାହା କାନକୁହା ଗୁଲିଗପ ଶୁଣିଛନ୍ତି । ତେଣୁ ନବୀନଙ୍କ ସମ୍ପର୍କରେ ରୁବେନ୍ ବାନାର୍ଜୀଙ୍କ ପୁସ୍ତକକୁ ଅନେକାଂଶରେ ଗୁଲିଗପ କୁହାଯାଇପାରିବ । ଆଉ ପାଣ୍ଡିଆନଙ୍କ ବିଷୟରେ ତାଙ୍କର ଲେଖାକୁ ନେଇ ହଟଚମଟ କରୁଥିବା ତଥାକଥିତ ଗଣମାଧ୍ୟମ ବନ୍ଧୁମାନେ ନିଜ ଉପରୁ ବିଶ୍ୱାସ ହରାଇଥିବା ଜଣାପଡୁଛି । ବିଜେଡି ପରାଜୟର କାରଣ ପାଣ୍ଡିଆନ ବୋଲି ସମସ୍ତେ କହୁଛନ୍ତି । ଅଥଚ ରୁବେନଙ୍କ ଓଡ଼ିଆ ସାମ୍ବାଦିକ ବନ୍ଧୁମାନେ ବିଜେଡି ପରାଜୟର କାରଣ ତାଙ୍କଠାରୁ ଶୁଣି ତାଳି ମାରୁଛନ୍ତି । ରୁବେନଙ୍କ କଥାରେ ତାଳ ମେଳାଇ ତାଙ୍କ ପୁସ୍ତକର ପ୍ରଚାର କରିବାରେ ସେମାନେ ଲଜ୍ଜା ଅନୁଭବ କରୁନାହାନ୍ତି । ସେହିଭଳି ବିଜୁ ବାବୁଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ତୁଳନାରେ ଫାଟି ପଡୁଛନ୍ତି । ଏହା ସୁଦୁ ଗୁଲିଗପ ବୋଲି ଜାଣୁଥିଲେ ମଧ୍ୟ ଖୁସି ହେଉଛନ୍ତି ।

ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ଲେଖିଥିବା ପୁସ୍ତକର ସଂଶୋଧିତ ସଂଖ୍ୟା ଉନ୍ମୋଚିତ ହୋଇଛି । ଏହି ବହିରେ ସେ ନବୀନ ବାବୁଙ୍କ ସମ୍ପର୍କରେ ବହୁ ଗୋପନ ତଥ୍ୟ ପଦାକୁ ଆଣିଥିବା ଦାବି କରିଛନ୍ତି । ସେଥିପାଇଁ ସେ କୁଆଡ଼େ ବହୁତ ଗବେଷଣା କରିଛନ୍ତି । ଓଡ଼ିଶାର ରାଜନୈତିକ ଇତିହାସକୁ ଭଲଭାବେ ଅନୁଧ୍ୟାନ କରିଛନ୍ତି । ତେବେ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ତାଙ୍କର ଅବତାରଣା ଯେ ସମ୍ପୂର୍ଣ୍ଣ ମିଛ ଏବଂ ଭ୍ରମାତ୍ମକ ତାହା ଆମ ଅନୁସନ୍ଧାନରୁ ପାଠକଙ୍କୁ ଜଣାଇ ଦେବାକୁ ଉଚିତ୍ ମନେ କରୁଛୁ ।

ରୁବେନଙ୍କ ଗବେଷଣା ତଥ୍ୟ ହେଉଛି, ନବୀନ ବାବୁଙ୍କ କାନରେ ପାଖଲୋକମାନେ ବିଷ ଭରୁଥିଲେ । ଜୟ ପଣ୍ଡା ଆଉ ଜଣେ ବିଜୁ ପଟ୍ଟନାୟକ ହୋଇଯିବେ ବୋଲି ଚୁଗୁଲି କରିଥିଲେ । କାରଣ ହେଉଛି, ବୈଜୟନ୍ତ ଡେଙ୍ଗା- ବିଜୁ ବାବୁ ଡେଙ୍ଗା, ବୈଜୟନ୍ତ ପାଇଲଟ୍-ବିଜୁ ବାବୁ ପାଇଲଟ୍, ବିଜୁ ବାବୁଙ୍କ ସ୍ତ୍ରୀ ପଞ୍ଜାବୀ-ବୈଜୟନ୍ତ ପଣ୍ଡାଙ୍କ ସ୍ତ୍ରୀ ପଞ୍ଜାବୀ ।

ସତ ହେଉଛି, ନବୀନ ପଟ୍ଟନାୟକଙ୍କର କୌଣସି ପାଖଲୋକ ତାଙ୍କୁ କେବେ ବି ଏଭଳି କିଛି କହିନାହାନ୍ତି । ଏହା ଏକ ଭାବନା । ବୈଜୟନ୍ତ ପଣ୍ଡାଙ୍କୁ ବିଜୁ ବାବୁଙ୍କ ସହ ତୁଳନା କରିବା ଏକ କାଳ୍ପନିକ ବିଷୟବସ୍ତୁ । ଯାହାର ଜନ୍ମ ହୋଇଥିଲା ୨୦୦୯ ମସିହା ପୂର୍ବରୁ । ରୋଚକ କଥା ହେଉଛି, ବୈଜୟନ୍ତଙ୍କୁ ଖୁସି କରିବା ପାଇଁ ନୁହେଁ । ବରଂ ତାଙ୍କୁ ବ୍ଲାକମେଲ୍ କରିବାକୁ ଏକ ପାକ୍ଷିକ ଖବରକାଗଜ ଏଭଳି ଉଦ୍ଭଟ ଷ୍ଟୋରି କରିଥିଲା । ଉକ୍ତ ପାକ୍ଷିକ କାଗଜ ସେତେବେଳେ ବେଶ୍ ଚର୍ଚ୍ଚାରେ ଥିଲା । ଆକାଶରୁ ତୋଳି ଆଣିଲା ଭଳି ପଲିଟିକାଲ୍ ଷ୍ଟୋରିରୁ ପାଠକ ମଜ୍ଜା ଉଠାଉଥିଲେ ।

ସେତେବେଳେ ବୈଜୟନ୍ତ ପଣ୍ଡା ଥିଲେ ନବୀନ ବାବୁଙ୍କ ପାଖଲୋକ । ନବୀନଙ୍କ କାନରେ ଟୁପୁରୁଟାପର କରୁଥିବା ହାତଗଣତି ନେତାଙ୍କ ମଧ୍ୟରୁ ଜଣେ ଥିଲେ । ପ୍ୟାରୀମୋହନ ମହାପାତ୍ର କିନ୍ତୁ ବୈଜୟନ୍ତଙ୍କୁ ଦୂର୍ ଦୂର୍ ମାର୍ ମାର୍ କରୁଥିଲେ । ଏହି ରାଜନୈତିକ ପୃଷ୍ଠଭୂମିରେ ସଂପୃକ୍ତ ପାକ୍ଷିକ ଖବର କାଗଜ ଗରମାଗରମ ଖବର ପ୍ରକାଶ କରୁଥିଲା । ହଠାତ୍ କୌଣସି କାରଣରୁ ବୈଜୟନ୍ତଙ୍କ ଉପରେ ବିଗିଡି ଯାଇଥିଲା ଉକ୍ତ ପାକ୍ଷିକ ଖବର କାଗଜ । ତାଙ୍କୁ ପାନେ ଦେବା ପାଇଁ ଏକ କଭର୍ ଷ୍ଟୋରି ପ୍ଲାଣ୍ଟ କରାଯାଇଥିଲା । ସେଥି ଖବରରେ ବିଜୁ ବାବୁଙ୍କ ସହ ବୈଜୟନ୍ତଙ୍କୁ ତୁଳନା କରାଯାଇଥିଲା । ମୋଟାମୋଟି ଭାବେ ବୈଜୟନ୍ତଙ୍କୁ ଚୁମୁଟିବା ପାଇଁ ଦୁଇ ସାମ୍ବାଦିକଙ୍କର ଏହା ଥିଲା ବର୍ଣ୍ଣନା । ଯାହାକୁ ନେଇ କେବେ ବି କୋଉଠି ଏହା ଚର୍ଚ୍ଚାର ବିଷୟ ହୋଇ ନ ଥିଲା କି କାହା ମନରେ ଗୁୁଞ୍ଜରଣ ନ ଥିଲା ।

ସୂଚନାଥାଉକି, ବୈଜୟନ୍ତ ଏହି ଖବରରେ ଭୟଭୀତ ହୋଇପଡ଼ିଥିଲେ । କାରଣ ନବୀନଙ୍କ ମନୋଭାବକୁ ସେ ଭଲ ଭାବେ ଜାଣିଥିଲେ । ତେଣୁ ତାଙ୍କ ଦୃଷ୍ଟି ଆଢ଼ୁଆଳକୁ ତାହା ନ ଆଣିବା ପାଇଁ ରାତାରାତି ବଜାରରୁ ସଂପୃକ୍ତ ଖବରକାଗଜ ଇସ୍ୟୁକୁ ଉଭାନ କରାଇ ଦେଇଥିଲେ । ଏବଂ ଯିଏ ଏହି ଖବର ଛାପି ଲାଭ ପାଇବାକୁ ଚାହିଁଥିଲେ ସେମାନଙ୍କୁ ବୈଜୟନ୍ତ ସନ୍ତୁଷ୍ଟ କରିଥିଲେ । ସେତେବେଳେ ବୈଜୟନ୍ତଙ୍କ ଟିମ୍ ରେ କାମ କରୁଥିବା ସମସ୍ତଙ୍କୁ ଏହା ଜଣା ଅଛି ।

ପ୍ରକୃତରେ ଯେଉଁ କାରଣ ପାଇଁ ବୈଜୟନ୍ତଙ୍କୁ ନବୀନ ଦୂରେଇଦେଲେ ରୁବେନ୍ ବାନାର୍ଜୀ ସମ୍ଭବତଃ ତାହା ପାଠକଙ୍କୁ ଲୁଚାଇବାକୁ ଚାହିଁଛନ୍ତି । ଯଦି ଗବେଷଣା କରୁଥିଲେ ତେବେ ଏଇ ସାଧାରଣ କଥାଟି ସେ ନିଶ୍ଚିତ ଜାଣିଥିବେ । ହୁଏତ କୌଣସି କାରଣରୁ ତାହା ସାମନାକୁ ଆଣିନାହାନ୍ତି ।

ପ୍ରକୃତ କଥା ହେଲା- ୨୦୦୯ ନିର୍ବାଚନ ପରବର୍ତ୍ତୀ ସମୟରେ ବୈଜୟନ୍ତ ପଣ୍ଡା ମନେ ମନେ ନିଜକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଚେହେରା ବୋଲି ଭାବି ନେଇଥିଲେ । ସେହି ସ୍ୱପ୍ନ ନେଇ ଗୋଟିଚାଳନା କରିଥିଲେ । ଅତି ଗୋପନୀୟ ଭାବେ ସେ ଆଗକୁ ବଢ଼ିଥିଲେ । ନିଜର ଏକ ଟିମ୍ କରି ରାଜ୍ୟବ୍ୟାପୀ ଲୋକସମ୍ପର୍କ ଅଭିଯାନ ଆରମ୍ଭ କରିଥିଲେ । ନବୀନଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନଙ୍କ ସହ ସମ୍ପର୍କ ବଢ଼ାଇବାକୁ ମଧ୍ୟ ଉଦ୍ୟମ ହୋଇଥିଲା ।

ଏହି ପୃଷ୍ଠଭୂମିରେ ୨୦୧୪ ନିର୍ବାଚନ ପରେ ବୈଜୟନ୍ତ ବାବୁ ରାଜ୍ୟ ସରକାରଙ୍କ ବାବଦରେ ଜନସାଧାରଣଙ୍କ ମତାମତ ଜାଣିବା ଆଳରେ ନିଜର ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଏକ ଗୋପନ ସର୍ଭେ କରାଇଥିଲେ । ନବୀନ ପଟ୍ଟନାୟକଙ୍କ ପରେ ଲୋକ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ତାହା ଥିଲା ସର୍ଭେର ଉଦ୍ଦେଶ୍ୟ ।

ଓଟିଭିରେ କାମ କରିଥିବା ଜଣେ ବରିଷ୍ଠ ସାମ୍ବାଦିକଙ୍କ ସୂଚନା ଅନୁଯାୟୀ, ବୈଜୟନ୍ତ ଏହି ସର୍ଭେ ଫଳାଫଳକୁ ନିଜ ଇଚ୍ଛାରେ ପ୍ରଭାବିତ କରିଥିଲେ । କାରଣ ନବୀନଙ୍କ ପାଖରେ ଏହା କେମିତି ଭାବରେ ପହଞ୍ଚାଇବା ଥିଲା ତାଙ୍କର ଯୋଜନା । ସର୍ଭେ ଫଳାଫଳ ଏୟା କରାଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ଭାବରେ ନବୀନଙ୍କ ପରେ ବୈଜୟନ୍ତ ପଣ୍ଡା ହେଉଛନ୍ତି ଓଡ଼ିଶାବାସୀଙ୍କ ଦ୍ୱିତୀୟ ପସନ୍ଦ । ତୃତୀୟ ପସନ୍ଦ କରାଯାଇଥିଲା ଡାକ୍ତର ଦାମୋଦର ରାଉତଙ୍କୁ ।

ବୈଜୟନ୍ତ ପଣ୍ଡାଙ୍କର ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷ ଏବଂ ଦଳରେ ତାଙ୍କର ବିଭୀଷଣ କାର୍ଯ୍ୟକଳାପ ସମ୍ପର୍କରେ ନବୀନ ପଟ୍ଟନାୟକ ଜାଣିଲା ପରେ ସେ ତାଙ୍କୁ ଆଉ ବିଶ୍ୱାସକୁ ନେଲେ ନାହିଁ । ସେବେଠାରୁ ସେ ବୈଜୟନ୍ତଙ୍କଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିଲେ ।

ମାତ୍ର ବୈଜୟନ୍ତ ବାବୁଙ୍କ ସମ୍ପର୍କରେ ନବୀନ ବାବୁଙ୍କ କାନରେ ପାଖଲୋକମାନେ ବିଷ ଭରୁଥିଲେ ବୋଲି ଲେଖିଛନ୍ତି ରୁବେନ୍ ବାନାର୍ଜୀ । କୁଆଡ଼େ ଜୟ ପଣ୍ଡା ଆଉ ଜଣେ ବିଜୁ ପଟ୍ଟନାୟକ ହୋଇଯିବେ ବୋଲି ନବୀନଙ୍କ ପାଖଲୋକମାନେ ଚୁଗୁଲି କରିଥିଲେ । କାରଣ ବୈଜୟନ୍ତ ଡେଙ୍ଗା- ବିଜୁ ବାବୁ ଡେଙ୍ଗା, ବୈଜୟନ୍ତ ପାଇଲଟ୍-ବିଜୁ ବାବୁ ପାଇଲଟ୍, ବିଜୁ ବାବୁଙ୍କ ସ୍ତ୍ରୀ ପଞ୍ଜାବୀ-ବୈଜୟନ୍ତ ପଣ୍ଡାଙ୍କ ସ୍ତ୍ରୀ ପଞ୍ଜାବୀ ।

ନିଜେ ରୁବେନ୍ ବାନାର୍ଜୀ ଏହାକୁ ହାସ୍ୟାସ୍ପଦ ବୋଲି ଟିଭିରେ ବାଇଟ୍ ଦେଇ ଏହା ଗୁଲିଗପ ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି ।

 

Previous Post

ଆରପାରିରେ ସମସ୍ତଙ୍କର ପ୍ରିୟ ବାଦଲ ଭାଇ

Next Post

ବଦଳିଲେ ରାଜ୍ୟପାଳ: ରଘୁବରଙ୍କ ଜାଗାରେ ହରିବାବୁ କମ୍ଭମପତି

Next Post
ବଦଳିଲେ ରାଜ୍ୟପାଳ: ରଘୁବରଙ୍କ ଜାଗାରେ ହରିବାବୁ କମ୍ଭମପତି

ବଦଳିଲେ ରାଜ୍ୟପାଳ: ରଘୁବରଙ୍କ ଜାଗାରେ ହରିବାବୁ କମ୍ଭମପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA