Wednesday, July 8, 2026 01:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅହିଂସା ଓ ଶାନ୍ତି ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର: ବୀରପ୍ପା ମୋଇଲି

ପଞ୍ଚଦଶ ରାଜକିଶୋର ନାୟକ ସ୍ମୃତି ଗାନ୍ଧୀ ବକ୍ତୃତା

by Our Correspondent
04 Jan, 2025- 07:44 PM
in Latest News, News
1 min read
0
ଅହିଂସା ଓ ଶାନ୍ତି ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର: ବୀରପ୍ପା ମୋଇଲି

ଭୁବନେଶ୍ୱର: ଅହିଂସା ଓ ଶାନ୍ତି ସମଗ୍ର ମାନବ ଜାତି ପାଇଁ ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର। ବିଶ୍ୱବ୍ୟାପୀ ଏହାର ସଫଳ ଉପଯୋଗ କରାଯାଇଛି ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକ ତଥା ଭାରତୀୟ ଜ୍ଞାନପୀଠ ଦ୍ୱାରା ପ୍ରଦତ୍ତ ମୂର୍ତ୍ତିଦେବୀ ପୁରସ୍କାରରେ ସମ୍ମାନିତ ଡକ୍ଟର ଏମ୍ ବୀରପ୍ପା ମୋଇଲି ପ୍ରକାଶ କରିଛନ୍ତି।

ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ସ୍ମୃତିରେ ଆଜି ଏଠାରେ ଆୟୋଜିତ ‘ ପଞ୍ଚଦଶ ରାଜକିଶୋର ନାୟକ ସ୍ମୃତି ଗାନ୍ଧୀ ବତ୍କୃତା -୨୦୨୫’ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ବୀରପ୍ପା ମୋଇଲି ‘ ବୈଶ୍ୱିକ ପରମ୍ପରାରେ ଗାନ୍ଧୀ ବିଚାର ‘ ଶୀର୍ଷକରେ ବକ୍ତୃତା ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଅହିଂସା ଓ ଶାନ୍ତି ସମଗ୍ର ମାନବ ଜାତି ପାଇଁ ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର। ତାଙ୍କ ଅହିଂସା ବିଚାରଧାରା ଦୁଇ ଭାଗରେ ବିଭକ୍ତ – ଅହିଂସାର ଭାବନା ଓ ଅହିଂସା ଆଚରଣ। ଗାନ୍ଧିଜୀଙ୍କ ପରଲୋକ ପରେ ମଧ୍ୟ ବିଶ୍ୱର ବିଭିନ୍ନ ଦେଶରେ ଓ ଭାରତବର୍ଷରେ ମଧ୍ୟ ତାଙ୍କ ଅହିଂସା, ଶାନ୍ତି ଓ ସତ୍ୟାଗ୍ରହକୁ ସଫଳତାର ସହିତ ଉପଯୋଗ କରାଯାଇଛି। ସାଂପ୍ରତିକ ସମୟରେ ବିଶ୍ୱବ୍ୟାପୀ ଗାନ୍ଧିଜୀଙ୍କ ବାର୍ତ୍ତାର ପ୍ରୟୋଗ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

ପୂର୍ବତନ ପ୍ରମୁଖ ମୁଖ୍ୟ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଭିତ୍ତି ଭାଷଣ ପ୍ରଦାନ କରି ରାଜକିଶୋର ନାୟକଙ୍କ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି ଦର୍ଶାଇ କହିଥିଲେ ଯେ , ରାଜକିଶୋର ବାବୁ ବିରୂପା, ମହାନଦୀ ଏବଂ ଚିତ୍ରୋତ୍ପଳା ତ୍ରିକୋଣଭୂମି ଅଞ୍ଚଳର ସବୁ ଲୋକଙ୍କର ପ୍ରିୟପାତ୍ର ଥିଲେ । ସେ ତ୍ୟାଗୀ ଓ ଯୋଗୀ ଥିବା ସହିତ ବାଲ୍ୟକାଳରୁ ପରିବେଶ ପ୍ରେମୀ ଓ ଜୀବେ ଦୟା ମନୋବୃତ୍ତିର ବ୍ୟକ୍ତିତ୍ଵ ଥିଲେ।

ସମାରୋହର ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟିକା ଡକ୍ଟର ଅର୍ଚ୍ଚନା ନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଜକିଶୋର ନାୟକ ଏଭଳି ଜଣେ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କ ନାମ ସ୍ମରଣ କଲେ ନତ ମସ୍ତକ ହେବାକୁ ପଡ଼େ। ତାଙ୍କ ଜୀବନଚର୍ଯ୍ୟା ଆଦର୍ଶ ସ୍ଥାନୀୟ । ପତ୍ନୀ ନିର୍ମଳପ୍ରଭାଙ୍କ ସାହଚର୍ଯ୍ୟ ତାଙ୍କ ଜୀବନକୁ ଅଧିକ ଋଦ୍ଧିମନ୍ତ କରିଥିଲା।

ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ଟ୍ରଷ୍ଟ ସଭାପତି ଶ୍ରୀଯୁକ୍ତ ପ୍ରହଲାଦ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ଟ୍ରଷ୍ଟ କୋଷାଧ୍ୟକ୍ଷ ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ ପିଏସ୍

Next Post

“Come Home Safe” ର ନାରା ଦେଲେ ମୁଖ୍ୟମନ୍ତ୍ରୀ

Next Post
“Come Home Safe” ର ନାରା ଦେଲେ ମୁଖ୍ୟମନ୍ତ୍ରୀ

“Come Home Safe” ର ନାରା ଦେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA