Tuesday, June 23, 2026 01:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କୁ ଭାରତରତ୍ନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ

ନବୀନ ଓ ନୀତୀଶଙ୍କୁ ଭାରତ ରତ୍ନ ମିଳୁ:ଗିରିରାଜ ସିଂ

by Our Correspondent
25 Dec, 2024- 08:59 PM
in Latest News, News
1 min read
0
ନବୀନଙ୍କୁ ଭାରତରତ୍ନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ତାଙ୍କ ୨୪ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ଓଡ଼ିଶାବାସୀଙ୍କ ସେବା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ବିହାରରେ ନୀତୀଶ କୁମାରଙ୍କ ଭଳି ଓଡ଼ିଶାରେ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଏଭଳି ନେତାଙ୍କୁ ଦେଶ ସମ୍ମାନ ଦେବା ଉଚିତ । ଭାରତ ରତ୍ନ ସେମାନଙ୍କ ପାଇଁ ଉପଯୁକ୍ତ ସମ୍ମାନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ।

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଆଜି ନିଜ ସଂସଦୀୟ କ୍ଷେତ୍ର ବିହାରର ବେଗୁସରାଇଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଆଜିର ଯୁବାବର୍ଗ ବିହାରରେ ଲାଲୁଜୀ(ଲାଲୁ ପ୍ରସାଦ ଯାଦବ)ଙ୍କର ଜଙ୍ଗଲରାଜ ଦେଖିନାହାନ୍ତି । ତାଙ୍କ ଶାସନରେ କୁବ୍ୟବସ୍ଥା ଦେଖିନାହାନ୍ତି । ରାଜ୍ୟରେ ସଡ଼କ, ଡାକ୍ତରଖାନା, ସ୍କୁଲ ସ୍ଥିତି ଅତ୍ୟନ୍ତ ଦହନୀୟ ଥିଲା । ସେହି ଦୁର୍ଦ୍ଦିନ ଅବସ୍ଥାରୁ ରାଜ୍ୟକୁ ଉଦ୍ଧାର କରି ବହୁତ ଉପରକୁ ନେଇଛନ୍ତି ନୀତୀଶ କୁମାର । ସେହିଭଳି ନବୀନ ପଟ୍ଟନାୟକ ବହୁବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ସେବା କରିଛନ୍ତି । ଏଭଳି ବ୍ୟକ୍ତିମାନେ ଯେଉଁ ପଦପଦବୀରେ ଥାଆନ୍ତୁ ନା କାହିଁକି ସେମାନଙ୍କୁ ସମ୍ମାନ ଦେବା ଉଚିତ । ନୀତୀଶ ଏବଂ ନବୀନଙ୍କୁ ଭାରତ ରତ୍ନ ମିଳୁ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

କେନ୍ଦ୍ରମନ୍ତ୍ରୀ ଗିରିରାଜଙ୍କର ଆଜିର ଏହି ବୟାନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ଏନଡିଏର ପ୍ରମୁଖ ଅଂଶୀଦାର ହେଉଛି ଜେଡି(ୟୁ) । ଯାହାର ମୁଖ୍ୟ ହେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ତେଣୁ କେନ୍ଦ୍ରମନ୍ତ୍ରୀ ତାଙ୍କୁ ପ୍ରଶଂସା କରିବାରେ ହୁଏତ ରାଜନୈତିକ କୌଶଳ ଥାଇପାରେ । ତେଣୁ ତାଙ୍କୁ ଭାରତ ରତ୍ନ ସମ୍ମାନ ପାଇଁ ପ୍ରସ୍ତାବ ଦେବାରେ କେହି ଆଶ୍ଚର୍ଯ୍ୟ ନୁହଁନ୍ତି । ତାଙ୍କୁ ଖୁସିରେ ରଖିବା ପାଇଁ ଏଭଳି କୁହାଯିବା ରାଜନୀତିର ପାଠ ହୋଇପାରେ ।

ମାତ୍ର ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ କିନ୍ତୁ ତାହା ସମ୍ପୂର୍ଣ୍ଣ ଭିନ୍ନ । ପ୍ରଥମରୁ ବିଜେଡି ଏନଡିଏରେ ସାମିଲ ଥିଲେ ମଧ୍ୟ ୨୦୦୯ ମସିହାରୁ ହାତ ଛାଡ଼ିଦେଇଛି । ୨୦୦୯, ୨୦୧୪, ୨୦୧୯ ଏବଂ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦୀ ଦଳ ହୋଇଛି ବିଜେପି । ନବୀନଙ୍କଠାରୁ ୨୪ ବର୍ଷର ଶାସନଗାଦିକୁ ବିଜେପି ଏଥର ଛଡ଼ାଇ ନେଇଛି । ଲୋକସଭାରେ ବିଜେଡି ମୂଳପୋଛ ହୋଇଯାଇଛି । ତେଣୁ ଜାତୀୟ ରାଜନୀତିରେ ବିଜେଡିର ପ୍ରାସଙ୍ଗିକତା ନାହିଁ କହିଲେ ଚଳେ । ଏଭଳିସ୍ଥିତିରେ ନବୀନ ପଟ୍ଟନାୟକଙ୍କୁ ଖୁସି କରାଇବାର ଅବକାଶ ନାହିଁ ବୋଲି କୁହାଯାଇପାରିବ ।

ଏପଟେ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନକୁ ‘କୁଶାସନ’ ଆଖ୍ୟା ଦେଇଛି । ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଭିନ୍ନ ସଭାସମିତିରେ ତାଙ୍କୁ ଗାଳି କରିବାରେ ଲାଗିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ପୂର୍ବ ନବୀନ ସରକାରଙ୍କୁ କଥା କଥାକେ ଗାଳି କରୁଛନ୍ତି । ନବୀନ ପଟ୍ଟନାୟକଙ୍କର ଜମାନା ସରିଗଲା ବୋଲି ପ୍ରଚାର କରାଯାଉଛି ।

ଏଭଳି ଏକ ସମୟରେ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ଜଣେ ଉଚ୍ଚକୋଟିର ରାଜନେତା ବୋଲି ଗିରିରାଜ ସିଂଙ୍କ ଭଳି ଓଜନଦାର କେନ୍ଦ୍ରମନ୍ତ୍ରୀ ସର୍ବସମ୍ମୁଖରେ ବୟାନ ଦେବା ଏବଂ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଦେବାକୁ ପ୍ରସ୍ତାବ ଦେବା ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି । ନବୀନ ବାବୁଙ୍କ ହାତରୁ କ୍ଷମତା ଚାଲିଯାଇଥିଲେ ମଧ୍ୟ ତାଙ୍କର ଦବଦବା ଯାଇନି । ସର୍ବୋପରି ତାଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱର ଆକର୍ଷଣ ଅତୁଟ ଥିବାର ଏହା ପ୍ରମାଣ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକଙ୍କ ପ୍ରତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଯଥେଷ୍ଟ ସମ୍ମାନ ଥିବା ସମସ୍ତେ ଜାଣନ୍ତି । ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସେ ତାଙ୍କୁ ଅତୀତରେ ସମ୍ବୋଧନ କରୁଥିଲେ । ରାଜ୍ୟରେ ନୂଆ ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଆସିଥିବା ବେଳେ ନବୀନ ବାବୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଆସନକୁ ପାଛୋଟି ନେଇ ଯେଭଳି ସମ୍ମାନ ଦେଲେ ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ରାଜନୀତିରେ ଏଭଳି ସୌଜନ୍ୟତା କମ ଦେଖିବାକୁ ମିଳିଥାଏ ।

Previous Post

୧୫୪୨ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ

Next Post

ଡିଏଭି ପୋଖରୀପୁଟ ପୁରାତନ ଛାତ୍ର ପରିଷଦ ବୈଠକ

Next Post
ଡିଏଭି ପୋଖରୀପୁଟ ପୁରାତନ ଛାତ୍ର ପରିଷଦ ବୈଠକ

ଡିଏଭି ପୋଖରୀପୁଟ ପୁରାତନ ଛାତ୍ର ପରିଷଦ ବୈଠକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA